ରାଜ୍ୟ | ସମ୍ବଲପୁର

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ
ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୫ କିଲୋଗ୍ରାମ ସୁନା ଜବତ କରାଯାଇଛି। ଗିରଫ ସମୟରେ ଡକାୟତ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସମ୍ବଲପୁର ଏସ୍‌ପି ସଞ୍ଜିବ ଆରୋରା ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଓଡ଼ିଶା ଅଣାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଡିସେମ୍ବର ୨୮ରେ ବନ୍ଧୁକ ଦେଖାଇ ଡକାୟତମାନେ ଉକ୍ତ କମ୍ପାନୀରୁ ଟଙ୍କା ଓ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟି ନେଇଥିଲେ।
All Right Reserved By

ରାଜ୍ୟ | ସମ୍ବଲପୁର

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି। ପୁଣ୍ୟଶ୍ଳୋକ ବାଜପେୟୀଙ୍କ ଉଦ୍ଦେଶ୍ୟରେ ନବୀନ  କହିଛନ୍ତି  ଯେ, ତାଙ୍କ ମୃତ୍ୟୁରେ ସେ ଗଭୀର ମର୍ମାହତ। ଭାରତବର୍ଷ ତା’ର ଗୋଟିଏ ମହାନ୍‌ ନେତାଙ୍କୁ ହରାଇଛି।

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ରାଜ୍ୟ ସରକାର ଶୁକ୍ରବାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିସହିତ ଗୁରୁବାରଠାରୁ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ନୂଆଦିଲୀ, ୧୬।୮:  ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି  ଜିଲା ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। 

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି।