ରାଜ୍ୟ |

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’
ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖ୍ୟାତି ତାଲିକାରେ ରବିବାର ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। ମହାରାଷ୍ଟ୍ରର ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଞ୍ଚ ଏବଂ ଏମ୍‌ଆଇଟି ସ୍କୁଲ୍‌ ଅଫ୍‌ ଗଭର୍ନାନ୍ସର ମିଳିତ ସହଯୋଗରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉତ୍ସବରେ ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଯୋଗଦେଇଥିଲେ।
All Right Reserved By

ରାଜ୍ୟ |

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯: ଗଞ୍ଜାମ ଜିଲା କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

କାକଟପୁର,୨୦।୯(ଡି.ଏନ୍‌ଏ.): ପୁରୀ ଜିଲା ଅସ୍ଥରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ  ପାଞ୍ଚଗ୍ରାମ ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ   ବୁଧବାର ଉକ୍ତ ଗ୍ରମର ଜଣେ ଯୁବକ ଆକ୍ରମଣ କରିବା ସହ ବିଦ୍ୟାଳୟକୁ ଆସିଲେ ମାରିଦେବାକୁ ଧମକ ଦେଇଥିଲେ। 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ ଗୁରୁବାର ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ତାରିଖ ଧାର୍ଯ୍ୟ ହେବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ସମ୍ବଲପୁର, ୨୦।୯ (ବ୍ୟୁରୋ)- ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା ଅଭିଯାନରେ ଗୁରୁବାର ସମ୍ବଲପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର (ଶ୍ରୀଅରବିନ୍ଦ ସ୍କୁଲ) ସାମିଲ ହୋଇଛି। ପ୍ରାର୍ଥନା ପରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢ଼ିବାକୁ ସ୍ଲୋଗାନ ଦେଇଥିଲେ। ଏଥିରେ ନର୍ସରୀ ରୁ ୧୦ମ ଶ୍ରେଣୀର ୧୪୧୮ ଜଣ ଛାତ୍ରୀଛାତ୍ର ସାମିଲ ଥିଲେ। ସେହିପରି ୪୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଏହି ଅଭିଯାନରେ ସାମିଲ 

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କଟକ ଅଫିସ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ଗୁରୁବାର ସକାଳେ କାର ଓ ଟ୍ରକ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଛି। 

କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣା: ଅଭିଜିତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣା: ଅଭିଜିତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିବା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍‌ ଆୟାର ମିତ୍ରଙ୍କୁ ଗୁରୁବାର ଗିରଫ କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୋଲିସ ଅଭିଜିତ୍‌ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

ଭସାଣି ଶୋଭାଯାତ୍ରାରେ ସ୍ବାସ୍ଥ୍ୟ, ସ୍ବଚ୍ଛତାର ବାର୍ତ୍ତା

ଭସାଣି ଶୋଭାଯାତ୍ରାରେ ସ୍ବାସ୍ଥ୍ୟ, ସ୍ବଚ୍ଛତାର ବାର୍ତ୍ତା

ବୀରମହାରାଜପୁର, ୨୦।୯ (ଡି.ଏନ.ଏ)- ବୀରମହାରାଜପୁର ବ୍ଲକର ସୁବଳୟା ଗଡଭିତରେ ଚାଲିଥିବା ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ବୁଧବାର ମୁର୍ତ୍ତି ବିସର୍ଜନ ସହ ସମ୍ପନ୍ନ ହୋଇଛି। ଏଥର ଭସାଣି ଶୋଭଯାତ୍ରା ଖୁବ୍‌ ଆକର୍ଷଣୀୟ ହୋଇଥିବା ବେଳେ ଏହାରି ମାଧ୍ୟମରେ ଦିଆଯାଇଥିଲା ସଚେତନତାର ବାର୍ତ୍ତା। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ରୋଗରେ ନିରାକରଣ ପାଇଁ ସ୍ବଚ୍ଛତା ସମ୍ପର୍କିତ ସଚେତନଧର୍ମୀ ବାର୍ତ୍ତା ପ୍ଲାକାର୍ଡ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ତାଛଡା ପିଲାମାନେ ବିଭିନ୍ନ