ଖେଳ |

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି
ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯଥାକ୍ରମେ କଟକ ବାରବାଟୀ ସୁପରକିଙ୍ଗ୍ସ, ଭୁବନେଶ୍ୱର ବାଉନ୍ସର ଓ ଜଗତ୍‌ସିଂହପୁର କଳିଙ୍ଗ୍ସ ବିଜୟୀ ହୋଇଛନ୍ତି। ଉନ୍ନତ ରନ୍‌ରେଟ୍‌ ଦୃଷ୍ଟିରୁ ଭୁବନେଶ୍ୱର ବାଉନ୍ସର ଫାଇନାଲକୁ ଉନ୍ନୀତ ହୋଇଛି। ସେହିପରି କଟକ ଓ ଜଗତ୍‌ସିଂହପୁର ମଧ୍ୟରେ ରବିବାର ଫାଇନାଲ ଖେଳାଯିବ। ଏଥିରେ ଯେଉଁ ଦଳ ବିଜୟ ଲାଭ କରିବ ଫାଇନାଲରେ ବାଉନ୍ସରକୁ ଭେଟିବ। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ କଟକ ବାରବାଟୀ ୨୩ ରନରେ ସମ୍ବଲପୁର ଭିଏସ୍‌ଏଲ୍‌କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି କଟକ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୬୯ ରନ କରିଥିଲା। ଜବାବରେ ସମ୍ବଲପୁର ୧୯.୪ ଓଭରରେ ୧୪୬ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ସେହିପରି ୨ୟ କ୍ୱାର୍ଟରଫାଇନାଲ ଚିଲିକା ଇଲେଭେନ ଓ ଭୁବନେଶ୍ୱର ବାଉନ୍ସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚିଲିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୨୩ ରନ କରିଥିଲା। ଜବାବରେ ଭୁବନେଶ୍ୱର ମଞ୍ଜୁନାଥ ରେଡ୍ଡୀ (୮୭ ରନ, ୪୬ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୪ ଉଇକେଟ୍‌ ଓ ଗୋଟିଏ ବଲ ବାକିଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ତୃତୀୟ କ୍ୱାର୍ଟର ଫାଇନାଲରେ ଜଗତ୍‌ସିଂହପୁର ୯ ରନରେ କେନ୍ଦ୍ରାପଡ଼ାକୁ ହରାଇଥିଲା। ଏହି ମ୍ୟାଚରେ ଜଗତ୍‌ସିଂହପୁର ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୮ ଉଇକେଟ୍‌ ହରାଇ ୧୭୨ ରନ କରିଥିଲା। କେନ୍ଦ୍ରାପଡ଼ା ନିର୍ଦ୍ଧାରିତ ଓଭର ଖେଳିଥିଲେ ମଧ୍ୟ ୫ ଉଇକେଟ୍‌ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା। ପି.ଟି. ସିଂ (୪୪ ରନ ଓ ୩ ଉଇକେଟ୍‌), ମଞ୍ଜୁନାଥ ଓ ଅଭିଜିତ୍‌ (୧୭ ରନ ଓ ୩ଟି ଉଇକେଟ୍‌) ଯଥାକ୍ରମେ ପ୍ରଥମ, ୨ୟ ଓ ୩ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
All Right Reserved By

ଖେଳ |

ରାଜକୋଟ ଟେଷ୍ଟ: ୨୨ରୁ ବିକ୍ରି ହେବ ଟିକେଟ୍‌

ରାଜକୋଟ ଟେଷ୍ଟ: ୨୨ରୁ ବିକ୍ରି ହେବ ଟିକେଟ୍‌

ରାଜକୋଟ,୨୦।୯(ପି.ଟି.)- ଆସନ୍ତା ଅକ୍ଟୋବର ୪ ତାରିଖରୁ ଏଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଲାଗି ଟିକେଟ ୨୨ ତାରିଖରୁ ବିକ୍ରି କରାଯିବ। ଏ ନେଇ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ପକ୍ଷରୁ ଘୋଷଣା କରାଯାଇଛି।

ଓଡ଼ିଶା- ଝାଡଖଣ୍ଡ କ୍ୱାର୍ଟର ଫାଇନାଲ

ଓଡ଼ିଶା- ଝାଡଖଣ୍ଡ କ୍ୱାର୍ଟର ଫାଇନାଲ

ବେଙ୍ଗାଲୁରୁ, ୨୦।୯ (ପି.ଟି.)- ଏଠାରେ ଚାଲିଥିବା ତୃତୀୟ ହକି ଇଣ୍ଡିଆ ୫-ଏ- ସାଇଡ ସିନିୟର ଜାତୀୟ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲ ଲାଇନ ଅପ୍‌ ସ୍ପଷ୍ଟ ହୋଇଛି। ଅଂଶଗ୍ରହଣ କରିଥିବା ୮ଟି ଦଳ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରଥମ କ୍ୱାର୍ଟର ଫାଇନାଲରେ ହରିୟାଣା ଓ ଉତ୍ତରପ୍ରଦେଶ ପରସ୍ପରକୁ ଭେଟିବେ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ଓ ଝାଡ଼ଖଣ୍ଡ ମୁହଁାମୁହିଁ ହେବେ।

କ୍ୱାର୍ଟରରେ ଆଜାରେଙ୍କା

କ୍ୱାର୍ଟରରେ ଆଜାରେଙ୍କା

ଟୋକିଓ, ୨୦।୯(ଏଏଫ୍‌ପି)- ବିଶ୍ୱର ପ୍ରାକ୍ତନ ଏକ ନମ୍ବର ମହିଳା ଟେନିସ ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ଏଠାରେ ଚାଲିଥିବା ପାନ୍‌ ପାସିଫିକ୍‌ ଓପନ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ପରାଜୟରୁ ଓଡ଼ିଶାର ଅଭିଯାନ

ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର, ୨୦।୯(ସ୍ପୋଟର୍‌ସ ବ୍ୟୁରୋ)- ପରାଜୟରୁ ଓଡ଼ିଶା କ୍ରିକେଟ ଦଳ ତା’ର ଘରୋଇ କ୍ରିକେଟ ସିଜନ ଆରମ୍ଭ କରିଛି। ଗୁରୁବାର ବିଜୟ ହଜାରେ ଟ୍ରଫି ଏକଦିବସୀୟ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ୬ ଉଇକେଟ୍‌ରେ ଓଡ଼ିଶାକୁ ପରାସ୍ତ କରିଛି।

ପାଣ୍ଡ୍ୟାଙ୍କ ପରେ ଅକ୍ଷର, ଶାର୍ଦ୍ଦୁଳ ବାହାରିଲେ

ପାଣ୍ଡ୍ୟାଙ୍କ ପରେ ଅକ୍ଷର, ଶାର୍ଦ୍ଦୁଳ ବାହାରିଲେ

ଦୁବାଇ, ୨୦।୯(ପି.ଟି.)- ଚଳିତ ଏସିଆ କପ୍‌ ଅଧାରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ କ୍ରିକେଟ ଦଳକୁ ଆଘାତ ସମସ୍ୟା ଚିନ୍ତାରେ ପକାଇଛି। ପ୍ରଥମେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିବାବେଳେ ଏବେ ଏହି ତାଲିକାରେ ସ୍ପିନର ଅକ୍ଷର ପଟେଲ ଓ ସ୍ପିଡ୍‌ଷ୍ଟାର ଶାର୍ଦ୍ଦୁଳ ଠାକୁର ଯୋଡ଼ି ହୋଇଛନ୍ତି। 

ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ

ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ

ଭାଲେନସିଆ (ସ୍ପେନ), ୨୦।୯- ତାରକା ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ ମିଳିଛି। ଏଠାରେ ଖେଳାଯାଇଥିବା ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ୍‌-ଏଚ୍‌’ର ଭାଲେନସିଆ ବିପକ୍ଷ ମ୍ୟାଚ୍‌ରେ ଜୁଭେଣ୍ଟସ୍‌ର ଦାମୀ ଖେଳାଳି ରୋନାଲ୍ଡୋଙ୍କୁ ରେଫରି ରେଡ୍‌ କାର୍ଡ ଦେଖାଇବାରୁ ମ୍ୟାଚ୍‌ ଅଧାରୁ ସେ ପଡ଼ିଆ ଛାଡ଼ିଥିଲେ।

ବେଜିଂ, ସାଂଘାଇ ଟୁର୍ନାମେଣ୍ଟରୁ ନାଡାଲ ଓହରିଲେ

ବେଜିଂ, ସାଂଘାଇ ଟୁର୍ନାମେଣ୍ଟରୁ ନାଡାଲ ଓହରିଲେ

ବାର୍ସିଲୋନା, ୨୦।୯(ଏଏଫ୍‌ପି)- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ତଥା ସ୍ପାନିଶ ତାରକା ରାଫାଲ ନାଡାଲ ଆଘାତ ସମସ୍ୟା ଲାଗି ଆଗାମୀ ଚାଇନା ଓପନ୍‌ ଓ ସାଂଘାଇ ମାଷ୍ଟର୍ସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। 

ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ନଦୀମ

ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ନଦୀମ

ଚେନ୍ନାଇ, ୨୦।୯(ପି.ଟି.)- ଝାଡ଼ଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦୀମ ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗି ନୂତନ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗୁରୁବାର ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ନଦୀମ ୧୦ ରନ ବିନିମୟରେ ୮ଟି ଉଇକେଟ୍‌ ଅକ୍ତିଆର କରିଥିଲେ।

ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ଆର୍ଥର

ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ଆର୍ଥର

ଦୁବାଇ, ୨୦।୯(ପି.ଟି.)- ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାରେ ଭାରତ ନିକଟରୁ ଶୋଚନୀୟଭାବେ ପରାସ୍ତ ହେବା ପରେ ପାକିସ୍ତାନ କୋଚ୍‌ ମିକି ଆର୍ଥର ଦଳର ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ବ୍ୟାଟ୍ସମ୍ୟାନମାନେ ଚାପର ସମ୍ମୁଖୀନ ହୋଇପାରିଲେ ନାହିଁ ବୋଲି ଆର୍ଥର କହିଛନ୍ତି।

ପାଣ୍ଡ୍ୟା ଆଉଟ୍‌: ଚହରଙ୍କୁ ଡାକରା

ପାଣ୍ଡ୍ୟା ଆଉଟ୍‌: ଚହରଙ୍କୁ ଡାକରା

ଦୁବାଇ, ୨୦।୯(ପି.ଟି.)- ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଅଧାରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା ଲାଗି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟତମ ଅଲ୍‌ରାଉଣ୍ଡର ଦୀପକ ଚହରଙ୍କୁ ଦଳ ସହ ଯୋଗଦେବାକୁ ଡାକରା ମିଳିଛି। 

ଦୃଷ୍ଟିହୀନ ଟି୨୦ କ୍ରିକେଟ: ଭାରତୀୟ ଦଳରେ ପଙ୍କଜ, ନକୁଳ

ଦୃଷ୍ଟିହୀନ ଟି୨୦ କ୍ରିକେଟ: ଭାରତୀୟ ଦଳରେ ପଙ୍କଜ, ନକୁଳ

ଭୁବନେଶ୍ୱର, ୨୦।୯(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଇଂଲଣ୍ଡ ଦୃଷ୍ଟିହୀନ କ୍ରିକେଟ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଅକ୍ଟୋବର ୨ରୁ ବାଙ୍ଗାଲୋରରେ ଆରମ୍ଭ ହେବ। ଏଥିଲାଗି ଓଡ଼ିଶାର ପଙ୍କଜ ଭୁଏ ଓ ନକୁଳ ବଡ଼ନାୟକଙ୍କୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସ୍ଥାନ ମିଳିଛି।

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଓ ବିଶ୍ୱକପକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୧୨ରେ ଘୋଷିତ ୨୫ ଜଣିଆ କୋର ଗ୍ରୁପ ଖେଳାଳି ତାଲିକାରେ ଜଣେ ହେଲେ ଓଡ଼ିଶା ଖେଳାଳି ସାମିଲ ନ ଥିଲେ। ବୀରେନ୍ଦ୍ର ଲାକ୍ରା ଆହତ ସମସ୍ୟାରେ ଥିବା ପ୍ରକାଶ କରାଯାଇଥିଲା।