ଖେଳ |

ପ୍ରଥମ ଇନିଂସ ଭାରତର ୬୦୦ ରନ୍

ପ୍ରଥମ ଇନିଂସ ଭାରତର ୬୦୦ ରନ୍

ଗାଲେ, ୨୭।୭: ଭାରତ-ଶ୍ରୀଲଙ୍କା ଟେଷ୍ଟମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୬୦୦ ରନରେ ପାଳି ଶେଷ କରିଛି। ପ୍ରଥମ ପାଳିରେ ଭାରତର ଶେଖର ଧାୱନ ୧୯୦ ରନ୍, ଚେତେଶ୍ବର ପୂଜାରା ୧୫୩ ରନ୍, ଅଜିଙ୍କ୍ୟ ରାହାନେ ୫୭ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ୍ କରିଛନ୍ତି। ଶ୍ରୀଲଙ୍କାର ନୂଆନ ପ୍ରଦୀପ ୧୩୨ ରନ୍ ବିନିମୟରେ ୬ ୱିକେଟ ହାସଲ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଦଳ ବ୍ୟାଟିଂ ଆରମ୍ଭ କରି ୱିକେଟ ଅପସାରଣ ସୁଦ୍ଧା ୩ ୱିକେଟ ହରାଇ ୭୯ ରନ୍ କରିଛି।

All Right Reserved By

Model This Week

ସନ୍ତୋଷ

ଖେଳ |

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ ଅଫିସ,୨୭।୫: ଫୁଲବାଣୀ କରୋନେଶନ୍‌ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଫୁଲବାଣୀ କପ୍‌-୨୦୧୮ ଫୁଟବଲ୍‌ ଟୁର୍ନାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ପୋଲିସ୍‌ ଟାଇବ୍ରେକରରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି।

ଶୁଟର ରବି କୁମାର ଫାଇନାଲରୁ ବଞ୍ଚତ୍ତ

ଶୁଟର ରବି କୁମାର ଫାଇନାଲରୁ ବଞ୍ଚତ୍ତ

ମ୍ୟୁନିକ, ୨୭।୫(ପି.ଟି.)- ଭାରତୀୟ ଶୁଟର ରବି କୁମାର ଚଳିତ ବର୍ଷର ୩ୟ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଛନ୍ତି। ଏଠାରେ ଚାଲିଥିବା ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ୦.୬ ପଏଣ୍ଟ ବ୍ୟବଧାନରେ ତ୍ରୟୋଦଶ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ହାସଲ କରିପାରିନାହାନ୍ତି। ମେକ୍ସିକୋରେ ଅନୁଷ୍ଠିତ ବିଶ୍ୱକପ୍‌ରେ ବ୍ରୋଞ୍ଜ ପଦକ ଏବଂ କୋରିଆରେ ଅନୁଷ୍ଠିତ ବିଶ୍ୱକପ୍‌ରେ ୪ର୍ଥ ସ୍ଥାନ ହାସଲ କରିଥିବା ରବି ୬୦ ଶଟ୍‌ ବିଶିଷ୍ଟ ଯୋଗ୍ୟତା ପର୍ଯ୍ୟାୟରେ ୬୨୮.୬ ପଏଣ୍ଟ ରଖିଥିଲେ।

 ରିକାର୍ଡୋଙ୍କୁ ପୋଲ୍‌ ପୋଜିଶନ

ରିକାର୍ଡୋଙ୍କୁ ପୋଲ୍‌ ପୋଜିଶନ

ମୋନାକୋ, ୨୭ା୫ (ଏଏଫ୍‌ପି)- ରବିବାର ହେବାକୁଥିବା ମୋନୋକୋ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ରେଡ୍‌ବୁଲର ଡାନିଏଲ ରିକାର୍ଡୋ ପୋଲ ପୋଜିଶନ ହାସଲ କରିଛନ୍ତି। ଫାଇନାଲ ପ୍ରାକ୍ଟିସରେ ଟିମ୍‌ମେଟ୍‌ ମାକ୍ସ ଭର୍ଷ୍ଟାପେନ୍‌ଙ୍କର ଏକ ବଡ଼ ଦୁର୍ଘଟଣା ଯୋଗୁ ସେ ଏହି ସେସନରେ ଅଂଶଗ୍ରହଣ କରିପାରି ନ ଥିଲେ। ତାଙ୍କ କାର୍‌ ଏକ ନୂଆ ଗିଅର୍‌ ବକ୍ସ ଆବଶ୍ୟକ କରୁଥିଲା। ଠିକଣା ସମୟରେ ତାହାର ମରାମତି ହୋଇପାରି ନ ଥିଲା। ଫଳରେ ସେ ରବିବାର ଗ୍ରୀଡ୍‌ ପଛରୁ ରେସ୍‌ ଆରମ୍ଭ କରିବେ। ରିକାର୍ଡୋଙ୍କ ଏହା ହେଉଛି ଦ୍ୱିତୀୟ ପୋଲ ପୋଜିଶନ। ଏହା ପୂର୍ବରୁ ସେ ୨୦୦୬ରେ ପୋଲ ପୋଜିଶନ ହାସଲ କରିଥିଲେ।

ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ

ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ନାସିକ ଇନ୍‌ଡୋର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ଜାତୀୟ ଗ୍ରାପଲିଂ ପ୍ରତିଯୋଗିତାର ଏକାଦଶ ସଂସ୍କରଣରେ ଓଡ଼ିଶା ଦଳ ୪ଟି ସ୍ବର୍ଣ୍ଣ ସହ ମୋଟ୍‌ ୬ଟି ପଦକ ଜିତିଛି।

ଓଡ଼ିଆ ଝିଅ ସୋହିନୀ ରନର୍ସଅପ୍‌

ଓଡ଼ିଆ ଝିଅ ସୋହିନୀ ରନର୍ସଅପ୍‌

ଭୁବନେଶ୍ୱର, ୨୭।୫(ସ୍ପୋର୍ଟ୍‌ସ ବ୍ୟୁରୋ)- ଇମ୍ଫାଲ ଡିଷ୍ଟ୍ରିକ୍ଟ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ୧୨ ବର୍ଷରୁ କମ୍‌ ଏଆଇଟିଏ ସୁପର୍‌ ସିରିଜ ପ୍ରତିଯୋଗିତାରେ ଓଡ଼ିଶାର ସୋହିନୀ ସଞ୍ଜୟ ମହାନ୍ତି ରନର୍ସଅପ୍‌ ହୋଇଛନ୍ତି।

ଷ୍ଟେଟ୍‌ ସ୍କୁଲ୍ସ ଓପନ୍‌ ଚେସ୍‌: ପ୍ରଭାଂଶୁ ଚାମ୍ପିୟନ

ଷ୍ଟେଟ୍‌ ସ୍କୁଲ୍ସ ଓପନ୍‌ ଚେସ୍‌: ପ୍ରଭାଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଷ୍ଟେଟ୍‌ ଚେସ୍‌ ଆସୋସିଏଶନ ଓ ସାଇ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ଏକଦିବସୀୟ ପ୍ରଥମ ଷ୍ଟେଟ୍‌ ଓପନ୍‌ ସ୍କୁଲ୍ସ ଚେସ୍‌ ଚାମ୍ପିୟନଶିପ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଟାଉନ କ୍ଲବକୁ ହରାଇଲା ଶହୀଦ ସ୍ପୋର୍ଟିଂ

ଟାଉନ କ୍ଲବକୁ ହରାଇଲା ଶହୀଦ ସ୍ପୋର୍ଟିଂ

ଭୁବନେଶ୍ୱର, ୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଟାଉନ୍‌ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ୍‌ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଶହୀଦ ସ୍ପୋର୍ଟିଂ ଦଳ ୭ ଉଇକେଟ୍‌ରେ ଆୟୋଜକ ଟାଉନ କ୍ଲବକୁ ପରାସ୍ତ କରିଛି। ବିଜୟୀ ଦଳର ମନୋଜ ବାରିକ (୫ ଉଇକେଟ୍‌) ଓ ଶୁଭମ ଶତ୍ରୁଜିତ୍‌ (୯୯ ରନ)ଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ଏହି ପରାଜୟ ପରେ ଟାଉନ କ୍ଲବ ହ୍ୟାଟ୍ରିକ ବିଜୟ ହାସଲରୁ ବଞ୍ଚତ୍ତ ହୋଇଛି।

କୋଚ୍‌ ଦାୟିତ୍ୱକୁ ଫେରିଲେ ଦେବାଶିଷ

କୋଚ୍‌ ଦାୟିତ୍ୱକୁ ଫେରିଲେ ଦେବାଶିଷ

କଟକ ଅଫିସ, ୨୭।୫- ରାଜ୍ୟ ରଣ୍‌ଜୀ ଦଳର ମୁଖ୍ୟ କୋଚ୍‌ ଭାବେ ଦେବାଶିଷ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୧ ମସିହାରୁ ରାଜ୍ୟ ସିନିୟର କ୍ରିକେଟର କୋଚ୍‌ ଭାର ସମ୍ଭାଳି ଆସୁଥିବା ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ୨୦୧୭-୧୮ ସିଜିନ୍‌ରେ ବ୍ୟକ୍ତିଗତ କାରଣ ଦର୍ଶାଇ କୋଚ୍‌ ଦାୟିତ୍ୱ ଗ୍ରହଣ କରି ନ ଥିଲେ। ତେବେ ପୁନର୍ବାର ଦେବାଶିଷ ରାଜ୍ୟ ରଣଜୀ ଦଳର କୋଚ୍‌ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮-୧୯ ସିଜିନ୍‌ ନିମନ୍ତେ ଶନିବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସମସ୍ତ ବୟସ ବର୍ଗର କୋଚ୍‌, ଚୟନକର୍ତ୍ତା, ଟ୍ରେନର ଓ ଫିଜିଓମାନଙ୍କ ନାମ ଘୋଷଣା କରାଯାଇଛି ।

ଷ୍ଟିଙ୍ଗ୍‌ ଅପରେଶନ: ଭାରତ-ଶ୍ରୀଲଙ୍କା ଟେଷ୍ଟରେ ପିଚ୍‌ ଫିକ୍ସିଂ

ଷ୍ଟିଙ୍ଗ୍‌ ଅପରେଶନ: ଭାରତ-ଶ୍ରୀଲଙ୍କା ଟେଷ୍ଟରେ ପିଚ୍‌ ଫିକ୍ସିଂ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଗତବର୍ଷ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଏକ ଟେଷ୍ଟ ମ୍ୟାଚରେ ପିଚ୍‌ ଫିକ୍ସିଂ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ଦାବି କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଶନିବାର ଏହାର ତଦନ୍ତ ଆରମ୍ଭ କରାଯାଇଛି।

ପ୍ରଥମ ଟେଷ୍ଟ: ଦୃଢ଼ ସ୍ଥିତିରେ ପାକିସ୍ତାନ

ପ୍ରଥମ ଟେଷ୍ଟ: ଦୃଢ଼ ସ୍ଥିତିରେ ପାକିସ୍ତାନ

ଲଡର୍‌ସ, ୨୭।୫ (ଏ.ଏଫ.ପି.)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାର ଭ୍ରମଣକାରୀ ପାକିସ୍ତାନ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରି ସ୍ଥିତି ଦୃଢ଼ କରିଛି। ଇଂଲଣ୍ଡକୁ ପ୍ରଥମ ଇନିଂସରେ ୧୮୪ ରନରେ ଅଲଆଉଟ କରିବା ପରେ ପାକିସ୍ତାନ ପ୍ରଥମ ଇନିଂସରେ ୧୧୪.୩ ଓଭରରେ ୩୬୩ ରନ କରି ଅଲଆଉଟ ହୋଇଥିଲା।

ଚେନ୍ନାଇ - ହାଇଦ୍ରାବାଦ ଫାଇନାଲ ଆଜି

ଚେନ୍ନାଇ - ହାଇଦ୍ରାବାଦ ଫାଇନାଲ ଆଜି

ବମ୍ବେ, ୨୭।୫(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୧ତମ ସଂସ୍କରଣ ଶେଷ ପର୍ଯ୍ୟାୟରରେ ପହଞ୍ଚିଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍‌ର ମାନ୍ୟତା ପାଇଥିବା ଆଇପିଏଲ୍‌ର ଫାଇନାଲ ମୁକାବିଲା ରବିବାର ଖେଳାଯିବ।

ଡାଇମଣ୍ଡ ଲିଗ୍‌: ନିରଜଙ୍କୁ ୬ଷ୍ଠ ସ୍ଥାନ

ଡାଇମଣ୍ଡ ଲିଗ୍‌: ନିରଜଙ୍କୁ ୬ଷ୍ଠ ସ୍ଥାନ

ୟୁଜିନ(ୟୁଏସ୍‌ଏ),୨୬।୫(ପି.ଟି.)- ଭାରତର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା ଏଠାରେ ଚାଲିଥିବା ଡାଇମଣ୍ଡ ଲିଗ୍‌ର ୩ୟ ଲେଗ୍‌ ସିରିଜ୍‌ରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।