ରାଜ୍ୟ |

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ
ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ସାହାଯ୍ୟ ଦାବିରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାସ୍ଥଳରେ ନିଆଁ ଜଳାଇ ୫ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, କଣାସ ଥାନା ଅଣ୍ଡାଳସିଂହ ଗ୍ରାମର ଜଣେ ବୃଦ୍ଧାଙ୍କ ଶବସତ୍କାର କରି ସ୍ବର୍ଗଦ୍ବାରରୁ ଏକ ଅଟୋ(ନଂ.ଓଡି୧୩ ଏଫ୦୧୧୨)ରେ ୮ ଜଣ ଗାଁକୁ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ପଥର ବୋଝେଇ ଟ୍ରକ(ନଂ.ଓଆର୍‌୦୯ଇ୭୩୭୧) ଉକ୍ତ ଅଟୋକୁ ଧକ୍କା ଦେଇ ରାସ୍ତାକଡ଼ ଏକ ଗଛରେ ପିଟିହୋଇଥିଲା। ଘଟଣାସ୍ଥଳରେ ଅଣ୍ଡାଳସିଂହ ଗ୍ରାମର ଉମାକାନ୍ତ ବଳିୟାରସିଂହ(୫୫), କୁମର ବିଶ୍ବାଳ(୬୨)ଙ୍କ ମୃତ୍ୟୁ ଘଟିଥିଲା। ଅଟୋଚାଳକ ତପନ ବିଶ୍ୱାଳ(୩୧), ବିଦ୍ୟାଧର ବରାଳ(୪୭), ସୁନୀଲ ସାମନ୍ତରାୟ(୪୮)ଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଉତ୍ତେଜିତ ଲୋକଙ୍କ ସହ ପୁରୀ ଉପଜିଲାପାଳ ମଧୁସୂଦନ ଦାସ, ସତ୍ୟବାଦୀ କଣାସ ତହସିଲଦାର, ଓ ପୋଲିସ ଆଲୋଚନା କରିଛନ୍ତି।
All Right Reserved By

ରାଜ୍ୟ |

ହକି ବିଶ୍ୱକପ୍‌ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ଦାବିରେ ବିକ୍ଷୋଭ

ହକି ବିଶ୍ୱକପ୍‌ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ଦାବିରେ ବିକ୍ଷୋଭ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ୱକପ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାର ସୂଚନା ଅଧିକାର ଆଇନ ବଳରେ ଦେଉନାହାନ୍ତି। ଫଳରେ ହକି ଖେଳ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରୁ କୋଟି କୋଟି ଟଙ୍କା ବାଟମାରଣା ହୋଇଛି ବୋଲି ଅଭିଯୋଗ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। 

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୧- ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ସହିତ ନିର୍ଦ୍ଦୋଷରେ କୋର୍ଟରୁ ମୁକୁଳିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। 

ଆଇପିଏସ୍‌ ସମ୍ମିଳନୀ ଆରମ୍ଭ: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ଆଇପିଏସ୍‌ ସମ୍ମିଳନୀ ଆରମ୍ଭ: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ)- ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ। କିଭଳି ନିର୍ବାଚନକୁ ସୁରୁଖୁରୁରେ ସମାପନ କରିହେବ ସେଥିଲାଗି ପୋଲିସକୁ ସ୍ବତନ୍ତ୍ର ରଣକୌଶଳ ଆପଣାଇବାକୁ ପଡିବ। 

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ବାଲେଶ୍ୱର ଅଫିସ, ୧୭।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୩ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। 

ପ୍ରେସର କୁକର୍‌ ଫାଟି ମାଇଁ ଭାଣିଜୀ ଗୁରୁତର

ପ୍ରେସର କୁକର୍‌ ଫାଟି ମାଇଁ ଭାଣିଜୀ ଗୁରୁତର

ଖୋର୍ଦ୍ଧା ଅଫିସ,୧୭ା୧: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ବେଣାଗାଡିଆ ଗାଁରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏକ ଅଘଟଣ ଘଟିଛି। ଗ୍ରାମର ଏକ ପରିବାରର ମାଇଁ ଓ ଭାଣିଜୀ 

ମିଲର୍ସଙ୍କୁ ନିର୍ଦ୍ଦେଶ: ୪ ମଣ୍ଡିରୁ ଧାନ କଷ୍ଟମ ମିଲିଂ ଭାବେ ନିଆଯିବ

ଜୟପୁର,୧୭।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କାମତା ଲ୍ୟାମ୍ପର ପୋଡ଼ାପଦର, କୁମୁଲି, କାମତା, ତରାଭଟ୍ଟା ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ପରେ କଷ୍ଟମ ମିଲିଂ ଭାବେ ନେବେ ମିଲର୍ସ। ଜିଲା ପ୍ରଶାସନ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି।  ସ୍ଥାନୀୟ ଉପଜିଲାପାଳ ଲୋକନାଥ ଦଳବେହେରା ନିଜ କାର୍ଯ୍ୟାଳୟରେ ଚାଷୀ ଓ ମିଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି । 

‘କାଳିଆ’ ଯୋଜନାରେ ସାମିଲ ହୋଇ ନାହାନ୍ତି ଆଖୁଚାଷୀ, ଏବେ ବରଗଡ଼ ସୁଗାର ମିଲ୍‌ ଉପରେ ସରକାରଙ୍କ ଆଖି: ସାଧୁ ନେପାକ

‘କାଳିଆ’ ଯୋଜନାରେ ସାମିଲ ହୋଇ ନାହାନ୍ତି ଆଖୁଚାଷୀ, ଏବେ ବରଗଡ଼ ସୁଗାର ମିଲ୍‌ ଉପରେ ସରକାରଙ୍କ ଆଖି: ସାଧୁ ନେପାକ

ଭୁବନେଶ୍ୱର/ବରଗଡ଼ ଅଫିସ, ୧୭।୧(ବ୍ୟୁରୋ): ବରଗଡ଼ ଜିଲାରେ ୪୦/୫୦ ବର୍ଷ ପୂର୍ବରୁ କଂଗ୍ରେସ ଅମଳରେ ପ୍ରତିଷ୍ଠିତ ସିମେଣ୍ଟ କାରଖାନାକୁ ବିକ୍ରି, ସୂତାକଳ, ସାର କାରଖାନା, ତେଲ ମିଲ, ପାଓ୍ବାରଲୁମ୍‌ ଆଦିକୁ ବନ୍ଦ କରିଦେବା ପରେ ଏବେ ସୁଗାର ମିଲ ଉପରେ ସରକାର ଆଖି ପକାଇଛନ୍ତି। ବରଗଡ଼ ପୂର୍ବ ବିଧାୟକ ସାଧୁ ନେପାକ କ୍ଷୋଭ ପ୍ରକାଶ କରି ଏହା କହିଛନ୍ତି। 

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ରାୟଗଡ଼ (ଗଜପତି), ୧୭ା୧(ଡି.ଏନ.ଏ)-୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଭତ୍ତା ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଗଜପତି ଜିଲା ରାୟଗଡ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୬୦ବର୍ଷ ବୟସ ଟପିବା ପରେ ବି ଅନେକ ବୃଦ୍ଧାବୃଦ୍ଧ ଏହି ଯୋଜନାରୁ ବଞ୍ଚତ୍ତ ଅଛନ୍ତି। 

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୁରୁବାର ନିଜର ମନିପର୍ସ ସହ କିଛି ମେଡିକାଲ ରିପୋର୍ଟ ହଜାଇ ଦେଇଥିଲେ। ମାତ୍ର ଏହାର ୪ ଘଣ୍ଟା ପରେ ସେ ନିଜର ହଜିଥିବା ପର୍ସଟି ଖୋଜି ପାଇଛନ୍ତି। ବଡ଼ ମେଡିକାଲ ଫାଣ୍ଡି ପୋଲିସର ସହାୟତା ଯୋଗୁ ଏପରି ଘଟିବା ସମ୍ଭବ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟଜଣଙ୍କ ନିଜର ଖୁସି ପ୍ରକାଶ କରିଛନ୍ତି।

ଗଦାଧର ଭୋଇଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି: ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସତ୍ୟବାଦୀ ଥାନା ଘେରାଉ

ଗଦାଧର ଭୋଇଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି: ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସତ୍ୟବାଦୀ ଥାନା ଘେରାଉ

ସାକ୍ଷୀଗୋପାଳ, ୧୭।୧(ଡି.ଏନ୍‌.ଏ)- ଦଳିତ ବର୍ଗର ଲୋକମାନଙ୍କ ଉପରେ କରାଯାଉଥିବା ନିର୍ଯାତନା ଅସହ୍ୟ ହେଲାଣି। ସତ୍ୟବାଦୀ ଥାନା ମହାବଳପଡା ଗ୍ରାମର ଗଦାଧର ଭୋଇଙ୍କୁ ଗତ ୭ମାସ ତଳେ ସେହି ଗ୍ରାମର କେତେକ ମୁଷ୍ଟିମେୟ ଲୋକ ଅପହରଣ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। 

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୭।୧: ମୟୁରଭଞ୍ଚ ଜିଲା ଖୁଣ୍ଟା ଥାନା ଅଧୀନସ୍ଥ କହ୍ନୋଇନ୍ଦ ଧାନଘେରା ରାସ୍ତାରେ  ଗୁରୁବାର ଏକ ପିକ୍‌ ଅପ୍‌ ଭ୍ୟାନ ଓଲଟି ପଡ଼ିବା ଫଳରେ ୨ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏଥିସହ  ଡ୍ରାଇଭର ସମେତ ୪୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଅନୁଗୋଳ ଅଫିସ,୧୭।୧: ଏନ୍‌ଟିପିସି-ଟିଏସ୍‌ଟିପିଏସ୍‌ କଣିହାଁ ଓ ଏନ୍‌ଟିପିସି-ଟିଟିପିଏସ୍‌ ତାଳଚେରର ୮ମ ଆର୍‌ପିଡିଏସି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଥିଲା। ତେବେ ୨୦୧୬ ମସିହା ଏପ୍ରିଲ ମାସରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିବା ଜଣାପଡ଼ିଛି।