ରାଜ୍ୟ |

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ
ଭୁବନେଶ୍ୱର, ୨୧।୧(ବ୍ୟୁରୋ)- ଘରେ ସ୍ତ୍ରୀ ଥାଇ ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଡାକ୍ତର ସ୍ବାମୀ ବ୍ୟସ୍ତ ରହୁଥିଲେ। ଶେଷରେ ତାଙ୍କ ସ୍ତ୍ରୀ ଗୁପ୍ତଚର ଲଗାଇ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି। ପରିଣାମସ୍ବରୂପ ଡାକ୍ତର ଏବଂ ତାଙ୍କ ବାନ୍ଧବୀଙ୍କୁ ସ୍ତ୍ରୀଙ୍କ ହାତରୁ ମାଡ଼ ଖାଇବାକୁ ପଡ଼ିଛି। ରବିବାର ଶହୀଦନଗର ଥାନା ଅନ୍ତର୍ଗତ ଏକ ହୋଟେଲରେ ଡାକ୍ତର ସ୍ବାମୀଙ୍କ ଏହି କାରନାମା ଧରାପଡ଼ିଛି। ସୂଚନାଯୋଗ୍ୟ, ଶହୀଦନଗର ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ସ୍ନାୟୁ ବିଭାଗର ଜଣେ ଡାକ୍ତର ୨ବର୍ଷ ତଳେ ବିବାହ କରିଥିଲେ। ହେଲେ ସେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ। ତାଙ୍କ ସହିତ ବିଭିନ୍ନ ହୋଟେଲକୁ ଯାଇ ମଉଜ କରୁଥିଲେ। ସେହି ମହିଳାଙ୍କ ସ୍ବାମୀ ବାଙ୍ଗଲୋରରେ ଚାକିରି କରୁଥିଲେ। ଏପଟେ ଡାକ୍ତରଙ୍କ ଆଚାର ବ୍ୟବହାର ଉପରେ ସ୍ତ୍ରୀଙ୍କ ସନ୍ଦେହ ହୋଇଥିଲା। ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରିବା ପାଇଁ ସ୍ତ୍ରୀ ଯୋଜନା କରିଥିଲେ। ଟଙ୍କା ଦେଇ କେତେକ ହୋଟେଲରେ ଗୁପ୍ତଚର ରଖିଲେ। ସବୁଦିନ ଭଳି ରବିବାର ଅପରାହ୍ନ ପ୍ରାୟ ୨ଟାରେ ଡାକ୍ତର ଜଣକ ସମ୍ପୃକ୍ତ ମହିଳାଙ୍କ ସହ ଶହୀଦନଗର ଥାନା ନିକଟ ଏକ ହୋଟେଲକୁ ଯାଇଥିଲେ। ସେଠାରେ ଦୁହେଁ ମଉଜମସ୍ତିରେ ବ୍ୟସ୍ତ ଥିଲେ। ଏହି ଖବର ସେଠାରେ ଥିବା ଜଣେ ଗୁପ୍ତଚର ଡାକ୍ତରଙ୍କ ସ୍ତ୍ରୀଙ୍କୁ ଜଣାଇଦେଲେ। ଖବର ପାଇ ତୁରନ୍ତ ସ୍ତ୍ରୀ ହୋଟେଲକୁ ଯାଇ ତାଙ୍କ ସ୍ବାମୀ ଥିବା ରୁମରେ ପଶିଯାଇଥିଲେ। ସେଠାରେ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥିବା ଦେଖିବା ପରେ ସ୍ତ୍ରୀଙ୍କ ମୁଣ୍ଡକୁ ପିତ ଉଠି ଯାଇଥିଲା। ସେ ନିଜ ସ୍ବାମୀ ଏବଂ ସମ୍ପୃକ୍ତ ମହିଳାଙ୍କୁ ପିଟିଥିଲେ। ଏପରି କି ଡାକ୍ତର ସ୍ବାମୀ ବାହାରକୁ ଚାଲିଆସିବା ପରେ ବି ସ୍ତ୍ରୀ ତାଙ୍କୁ ରାସ୍ତାରେ ପିଟିଥିଲେ। ଡାକ୍ତରଙ୍କ ସହ ଆସିଥିବା ମହିଳା ଜଣକ ଲୋକଲଜ୍ଜା ଭୟରେ ଏକ କାର୍‌ ବୁକ୍‌ କରି ଘଟଣାସ୍ଥଳରୁ ଖସି ପଳାଇ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଥିଲେ। ସେଠାରୁ ପୋଲିସ ତାଙ୍କୁ ମହିଳା ଥାନାକୁ ପଠାଇଥିଲା। ମହିଳା ଥାନାରୁ ମାମଲାଟିକୁ ମାଧ୍ୟମକୁ ହସ୍ତାନ୍ତର ହୋଇଛି। କ୍ୟାପିଟାଲ ଥାନାର ଜଣେ ଏଏସ୍‌ଆଇ କହିଛନ୍ତି, ଘଟଣାଟି ସତ। ମହିଳା ଜଣକ ଆମ ଥାନାକୁ ଭୁଲ୍‌ରେ ଆସିଥିଲେ। ତାଙ୍କୁ ମୁଁ ମହିଳା ଥାନାକୁ ପଠାଇ ଦେଇଥିଲି।
All Right Reserved By

ରାଜ୍ୟ |

ମହିଳା ପୋଲିଂ ଅଫିସରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

ମହିଳା ପୋଲିଂ ଅଫିସରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

କଟକ ସଦର,୨୪।୨(ଡି.ଏନ.ଏ.): ଚଳିତ ନିର୍ବାଚନରେ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ସେମାନଙ୍କ ପାଇଁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ନିୟାମବଳୀ ପ୍ରସ୍ତୃତ କରିଛନ୍ତି। 

ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ ପ୍ରଶ୍ନ

ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ ପ୍ରଶ୍ନ

ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ଜବାବରେ ବିଜେଡି ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ୨୦ଟି ପ୍ରଶ୍ନ ପଚରାଯାଇଛି।

ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀ:ସବୁ ଦଳରୁ ଏକାଧିକ ଆଶାୟୀ

ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀ:ସବୁ ଦଳରୁ ଏକାଧିକ ଆଶାୟୀ

କଟକ ଅଫିସ, ୨୪।୨:୨୦୦୯ରେ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ ରାଜ୍ୟ ରାଜନୈତିକ ମାନଚିତ୍ରରୁ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନମଣ୍ଡଳୀ ଲିଭି ଯାଇଥିଲା। 

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ

ରାଜନଗର, ୨୪।୨-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଶୁକ୍ରବାର ଅଲିଭରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହୋଇଛି। 

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ଫୁଲବାଣୀ ଅଫିସ,୨୪।୨:ପ୍ରେମ ମାନେ ନାହିଁ ସୀମା ସରହଦ, ବାଧା ବନ୍ଧନ। ସୁଦୂର ସ୍ବିଡେନର ଝିଅ କନ୍ଧମାଳ ଜିଲା ଫୁଲବାଣୀର ବୋହୂ ସାଜିବା ଏହି କଥାକୁ ଯେପରି ବାସ୍ତବ ରୂପ ଦେଇଛି। ଶନିବାର ସମ୍ପୂର୍ଣ୍ଣ ମୁସଲିମ୍‌ ରୀତିନୀତି ଅନୁସାରେ ସ୍ବିଡେନର ଝିଅ ଇମା ଲୋର ଭୋଇଟଙ୍କ ସହ ଫୁଲବାଣୀ ହନୁମାନ ମନ୍ଦିରସାହିର ମହମ୍ମଦ ଆଜାରୁଦ୍ଦିନଙ୍କ ବିବାହ ସମ୍ପନ୍ନ ହୋଇଛି ା 

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌  କରିବା ପରେ ହୋମ୍‌ ପେଜ୍‌ରେ ‘ମ୍ୟାଡ୍‌ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍‌ସାଇଟ୍‌ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍‌ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍‌ସାଇଟ୍‌ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଛି। 

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍‌କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ। 

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍‌ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍‌, ତାଙ୍କ ସମସ୍ୟା ବି ମହାନ୍‌। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ। 

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ

ଢେଙ୍କାନାଳ ଅଫିସ, ୨୪।୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ନ ୪ଟାରେ ଢେଙ୍କାନାଳ ଜିଲା ଗସ୍ତରେ ଆସି ହିନ୍ଦୋଳ ବ୍ଲକ ସାତମାଇଲରେ ଆୟୋଜିତ ସମାବେଶରେ ଯୋଗଦେବେ। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି।