ରାଜ୍ୟ |

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି। ସୁନ୍ଦରଗଡ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିବା ଭିଜିଲାନ୍ସ ସେଲ୍‌ ଏସ୍‌ପି ଏମ୍‌.ରାଧାକ୍ରିଷ୍ଣ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ୨୦୧୬-୧୭ରେ ଲାଠିକଟା ବ୍ଲକ ଅଧୀନ ଗର୍ଜନ ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ଏହି ଟଙ୍କା ଆସିଥିଲା। ଏନ୍‌ଏସ୍‌ପିସିଏଲ୍‌ ପାୱାର ପ୍ଲାଣ୍ଟ ପକ୍ଷରୁ ଉକ୍ତ ଟଙ୍କା ଦିଆଯାଇଥିଲା। କାରଣ ଉକ୍ତ ସଂସ୍ଥାର ଭାରିଯାନଗୁଡିକ ଏହି ଗ୍ରାମ ରାସ୍ତା ଦେଇ ଚଳାଚଳ କରୁଥିବାରୁ ତାହା କ୍ଷତିଗ୍ରସ୍ତ ହେଉଥିଲା। ମାତ୍ର ଏତେ ପରିମାଣର ଅନୁଦାନରେ ରାସ୍ତା ନିର୍ମାଣ କରିବା ନିମନ୍ତେ ବ୍ଲକ ପକ୍ଷରୁ ଟେଣ୍ଡର କରା ନ ଯାଇ ବିଭାଗୀୟ(ଡିପାର୍ଟମେଣ୍ଟାଲ)ଭାବେ କରାଯାଇଥିଲା। ହେଲେ କାର୍ଯ୍ୟ ନିମ୍ନମାନର କରାଯିବା ସହିତ ଅର୍ଥ ହରିଲୁଟ ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ପ୍ରାଥମିକଭାବେ ଏକ ତଦନ୍ତ କରାଯାଇଥିଲା। ସେମାନଙ୍କ ବିରୋଧରେ ଅର୍ଥ ତୋସରପାତ, ଠକେଇ, ଜାଲିଆତି ଓ ଆପରାଧିକ ଷଡଯନ୍ତ୍ର ଆଦି ଦଫାରେ ଗତ ଡିସେମ୍ବର ୨୮ ତାରିଖରେ କଟକ ଭିଜିଲାନ୍ସ ସେଲ୍‌ ଥାନାରେ ଏକ ମାମଲା(୨୩/୨୦୧୭) ରୁଜୁ କରାଯାଇଥିଲା। ମାମଲାର ଅନୁସନ୍ଧାନ କରି ଭିଜିଲାନ୍ସ ପକ୍ଷରୁ ଗତ ଶୁକ୍ରବାର ବିଡିଓ ଭୋଇ, ସହକାରୀ ନିବାହୀଯନ୍ତ୍ରୀ ସାହୁ ଓ ସହକାରୀ ଯନ୍ତ୍ରୀ ସାହୁଙ୍କ ଘରେ ଏକକାଳୀନ ଚଢାଉ କରିଥିଲା।
All Right Reserved By

ରାଜ୍ୟ |

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ତାଳଚେର, ୧୯।୮(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସନ୍ଥପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଟଙ୍କା ପାଇଁ ଗ୍ରାମର ଗୌର ନାୟକ(୮୫)ଙ୍କୁ ତାଙ୍କ ପୁଅ ଏବଂ ନାତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଜିଲା ଗୋଶାଣିନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବାଇକ ଚୋରି ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭୋକ ଉପାସରେ ପଡି ରହିଛନ୍ତି  ସାତଭାୟା ଅଞ୍ଚଳର ଶତାଧିକ ଶ୍ରମିକ : କେରଳରେ ବନ୍ୟା

ଭୋକ ଉପାସରେ ପଡି ରହିଛନ୍ତି ସାତଭାୟା ଅଞ୍ଚଳର ଶତାଧିକ ଶ୍ରମିକ : କେରଳରେ ବନ୍ୟା

ରାଜନଗର,୧୯ା୮(ଡି.ଏନ.ଏ.)କେରଳରେ ବାଦଲଫଟା ବର୍ଷା ସାଙ୍ଗକୁ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ  ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ହଜାର ହଜାର ଲୋକ ବନ୍ୟାପାଣି ଘେରରେ ରହି ହନ୍ତସନ୍ତ ହେଉଛନ୍ତି।

ଟ୍ରାନ୍ସଫର୍ମର ବସାଇବା ପାଇଁ ଲାଞ୍ଚ ଅଭିଯୋଗ   ସାହି ଲୋକଙ୍କ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ

ଟ୍ରାନ୍ସଫର୍ମର ବସାଇବା ପାଇଁ ଲାଞ୍ଚ ଅଭିଯୋଗ ସାହି ଲୋକଙ୍କ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ

ନୟାଗଡ଼ ଅଫିସ,୧୯ା୮- ହଠାତ୍‌ ବର୍ଷାପବନ ସହ ବିଜୁଳି ଘଡଘଡି ମାରିବାରୁ ଟ୍ରାନ୍ସଫର୍ମର ପୋଡ଼ିଗଲା। ବିଭାଗୀୟ କର୍ମଚାରୀଙ୍କୁ ସାହିଲୋକେ ଏ ନେଇ ଅଭିଯୋଗ କଲେ। ହେଲେ ୪ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ବିଦ୍ୟାଳୟ ମାଧ୍ୟମରେ ଜାତି ପ୍ରମାଣପତ୍ର ମିଳିବା ଏକ ପ୍ରହସନ

ଖଣ୍ଡପଡା,୧୯ା୮(ସ୍ବ.ପ୍ର.)-ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟଗୁଡିକ ମାଧ୍ୟମରେ ସହଜ ଓ ସୁବିଧା ଉପାୟରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ  ଗତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଘୋଷଣା କରିଥିଲେ। 

କାର୍ଯ୍ୟ କରୁନି ପୋଷ୍ଟ ଅଫିସର କମ୍ପ୍ୟୁଟର: ଗ୍ରାହକ ହନ୍ତସନ୍ତ

କାର୍ଯ୍ୟ କରୁନି ପୋଷ୍ଟ ଅଫିସର କମ୍ପ୍ୟୁଟର: ଗ୍ରାହକ ହନ୍ତସନ୍ତ

ରଣପୁର,୧୯।୮(ସ୍ବ.ପ୍ର.)-କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖି ବିଭିନ୍ନ କାର୍ଯ୍ୟାଳୟକୁ କମ୍ପ୍ୟୁଟରୀକରଣ କରିବା ସହିତ ପ୍ରତ୍ୟେକ ପଞ୍ଚାୟତକୁ ଇଣ୍ଟରନେଟ ଦ୍ୱାରା ସଂଯୋଗ କରିବା ପାଇଁ ଜୋରସୋରରେ କାର୍ଯ୍ୟ କରୁଛନ୍ତି। 

ସାର ବିକ୍ରିରେ ଅନିୟମିତତା: ୪୫ ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସାର ବିକ୍ରିରେ ଅନିୟମିତତା: ୪୫ ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବରଗଡ଼ ଅଫିସ,୧୯।୮
ବରଗଡ଼ ଜିଲାରେ ଖରିଫ ଚାଷ କାମ ଜୋର ଧରିଛି । ଏଥିପାଇଁ ରାସାୟନିକ ସାରର ଚାହିଦା ମଧ୍ୟ ବଢ଼ିଛି । ଏଭଳିସ୍ଥଳେ ସାରର କଳାବଜାର ପାଇଁ ବେପାରୀମାନେ ତତ୍ପର ହୋଇପଡିଛନ୍ତି । ସରକାରୀ ନିୟମକାନୁନକୁ ଉଲ୍ଲଂଘନ କରି କେତେକ ଲାଇସେନ୍ସପ୍ରାପ୍ତ ରିଟେଲର ସାର ବିକୁଥିବାବେଳେ ଆଉ କେତେକ ଅଣଲାଇସେନ୍ସପ୍ରାପ୍ତ ବେପାରୀ ଚଢ଼ାଦରରେ ଏହା ବିକ୍ରି କରୁଥିବା ଅଭିଯୋଗ ହେଉଛି । 

ମେଧା ବୃତ୍ତି ଦେଲେ ୩୬୦ ଛାତ୍ରୀଛାତ୍ର

ମେଧା ବୃତ୍ତି ଦେଲେ ୩୬୦ ଛାତ୍ରୀଛାତ୍ର

ରନତ୍ଗିରି,୧୯ା୮(ଡି.ଏନ୍‌.ଏ)- ବରୀ ବ୍ଲକର ଦୁଇ ପରୀକ୍ଷା କେନ୍ଦ୍ରରେ ୨୨୮  ବିଦ୍ୟାଳୟରୁ ମୋଟ୍‌  ୩୬୦ ତୃତୀୟ ଓ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ଶନିବାର ବୃତ୍ତି ପରୀକ୍ଷା ଦେଇଥିବା ମଣ୍ଡଳ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ପ୍ରକାଶ କରିଛନ୍ତି ା

ବାସ ହରାଇ ମୁଖ୍ୟ ଚିକିତ୍ସାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ମହିଳା

ବାସ ହରାଇ ମୁଖ୍ୟ ଚିକିତ୍ସାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ମହିଳା

ବିରଜାକ୍ଷେତ୍ର,୧୯ା୮(ଡି.ଏନ୍‌.ଏ)-  ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଲୋକଙ୍କ ପାଖରେ ରହିବା ପାଇଁ ସ୍ଥାୟୀ ବାସଗୃହ ନାହଁି। ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ଏଥିରୁ ବଞ୍ଚିତ ହେଉଛନ୍ତି ଅନେକ ପରିବାର। 

ଢେଙ୍କାନାଳରୁ ଚଣ୍ଡିଖୋଲକୁ ୩ଶହରୁ ଊର୍ଦ୍ଧ୍ୱ ଗୋରୁ ଚାଲାଣ: ସ୍ଥାନୀୟ ଲୋକେ ଅଟକ ରଖି ଦେଲେ ପୋଲିସ ଜିମା

ଢେଙ୍କାନାଳରୁ ଚଣ୍ଡିଖୋଲକୁ ୩ଶହରୁ ଊର୍ଦ୍ଧ୍ୱ ଗୋରୁ ଚାଲାଣ: ସ୍ଥାନୀୟ ଲୋକେ ଅଟକ ରଖି ଦେଲେ ପୋଲିସ ଜିମା

ଢେଙ୍କାନାଳ ଅଫିସ,୧୯।୮: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଚାଲାଣ ହେଉଥିବା ୪ ଗୋରୁ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମା ଦେଇଛନ୍ତି।

ମଇଁଷି ଚାଲାଣ ମାମଲା :  ପୋଲିସର ଭୂମିକାକୁ ନେଇ ସନ୍ଦେହ

ମଇଁଷି ଚାଲାଣ ମାମଲା : ପୋଲିସର ଭୂମିକାକୁ ନେଇ ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱରଠାରେ ଗତ ୧୬ ତାରିଖ ରାତିରେ ମଇଁଷି ଚାଲାଣବେଳେ ଧରାପଡିବା ମାମଲାରେ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଭୂତ ଭୟ : ନୂଆଗଡ଼ରୁ ନୟାଗଡ଼ ଦୌଡୁଛନ୍ତି ଲୋକେ, ବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥାନ ହ୍ରାସ

ଭୂତ ଭୟ : ନୂଆଗଡ଼ରୁ ନୟାଗଡ଼ ଦୌଡୁଛନ୍ତି ଲୋକେ, ବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥାନ ହ୍ରାସ

ପାରାଦୀପ,୧୯ା୮(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ନୂଆଗଡ଼ ଗ୍ରାମରେ ୪ ଦିନ ହେଲା ଭୂତ ଭୟ ଦେଖାଦେଇଛି। ଗ୍ରାମର କେତେଜଣ ଛାତ୍ରୀ ଓ ଯୁବତୀଙ୍କ ଦେହରେ ପ୍ରେତାତ୍ମା ସବାର ହେଉଥିବା କୁହାଯାଉଛି। ଏଥିଯୋଗୁ ସେମାନେ ଅସୁସ୍ଥ ହୋଇପଡିବା ସହ ବାଉଳି ହେଉଛନ୍ତି।