Dharitri News
ରାଜ୍ୟ |

କୃଷି ସଭାରେ ଯୁବକଙ୍କୁ ହତ୍ୟା

ନିରାକାରପୁର,୨୦।୧(ଡି.ଏନ୍‌.ଏ.)- କୃଷି ସଭା ଚାଲିଥିବାବେଳେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ସେଠାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯିବା ଯୋଗୁ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନ ତାଳପଡ଼ା ଗ୍ରାମର ଗୋଠ ପଡ଼ିଆଠାରେ ଶନିବାର ଘଟିଥିଲା ଏହି ଘଟଣା। ମୃତ ଯୁବକ ହେଲେ ତାଳପଡ଼ା ତଳସାହିର ଚରଣ ପ୍ରଧାନ (୪୦)। ଚରଣଙ୍କ ଭାଇ ପଙ୍କଜ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ଅଭିଯୁକ୍ତ କୃପାସିନ୍ଧୁ ପାଇକରାୟ ଓରଫ ବିକୁଙ୍କୁ ଗିରଫ କରିଛି। ଗୋଠପଡ଼ିଆଠାରେ ବ୍ଲକ କୃଷି ଅଧିକାରୀଙ୍କ ପକ୍ଷରୁ କୃଷକମାନଙ୍କୁ ନେଇ ଏକ କୃଷି ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଅପରାହ୍ନ ପ୍ରାୟ ୧ଟା ସମୟରେ ତାଳପଡ଼ା ଉପରସାହିର ବିକୁ ସଭାସ୍ଥଳକୁ ଆସି କେତେଜଣ କୃଷି କର୍ମଚାରୀଙ୍କୁ ସଭା ବନ୍ଦ କରିବାକୁ କହିଥିଲେ। ଏଥିସହ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ଚରଣ ଓ ଅନ୍ୟମାନେ ପ୍ରତିବାଦ କରିଥିଲେ। ଫଳରେ ବିକୁ ପକେଟ୍‌ରେ ରଖିଥିବା ଏକ ଛୁରିରେ ଚରଣଙ୍କ ପେଟକୁ ୩/୪ଥର ଭୁସି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଛୁରା ମାଡ଼ରେ ଚରଣ ଗୁରୁତର ହୋଇପଡ଼ିଥିଲେ। ଉପସ୍ଥିତ ଗ୍ରାମବାସୀ ତାଙ୍କୁ ନିରାକାରପୁରର ଏକ ଘରୋଇ ସେବା କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚରଣଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିବା ପରେ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ପୋଲିସ ଏ ନେଇ ୫/୧୮ନମ୍ବରରେ ଏକ ମାମଲା ରୁଜୁ କରିଛି। ରବିବାର ଅଭିଯୁକ୍ତଙ୍କୁ କୋର୍ଟ ପଠାଯିବ ବୋଲି ନିରାକାରପୁର ଥାନା ତଦନ୍ତକାରୀ ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ରାଜ୍ୟ |

ମାଟ୍ରିକ ପରୀକ୍ଷା ଆରମ୍ଭ: ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମାଟ୍ରିକ ପରୀକ୍ଷା ଆରମ୍ଭ: ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ରାଜ୍ୟର ମୋଟ ୨୮୧୮ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୯୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିନିମନ୍ତେ ସକାଳ ୯ଟାରୁ ପରୀକ୍ଷାକେନ୍ଦ୍ର ଗୁଡିକରେ ଛାତ୍ରୀଛାତ୍ରମାନଙ୍କର ଭିଡ ଦେଖିବାକୁ ମିଳିଛି। ମାଓ ପ୍ରଭାବିତ ଅଞ୍ଚଳରେ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଟୁଇଟରରେ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା ବିହନ। ଏହାର ନାମ ଓଏମ୍‌ଏକ୍ସ ୧୪-୨୭ ରହିଛି। ଓୟୁଏଟି ଏବଂ ମେକ୍ସିକୋର ଗହମ ଓ ମକା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ ଖୁବ୍‌ଶୀଘ୍ର ଏହା ବଜାରକୁ ଛଡ଼ାଯିବ। ଏହି ମକା ଅନ୍ୟ ମକା ବିହନଠାରୁ ଅଧିକ ଅମଳକ୍ଷମ। ସେହିଭଳି କପାର ବିଏସ୍‌ ୩୦ ଓ ବିଏସ୍‌ ୨୭୯, ରାଶିର ଓଏସ୍‌ସି ୭୯ ଏବଂ ଜଡ଼ା ବିସିଏଚ୍‌ ୧୭୧୫(ହାଇବ୍ରିଡ୍‌) ବିହନ ଉତ୍ପାଦନ କରାଯାଇଛି। ଏହାଛଡ଼ା ଆଉ ୧୫ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମ ବାହାର କରିବା ଲାଗି ଯୋଜନା ରହିଛି ବୋଲି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ପୁରୀ ଅଫିସ, ୨୨ା୨: ଜୀବନର ଅର୍ଥ କ’ଣ? ଏହାକୁ ଖୋଜି ବୁଲୁଛନ୍ତି ଜଣେ ମହିଳା। କିନ୍ତୁ ତାଙ୍କ ଖୋଜିବାର ଅନ୍ତ ହେଉନାହିଁ। ଶେଷରେ ସେ କେବଳ ଶୂନ୍ୟତାକୁ ହିଁ ଠାବ କରୁଛନ୍ତି। ଆଉ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଏ ଜୀବନ ଅର୍ଥ ହେଉଛି ଶୂନ୍ୟତା। ଗୁରୁବାର ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଇଂଲିଶ ଚଳଚ୍ଚିତ୍ର ବ୍ଲାଙ୍କ। ସୋହମ ସନ୍‌ମତଙ୍କ ଏହି ଚଳଚ୍ଚିତ୍ର ମା’ ଓ ପୁଅଙ୍କ ଉପରେ ଆଧାରିତ ଥିଲା।

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ପୁରୀ ଅଫିସ, ୨୨।୨: ଶ୍ରୀମନ୍ଦିର ନୀଳଚକ୍ରର ଦୁଇଟି ଅର ଦୁର୍ବଳ। ଏହାସହିତ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ମଧ୍ୟ ଦୋହଲୁଛି। ଏଥିରେ ପ୍ୟାକିଂ ଦିଆଯାଇ ଶକ୍ତ କରାଯିବାର ଆବଶ୍ୟକ ରହିଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ଯାଞ୍ଚ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟିରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ

ଯାଜପୁର ଅଫିସ,୨୨ା୨: ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ମାଧ୍ୟମରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଯାଜପୁର ଜିଲା ଡ୍ରେନେଜ ବିଭାଗର ଯନ୍ତ୍ରୀମାନେ ଠିକାଦାରଙ୍କ ହାତକୁ ଟେକି ଦେଉଛନ୍ତି। ଆଉ ଏ ବାବଦରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ବିରୋଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସୁଯୋଗ ନେଇ ଏହି ବିଭାଗରେ ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଛି।

ଛାତ୍ରଙ୍କ ଚୁଟି କାଟି ଅଡ଼ୁଆରେ ଶିକ୍ଷୟିତ୍ରୀ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଙ୍କୁ ସଂସ୍କାର ଶିକ୍ଷା ଦେବାକୁ ଯାଇ କ୍ରୀଡା ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ ଏବେ ହରଡ଼ ଘଣାରେ ପଡିଛନ୍ତି। ବିଦ୍ୟାଳୟକୁ ଅଧିକ ଚୁଟି ରଖି ଆସୁଥିବା ଛାତ୍ରଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦାଶ ଚୁଟି କାଟିବାକୁ ତାଗିଦ୍‌ କରିଥିଲେ। ତେବେ ପିଲାମାନେ ଶିକ୍ଷୟିତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତେଣୁ ଶିକ୍ଷୟିତ୍ରୀ ଦାଶ ପିଲାଙ୍କୁ ଏକ ଶିକ୍ଷା ଦେବାକୁ ଯାଇ କେତେକ ଛାତ୍ରଙ୍କ ଚୁଟି କାଟି ଦେଇଥିଲେ।

ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ବାରିପଦା ଅଫିସ/ଖୁଣ୍ଟା(ଡି.ଏନ.ଏ.),୨୨।୨: ମୟୂରଭଞ୍ଜ ଜିଲାର ଖୁଣ୍ଟା ଓ କୁଳିଅଣା ବ୍ଲକରେ ହେବାକୁ ଥିବା ୨ ନାବାଳିକା ବିବାହ ଉଦ୍ୟମ ପଣ୍ଡ ହୋଇଛି। ପୋଲିସ ପହଞ୍ଚତ୍ ଉଭୟ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି।

ଜଗା ପିନ୍ଧିବ ସ୍ବତନ୍ତ୍ର ହେଲ୍‌ମେଟ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨ା୨ (ବ୍ୟୁରୋ): ଅପରେଶନ ପରେ ପୃଥକ ହୋଇଥିବା କନ୍ଧମାଳ ଜିଲାର ଯୋଡାମୁଣ୍ଡ ଶିଶୁ ଜଗା ବଳିଆ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଫେରିବେ। ଦିଲ୍ଲୀ ଏମ୍‌ସ ହସ୍ପିଟାଲରୁ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ କରାଯିବ। ଡ଼ିସ୍‌ଚାର୍ଜ ପୂର୍ବରୁ ଜଗା ପାଇଁ ସ୍ପତନ୍ତ୍ର ହେଲ୍‌ମେଟ ପ୍ରସ୍ତୁତ କରାଯାଇ ସାରିଛି। ଏଣିକି ଜଗା ଓ୍ବାର୍ଡରୁ ବାହାରକୁ ବାହାରିଲେ ଏହି ସ୍ବତନ୍ତ୍ର ହେଲ୍‌ମେଟକୁ ପିନ୍ଧିବ। ବଳିଆ ପାଇଁ ସ୍ବତନ୍ତ୍ର ହେଲ୍‌ମେଟ ପ୍ରସ୍ତୁତ ଚାଲିଛି।

୩୬ ଡିଗ୍ରୀ ଟପିଲା ୩ ସହରର ପାରଦ

୩୬ ଡିଗ୍ରୀ ଟପିଲା ୩ ସହରର ପାରଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢି ଯାଇଛି। ତାତି ଡରାଇବା ଆରମ୍ଭ କରିଛି। ଗତ ୪ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ବଢିଗଲାଣି। ୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଇଥିବା ବେଳେ ୩ଟି ସ୍ଥାନରେ ୩୬ ଡିଗ୍ରୀ ସେଲସିୟସକୁ ଚାଲି ଯାଇଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

କଟକ ଅଫିସ, ୨୨।୨: ବରଗଡ଼ ଜିଲାରେ ପଦ୍ମପୁର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ଗୁରୁବାର ବଦଳି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଣ୍ଡାଙ୍କର ଏହି ବଦଳି ହୋଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ପଣ୍ଡାଙ୍କ ସ୍ଥାନରେ ଝାରସୁଗୁଡ଼ା ରେଲୱେ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଏସ୍‌ପି କ୍ଷୀରସାଗର ନାୟକଙ୍କୁ ପଦ୍ମପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ପଣ୍ଡାଙ୍କୁ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ବଦଳି କରି ଦିଆଯାଇଛି। ସୂଚନାଥାଉ କି, ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ପଣ୍ଡାଙ୍କ ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା।

ସରିଲା ପ୍ରଚାର, ସରୁନି ଅଭିଯୋଗ

ସରିଲା ପ୍ରଚାର, ସରୁନି ଅଭିଯୋଗ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାନ ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ଶନିବାର ବିଜେପୁରବାସୀ ମାତ୍ର ବର୍ଷକ ପାଇଁ ନିଜ ପ୍ରତିନିଧି ବାଛିବେ। ଏକାଧିକ କାରଣରୁ ଏହି ନିର୍ବାନଟିର ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ବର୍ତ୍ତମାନ ସମୟରେ ଅନ୍ୟ ସବୁ ଖବର ଗୌଣ ହୋଇଯାଇଛି। ଉପନିର୍ବାନର ଫଳାଫଳ ଯାହା ହେଉନା କାହିଁକି ଏହା ଅନେକ ନକାରାତ୍ମକ କାରଣ ପାଇଁ ମନେରହିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। ରାଜ୍ୟ ମୁଖ୍ୟ ନିର୍ବାନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାନକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରାୟ ୨୮ଟି ଅଭିଯୋଗ କରାଯାଇଛି। ସବୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂନା ଦେଇଛନ୍ତି।

ସ୍ପେଶାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମାଡ ଘଟଣା: ହାତଗୁଞ୍ଜା ନେଇ ରଫାଦଫା କଲା ପୋଲିସ

ସ୍ପେଶାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମାଡ ଘଟଣା: ହାତଗୁଞ୍ଜା ନେଇ ରଫାଦଫା କଲା ପୋଲିସ

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ଗତ ସୋମବାର ସିଆରପି ଛକରେ ଦୁଇ ଯୁବକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ମାଡ଼ ଖାଇଥିବା ସମ୍ପୃକ୍ତ କର୍ମଚାରୀ ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ରାତିରେ ଥାନାକୁ ଉଠାଇ ଆଣିଥିଲା। ହେଲେ ଗୁରୁବାର ପୋଲିସ ଅଭିଯୋଗକୁ ରଫାଦଫା କରିଦେଇଛି। ଏଥିପାଇଁ ପୋଲିସକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ମୋଟା ଅଙ୍କର ହାତଗୁଞ୍ଜା ମିଳିଥିବା ଜଣାପଡ଼ିଛି।