ଫୁରସତ |

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଓ୍ବାଶିଂଟନ: ବିଶ୍ୱ ତାପମାନ ବଢ଼ିବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀରେ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଭୌଗୋଳିକ ମତ ପ୍ରକାଶ କରିଛନ୍ତି। ବିଶ୍ୱତାପମାନ ଯୋଗୁ ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ସମୁଦ୍ର ପତ୍ତନ ବଢ଼ୁଛି। ଏହା ଦ୍ୱାରା ଚାପରେ ତାରତମ୍ୟ ଯୋଗୁ ପୃଥିବୀର ବାହ୍ୟ ଆବରଣକୁ ଧରି ରଖିଥିବା ଭାସମାନ ମାଣ୍ଟାଲ୍‌ସ୍ତରର ଚଳନ ହେବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ ପୃଥିବୀ ଭିତରେ ଥିବା ଅର୍ଦ୍ଧତରଳ ଲାଭା ପ୍ରବଳ ବେଗରେ ବାହାରକୁ ଆସିବ ବୋଲି ଲିଡସ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡକ୍ଟର ଗ୍ରାଇମି ସ୍ବିନ୍‌ଡେଲସ୍‌ ସୂଚିତ କରିଛନ୍ତି। ଗତ ୬୦୦ ବର୍ଷ ମଧ୍ୟରେ ଜଳବାୟୁରେ ଦେଖାଦେଇଥିବା ଅନିୟମିତତା ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ସଂଖ୍ୟା ବଢ଼ୁଛି ବୋଲି ଭୌଗୋଳିକ କହିଛନ୍ତି। ପୃଥିବୀର ବାହ୍ୟ ଚାପରେ ପରିବର୍ତ୍ତନ ଯୋଗୁ ଏପରି ହୋଇଥାଏ। ସମ୍ପ୍ରତି ଜଳବାୟୁରେ ଦେଖାଯାଉଥିବା ଅନିୟମିତା ଓ ବିଶ୍ୱତାପମାନ ବୃଦ୍ଧି ଯୋଗୁ ପୃଥିବୀର ପୃଷ୍ଠ ଭାଗ ଚାପ କମିବାରେ ଲାଗିଛି। ଫଳରେ ଏହା ଆଭ୍ୟନ୍ତରୀଣ ଚାପକୁ ପ୍ରତିରୋଧ କରିପାରୁ ନାହିଁ। ତେଣୁ ଭିତରର ଉତ୍ତପ୍ତ ପଦାର୍ଥ ବାହାରକୁ ଆସିବାର ଆଶଙ୍କା ରହିଛି ବୋଲି ଗବେଷକ ସୂଚିତ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଫୁରସତ |

ପକ୍ଷୀଙ୍କୁ ଖାଦ୍ୟ, ପାଣି ଦେଲେ ପରିବାର ରୁହେ ସୁସ୍ଥ

ପକ୍ଷୀଙ୍କୁ ଖାଦ୍ୟ, ପାଣି ଦେଲେ ପରିବାର ରୁହେ ସୁସ୍ଥ

ପରିବାରରେ ସମସ୍ତେ ସୁସ୍ଥ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିରେ ବିତୁ। ଏହି କାମନା ସମସ୍ତେ କରିଥାଆନ୍ତି। କିନ୍ତୁ ଏହା କ’ଣ ସବୁବେଳେ ସମ୍ଭବ ହୋଇଥାଏ? ବେଳେବେଳେ ଛୋଟ ଛୋଟ କଥାରୁ ଘରେ ଅଶାନ୍ତିର ବାତାବରଣ ଦେଖାଦେଇଥାଏ।

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ଓ୍ବାଶିଂଟନ: ବର୍ତ୍ତମାନ ସମୟରେ ବଡିବିଲଡିଂ ପ୍ରତି ଯୁବଗୋଷ୍ଠୀଙ୍କ ଆକର୍ଷଣ ବୃଦ୍ଧି ପାଉଛି। ମାତ୍ର ବଡିବିଲଡିଂ ସହ ଧୂମପାନ କରୁଥିବା ବ୍ୟକ୍ତି ସତର୍କ ହୋଇଯାଆନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ, ଧୂମପାନ ମାଂସପେଶୀ ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇଥାଏ।

ନିଜ ମାଟିରେ ଅଜଣା: ଯୁବ କ୍ରିଡାବିତ୍‌ ପ୍ରଣୟ

ନିଜ ମାଟିରେ ଅଜଣା: ଯୁବ କ୍ରିଡାବିତ୍‌ ପ୍ରଣୟ

ଚାକିରି ଏକ ପେଶା। ହେଲେ ସାଇକେଲ ଚାଳନା ନିଶା। କଲେଜ ସମୟରେ ପାଠ ଚାପରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ ମଧ୍ୟ ସାଇକେଲ ରେସ୍‌ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ଦୃଢ ଇଛା ଶକ୍ତି ଓ ଚେଷ୍ଟା ତାଙ୍କ ପାଇଁ ଆଣି ଦେଇଥିଲା ସୁଯୋଗ।

ନିଜ କଥା: ଆବେଗଭରା ଗୀତ ଶୁଣିବାକୁ ଭଲଲାଗେ: ଡ. ପ୍ରସନ୍ନ କୁମାର ମହାନ୍ତି

ନିଜ କଥା: ଆବେଗଭରା ଗୀତ ଶୁଣିବାକୁ ଭଲଲାଗେ: ଡ. ପ୍ରସନ୍ନ କୁମାର ମହାନ୍ତି

ଡ. ପ୍ରସନ୍ନ କୁମାର ମହାନ୍ତି। ୧୯୫୯ ଏପ୍ରିଲ ୧୦ରେ ଖୋର୍ଦ୍ଧା ଜିଲା ବାଳକାଟୀରେ ଜନ୍ମଗ୍ରହଣ କରିଥିବା ମହାନ୍ତି ବର୍ତ୍ତମାନ ବିଜେବି ସ୍ବୟଂଶାସିତ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହି କଲେଜରୁ ସ୍ନାତକ ସାରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ, ଏମ୍‌ଫିଲ୍‌ ଓ ପିଏଚ୍‌ଡି ଲାଭ କରି ୧୯୭୯ ଜୁଲାଇ ୧୯ରେ ସେ ପ୍ରଥମେ ଏକାମ୍ର କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଚାକିରିରେ ଯୋଗଦେଇଥିଲେ। ଅଧ୍ୟାପନା ବ୍ୟତୀତ ସେ ଜଣେ ସାହିତି୍ୟକ ମଧ୍ୟ। ତାଙ୍କ ଲିଖିତ ୧୭ଟି ପୁସ୍ତକ ପ୍ରକାଶ ପାଇଛି।

ଯେଉଁଠି କେବଳ ପାଣି ପାଇଁ ହୁଏ ଦ୍ୱିତୀୟ ବିବାହ

ଯେଉଁଠି କେବଳ ପାଣି ପାଇଁ ହୁଏ ଦ୍ୱିତୀୟ ବିବାହ

ପାଣି ପାଇଁ ଏଠି ପୁରୁଷ କରନ୍ତି ଦ୍ୱିତୀୟ ବିବାହ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପାଣି ସମସ୍ୟା ଏବେ ସାରା ପୃଥିବୀର ସମସ୍ୟା। ଦିନକୁ ଦିନ ଏହା ବଢିବାରେ ଲାଗିଛି। ହେଲେ ଏହି ସମସ୍ୟାର କିଛି ସମାଧାନ ପାଇଁ ଆମ ଦେଶର କିଛି ଲୋକ ଦ୍ୱିତୀୟ ବିବାହ କରିଥାଆନ୍ତି।

ଗୋମତୀ ଚକ୍ର ରଖିଲେ କ’ଣ ହୁଏ

ଗୋମତୀ ଚକ୍ର ରଖିଲେ କ’ଣ ହୁଏ

ଗୋମତୀ ଚକ୍ର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଗୋମତୀ ଚକ୍ର ରଖିଥିବା ବ୍ୟକ୍ତିଙ୍କ ପାଖରେ ଧନର ଅଭାବ କେବେ ହୋଇ ନ ଥାଏ। ଏହାକୁ ଗୁରୁବାର ଓସ୍ତ ପତ୍ର ଉପରେ ରଖି କୁଙ୍କୁମ ଓ ଅକ୍ଷତରେ ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଜପ କରି ପ୍ରାଣ ପ୍ରତିଷ୍ଠା କରିବାକୁ ହୋଇଥାଏ।

ଆତଙ୍କର ନାମ: ନିପା ଭାଇରସ୍‌...

ଆତଙ୍କର ନାମ: ନିପା ଭାଇରସ୍‌...

କେରଳରେ ବ୍ୟାପୁଥିବା ନିପା ଭାଇରସ୍‌ ଏବେ ଦେଶରେ ଆତଙ୍କ ସୃଷ୍ଟି କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ଏହା ଏମିତି ଏକ ଭୂତାଣୁ ବା ଭାଇରସ୍‌ ଯାହା ମନୁଷ୍ୟ ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ସାଂଘାତିକ ରୋଗର କାରଣ ସାଜିଥାଏ। ଏହି ନିପା ଭାଇରସ୍‌ ଏନ୍‌ଆଇଭି(NiV) ରୂପେ ମଧ୍ୟ ପରିଚିତ।

ବାୟୁ ପ୍ରଦୂଷଣ: ବଢ଼ୁଛି ଅକାଳ ମୃତ୍ୟୁ

ବାୟୁ ପ୍ରଦୂଷଣ: ବଢ଼ୁଛି ଅକାଳ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି। ଏଥିଯୋଗୁ କେବଳ ଯେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି ତାହା ନୁହେଁ ବରଂ ମାନବ ସଭ୍ୟତା ପ୍ରତି ଏହା ବିପଦ ରୂପେ ଉଭା ହୋଇଛି।

୭୦ ବର୍ଷର ମହିଳା ୬ ମାସର ଗର୍ଭବତୀ

୭୦ ବର୍ଷର ମହିଳା ୬ ମାସର ଗର୍ଭବତୀ

ନୂଆଦିଲ୍ଲୀ/ଓ୍ବାଶିଂଟନ : ମା’ ହେବା ନାରୀର ଏକ ବଡ଼ ସ୍ବପ୍ନ। ତେବେ ପରିଣତ ବୟସରେ ମା’ହେବାରେ କେତେକ ସମସ୍ୟା ଉପୁଜିଥାଏ। ମାତ୍ର ମେକ୍ସିକୋର ଜଣେ ୭୦ ବର୍ଷ ବୟସ୍କା ମହିଳା ୬ ମାସର ଗର୍ଭବତୀ ଥିବା ନେଇ ସୂଚିତ କରିଛନ୍ତି।

ମଲ୍‌ଚା ମହଲର ଅତୃପ୍ତ ଆତ୍ମା

ମଲ୍‌ଚା ମହଲର ଅତୃପ୍ତ ଆତ୍ମା

ଦିଲ୍ଲୀ ଆର୍ଥ ଷ୍ଟେସନ୍‌ ନିକଟରେ ବୁଦ୍ଧ ଜୟନ୍ତୀ ପାର୍କ ପଛପଟେ ରହିଛି ମଲ୍‌ଚା ମହଲ। ଏଠାରେ ଅତୃପ୍ତ ଆତ୍ମା ରହିଥିବାନେଇ ଅନେକ କହିଥାନ୍ତି। ଅନେକ ସମୟରେ ଏଠାରେ ଅନେକ ଆତ୍ମହତ୍ୟା କରିଥାନ୍ତି। କାହିଁକି ଏକ ନିଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଆତ୍ମହତ୍ୟା କରନ୍ତି ତାହାର ରହସ୍ୟ କାହାକୁ ଜଣାନାହିଁ। ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଶାରିରୀକ ସମ୍ପର୍କ ସ୍ଥାପନ ଲାଗି ଦିଆଯାଏ ଶିକ୍ଷା

ଶାରିରୀକ ସମ୍ପର୍କ ସ୍ଥାପନ ଲାଗି ଦିଆଯାଏ ଶିକ୍ଷା

ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ନାନା ପ୍ରକାର ପରମ୍ପରା ତଥା ପ୍ରଥା ପ୍ରଚଳିତ ହୋଇଥାଏ। ଇଣ୍ଡୋନେସିଆରେ ବାସ କରୁଥିବା ଜାରଓ୍ବା ଜନଜାତିରେ ବାଳିକା ଏବଂ ବାଳକଙ୍କୁ ୧୦ ବର୍ଷ ହେବାପରେ ବୟସରେ ବଡ଼ ଯୁବକ ଯୁବତୀ ସେମାନଙ୍କୁ ଶାରିରୀକ ସମ୍ପର୍କ ସ୍ଥାପନ ସମ୍ପର୍କରେ ଶିକ୍ଷାଦେଇଥାନ୍ତି।

ଏକାଧିକ ବିପରୀତ ଲିଙ୍ଗଙ୍କ ସହ ସମ୍ପର୍କ ଆଣେ ଶୁକ୍ର-ମଙ୍ଗଳ ଯୋଗ

ଏକାଧିକ ବିପରୀତ ଲିଙ୍ଗଙ୍କ ସହ ସମ୍ପର୍କ ଆଣେ ଶୁକ୍ର-ମଙ୍ଗଳ ଯୋଗ

ଜାତକରେ ଶୁକ୍ର-ମଙ୍ଗଳ ଯୋଗର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଶୁକ୍ର ହେଉଛନ୍ତି ପୁରୁଷତ୍ୱ ତଥା ପ୍ରେମକାରକ ଗ୍ରହ। ସେହିପରି ମଙ୍ଗଳ ହେଉଛନ୍ତି ସ୍ତ୍ରୀ ତଥା ରଜ କାରକ ଗ୍ରହ। ଏହି ଦୁଇଗ୍ରହର ମିଳନରେ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିପରୀତ ଲିଙ୍ଗଙ୍କୁ ଆକୃଷ୍ଟ କରିବାର କଳା ରହିଥାଏ।