ଜାତୀୟ |

ସର୍ଭେ ପରେ ଫାଇଲ ବନ୍ଦ

ସର୍ଭେ ପରେ ଫାଇଲ ବନ୍ଦ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାୟଗଡ଼ା-ଗୋପାଳପୁର ପ୍ରସ୍ତାବିତ ରେଳ ପ୍ରକଳ୍ପର ସର୍ଭେ କାମ ୨୦୧୧-୧୨ ମସିହାରୁ ସରିଛି। ଏହି ୨୮୫ କିଲୋମିଟର ଲମ୍ବ ରେଳପଥରେ ମୋଟ ୨୫ଟି ଷ୍ଟେଶନ ରହିବ। ପୂର୍ବତଟ ରେଳପଥ ଜୋନ୍‌ର ଡେପୁଟି ଚିଫ୍‌ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ(ଚନ୍ଦ୍ରଶେଖରପୁର) ଏହି ସର୍ଭେ କାମ କରିଥିଲା। କାର୍ଯ୍ୟାଳୟ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ ସର୍ଭେ ରିପୋର୍ଟ ଦିଆଯାଇ ସାରିଛି। ହେଲେ ପ୍ରକଳ୍ପ ପାଇଁ ବଜେଟରେ ଅର୍ଥ ମଞ୍ଜୁର କରାଯାଇ ପାରିନାହିଁ। ସୂଚନା ଅଧିକାର ଆଇନ୍‌(ଆରଟିଆଇ) ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି।
କୁହାଯାଉଛି ଯେ, ପ୍ରକଳ୍ପକୁ ବାସ୍ତବ ରୂପ ଦେବାଲାଗି ରେଳ ମନ୍ତ୍ରଣାଳୟର ଆନ୍ତରିକତା ନ ଥିବା ଜଣାପଡୁଛି। ଏପରିକି ଏହି ପ୍ରକଳ୍ପ ନେଇ କୌଣସି ରାଜନୈତିକ ଦଳ ଓ ବୃଦ୍ଧିଜୀବୀ ମହଲ ମଧ୍ୟ ସ୍ବର ଉତ୍ତୋଳନ କରୁନାହାନ୍ତି। ଫଳରେ ରେଳ ମନ୍ତ୍ରଣାଳୟ ପ୍ରକଳ୍ପର ସର୍ଭେ ରିପୋର୍ଟକୁ ନାଲି ଫିତା ତଳେ ବାନ୍ଧି ରଖି ବସି ପଡିଛି। ବନ୍ଦର ସହର ଗୋପାଳପୁରରୁ ଉପାନ୍ତ ଜିଲା ରାୟଗଡ଼ାକୁ ପ୍ରସ୍ତାବିତ ଏହି ରେଳ ପ୍ରକଳ୍ପ ନିମନ୍ତେ କୌଣସି ବଜେଟରେ ଅର୍ଥ ବରାଦ ହୋଇ ନ ଥିବାରୁ ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାକୁ ସଂଯୋଗ ସକାଶେ ପ୍ରସ୍ତାବିତ ଏହି ରେଳ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରେ ରହି ଯାଇଛି।
ଆଉ କିଛି ଦିନ ପରେ ୨୦୧୮-୧୯ ଆର୍ଥିକ ବର୍ଷପାଇଁ ଲୋକ ସଭାରେ ବଜେଟ ଉପସ୍ଥାପିତ ହେବ। ବଜେଟ ପୂର୍ବରୁ ଏହି ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳର ଆଇନଜୀବୀ ବି. ଶଙ୍କର ପାତ୍ର ଆରଟିଆଇ ଜରିଆରେ ସବିଶେଷ ତଥ୍ୟ ମାଗିଥିଲେ। ଯେଉଁଥିରେ ଉଲ୍ଲେଖ ଅଛି, ୨୦୦୬-୦୭ ମସିହାରେ ରାୟଗଡ଼ା ଗୋପାଳପୁର ରେଳ ପ୍ରକଳ୍ପ ପାଇଁ ରେଲଓ୍ବେ ବୋର୍ଡରୁ ମଞ୍ଜରୀ ମିଳିଥିଲା। ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ୧୧,୬୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଥିଲା। ରେଳ ଲାଇନର କିଲୋମିଟର ପିଛା ୮.୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଥିଲା। ରେଲଓ୍ବେ ବୋର୍ଡରେ ପ୍ରକଳ୍ପକୁ ମଞ୍ଜୁରୀ ମିଳିବାପରେ ସେତେବେଳେ ଯୋଜନା କମିଶନ ମଧ୍ୟ ଏହି ପ୍ରକଳ୍ପକୁ ସ୍ବୀକୃତି ଦେଇଥିଲେ। କମିଶନଙ୍କ ପାଖରୁ ସ୍ବୀକୃତି ମିଳିବାପରେ ସେହି ବର୍ଷ ସର୍ଭେ କାର୍ଯ୍ୟ ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ୪କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରକଳ୍ପର ସର୍ଭେ କାମକୁ ଡେପୁଟି ଚିଫ୍‌ ଇଞ୍ଜିନିୟର କାର୍ଯ୍ୟାଳୟ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ୨୦୧୧-୧୨ରେ ସାରି ତା. ୧୯ା ୧ା ୨୦୧୫ରେ ରେଲଓ୍ବେ ବୋର୍ଡକୁ ରିପୋର୍ଟ ଦେଇଛି। ଏହା ଭିତରେ ୨ଟି ରେଳ ବଜେଟ ଏବଂ ଗୋଟିଏ ସାଧାରଣ ଓ ରେଳ ମିଳିତ ବଜେଟ ଲୋକସଭାରେ ମଧ୍ୟ ଉପସ୍ଥାପିତ ହୋଇ ସାରିଛି। ହେଲେ ରାୟଗଡ଼ା-ଗୋପାଳପୁର ରେଳ ପ୍ରକଳ୍ପକୁ ମନ୍ତ୍ରଣାଳୟ ବଜେଟରେ ସ୍ଥାନ ଦେଇନାହିଁ ବୋଲି ତଥ୍ୟରୁ ଜଣାପଡିଛି। ଆହୁରି ମଧ୍ୟ ଜଣାପଡିଛି ଯେ, ଏହି ପ୍ରକଳ୍ପର ଶିଳାନ୍ୟାସ କୌଣସି ପାର୍ଶ୍ୱରୁ କରାଯାଇ ନାହିଁ। ଅର୍ଥାତ ଗଞ୍ଜାମ ଜିଲାର ଗୋପାଳପୁର ପଟୁ ହେଉ କିମ୍ବା ରାୟଗଡ଼ା ଜିଲା ପଟୁ ପ୍ରକଳ୍ପ କାମର ଶୁଭାରମ୍ଭ ପାଇଁ ଶିଳାନ୍ୟାସ ହୋଇନାହିଁ। ଏହି ରେଳପଥରେ ପ୍ରସ୍ତାବିତ ଷ୍ଟେଶନଗୁଡ଼ିକ ହେଲା ରାୟଗଡା ଜିଲାର ରାୟଗଡ଼ା, ଜିିମିଡିପେଟା, ଗୁମୁଡା,କୁରୁପଙ୍କା, ମେରିଗୁଡା, ଦିଗଭମଣ୍ଡା, ଲକ୍ଷ୍ମୀପୁର, ଗୋତଲାଭଦ୍ରା, ଚିନ୍ତଲାଗୁଡା, ଗୁଣୁପୁର, ଚଲାଖମ୍ବା, ପଦ୍ମପୁର ଓ ସରଦାପୁର ଥିବାବେଳେ ଗଜପତି ଜିଲାର ନୂଆଁଗଡ, ଲେଡିଗୁଡା,ଅନ୍ତରବା, ଚାନ୍ଦିପୁଟ ଓ ଗୁମା। ଗଞ୍ଜାମ ଜିଲାର ଭୀଷ୍ମଗିରି, ଦିଗପହଣ୍ଡି, ବାଲିପଡା, ଗୁରୁଣ୍ଠି, ଜଗନ୍ନାଥପୁର ଓ ଗୋପାଳପୁରରେ ଷ୍ଟେଶନ ତିଆରି ହେବ ବୋଲି ଆରଟିଆଇ ତଥ୍ୟରୁ ଜଣାପଡିଛି। ପ୍ରକଳ୍ପରେ ୫୨ଟି ବୃହତ୍‌ ଓ ୩୫୦ ଗୋଟି ଛୋଟ ପୋଲ ନିର୍ମାଣ କରାଯିବାର ପ୍ରସ୍ତାବ ମଧ୍ୟ ରହିଛି। ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨-୧୩ ଆର୍ଥିକ ବର୍ଷରୁ ପ୍ରତି ରେଳ ବଜେଟ ପୂର୍ବରୁ ରେଳମନ୍ତ୍ରୀକୁ ଚିଠି ଲେଖି ଏହି ପ୍ରକଳ୍ପକୁ ବଜେଟରେ ସ୍ଥାନ ଦେବାପାଇଁ ଅନୁରୋଧ କରି ଆସିଛନ୍ତି। ପ୍ରକଳ୍ପ କିନ୍ତୁ ବଜେଟରେ ସ୍ଥାନ ପାଇନାହିଁ। ଯାହାଦ୍ୱାରା ପ୍ରକଳ୍ପ ପାଇଁ ଗୋଟିଏ ହେଲେ ଟଙ୍କା ମଞ୍ଜୁର ହୋଇପାରିଲା ନାହିଁ। ୨୦୧୮-୧୯ ସାଧାରଣ ବଜେଟ ଉପସ୍ଥାପନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ଅପରପକ୍ଷରେ କୋରାପୁଟ ଓ ବ୍ରହ୍ମପୁର ଏମ୍‌ପି ପାର୍ଲାମେଣ୍ଟରେ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଭିମୁଖ୍ୟ ପ୍ରକାଶ କରୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଯାଇଛି ବୋଲି କୁହାଯାଉଛି।
ରିପୋର୍ଟ-ସନାତନ ବାରିକ


All Right Reserved By

Model This Week

ସନ୍ତୋଷ

ଜାତୀୟ |

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

ବମ୍ବେ,୨୬।୫: ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌)ରେ କାର୍ଯ୍ୟ ଚାଲିଥିବାରୁ ଶନିବାର ବମ୍ବେର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍‌ଓ୍ବେକୁ ୩ ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଲକ୍ଷ୍ନୌ,୨୬।୫: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ୪ ବର୍ଷର ଶାସନକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଅଭିହିତ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଭାଜପା ପ୍ରତ୍ୟେକ କ୍ଷେତ୍ରରେ ଅସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି।

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ସୀତାପୁର,୨୬।୫: ଉତ୍ତରପ୍ରଦେଶର ସୀତାପୁର ଜିଲା ମାଜିଷ୍ଟ୍ରେଟ୍‌ ସ୍ବଚ୍ଛ ଭାରତ ମିଶନ୍‌କୁ ସଫଳ କରିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ନିଜର ଘରେ ଥିବା ଶୌଚାଳୟ ସାମ୍ନାରେ ସେଲ୍‌ଫି ନେଇ ଉକ୍ତ ଫଟୋକୁ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

ଚଣ୍ଡୀଗଡ,୨୬।୫: ଜଣେ ୧୪ ବର୍ଷର ଛାତ୍ରଙ୍କ ସହ ଟ୍ୟୁସନ ଶିକ୍ଷୟିତ୍ରୀ ଶାରୀରିକ ସମ୍ପର୍କ ରଖିବା ଘଟଣା ଏବେ ଚଣ୍ଡୀଗଡରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରଙ୍କର ଅଭିଯୋଗକ୍ରମେ ଉକ୍ତ ଶିକ୍ଷୟତ୍ରୀଙ୍କୁ ପୋଲିସ ଗିରଫ କରିଛି।

ମଣିପୁରରେ ସୌର ଶୌଚାଳୟ

ମଣିପୁରରେ ସୌର ଶୌଚାଳୟ

ଇମ୍ଫାଲ,୨୬।୫: ସୌର ଶୌଚାଳୟ ନିର୍ମାଣରେ ମଣିପୁର ଉତ୍ତର-ପୂର୍ବରେ ପ୍ରଥମ ଏବଂ ଦେଶର ୩ୟ ରାଜ୍ୟ ଭାବେ ପରିଗଣିତ ହୋଇଛି। ଇବୁଧୋଉ ମାର୍ଜିଂ ହିଲ୍‌ ହେଂଗାଙ୍ଗ୍‌ରେ ଗତ ସପ୍ତାହରେ ପର୍ଯ୍ୟଟନ ବିଭାଗ ସଚିବ ଓ୍ବିଖୋମ୍‌ ଇବୋହଲ ଏହାର ଉଦ୍‌ଘାଟନ କରିଛନ୍ତି।

ନିପା ଭାଇରସର ମୁଖ୍ୟକାରଣ ନୁହେଁ ବାଦୁଡି

ନିପା ଭାଇରସର ମୁଖ୍ୟକାରଣ ନୁହେଁ ବାଦୁଡି

କୋଜିକୋଡେ,୨୬।୫: କେରଳରେ ନିପା ଭାଇରସରେ ଏବେ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭାଇରସ ବାଦୁଡିଠାରୁ ଆସୁଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହା ଭୂଲ୍‌ ବୋଲି ଡାକ୍ତରମାନେ କହୁଛନ୍ତି।

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ସାମ୍ବାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି।

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ନୂଆଦିଲ୍ଲୀ,୨୬।୫: ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ ହେଉଥିବା ସମୟରେ ଜଣେ ଶିଖ୍‌ ପୋଲିସ ଅଫିସର ତାଙ୍କୁ ବଞ୍ଚାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି: କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି: କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’

ନୂଆଦିଲ୍ଲୀ,୨୬।୫: ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନ୍ୟପଟେ କଂଗ୍ରେସ ଏହାକୁ ନେଇ ପାଳୁଛି ‘ବିଶ୍ୱାସଘାତ ଦିବସ’।

‘ମେକୁନୁ’କୁ ନେଇ ସତର୍କତା ଜାରି

‘ମେକୁନୁ’କୁ ନେଇ ସତର୍କତା ଜାରି

ମହାରାଷ୍ଟ୍ର,୨୬।୫:‘ମେକୁନୁ’ ଘୂର୍ଣ୍ଣିଝଡକୁ ନେଇ ମହାରାଷ୍ଟ୍ର-ଗୋଆ ଉପକୂଳରେ ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ(ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସୀମାରେ ଅନୁପ୍ରବେଶ ଉଦ୍ୟମ: ୫ ଆତଙ୍କବାଦୀ ମୃତ

ସୀମାରେ ଅନୁପ୍ରବେଶ ଉଦ୍ୟମ: ୫ ଆତଙ୍କବାଦୀ ମୃତ

ଶ୍ରୀନଗର.୨୬।୫: ଜମ୍ମୁ-କଶ୍ମୀରର ତାଙ୍ଗଧାର ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଶନିବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।