ରାଜ୍ୟ |

ମହିଳାଙ୍କୁ ହତ୍ୟା: ପାହାଡ଼ ଖୋଲରୁ ମିଳିଲା ଗଳିତ ମୃତଦେହ

ଦଶପଲ୍ଲା,୨୦।୧(ଡି.ଏନ.ଏ.)-ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ ଜଣେ ୨୫ ବର୍ଷୀୟା ମହିଳା ହାର ଖିଲାର ଓ ତାଙ୍କ ଝିଅ ଯମୁନା(୫)। ଶନିବାର ହାରଙ୍କ ଗଳିତ ମୃତଦେହକୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ କୁସୁମଘାଟି ପାହାଡର ଏକ ଖୋଲରୁ ପୋଲିସ ଜବତ କରିଛି। ନିଖୋଜ ଥିବା ହାରଙ୍କ ମୃତଦେହ ପାହାଡ ଉପରୁ ମିଳିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ହେଲେ ତାଙ୍କ ଝିଅ ଯମୁନାଙ୍କ କୌଣସି ପତ୍ତା ମିଳିନାହିଁ। ହାର ହେଉଛନ୍ତି ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତର କନ୍ଧଭୋଗବାଡି ଗ୍ରାମର ବାନାମ୍ବର ଖିଲାରଙ୍କ ସ୍ତ୍ରୀ। ସ୍ବାମୀ ବାନାମ୍ବର, ଶାଶୁ ଓ ଶ୍ୱଶୁର ହାରଙ୍କୁ ହତ୍ୟା କରିଥିବା ତାଙ୍କ ଭିଣୋଇ ଦୁର୍ଯ୍ୟୋଧନ ପ୍ରଧାନ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେି ୧୨/୧୮ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ। ବାନାମ୍ବର ୬ବର୍ଷ ତଳେ ଗଞ୍ଜାମ ଜିଲା ଗାୟାଗଣ୍ଡାସ୍ଥିତ ବରପଲ୍ଲୀ ଗ୍ରାମର ଶୁକୁଟା ପ୍ରଧାନଙ୍କ ଭଉଣୀ ହାରଙ୍କୁ ବିବାହ କରିଥିଲେ। ବିବାହ ପରେ ବାନାମ୍ବର ଏବଂ ହାରଙ୍କ ମଧ୍ୟରେ ବିଭିନ୍ନ ସମୟରେ ଛୋଟମୋଟ କଥାକୁ ନେଇ ବଚସା ହୋଇଥାଏ। ଗତ କିଛିଦିନ ହେଲା ହାର ଓ ତାଙ୍କ ଝିଅ ଯମୁନା ନିଖୋଜ ଥିଲେ। ୨ଦିନ ତଳେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ କନ୍ଧଭୋଗବାଡି ଗ୍ରାମ ନିକଟ କୁସୁମଘାଟି ପାହାଡକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। ଆଖପାଖ ଅଞ୍ଚଳ ଖୋଜାଖୋଜି କରିବା ପରେ ପଥର ଖୋଲ ଭିତରେ ମଣିଷ ଗୋଡ ଦେଖାଯାଇଥିଲା। ଏହି ବିଷୟ ଗ୍ରାମରେ ଖବର ପ୍ରଚାରିତ ହୋଇଥିଲା। ଶନିବାର ଗ୍ରାମରକ୍ଷୀଙ୍କ ଜରିଆରେ ଦଶପଲ୍ଲା ଥାନାକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ବଦ୍ରିନାରାୟଣ ଭୋଇଙ୍କ ସମେତ କର୍ମଚାରୀମାନେ ପାହାଡ ଚଢି ଗଳିତ ମୃତଦେହକୁ ଜବତ କରି ତଳକୁ ଆଣିଥିଲେ। ଉକ୍ତ ମୃତଦେହ ହାରଙ୍କର ବୋଲି ଚିହ୍ନଟ ହୋଇଥିବାବେଳେ ତାଙ୍କ ଝିଅ ଯମୁନା ମୃତ ନା ଜୀବିତ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଦଶପଲ୍ଲା ଅତିରିକ୍ତ ତହସିଲଦାର ରାଜେଶ କୁମାର ସେଠୀ, ଏସ୍‌ଡିପିଓ ଜୟରାମ ଶତପଥୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

All Right Reserved By

ରାଜ୍ୟ |

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ମଙ୍ଗଳବାର ଓ ବୁଧବାର ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଆରଡ଼ି,୧୪।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଦୋହରାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ।

ଛାତ୍ର ବିଜେଡିର ଧାରଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ଛାତ୍ର ବିଜେଡିର ଧାରଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ନିଶ୍ଚିନ୍ତକୋଇଲି,୧୪।୮(ସ୍ବ.ପ୍ର.): ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଲାଗି କଲେଜରେ ଉପୁଜୁଥିବା ସମସ୍ୟା ପ୍ରତିବାଦରେ ନିଶ୍ଚିନ୍ତକୋଇଲି ବ୍ଲକ ସୁଭଦ୍ରା ମହତାବ କଲେଜର ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଧାରଣା ଦିଆଯାଇଛି।

ପୋଖରୀରେ ବୁଡ଼ି ଆଖିବୁଜିଲେ ଛାତ୍ର

ପୋଖରୀରେ ବୁଡ଼ି ଆଖିବୁଜିଲେ ଛାତ୍ର

ଛେଣ୍ଡିପଦା,୧୪।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଧୀନ ଟେଣ୍ଟୁଲୋଇ କୋଡ଼ାସାହି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଜଣେ ସପ୍ତମ ଶ୍ରେଣୀର ଛାତ୍ର ଗଗନ ଷଣ୍ଢଙ୍କ ପୁଅ ବାଦଲ(୧୨) ନିକଟସ୍ଥ ରୁଗୁଡି ବନ୍ଧକୁ ସକାଳେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

ବିଡ଼ି ନିଆଁରେ ପୋଡ଼ିହୋଇ ବୃଦ୍ଧଙ୍କ ଜୀବନ ଗଲା

ବିଡ଼ି ନିଆଁରେ ପୋଡ଼ିହୋଇ ବୃଦ୍ଧଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳର ଜଣେ ବୃଦ୍ଧ ବିଡ଼ି ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମୋହନ ସାହୁ(୭୫)।

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ଦୁର୍ଗମ  କାଟିଙ୍ଗିଆ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଘୋଷିତ ହୋଇଛି। ଏଥିଲାଗି ଗ୍ରାମବାସୀ ସୋମବାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଆରମ୍ଭ ହେଲା ରଥ ଭଙ୍ଗା

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ରହିଥିବା ତିନିରଥ ମଧ୍ୟରୁ ମଙ୍ଗଳବାର ସକାଳ ସାଢେ ୯ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। 

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ମାଥିଲି,୧୪।୮ (ଡି.ଏନ୍‌.ଏ): ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ବେଧଡକ ଭାବେ ଜଙ୍ଗଲ କଟା ଚାଲିଛି। ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନରେ ଏଭଳିି ଦୃଶ୍ୟ ଦେଖିବାକୁ ମିଳିଛି। ଗୋବିନ୍ଦପାଲି ବନବିଭାଗ ଅଧୀନ ସପ୍ତଧାରା ଟାଓ୍ବାର ଲାଇନ ଅଞ୍ଚଳରୁ ବେଆଇନ ଭାବେ କଟାଯାଉଛି ଅମୂଲ୍ୟ କାଠ।

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖୋର୍ଦ୍ଧା ଅଫିସ,୧୪।୮: ଖୋର୍ଦ୍ଧା ତହସିଲ ଛତ୍ରମା ମୌଜା କଳିଙ୍ଗ ଖଣିରେ ମଙ୍ଗଳବାର ଭୋର ସମୟରେ ବିସ୍ଫୋରଣ କରାଯାଉଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମଳିପଡାର ବାଙ୍ଗୁରୁ କଳସ। ଏଥିରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ମହାକାଳପଡା,୧୪।୮(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଥିବା ନେଇ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। 

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜଗତ୍‌ସିଂହପୁର ଅଫିସ,୧୪।୮: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜଗତ୍‌ସିଂହପୁର ଜିଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ ଓ ତିର୍ତ୍ତୋଲ ବିଧାୟିକା ତଥା ଜିଲା ମହିଳା ବିଜେଡି ସଭାପତି ରାଜଶ୍ରୀ ମଲ୍ଲିକଙ୍କ ବିବାଦ ପୁଣି ଥରେ ରାଜନୀତିକୁ ଉଷ୍ମ କରିଛି। କିଛିଦିନ ପୂର୍ବେ ରାଜଶ୍ରୀଙ୍କ ସୁପାରିଶକ୍ରମେ ଜିଲା ମହିଳା ସଙ୍ଗଠନରେ ପରିବର୍ତ୍ତନ ହୋଇଥିଲା। 

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ପୁରୀ ଅଫିସ,୧୪ା୮: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଲାଗି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଚିନ୍ତାରେ ପଡିଛନ୍ତି ସେବାୟତ। ଦାନ, ଦକ୍ଷିଣା ଉପରେ ରୋକ୍‌ ଲଗାଇଥିବା ବେଳେ ବଂଶାନୁକ୍ରମିକ ସେବା ସ୍ବତ୍ୱ ଉଚ୍ଛେଦ ଲାଗି ବି ସୁପ୍ରିମକୋର୍ଟ ପ୍ରସ୍ତାବ ରଖିଛନ୍ତି। 

Model This Week

ଯସ୍ମିନ୍