Dharitri News
ମେଟ୍ରୋ |

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ: ଭୁବନେଶ୍ୱରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ: ଭୁବନେଶ୍ୱରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି ପୁରୀ ଅଫିସ,୨୧ା୧: ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାର ସୋମବାର ୨୫ ବର୍ଷ ପୂରଣ ହେଉଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଆରମ୍ଭ ହେବ। ସକାଳେ ଗୋବର୍ଦ୍ଧନ ମଠ ଏବଂ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୦ଟାରେ ମଠରୁ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଶ୍ରୀମନ୍ଦିରକୁ ଯିବ। ସେଠାରେ ମହାପ୍ରଭୁଙ୍କ ଓଲାଗି ମାଳ ପାଇବା ପରେ ଏହି ଯାତ୍ରା ଭୁବନେଶ୍ୱର ଅଭିମୁଖେ ବାହାରିବ। ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବକୁ ଉଦ୍‌ଘାଟନ କରିବେ। ଏଥିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୩ ତାରିଖଠାରୁ ଏହି ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଷୋଳ ଶାସନ ଅର୍ଥାତ୍‌ ପୁରୀ ନିକଟସ୍ଥ ୩୧ଟି ବ୍ରାହ୍ମଣ ଶାସନ ଗଁା ପରିକ୍ରମା କରିବ। ୩୦ ତାରିଖରେ ଏହା ଶେଷ ହେବ। ଏହି ୮ ଦିନରେ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ମୋଟ ୨୩୭ କିମି ପରିକ୍ରମା କରିବ ବୋଲି ଗୋବର୍ଦ୍ଧନ ପୀଠର ମୁଖପାତ୍ର ମନୋଜ ରଥ କହିଛନ୍ତି। ତାଙ୍କ ସୂଚନାନୁସାରେ, ଆଧ୍ୟାତ୍ମିକ ଯାତ୍ରା ପ୍ରଥମ ଦିନ ୨୩ ତାରିଖରେ ବୀରପୁରୁଷୋତ୍ତମପୁର, ଶ୍ରୀପୁରୁଷୋତ୍ତମପୁର, ଉଭୟମୁଖୀ ରାମଚନ୍ଦ୍ରପୁର, ନୂଆ ସୋମେଶ୍ୱରପୁର, ୨୪ରେ ବୀରରାମଚନ୍ଦ୍ରପୁର, ଶ୍ରୀରାମଚନ୍ଦ୍ରପୁର, ବିଶ୍ୱନାଥପୁର, ରାୟଚକ୍ରଧରପୁର, ୨୫ରେ ନୂଆଗଁା, ବୀରଗୋବିନ୍ଦପୁର, ବୀରପ୍ରତାପପୁର, ବୀରନରସିଂହପୁର, ୨୬ରେ ପ୍ରତାପ ରାମଚନ୍ଦ୍ରପୁର, ଶ୍ରୀମୁକୁନ୍ଦପୁର, ସରଖିଆ ବୀରକିଶୋରପୁର, ପାଟ୍ଟଯୋଶୀପୁର, ୨୭ରେ ରାୟଗୁରୁପୁର, ଲଳିତାପାଟପୁର, ବିଜୟ ରାମଚନ୍ଦ୍ରପୁର, ପ୍ରତାପ ପୁରୁଷୋତ୍ତମପୁର, ୨୮ରେ କହ୍ନେଇ ବିଦ୍ୟାଧରପୁର, ବୀରକେଶରୀପୁର, ବୀରବଳଭଦ୍ରପୁର, ବୀରହରେକୃଷ୍ଣପୁର, ୨୯ରେ ଗୋପୀନାଥପୁର, ଶାସନ ଦାମୋଦରପୁର, ଜଗନ୍ନାଥ ବିଦ୍ୟାଧରପୁର, ବାସୁଦେବପୁର, ୩୦ରେ ଗୋକୁଳପୁର, କପିଳେଶ୍ୱରପୁର ଓ କାଶୀଜଗନ୍ନାଥପୁର ପରିକ୍ରମା କରି ଗୋବର୍ଦ୍ଧନ ମଠକୁ ଫେରିବ।

ମେଟ୍ରୋ |

ରାଜଧାନୀ ଛାଡ଼ିଲା ଦନ୍ତା, ଲୋକେ ଆଶ୍ୱସ୍ତ

ରାଜଧାନୀ ଛାଡ଼ିଲା ଦନ୍ତା, ଲୋକେ ଆଶ୍ୱସ୍ତ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଭରତପୁର ଜଙ୍ଗଲରୁ ଭୁବନେଶ୍ୱର ଭିତରକୁ ଚାଲିଆସିଥିବା ଦନ୍ତା ହାତୀ ଶନିବାର ମଧ୍ୟରାତ୍ରରେ ସହର ଛାଡିଛି। ହାତୀଟି ଜୟଦେବ ବାଟିକାରୁ ବାହାରି ଖଣ୍ଡଗିରିବାରି ଦେଇ ଶ୍ୟାମପୁର ନୂଆଗାଁ ହୋଇ ଚନ୍ଦକା ଅଭୟାରଣ୍ୟକୁ ଯାଇଥିବା ଜଣାପଡିଛି।

ଚିଟ୍‌ଫଣ୍ଡ ମାମଲା: ୩୦ ସଂସ୍ଥାକୁ ନୋଟିସ

କଟକ ଅଫିସ, ୧୭।୨- ଚିଟ୍‌ଫଣ୍ଡ ମାମଲାରେ ଶନିବାର ଜଷ୍ଟିସ୍‌ ମଦନମୋହନ ଦାସ ତଦନ୍ତ କମିଶନ ୩୦ଟି ସଂସ୍ଥାକୁ କ୍ଷୂଦ୍ର ଜମାକାରୀଙ୍କ ସମ୍ପର୍କରେ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ଉକ୍ତ ସଂସ୍ଥାଗୁଡିକର ପାଖାପାଖି ୩୦ହଜାରରୁ ଊର୍ଦ୍ଧ୍ୱ କ୍ଷୂଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌, ଆଇକୋର୍‌ ସର୍ଭିସ ଭଳି ଅନେକ ସଂସ୍ଥା ରହିଛି। ସୂଚନା ଥାଉକି, କମିଶନ ତାଙ୍କର ତଦନ୍ତ ଜାରି ରଖିଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କୁ ୪ଟି ରିପୋର୍ଟ ପ୍ରଦାନ କରିଛନ୍ତି। ୫ମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୂଦ୍ର ଜମାକାରୀ(୧୦ହଜାର ଟଙ୍କାରୁ କମ) ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଠିକାଦାରଙ୍କୁ ଦାଦାବଟି ମାଗି ସିରିଜ ବୋମା ମାଡ଼

କଟକ ଅଫିସ, ୧୭।୨- ଜଗତପୁର ଥାନା ଅନ୍ତର୍ଗତ ଚାହାପଡ଼ା ନିକଟସ୍ଥ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଶନିବାର ସିରିଜ ବୋମାମାଡ଼ ହୋଇଛି। କେନାଲ ବନ୍ଧ ମରାମତି କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କୁ କେତେଜଣ ଦୁବୃର୍ତ୍ତ ଦାଦାବଟି ମାଗିଥିଲେ। ହଠାତ୍‌ ମୁହଁରେ କପଡ଼ା ବାନ୍ଧିଥିବା ୨ଜଣ ଦୁବୃର୍ତ୍ତ ଏକ ମୋଟରସାଇକେଲରେ ଆସି ପୃଥକ ୩ଟି ସ୍ଥାନରେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଠିକା କାର୍ଯ୍ୟରେ ନିୟୋଜିତ ବିଭିନ୍ନ ମେଶିନ ଉପରକୁ ମଧ୍ୟ ଏହି ବୋମାମାଡ଼ ହୋଇଥିଲା। ତେବେ ବୋମାମାଡ଼ରେ ସେପରି କ୍ଷୟକ୍ଷତି ଘଟିନାହିଁ। ଠିକାଦାରଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।

୫୦ ହଜାର ଲାଞ୍ଚ ମାମଲା: ଜେଲ ଗଲେ କନିଷ୍ଠ ଯନ୍ତ୍ରୀ

କଟକ ଅଫିସ, ୧୭।୨- ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କଟକ ଦୋଳମୁଣ୍ଡାଇ ବିଦ୍ୟୁତ୍‌ ସେକ୍ସନର କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ସେନାପତିଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଶନିବାର ବିକାଶଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ସେନାପତିଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ଉକ୍ତ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୩ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୭ରେ: ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୭ରେ: ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୧୭।୨- ନବମ ଶ୍ରେଣୀ ଧନ୍ଦାମୂଳକ ଥିଓରି ପରୀକ୍ଷା ଆସନ୍ତା ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ମୋଟ ୬ଟି ଟ୍ରେଡ୍‌ରେ ପରୀକ୍ଷା ହେବ। ସେଗୁଡ଼ିକ ହେଲା ଟ୍ରାଭେଲ ଆଣ୍ଡ୍‌ ଟୁରିଜମ୍‌, ଇନ୍‌ଫରମେଶନ ଟେକ୍ନୋଲୋଜି ଏନାବ୍‌ଲଡ୍‌ ସର୍ଭିସ, ରିଟେଲ ଟ୍ରେଡ୍‌, ବ୍ୟାଙ୍କିଂ ଫାଇନାନ୍‌ସିଆଲ ସର୍ଭିସ ଆଣ୍ଡ୍‌ ଇନ୍‌ସ୍ୟୁରାନ୍ସ, ହେଲ୍‌ଥ କେୟାର, ବିଉଟି ଆଣ୍ଡ୍‌ ୱେଲନେସ୍‌। ରାଜ୍ୟର ୩୧୩ଟି ହାଇସ୍କୁଲର ଛାତ୍ରୀଛାତ୍ର ୩୧୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ଦ୍ୱିତୀୟ ସପ୍ତାହରେ ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଶନିବାରଠାରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବ୍‌ସାଇଟ୍‌ (www.bseodisha.ac.in)ରେ ହାଇସ୍କୁଲ ମୁଖ୍ୟମାନେ ସ୍କୁଲ କୋଡ୍‌ ଓ ପାସ୍‌ୱାର୍ଡ ପ୍ରଦାନ କରି ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସାରଥିଙ୍କ ବିରୋଧରେ ଇଡ଼ିର ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

ସାରଥିଙ୍କ ବିରୋଧରେ ଇଡ଼ିର ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୨- ସାରଥି ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଆଗୁଆ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସରକାରୀ ଅର୍ଥ ହେରଫେର: ପୂର୍ବତନ ବିଡିଓଙ୍କ ସମେତ ୩ ଦଣ୍ଡିତ

କଟକ ଅଫିସ, ୧୭।୨-ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ନୂଆପଡା ଜିଲା ସିନାପାଲି ବ୍ଲକର ପୂର୍ବତନ ବିଡିଓ ସୁନୀଲ କୁମାର ସାହୁ। ଉକ୍ତ ମାମଲାରେ ବିଡିଓ ସାହୁଙ୍କ ସମେତ ବ୍ଲକର ତତ୍କାଳୀନ କିରାଣୀ ଦିବାକର ଦୁର୍ଗା ଓ ଖରିଆରରୋଡଠାରେ ଥିବା ଏକ ଘରୋଇ ସଂସ୍ଥାର ମାଲିକ ତାରା ଚାନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି।

ଭାଙ୍ଗିଗଲା ଅସ୍ଥାୟୀ ରତ୍ନ ସିଂହାସନ

ଭାଙ୍ଗିଗଲା ଅସ୍ଥାୟୀ ରତ୍ନ ସିଂହାସନ

ପୁରୀ ଅଫିସ,୧୭।୨: ଭାଙ୍ଗିଗଲା ମହାପ୍ରଭୁଙ୍କ ଅସ୍ଥାୟୀ ରତ୍ନ ସିଂହାସନ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲା ଦୁଇ ଦଶନ୍ଧିର ଏହି ଐତିହ୍ୟ। ପ୍ରଥମେ ଉଇ ଖାଇଯିବା ପରେ ଏବେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ: ୨ ମାସରେ ଫଇସଲା ହେବ ୧୯ ବର୍ଷର ଆବେଦନ

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ: ୨ ମାସରେ ଫଇସଲା ହେବ ୧୯ ବର୍ଷର ଆବେଦନ

ପୁରୀ ଅଫିସ, ୧୭।୨: ଶ୍ରୀଜଗନ୍ନାଥଙ୍କ ଜମି କିଣିବାକୁ ଦୀର୍ଘ ୧୯ବର୍ଷ ଧରି ଲୋକମାନେ ଆବେଦନ କରି ଚାହିଁ ବସିଛନ୍ତି। ହେଲେ କର୍ମଚାରୀ ଅଭାବ ଏବଂ ବିଭିନ୍ନ ସମସ୍ୟା କାରଣରୁ ଆବେଦନଗୁଡିକ ଫାଇଲ ଭିତରେ ରହିଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବେ ଏ ଦିଗରେ ଅଧିକ ତତ୍ପରତା ଦେଖାଇଛି।

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ପୁରୀ ଅଫିସ, ୧୭।୨: ଆସନ୍ତା ମାର୍ଚ୍ଚ ୧ ତାରିଖରେ ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ସଜେଇ ହେଲାଣି ଦୋଳବେଦି। ଦୋଳ ପୂର୍ଣ୍ଣିମାରେ ଦୋଳବେଦି କୁଞ୍ଜରେ ଦୋଳି ଖେଳିବେ ଶ୍ରୀଦୋଳଗୋବିନ୍ଦ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦୋଳବେଦି ପରିସରକୁ ସଫା କରିବା ଆରମ୍ଭ କରିଛି।

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ଭରତପୁର ଜଙ୍ଗଲରୁ ଭୁବନେଶ୍ୱର ସହର ଭିତରକୁ ଚାଲିଆସିଥିବା ଦନ୍ତା ହାତୀକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜଙ୍ଗଲକୁ ଫେରିବାକୁ ବାଟ ନ ପାଇ ହାତୀଟି ଖଣ୍ଡଗିରି ଅଞ୍ଚଳରେ ଘୂରି ବୁଲୁଛି। ଯେଉଁଠି ଜଙ୍ଗଲିଆ ସ୍ଥାନ ଦେଖୁଛି ସେଠାକୁ ପଶି ଲୁଚିଯାଉଛି। ଦିନରାତି ଦନ୍ତାଟି ବାଟବଣା ହୋଇ ଏଣେତେଣ ବୁଲୁଥିବାବେଳେ ତାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗୁଛି। ସେପଟେ ଭିଡ଼ ଦେଖିଲେ ହାତୀଟି ହିଂସ୍ର ହୋଇପଡ଼ୁଛି। ଆକ୍ରମଣ କରିବାକୁ ଗୋଡ଼ାଉଛି। ଶନିବାର ଭୋରୁ ଡୁମ୍‌ଡୁମା ଫେଜ-୪ରେ ହାତୀକୁ ଦେଖି ଜଣେ ବୃଦ୍ଧା ଭୟରେ ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ଛାତି ହାଡ଼ ଭାଙ୍ଗିଯାଇଛି।

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଗତ ଶୁକ୍ରବାର ଶେଷ ହୋଇଛି। ଏଥିରେ ଓୟୁଏଟିର ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।