ରାଜ୍ୟ | ରାୟଗଡା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା
ପଟାଙ୍ଗୀ,୨୨।୧(ଡି.ଏନ.ଏ.)- ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଘଟଣାର ପୀଡ଼ିତା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟାର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ। ସୂଚନାଯୋଗ୍ୟା ଯେ, ଏହି ନାବାଳିକା ଜଣଙ୍କ ଗତ ବର୍ଷ ୨୦୧୭ ଅକ୍ଟୋବର ୧୦ ତାରିଖରେ ନିଜ ଗ୍ରାମ ମୂଷାଗୁଡ଼ାରୁ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ। କାର୍ଯ୍ୟ ସାରି ଫେରୁଥିବାବେଳେ ଯୋଡ଼ି ଖାନ୍ଦା ଘାଟିରୁ ୪ଜଣ ଯବାନ ତାଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ସମସ୍ତେ ପୋଲିସ୍‌ ଡ୍ରେସରେ ଥିଲେ ଏବଂ ଜଣଙ୍କର ଆଖି ତଳକୁ କଳାଜାଇ ଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କୁନ୍ଦୁଲି ହାଟପଦାଠାରେ ସ୍ଥାନୀୟ ଗ୍ରାମବାସୀ ୨ଦିନ ଧରି ରାସ୍ତାରୋକ କରିଥିଲେ। ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରତିଶ୍ରୁତି ପାଇ ରାସ୍ତାରୋକୋରୁ ହଟିଥିଲା। ଏହି ଘଟଣାର ଗୁରୁତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ୫ଜଣିଆ ଏକ ଟିମ୍‌ ଘଟଣାସ୍ଥଳକୁ ଗସ୍ତ କରି ତଦନ୍ତ କରିଥିଲେ।
All Right Reserved By

ରାଜ୍ୟ | ରାୟଗଡା

ଧର୍ମେନ୍ଦ୍ରଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ସିଇଓଙ୍କୁ ଫେରାଦ ହେଲା ବିଜେଡି

ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି। ରବିବାର ରାତିରେ ବିଭିନ୍ନ ସ୍ଥାନରେ ତିନୋଟି ରାଜନୈତିକ ହିଂସାକାଣ୍ଡ ଘଟିଛି।

ଭାଜପା ଓ ବିଜେଡି ମୁହଁ।ମୁହିଁ:ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ,ଗିରଫ ଦାବିରେ ଥାନା ଘେରାଉ

ଭାଜପା ଓ ବିଜେଡି ମୁହଁ।ମୁହିଁ:ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ,ଗିରଫ ଦାବିରେ ଥାନା ଘେରାଉ

ପୁରୀ ଅଫିସ,୨୩।୪ : ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଆସୁଛନ୍ତି ମୋଦି, ୨୬ରେ ଆସିବେ ରାହୁଲ

ଭୁବନେଶ୍ୱର, ୨୩।।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଭାଜପା ଓ କଂଗ୍ରେସର କେନ୍ଦ୍ରୀୟ ନେତା ପ୍ରଚାର ପାଇଁ ଆସିବେ। ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଆସନ ପାଇଁ ଭୋଟ୍‌ ହେବ। ଭାଜପା ଏଥର ଓଡ଼ିଶାର ଲୋକ ସଭା ଆସନ ଉପରେ ବିଶେଷ ନଜର ରଖିଛି।

ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌କୁ ମାଡ଼ ଘଟଣା: ଜେଲରୁ ଡାକ୍ତରଖାନା ଗଲେ ମହାରଥୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ/ ପିପିଲି (ଡି.ଏନ.ଏ.),୨୩।୪: ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସୋମବାର ମହାରଥୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ କଳାହାଣ୍ଡି ଜିଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗ ଅଞ୍ଚଳରେ ଚାଲିଥିବା ଉତ୍‌ଖନନ ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଏଥିରୁ ଏଏସ୍‌ଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି।

ଆଜି ବିଶ୍ୱ ପୁସ୍ତକ ଦିବସ  ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଆଜି ବିଶ୍ୱ ପୁସ୍ତକ ଦିବସ ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଭୁବନେଶ୍ୱର,୨୩।୪(ସସ୍ମିତା ପାଇକରାୟ): ପୁସ୍ତକ, କାହା ପାଇଁ ମନୋରଞ୍ଜନର ମାଧ୍ୟମ ତ କାହା ପାଇଁ ଜ୍ଞାନର ପରିଭାଷା। ଭାଷା ଓ ବିଷୟ ଯାହା ହୋଇଥାଉ ନା କାହିଁକି, ମଣିଷ ପାଇଁ ଏହା ସୁଖଦୁଃଖର ସାଥୀ। ହେଲେ ସମୟ ସହ ତାଳଦେଇ ବଦଳିଛି ପୁସ୍ତକର ପରିଭାଷା। 

ଆଜି ୭ ଜିଲାକୁ ସତର୍କ ସୂଚନା

ଆଜି ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଦୁଇଦିନ ହେବ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରହୁଥିବା ବେଳେ ସୋମବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଛି।

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି:  ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି: ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି। ରବିବାର ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ମାଡ଼ ହୋଇଛି।

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ:  ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ: ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ହକି ବିଶ୍ୱକପ୍‌ ଲାଗି ଭୁବନେଶ୍ୱରକୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶ୍ୱକପ୍‌ ଆୟୋଜନ ସହ ସହରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। 

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ପାଠ୍ୟକ୍ରମ ଶେଷ ହୋଇନି। କିନ୍ତୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡ଼ିକରେ ମେ’ ୪ରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri