ରାଜ୍ୟ | ବ୍ରହ୍ମପୁର

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ
ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ। ଖାଦ୍ୟ ଲୋଭରେ ବନ୍ୟପ୍ରାଣୀ ଏହି ଖାଦ୍ୟକୁ ଖାଇବା ଲାଗି ଉଦ୍ୟମ କଲା ବେଳେ ବିସ୍ଫୋଟକ ସାମଗ୍ରୀ ବିସ୍ଫୋରଣ ହୋଇଥିଲା। ଫଳରେ ବାର୍‌ହାର ମୃତ୍ୟୁ ଘଟିଥିଲା। ସତ୍ୟବାନ ମୃତ ବାର୍‌ହାକୁ ବାଇକରେ ଲଦି ଆଣୁଥିଲା ବେଳେ ବନ କର୍ମଚାରୀମାନେ ବାଇକ୍‌ ଓ ମୃତ ବାର୍‌ହାକୁ ଜବତ କରିବା ସହିତ ସତ୍ୟବାନଙ୍କୁ ଧରିଥିଲେ। ସେହିପରି ଅପରାହ୍ନ ୫ଟାରେ ରମେଶଙ୍କୁ ଗିରଫ କରାଯାଇଥିଲା। ଘଟଣା ସମ୍ପର୍କରେ ଆସିକା ବନାଞ୍ଚଳରେ ନଂ. ୧୫୬/୧୭-୧୮ରେ ଏକ ମାମଲା ରୁଜୁ କରାଯାଇଛି।
All Right Reserved By

ରାଜ୍ୟ | ବ୍ରହ୍ମପୁର

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

କଟକ ଅଫିସ୍‌, ୨୩।୧: ନେତାଜୀ ଜୟନ୍ତୀ ଅବସରରେ କଟକ ଜିପିଓ ଡାକ ଘରେ ସାଇକେଲ ରିକ୍ସା ବାହିତ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି।

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ଖୋର୍ଦ୍ଧା ଅଫିସ/ବେଗୁନିଆ, ୨୩।୧(ଡି.ଏନ୍‌.ଏ.): ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ ଦାବିରେ ବୁଧବାର ବେଗୁନିଆ ଥାନାରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି।  ଏଥିସହ ସେମାନେ ବେଗୁନିଆ ଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେନାବନୀ ଦେଇଛନ୍ତି।

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ପୁରୀ ଅଫିସ,୨୩ା୧: ନେତାଜୀ ସୁଭାଷ ବୋଷଙ୍କ ୧୨୨ତମ ଜୟନ୍ତୀ ବୁଧବାର ସ୍ଥାନୀୟ ନେତାଜୀ ସଂଗ୍ରହାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ । 

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ମହାକାଳପଡ଼ା,୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବାରଡ଼ାଙ୍ଗ ପଞ୍ଚାୟତର ନନ୍ତାର ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ନଡ଼ା ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ମାତ୍ର ଟ୍ରାକ୍ଟର ଡ୍ରାଇଭର ଟିଟୁ ଜେନାଙ୍କ ଯୋଗୁ ଗାଡ଼ିଟି ଜଳିବାରୁ ରକ୍ଷା ପାଇଯାଇଛି। 

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କାଠବାରୀ ଗ୍ରାମ ରାସ୍ତା କଡ଼ରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର ଜାପାନୀ ନାଏକ ହୋଇଥିବା ଜଣାପଡ଼ିଛି।

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗର,୨୩।୧(ଡି.ଏନ୍‌.ଏ.): ରାଜନଗରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଦ୍ୱିିବେଦୀ ଟ୍ରାଭେଲ୍ସ(୯୩୯) ବସ୍‌ ବୁଧବାର ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସ୍‌ଟି ସକାଳ ୬ଟାରେ ରାଜନଗରରୁ ଯାତ୍ରା ଆରମ୍ଭ କରି ୫ଶହ ମିଟର ଆସିବା ପରେ ରାଜନଗର-ମଦନପୁର ରାସ୍ତାର ତିଳକ ନଗର ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସି ପଡ଼ିଥିଲା। 

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି।