ରାଜ୍ୟ |

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)। କୁନୁଙ୍କ ଘର ଜଟଣୀ ଥାନା ହରିଡାମଡା ଗଁାରେ। ସମ୍ପର୍କୀୟ ନାବାଳିକା ଶାଳୀଙ୍କ ସହ କୁନୁଙ୍କ ପ୍ରେମ ସମ୍ପର୍କକୁ ଅଞ୍ଜଳି ଦେଖିବା ତାଙ୍କ ପାଇଁ କାଳ ହୋଇଥିଲା। ଉକ୍ତ ପ୍ରେମ ସମ୍ପର୍କ ପ୍ରଘଟ ହୋଇଯିବା ଆଶଙ୍କାରେ କୁନୁ ଅଞ୍ଜଳିଙ୍କୁ ହତ୍ୟା କରିଥିଲେ। ଘଟଣା ପରେ ସେ ସୁରଟ ପଳାଇ ଯାଇଥିବାବେଳେ ସମ୍ପର୍କୀୟଙ୍କ ମାଧ୍ୟମରେ ପୋଲିସ ତାଙ୍କୁ ଡକାଇ ଗିରଫ କରିଥିଲା। ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଖୋର୍ଦ୍ଧା ଏସ୍‌ପି ଦୀପ୍ତି ରଞ୍ଜନ ରାୟ ଉପରୋକ୍ତ ସୂଚନା ଦେଇଛନ୍ତି।
ବେଗୁନିଆ ବ୍ଲକ କଣ୍ଟାବାଡ ରଘୁନାଥପୁର ଗଁାର ଅଞ୍ଜଳି ନିରାକାରପୁର ଥାନା ଅଧୀନ ବଡପୋଖରିଆ ଶବରପଲ୍ଲୀର ଏକ ଭଡା ଘରେ ରହୁଥିଲେ। କୁନୁ ଗତ ୩ ତାରିଖରେ ଶ୍ୱଶୁର ଘର ଶବରପଲ୍ଲୀକୁ ଆସିଥିଲେ। ସେହିଦିନ ରାତିରେ ସମସ୍ତେ ଶୋଇବା ପରେ ଅଞ୍ଜଳିଙ୍କ ଭଡାଘର ବାରଣ୍ଡାରେ କୁନୁ ତାଙ୍କର ଜଣେ ସମ୍ପର୍କୀୟ ନାବାଳିକା ଶାଳୀଙ୍କ ସହ ପ୍ରେମାଳାପ କରୁଥିଲେ। ପ୍ରାୟ ୮ ବର୍ଷ ଧରି ଅଞ୍ଜଳି ସମ୍ପୃକ୍ତ ନାବାଳିକାଙ୍କ ନିକଟତର ଥିଲେ। ତେଣୁ ତାହାକୁ ସେ ପସନ୍ଦ କରି ନ ଥିଲେ। ଘର ଲୋକଙ୍କୁ କହିଦେବେ ବୋଲି ଅଞ୍ଜଳି କହିଥିଲେ। କିନ୍ତୁ କାହାକୁ ନ ଜଣାଇବାକୁ କୁନୁ ଅଞ୍ଜଳିଙ୍କୁ ନିବେଦନ କରିଥିଲେ। ପରଦିନ ୪ ତାରିଖରେ ଅଞ୍ଜଳି ସ୍କୁଲକୁ ଚାଲି ଯାଇଥିଲେ ଏବଂ ପୂର୍ବାହ୍ନ ସାଢ଼େ ୧୧ଟାରେ କୁନୁ ବଡପୋଖରିଆରୁ ବସ୍‌ରେ ନିଜ ଗ୍ରାମକୁ ପଳାଇଥିଲେ। ହେଲେ ଆଶଙ୍କାରେ ବୁଡ଼ିଯାଇଥିଲେ କୁନୁ। କାଳେ ପ୍ରେମ ସମ୍ପର୍କ ପ୍ରଘଟ ହୋଇଯିବ ଭାବି ଅଞ୍ଜଳିଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲେ। ଘରେ ମୋବାଇଲ ଫୋନକୁ ଛାଡ଼ି ଅପରାହ୍ନ ୩ଟାରେ ଏକ କଟୁରି ଧରି ବାଇକ୍‌ ଯୋଗେ ବଡପୋଖରିଆ ଯାଇଥିଲେ। ବଡପୋଖରିଆରେ ପହଞ୍ଚତ୍ବା ପରେ କଟୁରିରେ ବାଉଁଶ ବୁଦାରୁ ଏକ ବାଉଁଶ ହାଣି ପାଖରେ ରଖିଥିଲେ। ଏହାପରେ ବଡପୋଖରିଆ ଓ ହରିପୁର ରାସ୍ତା ମଝିରେ ଥିବା ଏକ ବିଲରେ ଲୁଚି ରହିଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟ। ସ୍କୁଲରୁ ଅଞ୍ଜଳି ଗହୀର ରାସ୍ତା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଅଞ୍ଜଳି ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଭିଡିଓ କଲରେ କଥା ହେଉଥିଲେ। ପଛ ପାଖରୁ ଅଞ୍ଜଳି କୁନୁଙ୍କୁ ଦେଖି ନେଇଥିଲେ। ଏଠି କ’ଣ ବୋଲି ଅଞ୍ଜଳି ତାଙ୍କୁ ପଚାରିଥିଲେ। କିନ୍ତୁ କୁନୁ କାହାକୁ କ’ଣ କହିବୁ କହି ବାଉଁଶରେ ଅଞ୍ଜଳିଙ୍କ ମୁଣ୍ଡର ପଛ ପାଖକୁୁ ପିଟି ଚାଲିଲେ। ଅଞ୍ଜଳି ଚିତ୍କାର କରିଥିଲେ ମୋତେ ମାରନା, ମୁଁ କାହାକୁ କିଛି କହିବିନି, ଛାଡ଼ି ଦିଅ। ତାଙ୍କ କଥା କୁନୁ କିଛି ଶୁଣି ନ ଥିଲେ। ଅଞ୍ଜଳିଙ୍କ ହାତରୁ ମୋବାଇଲ ଫୋନ ତଳେ ପଡି କଲ୍‌ ବନ୍ଦ ହୋଇଯାଇଥିଲା। ଅପରାହ୍ନ ୪ଟା୨୫ମିନିଟ୍‌ରେ କୁନୁ ଅଞ୍ଜଳିଙ୍କ ଫୋନକୁ ସୁଇଚ ଅଫ୍‌ କରିଦେଇଥିଲେ। ଏହାପରେ ସେ ନିଜ ଗଁାକୁ ଯାଇ ସୁରଟ ଚାଲି ଯାଇଥିଲେ। ହତ୍ୟାକାଣ୍ଡ ସମ୍ପର୍କରେ ନିରାକାରପୁର ଥାନାରେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୧/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ସମୟରେ ପୋଲିସ ଏକାଧିକ ଲୋକଙ୍କୁ ସନ୍ଦେହରେ ଆଣି ପଚରାଉଚୁରା କରିଥିଲା। ତେବେ ହତ୍ୟାକାରୀ ଓ ହତ୍ୟାର କାରଣ ଜଣାପଡି ନ ଥିଲା। ଗଁାର ଜଣେ ଲୋକଙ୍କ ସୂଚନା ଅନୁସାରେ, କୁନୁଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା। ଅନ୍ୟପକ୍ଷରେ ଅଞ୍ଜଳିଙ୍କ ମୋବାଇଲ ଫୋନର କଲ୍‌ ଡିଟେଲ୍ସକୁ ପୋଲିସ ଯାଞ୍ଚ କରିବାରୁ ଲାଷ୍ଟ କଲ୍‌ ଭିଡିଓ କଲିଂ ଥିଲା ବୋଲି ଜାଣିବାକୁ ପାଇଥିଲା। ଉକ୍ତ ଭିଡିଓ କଲିଂକୁ ଯାଞ୍ଚ କରିବା ପରେ ହତ୍ୟାକାରୀ କୁନୁ ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା। କାରଣ କୁନୁ ଆକ୍ରମଣ କରିବା ବେଳେ କିଛି କ୍ଷଣ ପାଇଁ ତାଙ୍କର ଚେହେରା ଭିଡିଓ କଲିଂ ମଧ୍ୟକୁ ଆସିଯାଇଥିଲା। ଏହାପରେ ପୋଲିସ କୁନୁଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଜରିଆରେ ସୁରଟରୁ ଡକାଇ ପଚରାଉଚୁରା କରିଥିଲା। ପ୍ରଥମେ ସେ କିଛି ମାନି ନ ଥିଲେ। ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିଲେ। କୁନୁଙ୍କ ସୂଚନା ଅନୁଯାୟୀ, ପୋଲିସ ତାଙ୍କ ଘରୁ ହତ୍ୟା ସମୟର ବ୍ୟବହୃତ ରକ୍ତଲଗା ପୋଷାକ, ଅଞ୍ଜଳିଙ୍କ ମୋବାଇଲ ଫୋନର ସିମ୍‌ କାର୍ଡ, ବାଉଁଶ ହାଣିବାକୁ ବ୍ୟବହାର କରିଥିବା କଟୁରି, ହତ୍ୟାରେ ବ୍ୟବହୃତ ବାଇକ(ନଂ. ଓଡି.୦୨ଏ୫୦୩୭)କୁ ଜବତ କରିଛି। କୁନୁଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପ୍ରତାପ ସ୍ବାଇଁ, ବାଲୁଗାଁ ଏସ୍‌ଡିପିଓ ସୁବାସ ପଣ୍ଡା, ନିରାକାରପୁର ଆଇଆଇସି, ଟାଙ୍ଗୀ ଆଇଆଇସି ଉପସ୍ଥିତ ଥିଲେ।

All Right Reserved By

ରାଜ୍ୟ |

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହା

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଜୁଲାଇ ୧ରେ ଓଡ଼ିଶା ଆସିବେ। ଓଡ଼ିଶା ଗସ୍ତକାଳରେ ସେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ।

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

ବ୍ରହ୍ମପୁର ଅଫିସ,୧୮।୬: ଗଞ୍ଜାମ ଜିଲା ବ୍ରହ୍ମପୁରଠାରେ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମାଜ ସେବା ହିଁ ମୂଳଲକ୍ଷ୍ୟ ହେଉ

ସମାଜ ସେବା ହିଁ ମୂଳଲକ୍ଷ୍ୟ ହେଉ

ଭଦ୍ରକ ଅଫିସ,୧୮।୬: ସମାଜ ସେବା ହିଁ ପ୍ରତ୍ୟେକ ମଣିଷର ମୂଳଲକ୍ଷ୍ୟ ହେଉ। ସମାଜରେ ଅବହେଳିତ ଲୋକଙ୍କ ପାଇଁ ସମୟ ଦେଇ ଯିଏ ନିଜ ଜୀବନ ଉତ୍ସର୍ଗ କରେ ସେ ହିଁ ଦରଦୀ ମଣିଷ ବୋଲି ସାମାଜିକ ସଙ୍ଗଠନ ‘ଉତ୍ସର୍ଗ’ର ଦ୍ୱିତୀୟ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୮।୬: ଦରମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ସୋମବାର ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିମାସ ୭ ତାରିଖ ସୁଦ୍ଧା ଦରମା ପ୍ରଦାନ କରାଯିବ ବୋଲି ପୂର୍ବରୁ ସାଉଥ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

କୁରୁବ ଗ୍ରାମରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

କୁରୁବ ଗ୍ରାମରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୧୮।୬(ଡି.ଏନ୍‌.ଏ.): ଚାଷ କାର୍ଯ୍ୟ ବିରୋଧରେ କୁରୁବ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ ବିରୋଧ କରିଛି ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ। ଉକ୍ତ ସଙ୍ଗଠନ ପକ୍ଷରୁ ମାଓବାଦୀଙ୍କ ପୋଷ୍ଟର ବିରୋଧରେ ପୋଷ୍ଟର ଲଗାଯାଇଛି।

ବୟସ୍କ, ଦିବ୍ୟାଙ୍ଗଙ୍କ ଲାଗି ବ୍ୟାଟେରୀ ଚାଳିତ ଗାଡ଼ି

ବୟସ୍କ, ଦିବ୍ୟାଙ୍ଗଙ୍କ ଲାଗି ବ୍ୟାଟେରୀ ଚାଳିତ ଗାଡ଼ି

ଭଦ୍ରକ ଅଫିସ୍‌,୧୮।୬: ଏଣିକି ଭଦ୍ରକ ସହରରେ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ଲାଗି ମାଗଣାରେ ବ୍ୟଟେରୀ ଚାଳିତ ଗାଡ଼ି ଚଳାଚଳ କରିବ। ସାମାଜିକ ସଙ୍ଗଠନ ‘ଉତ୍ସର୍ଗ’ ପକ୍ଷରୁ ଏହି ସୁବିଧା ସହରରେ ଉପଲବ୍ଧ ହେବ। ମହତାବ ଛକଠାରୁ ଚରମ୍ପା ପର୍ଯ୍ୟନ୍ତ ଏହି ଗାଡ଼ି ଚଳାଚଳ କରିବ।

ମାତା ପାର୍ବତୀଙ୍କଠାରୁ ପାଣି ଗ୍ରହଣ କଲେ ପ୍ରଭୁ ସ୍ବପ୍ନେଶ୍ୱର

ମାତା ପାର୍ବତୀଙ୍କଠାରୁ ପାଣି ଗ୍ରହଣ କଲେ ପ୍ରଭୁ ସ୍ବପ୍ନେଶ୍ୱର

ତିଡିଡ଼ି, ୧୮ା୬(ଡି.ଏନ୍‌.ଏ.): ପବିତ୍ର ଶୀତଳଷଷ୍ଠୀ ଅବସରରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ମିର୍ଜାପୁର ଗ୍ରାମରେ ରବିବାର ରାତିରେ ବାବା ସ୍ବପ୍ନେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ୫ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଦେଇଛି। ଗତ ମାସରେ ୧୩୫ ମି.ମି ଏବଂ ଏପ୍ରିଲ ମାସରେ ୧୭୭ ମି.ମି ବର୍ଷା ହୋଇଥିବାବେଳେ ଚଳିତ ମାସ ଏବେ ସୁଦ୍ଧା ମାତ୍ର ୯୩ ମି.ମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅଧୀନ ସମରଝୋଲା ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଏ. କ୍ରିଷ୍ଣା ରାଓ(୭୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ହସ୍ପିଟାଲ ପଠାଇବା ସହ ଘଟଣାର ଅଭିଯୁକ୍ତ ଏ. ଦିବାକର ରାଓଙ୍କୁ ଅଟକ ରଖିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ: ବ୍ରାହ୍ମଣଗାଁ ବଜାରରେ ଉତ୍ତେଜନା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ: ବ୍ରାହ୍ମଣଗାଁ ବଜାରରେ ଉତ୍ତେଜନା

ବାସୁଦେବପୁର,୧୮।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ବଜାରରେ ରବିବାର ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୨ ସମ୍ପ୍ରଦାୟର କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ସମ୍ପ୍ରଦାୟ(ହିନ୍ଦୁ)ର ୨ ଯୁବକ ଆହତ ହୋଇଛନ୍ତି। ଘଟଣାକୁ ନେଇ ସୋମବାର ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପବିତ୍ର ଶୀତଳଷଷ୍ଠୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟୁଇଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଏହି ଟୁଇଟ୍‌ ସମ୍ବଲପୁରୀ ଭାଷାରେ ଲେଖାଯାଇଛି। ସେ କହିଛନ୍ତି ଯେ,

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଜଣେ ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ରବିବାର ରାତିରେ ଚାଇଲ୍ଡଲାଇନ ଏବଂ ପୋଲିସ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଅନୁଗୋଳ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)ରେ କାର୍ଯ୍ୟରତ ଅନୁରାଧା ନାୟକ ନାମକ ଶିଶୁ ସୁରକ୍ଷା ଅଧିକାରିଣୀ ଉକ୍ତ ଶିଶୁଙ୍କୁ ତାଙ୍କ ଘରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ମିଳିଛି।

Model This Week

ପ୍ରଭାତ