ଫୁରସତ |

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ପ୍ରାୟ ୯୦କି.ମି ଦୂର, ସେଠାରୁ ପଟ୍ଟାମୁଣ୍ଡାଇ। ପଟ୍ଟାମୁଣ୍ଡାଇରୁ ୪୦କି.ମି ରାଜନଗର। ଯୋଜନା ଅନୁଯାୟୀ ରାଜନଗର ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଗୋଟିଏ ରାତି ରହଣି । ମାଘମାସର ଶୀତୁଆ ସକାଳର ବଡ଼ିଭୋରରୁ କୁହୁଡ଼ିଘେରା ରାସ୍ତାରେ ହଂସୁଆ ନଦୀବ୍ରିଜ ଦେଇ ବାହାରି ପଡ଼ିଥିଲୁ ପ୍ରାୟ ୨୫କିମି ଦୂର । ସଡ଼କପଥରେ ଗୁପ୍ତି ଯିବା ବାଟରେ ପଡ଼େ ଓକିଲପାଳଛକ। ସେଇଠି ଶେଷ ହୁଏ ପିଚୁସଡ଼କ। ମୁଖ୍ୟ ସଡ଼କରୁ ଡାହାଣକୁ ଭାଙ୍ଗିଗଲେ ପ୍ରାୟ ଦେଢ଼କିମି ଦୂର ଆବୁଡ଼ାଖାବୁଡ଼ା ପାଦଚଲା ମାଟିରାସ୍ତାରେ ପଡ଼ିବ ବନବିଭାଗର ଏକ ତନଖି ଫାଟକ। ଏହା ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳର ପ୍ରବେଶ ପଥ। ସୁନେଇ ରୁପେଇ ଜଙ୍ଗଲ ଦେଇ ଗଲାବେଳେ ବାଟରେ ପଡ଼ିବ ବାଉଁଶଗଡ଼ି ନଈ।
ନଈର ନାଁ ବାଉଁଶଗଡ଼ି:- ନଈର ଗଭୀରତା ପ୍ରାୟ ୩୦ଫୁଟ୍‌ରୁ ବେଶିହେବ। ଓସାର ପ୍ରାୟ ୬୦ଫୁଟ୍‌ । ଏହା ଅତି ବିପଜ୍ଜନକ ନଈ । ଏଠାରେ କୁମ୍ଭୀରଙ୍କ ବାସସ୍ଥଳୀ। ମାତ୍ର ନାଉରିଆ ପାଟିରୁ କଥା ସରି ନ ଥାଏ ପ୍ରାୟ ୪୦ଫୁଟ୍‌ ଦୂରରେ ହଠାତ୍‌ ଏକ ବିରାଟ କୁମ୍ଭୀର ପହଁରି ଆସୁଥିଲା ପୁଣି ପ୍ରାୟ ୬୦ଫୁଟ୍‌ ଦୂର ଆଉ ଏକ ଦିଗରେ କୁମ୍ଭୀର ପହଁରିବା ଦୃଶ୍ୟ ଦେଖି ମନରେ ଟିକେ ଶଙ୍କା ଅସିଲା। ଘାଟର ନାଉରିଆ କରୁଣାକର ବେହେରା କୁହନ୍ତି, ବାଉଁଶଗଡ଼ି ନଈ ରାସ୍ତାକୁ ଦୁଇଖଣ୍ଡ କରିଦେଇଛି। ଦିନବେଳା ଘାଟଚାଲେ, ପୁଣି ବର୍ଷା ପବନ ହେଲେ ବନ୍ଦ ରହେ। ଅଳ୍ପସମୟରେ ପାରହେଲୁ ନଈ। ମଗରକନ୍ଦା ଗାଁର ନିୟତି ମଲିକଙ୍କ ଠାରୁ ଶୁଣିଲୁ ୨୦୧୩ ଫାଇଲିନ ବାତ୍ୟା ସମୟରେ ପ୍ରବଳବର୍ଷା । ଏକ ହୁଲିଡ଼ଙ୍ଗାରେ ନଦୀପାର ବେଳେ ହଠାତ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ିଯାଇଥିଲା । ଏମିତିରେ ୪୦ଜଣଙ୍କୁ ସେ ଉଧାର କରିଥିଲେ। ପୁଣି ଏହା ହିଁ ସାତଭାୟାକୁ ଏକମାତ୍ର ବାଟ । ଏଠାରୁ ପ୍ରାୟ୧୨ କି.ମି ଦୂର। ଏହା ଯେତିକି ରହସ୍ୟମୟ ସେତିକି ବିପଜ୍ଜନକ । ରାସ୍ତାର ଦୁଇପଟେ ଲୁଣିପାଣିସିକ୍ତ ସନ୍ତସନ୍ତିଆ ହେନ୍ତାଳବଣ । ଆବୁଡାଖାବୁଡ଼ା ରାସ୍ତା ଅବସ୍ଥାରୁ ହିଁ ଅନୁମାନ କରିପାରୁଥିଲୁ ଆମ ଅଭିଳଷିତ ଗାଁର ଅବସ୍ଥାକୁ। ରାସ୍ତାକଡ଼ ଫୁଙ୍ଗୁଳା ଗହୀର ବିଲରେ ଠାଏଠାଏ ଲୁଣାପାଣି ଜମିରହିଛି। ଜଳମଗ୍ନ ସ୍ଥାନରେ ବିଦେଶୀ ଓ ଦେଶୀପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ। ରାସ୍ତାକଡ଼ ବାଲିରେ ସିଜୁ ଓ ସପ୍ତଫେଣି କଣ୍ଟାଗଛର ବୁଦା। କିଛି ଦୂର ଗଲାପରେ ମଝିଗହୀରର ଏକ ନିକାଞ୍ଚନ ସ୍ଥାନରେ କୋଠାଘର । ପଥଚାରୀଙ୍କ ଠାରୁ ପଚାରି ବୁଝିଲୁ ଏହା ହେଉଛି ସାତଭାୟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଯାହାକି ଏହି ଅଞ୍ଚଳର ଏକମାତ୍ର କୋଠାଘର । ଏହା ପରେ ଡାହାଣକୁ ଏକ ମୋଡ଼ାଣି ରାସ୍ତାରେ ଯିବାକୁ ହୁଏ। ସେଠାରୁ ପ୍ରାୟ ୩କି.ମି ଦୂରକୁ ଏକ ବାଲିବନ୍ଧ ଓ କିଛି ନଡ଼ିଆଗଛ କୁହୁଡ଼ିଘେରାରେ ଝାପ୍‌ସା ଦିଶୁଥାଏ । ଜାଣିଲୁ ଏହାହିଁ ସାତଭାୟାର ପରିଚିତ ସ୍ଥାନ। ଏଠାରେ ପହଞ୍ଚି ଦେଖିଲୁ ଏକ ମନ୍ଦିର ନିକଟରେ ରହିଛି ଗୋଟିଏ ଝାଟିମାଟି କୁଡ଼ିଆ । ସେଠାରେ ଥିଲେ ପୂଜାରିଣୀ। ଆମେ ଆସିବାର ଅଭିପ୍ରାୟ ଜଣାଇବାରୁ ମା’ଙ୍କ ପୂଜାରିଣୀ ବେଙ୍ଗଲତା ଦଳେଇ ଆମକୁ ଏହି ମନ୍ଦିର ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ସେ କୁହନ୍ତି ପଞ୍ଚୁବରାହୀ, ଜଞ୍ଜାଳି, ବିମଳାଇ, କମଳାଇ ଓ ବାଟକୁମାରୀ ଏଠାରେ ପୂଜାପାଉଛନ୍ତି। କିଛି ସମୟ ପରେ ସେ ଫେରିଗଲେ ମା’ଙ୍କ ଭୋଗ ପ୍ରସ୍ତୁତି ପାଇଁ।
ବିପଦ ଆପଦେ ସାହା ମା’ ପଞ୍ଚୁବରାହୀ:- ମା ’ପଞ୍ଚୁବରାହୀ ରାଜ ପ୍ରତିଷ୍ଠିତ ଦେବୀ । ଶୁଣିବାକୁ ମିଳେ ଏକଦା ଘଞ୍ଚ ଜଙ୍ଗଲ ମଧ୍ୟରେ ଦେବୀଙ୍କ ପ୍ରତିମା ପାଖରୁ ରାତିରେ ନିଆଁ ଜଳିବାର ଖବର ରାଜାଙ୍କ ପାଖେ ପହଞ୍ଚେ। ପରେ ପ୍ରଜାମାନଙ୍କ ଦ୍ୱାରା ସେହି ସ୍ଥାନ ଠାବ ହୋଇ ଦେବୀଙ୍କ ପ୍ରତିମା ଉଧାର ହୁଏ। ରାଜାଙ୍କୁ ସ୍ବପ୍ନାଦେଶ ହୁଏ ମା’ଙ୍କ ପୂଜାର୍ଚ୍ଚନା ପାଇଁ । ଚୈତ୍ରପର୍ବ ଓ ଦଶହରା ପାଳନ ହୁଏ। ପ୍ରତ୍ୟେକ ଦିନ ଖିରି ଖେଚୁଡ଼ି ଭୋଗହୁଏ। ସମୁଦ୍ରରେ ଅର୍ପଣ କରାଯାଏ। । ପ୍ରତି ମଙ୍ଗଳବାର ମା’ଙ୍କ ମନ୍ଦିର ପୂଜା ବନ୍ଦ ରହେ। ଇଟାପଥରରେ ଚୂନ ପ୍ରଲେପ ବୋଳା ଏହି ମନ୍ଦିର ନିର୍ମାଣ ହୋଇଛି। କନିକା ରାଜା ଭଞ୍ଜଦେଓ ବଂଶଧରଙ୍କ ଏଠାରେ ଏକ ସାଗର ନିବାସ କରିଥିଲେ। ଅନ୍ୟପକ୍ଷେ ଏକ ଜନଶ୍ରୁତିରୁ ଜଣାଯାଏ ପାଟଶାଳ ନଦୀରେ ବୋଇତ ଯାତାୟାତ କରୁଥାଏ । ସେହି ସମୟରେ ଜଣେ ରାଜା ଗଡ଼ମଙ୍ଗଳାଙ୍କ ଠାରେ ବଳିଦେଇଥାନ୍ତି। ବୋଇତକୁ ଅଟକାଇ ଲୁଟକରି ସେଥିରେ ଆସୁଥିବା ଯାତ୍ରୀଙ୍କ ପ୍ରତି ଅତ୍ୟାଚାର କରନ୍ତି। ମାତ୍ର ଥରେ ଅତିଷ୍ଠ ହୋଇ ଜଣେ ସତୀ ସତୀତ୍ୱ ରକ୍ଷା ପାଇଁ ସମୁଦ୍ରରେ ଝାସଦେଇ ସେହି ରାଜାଙ୍କୁ ଅଭିଶାପ ଦେଇଥିଲେ ଯେ ଏହି ଅଞ୍ଚଳ ଲୋପପାଇଯିବ। ତୋର ଅନ୍ୟାୟ ରହିବନି। ପୁଣି ସାତଭାୟାର କିମ୍ବଦନ୍ତୀ କହେ ସାଧବପୁଅ ସାତଭାଇଙ୍କ ନାମ ଅନୁସାରେ ସାତଟି ମୌଜାଥିଲା ଏବଂ ତଅପୋଇ ବୋଲି ତାଙ୍କର ଅଲିଅଳି ଏକମାତ୍ର ଭଉଣୀ ଥିଲେ। ଏମିତି ଅନେକ କିମ୍ବଦନ୍ତୀ ରହିଛି। ଏହି ଗାଁର ସମସ୍ତ ସୁଖଦୁଃଖରେ ମା’ ହିଁ ଏକମାତ୍ର ସାହା ହୋଇଥାନ୍ତି । ପୂଜାରିଣୀଙ୍କଠାରୁ ଶୁଣିଲୁ-ଦିନ ଥିଲା ଏଠାରୁ ସମୁଦ୍ର ପ୍ରାୟ ଦୁଇ କି.ମି ଦୂରରେ ଥିଲା। ଏବେ ମାତ୍ର ୫୦ଫୁଟ ଦୂରରେ ଲହଡ଼ି ଭାଙ୍ଗୁଛି। ବେଳେବେଳେ ଜୁଆର ପାଣି ମନ୍ଦିର ପାହାଚରେ ପହଞ୍ଚୁଛି। ଏଠାରୁ ପ୍ରାୟ ୫୦ଫୁଟ ଦୂର ୨୦ଫୁଟ ଉଚ୍ଚତାର ବାଲିବନ୍ଧ ଡେଇଁଲେ ସମୁଦ୍ର ଲହଡ଼ିର ଘୁଘୁ ଶବ୍ଦ।
ଦରିଆ ରୋଷରେ ସାତଭାୟା:- ଏହି ମନ୍ଦିରର ବାମପଟକୁ ଏକ ବୁଲାଣି ହିଡ଼ ରାସ୍ତାରେ କିଛି ଦୂରରେ ପହଞ୍ଚିଥିଲୁ ସାତଭାୟା ଗାଁ ଭିତରେ। ଗାଁ ମଝିରେ ଏକ ବିଟ୍‌ହାଉସ, ମଞ୍ଚେଶ୍ୱର ମହାଦେବଙ୍କ ମନ୍ଦିର, ଗାଁ ଭିତରେ ଛାଡ଼ିଛାଡ଼ି ହୋଇ ରହିଥିବା ହେନ୍ତାଳ ପିଞ୍ଛ ଛପରରେ ଝାଟିମାଟିର କୁଡ଼ିଆ। ତା’ ଉପରେ ଲାଉ ଡଙ୍କମାଡ଼ିଥାଏ। ଘରକାନ୍ଥରେ ଝୋଟିର ଚିତା ପଡ଼ିଥାଏ। ବାରିପଟେ ଝାଉଁଗଛ, କାଁଭାଁ ନଡ଼ିଆଗଛ । ଅରଖ ଓ ସିଜୁକଣ୍ଟାର ବୁଦୁବୁଦିଆ ବଣ ଘେରିରହିଛି ଗାଁଟାକୁ। ଘରର ଦାଣ୍ଡପଟେ ଛେଳି ଓ କୁକୁଡ଼ା ଚରାବୁଲାକରୁଥାନ୍ତି। କିଛି ପିଲା ଗାଁ ମଝିରେ ଖେଳୁଥାନ୍ତି। ଘରପିଣ୍ଢାରେ ଖରାପୋଉଁଥିବା ଜଣେ ବୃଦ୍ଧାଙ୍କୁ ଭେଟି ତାଙ୍କ ଠାରୁ ଶୁଣିଲୁ ଗାଁରେ କଂକ୍ରିଟ ରାସ୍ତାଟିଏ ନାହିଁ, ଛାତଘର , ପାଇଖାନା ନାହିଁ, ବିିଦ୍ୟୁତ୍‌ ନାହିଁ, ସ୍କୁଲରେ ଶିକ୍ଷା ବ୍ୟବସ୍ଥା ବହୁତ ଖରାପ। ଏଯାଏ ଗାଁକୁ ଚାରିଚକିଆ ଯାନ କେବେ ବି ଆସିନାହିଁ। ଗାଁରେ ଛୋଟ ଦୋକାନ ୨ଟି ଅଛି। ତଥାପି ଶିକ୍ଷିତ ହାର ପ୍ରାୟ ୬୦%। ସାତଭାୟା ଗ୍ରାମପଞ୍ଚାୟତ କହିଲେ ରାଜନଗର ବ୍ଲକ କେନ୍ଦ୍ରାପଡ଼ା ଜିଲାର ଏକ ସମୁଦ୍ର କୂଳିଆ ଗାଁ । ଓ୍ବାର୍ଡସଂଖ୍ୟା ୧୩, ଲୋକସଂଖ୍ୟା ୪୪୭୦, ଶିକ୍ଷାନୁଷ୍ଠାନ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ୪ଟି, ଡାକଘର ୧ଟି, ଲୋକଙ୍କ ଚଳଣି ଚାଷ, ମାଛମରା। ଗାଁକୁ ଯିବାକୁ କେବଳ ବାଉଁଶଗଡ଼ି ବିପଦ ପୂର୍ଣ୍ଣ ନଈ ଘାଟରେ ପାରହେବାକୁ ହୁଏ। ପୂର୍ବ ଓ ଦକ୍ଷିଣକୁ ସମୁଦ୍ର ଏବଂ ପଶ୍ଚିମ ଓ ଉତ୍ତରରେ ହେନ୍ତାଳ ଜଙ୍ଗଲ ପାଟଶାଳ , ବାଉଁଶଗଡ଼ିନଈ ରହିଛି। ଗାଁ ଭାବେ ସାତଭାୟା, ଗୋବିନ୍ଦପୁର, ମହନପୁର, ବାରିମୁଳା, ସାହେବ ନଗର, କାନପୁର, ତେନ୍ତୁଳିଆ। ମୋତିଦେଈ କୁହନ୍ତି, କାହାରି ଦେହପା ହେଲେ ମା’ଙ୍କ ପାଖରେ ଛାଡ଼ିଦେଉ । ବର୍ଷାଦିନ ପୂର୍ବରୁ ଆବଶ୍ୟକ ସଉଦା ସଂଗ୍ରହ କରାଯାଇଥାଏ। ବାହାଘର ପାଇଁ କେବଳ ପାଦଚଲା ରାସ୍ତାରେ ପାଲିଙ୍କିରେ ବରକନ୍ୟା ଆସନ୍ତି । ଦିନଥିଲା ସାତାଭାୟା ଅଞ୍ଚଳ ସବୁଜ ଶସ୍ୟ ଶ୍ୟାମଳାରେ ଭରପୂର ଥିଲା । ମାତ୍ର ତାହା ଆଜି ଶ୍ରୀହୀନ ହୋଇଛି। ଗାଁରୁ ଫେରିଲାବେଳକୁ ଆମର ନଜର ପଡ଼ିଲା ସ୍କୁଲଘର ଭଙ୍ଗା ଚାଲିଛି। ପ୍ରାୟ ୮ମାସ ସ୍କୁଲ ବନ୍ଦ ରହିଛି । ଏବେ ଆଉ ମାତ୍ର ୨ଶହ ଲୋକ ଏଠାରେ ଅଛନ୍ତି। ଯଦି କେହି ମହିଳା ଆସନ୍ନପ୍ରସବା ଥିବେ ତେବେ ଦୋଳା ହିଁ ମାଧ୍ୟମ । ଏଠାରୁ ୩୩କିମି ଦୂର ରାଜନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହୁଏ। ଗାଁରେ ଆଧୁନିକତାର ଛାପ ପଡ଼ିନାହିଁ,ଏହା ହିଁ ଏଠାକାର ବାସିନ୍ଦାଙ୍କ ବାସ୍ତବଚିତ୍ର।
ଶବାରି ଚାଲେ ଧୀରେଧୀରେ:- ଏବର ଯୁଗରେ ଏହି ଅଞ୍ଚଳରେ କାହାରି ବିବାହ ହେଲେ ବର କି କନ୍ୟାଙ୍କୁ ଏଇ ଗାଁକୁ ପାଦଚଲା ହିଡ଼ରାସ୍ତାରେ କେବଳ ଶବାରି ପାଲିଙ୍କିରେ ଏବେ ବି ବୋହିବାକୁ ହୁଏ ବୋଲି ବାଇଧର ବେହେରା କୁହନ୍ତି। ବର୍ଷାଦିନ କଥା ନ କହିଲେ ଭଲ। ମଗରକନ୍ଦାଗାଁରେ ଶୀତନଙ୍କ ଶବାରି ରହିଛି । ସେ ଏଥିପାଇଁ ଭଡ଼ା ନେଇଥାନ୍ତି।
ତଥାପି ଗାଁକୁ କେବେ ଭୁଲିହେବନି:- ଅବସରପ୍ରାପ୍ତ ଅଧ୍ୟାପକ ଡ. ଧରଣୀଧର ରାଉତ କୁହନ୍ତି, ମୋର ଜନ୍ମ କାନପୁରରେ। ଏବେ ତାହା ସମୁଦ୍ରରେ ଲୀନ ହୋଇଯାଇଛି। ୧୯୭୧ମସିହାର ବାତ୍ୟାକଥା ମନେପଡ଼ିଲେ ଲୋମଟାଙ୍କୁରି ଉଠେ। ବହୁ ଧନଜୀବନ କ୍ଷତି ଘଟିଥିଲା। ପୂର୍ବରୁ ମୋ ଗାଁ ଶସ୍ୟ ଶ୍ୟାମଳାରେ ଭରପୂର ଥିଲା। ଅଭିମନ୍ୟୁ ଦାସ କୁହନ୍ତି, ଆମ ଗାଁକୁ ଓଡ଼ିଶାର ସମସ୍ତେ ଜାଣନ୍ତି। ଏହି ଗାଁର ଲୋକକଥା କିମ୍ବଦନ୍ତୀ ଯୋଡ଼ିହୋଇ ରହିଛି। ମାତ୍ର ଦରିଆ ରାଜା ଦାଉ ଅସହ୍ୟ ହେଉଛି। ଏଠି ବିପଦ ଅଛି ଦୁଃଖ ବି ଅଛି, ତଥାପି ମୋ ଗାଁ ଶୋଭା ନିଆରା। ଗାଁଛାଡ଼ିବାର ଦୁଃଖ ସବୁଦିନ ମନେରହିବ। ସନ୍ଧ୍ୟାରେ ଘରେଘରେ ଦୀପଜଳେ, ଭାଗବତ ପାଠ ହୁଏ। ରାତିରେ ଗାଁଟା ଖାଁଖାଁ ଲାଗେ ବୋଲି କୁହନ୍ତି ଅଧିକାରୀ ସାହାଣୀ। ଏଠି କାହାରି ବିପଦ ଘଟିଲେ ମା’ ହିଁ ସାହା ଭରସା। ଯେବେ ମା’ ଯିବେ ଆମେ ବି ଚାଲିଯିବୁ । ତ୍ରିଲୋଚନ ସେଠୀ କୁହନ୍ତି ଏଇଠି ଜନମ, ଏଠି ଯୁବ ବୟସ କଟିଛି ପୁଣି ବୁଢ଼ା ହେଲିଣି ଆଉ କେତେଦିନ ବଞ୍ଚତ୍ବି । ଆଗରୁ ଯାହା ଚାଷଜମି ଥିଲା ପ୍ରାୟ ୩୦ବର୍ଷ ଧରି ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଗାଁର ପ୍ରାୟ ୪ଶହ ପିଲା କେରଳ ଯାଇ ରୋଜଗାର କରୁଛନ୍ତି । କେବଳ ଜନ୍ମମାଟି ମୋହରେ ପଡ଼ିରହିଛୁ। ଏ ଗାଁ ଆଗରୁ ଯାହାଥିଲା ଏବେ ଆଉ ନାହିଁ । ଆଗକୁ କ’ଣ ହେବ କିଛି କହିହେଉନି,ଏଠି ସମୁଦ୍ର କି ଜଙ୍ଗଳ ସୃଷ୍ଟି ହେବ କିଏ କହିବ। ହୁଏତ ସାତଭାୟା ଆଉ ଗାଁ ନୁହେଁ ଏଣିକି କେବଳ ନାଁ ହୋଇ ରହିବ।
ଅନେକ ଦୁଃଖର ସ୍ମୃତି:- ଏଠି ସକାଳର ଦୃଶ୍ୟ ଯେତିକି ମନୋରମ ସଞ୍ଜ ନଇଁଲେ ରାତିର ଅନ୍ଧାର ଭୟଙ୍କର। ସକାଳ ହେଲେ ପେଟପାଇଁ ଭୋକର ଚିନ୍ତା ରାତିରେ ସମୁଦ୍ର ଡ଼ର। ସମୁଦ୍ର ଗର୍ଭକୁ ମୋହନପୁର, କାନପୁର ଚାଲିଯାଇଛି। ୧୯୭୧ର ବାତ୍ୟା ସବୁ କିଛି ଛଡ଼ାଇ ନେଇଛି। ସାତଭାୟାକୁ ୧୯୯୯ମସିହାଠାରୁ ଅଧିକ ଭୟ ଲାଗିରହିଛି । ବିଲରେ ଲୁଣିପାଣି ଯୋଗୁ ଚାଷ ଉଜୁଡ଼ି ଗଲାଣି। ଏକଦା ସାତଭାୟା ଠାରୁ ବଙ୍ଗୋପସାଗର ପ୍ରାୟ ୫କି.ମି ଦୂର ଥିଲା । ଏବେ ଗାଁ ଠାରୁ ମାତ୍ର୨ଶହ ମିଟର ଦୂରରେ ସମୁଦ୍ର ଲହଡ଼ି ଭାଙ୍ଗୁଛି। ଗାଁରେ ଏପରି କି ସମୁଦ୍ର ବାଲିରେ କାହାରି ଘର, କବାଟ ପୋତି ହୋଇଗଳାଣି ଓ ସାତଭାୟା କହିଲେ ଏବେ ମାତ୍ର ୧୨ଟି ପରିବାର । ପ୍ରତିବର୍ଷ ବର୍ଷାଦିନ ଆସିଲେ କି ଅଦିନ ଝଡ଼ବର୍ଷା ହେଲେ ବା ଲଘୁଚାପ କଥା ରେଡ଼ିଓରୁ ଶୁଣିଲେ ଚାରିଆଡ଼େ କୋକୁଆ ଭୟ। ଗାଁ ଛାଡ଼ିଯିବାର ଦୁଃଖ ଯେତିକି ଛାତିଥରା ବେଦନା ସୃଷ୍ଟିକରେ, ଅନ୍ୟସ୍ଥାନରେ ନୂତନକରି ବସତିସ୍ଥାପନ କରିବାର ନୂଆ ଆଶା ସଂଚାରହୁଏ।
ଅନେକ ଦାବି ଗୋଟିଏ କଥା:- ୧୯୯୨ ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୁନେଇ ରୁପେଇ ପଡ଼ିଆରେ ଏମାନଙ୍କ ଥଇଥାନ ନିମନ୍ତେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମାତ୍ର ଜାତୀୟ ଉଦ୍ୟାନ ଭିତର ଯୋଗୁ ଏହା ଆଗେଇ ପାରି ନ ଥିଲା। ପରେ ୨୦୦୪ରେ ନବୀନ ପଟ୍ଟନାୟକ ମଗରକନ୍ଦାଠାରେ ବି ଶିଳାନ୍ୟାସ କରିଥିଲେ । ପରେ ସାତଭାୟାବାସୀ ଜିଲାପାଳଙ୍କ ଅଫିସଠାରେ ଅନଶନ କରିଥିଲେ ସେମାନଙ୍କ ଥଇଥାନ ପାଇଁ। ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବଗପାଟିଆ ଠାରେ ୨୦୧୨ମସିହାରୁ ଗୃହନିର୍ମାଣ ଓ ବନ୍ଦୋବସ୍ତ କାମ ଆଗେଇ ଚାଲିଛି।
ସାତଭାୟାବାସୀଙ୍କ ନୂଆସ୍ଥାନ ବଗପାଟିଆ:- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ତରଫରୁ ଗ୍ରାମ୍ୟ ଗୃହ ଉନ୍ନୟନ ସ୍କିମ୍‌ରେ ବଗପାଟିଆ ଠାରେ ଥଇଥାନ ବ୍ୟବସ୍ଥା ହୋଇଛି । ପ୍ରାୟ ୭୯୧ଏକର ୩୮ଡିସିମିଲରୁ ୫୫୭ ଏକର ୬୩ ଡିସିମିଲରେ ଥଇଥାନ ବ୍ୟବସ୍ଥା ହୋଇଛି । ଏଥିରେ ୪୭୯ପରିବାରଙ୍କ ବନ୍ଦୋବସ୍ତ ସରିଛି। ଓଏସଡିଏମଏ ସଂସ୍ଥା ନିର୍ମାଣକାର୍ଯ୍ୟ ଚାଲୁରଖିଛି । କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଗୁପ୍ତି ଗ୍ରାମପଞ୍ଚାୟତର ବଗପାଟିଆ ଗାଁ। ପୂର୍ବରେ ହେନ୍ତାଳ ଜଙ୍ଗଲ, ପଶ୍ଚିମରେ ପାଟଶାଳ ନଈ, ଉତ୍ତରରେ ଗୁପ୍ତି ଗ୍ରାମପଞ୍ଚାୟତ,ଦକ୍ଷିଣରେ ଉତ୍ତର ବଗପାଟିଆ। ଏଠାରେ ୨୦୦୭ରୁ ସାତଭାୟାବାସୀଙ୍କ ଥଇଥାନ ଆରମ୍ଭ ହୋଇ ୨୦୧୨ ଓ ୨୦୧୪ବେଳକୁ କେତେଜଣ ଥଇଥାନ ହେଲେଣି। ଏଯାଏ ପ୍ରାୟ ୫୭୧ପରିବାରଙ୍କ ମଧ୍ୟରୁ ପ୍ରାୟ ୩ଶହ ପରିବାର ଏଠାରେ ରହିସାରିଲେଣି। ସ୍କୁଲ,ଚିକିତ୍ସାଳୟ, ଅଙ୍ଗନଓ୍ବାଡ଼ିକେନ୍ଦ୍ର,ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ଖେଳପଡ଼ିଆ, ପାନୀୟଜଳ ବ୍ୟବସ୍ଥା, ଗୋଷ୍ଠୀକେନ୍ଦ୍ର, ବସଷ୍ଟାଣ୍ଡ, ବିଦ୍ୟୁତ୍‌ବ୍ୟବସ୍ଥା, ରାସ୍ତା,ମା’ଙ୍କ ମନ୍ଦିର ଇତ୍ୟାଦି ନିର୍ମାଣ ହୋଇଛି। ଆଉ କେତେକ କାଯର୍‌ୟ ତ୍ୱାରାନିତ୍ୱ ଚାଲିଛି। ସରକାରୀ ଯୋଜନାରେ ପ୍ରତ୍ୟେକ ପରିବାରକୁ ପ୍ରାୟ୧୦ ଡିସିମିଲ ଜମିରେ ବିଜୁ ପକ୍କାଘର ନିର୍ମାଣ କରାଯାଇଛି।
ଜୀବନ ବଞ୍ଚତ୍ଲା, ଜୀବିକା ଚିନ୍ତା:- ବନ୍ୟା ବାତ୍ୟାରେ ବାରମ୍ବାର ସାତଭାୟାର ଜନଜୀବନ କ୍ଷୟକ୍ଷତି ହେଲା। ବହୁ ଅଭିଯୋଗ ପରେ ସରକାର ଶୁଣିଛନ୍ତି। ବଗପାଟିଆଠାରେ ସରକାରଙ୍କ ପକ୍ଷରୁ ଥଇଥାନ ବ୍ୟବସ୍ଥା ହୋଇଛି । ଜୀବନ ବଞ୍ଚିଲା ମାତ୍ର ଜୀବିକା ପାଇଁ ଏବେ ଚିନ୍ତା ବୋଲି କୁହନ୍ତି ସାତଭାୟାର ସାମାଜିକ କର୍ମୀ ସୁଦର୍ଶନ ରାଉତ। ସେହିପରି ନାଏବ ସରପଞ୍ଚ କାଶୀନାଥ ବେହେରା କୁହନ୍ତି, ସାତଭାୟାରୁ ଦେଢବର୍ଷହେଲା ଉଠିଆସି ଏବେ ବଗପାଟିଆରେ ରହିଛୁ। ବିପଦ ସ୍ଥାନରୁ ଉଧାରହେଲୁ ହେଲେ ଗାଁ ମନେପଡ଼ୁଛି। ସରପଞ୍ଚଙ୍କ ପ୍ରତିନିଧି ସଂଗ୍ରାମ ସାହାଣି କୁହନ୍ତି, ସାତଭାୟାବାସୀ ଅନେକ ସରକାରୀ ସୁବୁଧାରୁ ବଞ୍ଚିତ ହେଉଥିତ୍ଲେ। ଏବେ ସବୁ ଠିକ୍‌ଠାକ୍‌ ହୋଇଛି। ନୂଆ ସ୍ଥାନରେ ଗାଁବାସୀଙ୍କ ପାଇଁ ସବୁ ସୁବିଧା ହୋଇପାରିଛି। ଆସନ୍ତା ମେ ମାସ ସୁଦ୍ଧା ଗ୍ରାମର ଅନ୍ୟ ପରିବାର ଏଠାକୁ ଆସିବାର ଲକ୍ଷ୍ୟ ରଖାଯାଇଛି।

-ବନବିହାରୀ ବେହେରା
ଫଟୋ- ଜି. ସାଗର ଅର୍ଜୁନ, ତଥ୍ୟ ସହାୟତା- ଭାସ୍କର ରାଉତରାୟ

All Right Reserved By
Karnatak Exit Poll

Model This Week

ସନ୍ତୋଷ

ଫୁରସତ |

ବିବାହ ପରେ ପୁଅ ଯାଏ ଶାଶୁଘର...

ବିବାହ ପରେ ପୁଅ ଯାଏ ଶାଶୁଘର...

ସାଧାରଣତଃ ବାହାଘର ପରେ ଝିଅ ଶାଶୁଘର ଯାଇଥାଏ। ତେବେ ଇଣ୍ଡୋନେସିଆର ସୁମାତ୍ରାରେ ବାସ କରୁଥିବା ନଇ ମିନାଙ୍ଗ୍‌କାବାଉ ସମ୍ପ୍ରଦାୟରେ ବାହାଘର ପରେ ପୁଅକୁ ଶାଶୁଘର ଯିବାକୁ ପଡ଼ିଥାଏ। ଏହି ସମ୍ପ୍ରଦାୟରେ ଲୋକେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଅଧିକ ଖୁସି ହୋଇଥାନ୍ତି।

ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି

ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି

ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ପୂଜା ପାଇବା କଥା ଜଣା ଅଛି। ତେବେ ମଧ୍ୟପ୍ରଦେଶ ଜବଲପୁରଠାରୁ କିଛି ଦୂରରେ ଥିବା ଏକ ମନ୍ଦିରରେ ଛେଳି ମୂର୍ତ୍ତିଙ୍କୁ ପୂଜା କରାଯାଇଥାଏ। କଟନି ଜିଲା ବଡ଼ଓ୍ବାରା ତହସିଲ ଅର୍ନ୍ତଗତ ରୋହନିଆ ଗାଁରେ ରହିଛି ‘ବକରା ଦେବ’ଙ୍କ ମନ୍ଦିର।

ସ୍ମୃତିଶକ୍ତି ହ୍ରାସ କରେନାହିଁ ପରିଣତ ବୟସରେ ଯୌନ ସମ୍ପର୍କ

ସ୍ମୃତିଶକ୍ତି ହ୍ରାସ କରେନାହିଁ ପରିଣତ ବୟସରେ ଯୌନ ସମ୍ପର୍କ

ସିଡ୍‌ନୀ: ପରିଣତ ବୟସରେ ଯୌନସାଥୀ ସହିତ ସମ୍ପର୍କ ରଖିଲେ ସ୍ମୃତିଶକ୍ତି ହ୍ରାସ ହୁଏନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଧୂମପାନ, ସୁରାପାନ ଭଳି ଖରାପ ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନ ଶୈଳୀ ବୟସ ବୃଦ୍ଧି ଜନିତ ସ୍ମୃତିଶକ୍ତି ଅବକ୍ଷୟ ପାଇଁ ଦାୟୀ। କିନ୍ତୁ ଯୌନ କାର୍ଯ୍ୟକଳାପ ସହିତ ବୌଦ୍ଧିକ ଅବକ୍ଷୟ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଏହି ଅଧ୍ୟୟନରେ କୁହାଯାଇଛି।

ଏମିତି ଏକ ମନ୍ଦିର ଯେଉଁଠି ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ

ଏମିତି ଏକ ମନ୍ଦିର ଯେଉଁଠି ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନଥାଏ। ସେହିପରି ମଧ୍ୟପ୍ରଦେଶ ମନାସା ସହରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡଠାରେ ରହିଛି ‘ଆଈ ଜୀ ମାତା’ଙ୍କ ମନ୍ଦିର। ମନ୍ଦିରରେ ୫୫୦ ବର୍ଷ ଧରି ଏକ ଦୀପ ଜଳୁଛି।

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଅନେକ ପରମ୍ପରା ସଭ୍ୟ ସମାଜ ଅନୁକୁଳ ହୋଇ ନ ଥାଏ। ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମଙ୍ଗିୟା ଦ୍ୱୀପରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ୧୩ ବର୍ଷ ହେବା ପରେ ନାବାଳକଙ୍କୁ ମହିଳାମାନଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ପରମ୍ପରା ରହିଛି। ଏହାଦ୍ୱାରା ନାବାଳକ ଜଣକ ଭବିଷ୍ୟତରେ ଜୀବନସାଥିକୁ ଖୁସିରେ ରଖିପାରିଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ହସ୍ତରେଖାରୁ ଜଣାପଡେ କେଉଁ ଦିଗରେ ହେବ ବିବାହ

ହସ୍ତରେଖାରୁ ଜଣାପଡେ କେଉଁ ଦିଗରେ ହେବ ବିବାହ

ହସ୍ତରେଖାରୁ ବିବାହ କେଉଁ ଦିଗରେ ହେବ ତାହାର ସୂଚନା ମିଳିଥାଏ। ହାତରେ ମଣିବନ୍ଧ ରେଖା ସହିତ ବିବାହ ରେଖା ସମ୍ପର୍କ ସ୍ଥାପନ କରୁଥିଲେ ବିବାହ ଉତ୍ତର ଦିଗରେ ହୋଇଥାଏ। ସେହିପରି ବିବାହ ରେଖା ଆଙ୍ଗୁଳିର ମୂଳଭାଗରେ ଥିଲେ ବିବାହ ଦକ୍ଷିଣ ଦିଗରେ ହୋଇଥାଏ ବୋଲି ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବିବାହ ରେଖା ପାପୁଲିର ମଧ୍ୟ ଭାଗରେ ପ୍ରବେଶ କରିଥିଲେ ବିବାହ ପୂର୍ବ ଦିଗରେ ହୋଇଥାଏ।

ଓଜନ କମାଏ ଯୁଆଣି ପାଣି

ଓଜନ କମାଏ ଯୁଆଣି ପାଣି

ମେଦବହୁଳତା ଏବେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି। ମେଦବହୁଳତା ଫଳରେ ଅନେକେ ବ୍ୟକ୍ତି ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ହେଲେ ନିତିଦିନ ବ୍ୟବହାର କରୁଥିବା କିଛି ଜିନିଷ ଅଛି ଯାହାକୁ ଠିକ୍‌ ଭାବେ ଖାଇଲେ ସହଜରେ ମେଦ ହ୍ରାସ ହେବ। ପ୍ରତ୍ୟେକ ଘରେ ଯୁଆଣିି ନିୟମିତ ବ୍ୟବହାର କରାଯାଏ। ବିଶେଷ କରି ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଯୁଆଣିର ବ୍ୟବହାର କରାଯାଏ। ଯୁଆଣିରେ ରହିଛି ଭରପୂର ମାତ୍ରାରେ ଔଷଧୀୟ ଗୁଣ। ତେଣୁ ଏହାକୁ ନିୟମିତ ଖାଇଲେ ଅନେକ ରୋଗ ଦୂର ହୋଇଥାଏ।

ଦୈନିକ ୧୫୦ଥର ସ୍ମାର୍ଟଫୋନ୍‌ ଦେଖନ୍ତି ଭାରତୀୟ ଛାତ୍ର

ଦୈନିକ ୧୫୦ଥର ସ୍ମାର୍ଟଫୋନ୍‌ ଦେଖନ୍ତି ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଭାରତର ପ୍ରତି କଲେଜ ଛାତ୍ର ଦୈନିକ ହାରାହାରି ୧୫୦ଥର ସ୍ମାର୍ଟଫୋନ୍‌ ଦେଖି ଥାଆନ୍ତି। ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି।

ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା

ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା

ରାଏପୁର: ଭାରତର ଅନେକ ଅଞ୍ଚଳରେ ସାମାଜିକ ଚଳଣୀ ଅତି କଠୋର ହୋଇଥିବା ଦେଖିବାକୁ ମିଳିଥାଏ। ଚଳଣୀ ବିରୋଧରେ କୌଣସି କାର୍ଯ୍ୟ କରାଗଲେ ସମାଜରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସନ୍ଦ କରାଯିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇଥାଏ। ଛତିଶଗଡ଼ର ଜନଜାତି ଅଞ୍ଚଳରେ ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା ହୋଇଥାଏ।

ଜୀବନ ପାଇଁ ଜୈବ ବିବିଧତା

ଜୀବନ ପାଇଁ ଜୈବ ବିବିଧତା

“ବଡ଼ ପରିତାପର ବିଷୟ ଏହି ଯେ ପ୍ରଗତିର ଦ୍ୱାହିଦେଇ, ସୃଷ୍ଟି କରିବା ପରିବର୍ତ୍ତେ ମଣିଷ ଏବେ ଧ୍ୱଂସ କରିବାରେ ପ୍ରୟାସୀ। ମଣିଷର ଅବିବେକିତାର ପରିଣାମରେ ସମ୍ପ୍ରତି ଲୋପ ପାଇଚାଲିଛି ଜଙ୍ଗଲ, ଶୁଖିଗଲାଣି ସୁନାବ୍ୟା ନଦୀ, ବିଲୁପ୍ତ ହୋଇଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଲାଣି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ମଣିଷ ଉଭା ହୋଇପଡ଼ିଲାଣି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ପ୍ରକୃତି ସହ ସେ ଚଳେଇଛି ତୁମୁଳ ସଂଘର୍ଷ। ସେ ସଂଘର୍ଷରତ ଉଦ୍ଭିଦଜଗତ, ପ୍ରାଣିଜଗତ ସହ ଏବଂ ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଇତ୍ୟାଦି ନିର୍ଜୀବ ଜଗତ ସହ ମଧ୍ୟ। ଫଳରେ ପୃଥିବୀର ଜୈବ ବିବିଧତା ଏବେ ଗୁରୁତର ଭାବରେ ଅସୁସ୍ଥ।”

ସ୍ମାର୍ଟ ବ୍ରେନ୍‌

ସ୍ମାର୍ଟ ବ୍ରେନ୍‌

ମନୁଷ୍ୟ ଶରୀରରେ ଆଜିକାଲି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଯାଇ ପାରୁଛି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚବର୍ଷର ଗବେଷଣା ପରେ ସେମାନେ ଏକ ସ୍ମାର୍ଟ ବ୍ରେନ୍‌ ପ୍ରସ୍ତୁତ କରିଛନ୍ତି।

ଏଠାରେ କାହିଁକି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ଏଠାରେ କାହିଁକି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ଏହାପଛରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାର୍ଥ ନିହିତ ଥାଏ। ଭାରତର ସଟେ ନେପାଳ ଅଞ୍ଚଳରେବାସ କରୁଥିବା କେତେକ ଜନଜାତି ପରିବାରର ଭାଇ ଭଉଣୀ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରାଯିବା ପରମ୍ପରା ରହିଛି।