ରାଜ୍ୟ | ବାଲେଶ୍ୱର

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି। ଜେରା ବେଳେ ଗିରଫ ବ୍ୟାଙ୍କ ମ୍ୟାନେଜର ଜବତ ଟଙ୍କା ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ବୋଲି ବୟାନ ଦେଇଥିଲେ। ଏହି ବୟାନ ଆଧାରରେ କେନ୍ଦୁଝର ସଦର ଥାନା ପୋଲିସ ଆଇପିସି ଧାରା ୧୪୩, ୧୪୮, ୩୪୧, ୨୮୩, ୨୯୪, ୫୦୬, ୧୪୯ ଅନୁଯାୟୀ ଏକ ମାମଲା(ନଂ. ୧୦୯/୧୮) ରୁଜୁ କରଛି। ଘଟଣାର ପ୍ରାମ୍ଭିକ ତଦନ୍ତ ପରେ ବ୍ୟାଙ୍କ ମ୍ୟାନେଜରଙ୍କ ବୟାନ ସମ୍ପର୍କରେ ପକ୍ଷ ରଖିବାକୁ ଗତ ଗୁରୁବାର ବିଧାୟକ ମହାକୁଡଙ୍କୁ ପୋଲିସ ନୋଟିସ ଜାରି କରିଥିଲା। ଉକ୍ତ ନୋଟିସ ଅନୁଯାୟୀ ମହାକୁଡଙ୍କ ତରଫରୁ ଏଥିସକାଶେ ୨୦ ଦିନ ମହଲତ ଶନିବାର ମଗାଯାଇଥିଲା। ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ ଚମ୍ପୁଆ ଇଣ୍ଡସ ଇଣ୍ଡ ବ୍ୟାଙ୍କ ଶାଖାରେ ଥିବା ବିଧାୟକ ମହାକୁଡଙ୍କର ୧୬୫ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। ଘଟଣାର ତଦନ୍ତ କରୁଥିବା ସଦର ଥାନା ଏସ.ଆଇ. ବିଜୟ ମଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଚମ୍ପୁଆ ସ୍ଥିତ ଇଣ୍ଡସ ଇଣ୍ଡ ବ୍ୟାଙ୍କ ମ୍ୟାନେଜର ରାଉତ ଗତ ୧୨ ତାରିଖ ଅପରାହ୍ନରେ କାର୍‌ରେ ଯାଉଥିବା ବେଳେ ଚମ୍ପୁଆ ପୋଲିସ ସନ୍ଦେହରେ ଏହାକୁ ଯାଞ୍ଚ କରିବାରୁ ସେଥିରୁ ୫୦ ଲକ୍ଷ ଟଙ୍କା ମିଳିଥିଲା। ପରେ କାର ସହ ଟଙ୍କାକୁ ଥାନାକୁ ନିଆଯାଇ ସେଠାରେ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ ୨ ଜଣଙ୍କୁ ଅଟକ ରଖାଯାଇଥିଲା। ପରେ ସେହି ରାତିରେ ଜବତ ଟଙ୍କା, କାର୍‌ ଓ ଅଭିଯୁକ୍ତଙ୍କୁ କେନ୍ଦୁଝର ସଦର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ସଦର ଥାନା ପୋଲିସ ଏ ନେଇ ମାମଲା ରୁଜୁ କରି ଏଯାଏ ତନାଘନା ଜାରି ରଖିଛି। ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୩ ଜଣଙ୍କ ଜାମିନ କେନ୍ଦୁଝର କୋର୍ଟରେ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ | ବାଲେଶ୍ୱର

ଦଇତାପତି-ମୁଖ୍ୟ ପ୍ରଶାସକ ଆଲୋଚନା

ପୁରୀ ଅଫିସ, ୨୨ା୫: ଆଗକୁ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା। ସ୍ନାନପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍‌ ତ୍ରୟୋଦଶୀଠାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଦଇତାପତି। ମାସେ ଧରି ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ। ଅଣସରଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଦଇତାପତିଙ୍କ ଗୁରୁଦାୟିତ୍ୱ ରହିଛି। ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ମଧ୍ୟ ବକେୟା ପ୍ରାପ୍ୟ ପାଉଣା କଥା ଉଠାଇଛନ୍ତି ଦଇତା। ରାଜ୍ୟ ସରକାର ଦଇତାପତିମାନଙ୍କୁ ରଥଯାତ୍ରା ପାଇଁ ପୁରସ୍କାର ସ୍ବରୂପ କିଛି ଅର୍ଥ ଦେଇଥାନ୍ତି। ତେବେ ଗତବର୍ଷର ଏହି ପ୍ରାପ୍ୟ ପାଉଣା ପ୍ରସଙ୍ଗ ଦଇତାପତି ବୈଠକରେ ଉଠାଇଥିବା ଜଣାପଡିଛି।

ବାଲୁକା କଳା ସମର କ୍ୟାମ୍ପ୍‌ ଉଦ୍‌ଯାପିତ

ବାଲୁକା କଳା ସମର କ୍ୟାମ୍ପ୍‌ ଉଦ୍‌ଯାପିତ

ପୁରୀ ଅଫିସ, ୨୨ା୫: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଆୟୋଜିତ ବାଲୁକା କଳା ସମର କ୍ୟାମ୍ପ ସୋମବାର ଉଦ୍‌ଯାପତି ହୋଇଯାଇଛି। ଏହି କ୍ୟାମ୍ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ତଥା ହକି ତାରକା ଦିଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ଯୁବତୀ ଯୁବକମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସୁଦର୍ଶନଙ୍କ ପକ୍ଷରୁ ଏହି ବାଲୁକା କଳା କ୍ୟାମ୍ପ ଗତ ୧୮ତାରିଖ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିଲା।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ମୁଖ୍ୟ ପ୍ରଶାସକ ଶୁଣିଲେ, ନିଷ୍ପତ୍ତି ଝୁଲି ରହିଲା

ପୁରୀ ଅଫିସ, ୨୧ା୫: ଦର୍ପଦଳନ ରଥ ଚକ ତୁମ୍ବରେ ହୋଇଥିବା ଫାଟକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ତୁମ୍ବ ବିଷୟରେ ଜାଣିବା ଲାଗି ସୋମବାର ଅପରାହ୍ନରେ ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଡାକିଥିଲେ।

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ପୁରୀ ଅଫିସ, ୨୨ା୫: ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ମୂଷାନଈ। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଲାଗି ଯୋଜନା ପରେ ଯୋଜନା ହେଉଥିଲେ ହେଁ ସଫଳ ରୂପାୟନ ଅଭାବରୁ ଶେଷରେ ଫେଲ୍‌ ମାରୁଛି। ଏବେ ପୁଣି ମୂଷାନଈ ପୁନରୁଦ୍ଧାର ଲାଗି କସରତ ଚାଲିଛି। ପ୍ରାୟ ୨୬ କୋଟି ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଛି। ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିଲୁଆ ବିଚାର ଲାଗି କାର୍ଯ୍ୟ ଆଗେଇ ପାରୁନି। ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବାତିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହୁଳୁହୁଳିଆଠାରୁ ଅଠରନଳା ପର୍ଯ୍ୟନ୍ତ ପୁନରୁଦ୍ଧାର ଲାଗି ୩ମାସ ତଳୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରୁନାହିଁ। ମୂଷାନଈକୁ ନେଇ ନେତା ଓ ଅଧିକାରୀ ନୂଆ ନୂଆ ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ପୁଣି ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଅଧିଗ୍ରହଣ କରାଯିବା ସହିତ ସମୁଦାୟ ମୂଷାନଈ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଦିଆଯିବାକୁ ଚିନ୍ତା ଚାଲିଛି। ଯଦି ଏହି କାର୍ଯ୍ୟ କରାଯାଏ ତେବେ ଅଟକଳ ଆହୁରି ୯କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି।

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ପୁରୀ ଅଫିସ, ୨୧ା୫: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣକୁ ଇତିମଧ୍ୟରେ ୩୩ ଦିନ ବିତିଲାଣି। ରଥଖଳାରେ ନିର୍ମାଣ କାମକୁ ଆଗେଇ ନେଉଛନ୍ତି ମହାରଣା, ଭୋଇ ଓ ରୂପକାର ସେବକ। ସୋମବାର ରଥଖଳାରେ ତିନିରଥର ମୁହଁାଟ ଓ ଚଉତା ବିନ୍ଧ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମା ଏହାକୁ ଅନୁକୂଳ କରିବା ପରେ ମହାରଣା ସେବକମାନେ ମୁହଁାଟ ଏବଂ ଚଉତାରେ ବିନ୍ଧ କରୁଛନ୍ତି। ତିନିରଥର ଚାରିନାହାକା ଶେଷ ହୋଇଥିବା ବେଳେ ରଥଖଳାରେ ପ୍ରତି ରଥ ପାଇଁ ପଡିଥିବା ୨ଟି ଲେଖାଏ ଗରଗରା କାଠକୁ ହଣାଯାଇ ସାଇଜ କରାଯାଉଛି।

ମହେଶ୍ୱର ହତ୍ୟା ମାମଲା

ମହେଶ୍ୱର ହତ୍ୟା ମାମଲା

ପୁରୀ ଅଫିସ, ୨୨ା୫: ପାଣି ପାଇପ୍‌ ମିସ୍ତ୍ରି ମହେଶ୍ୱର ମାର୍ଥା ହତ୍ୟା ମାମଲାରେ ଟାଉନ ଥାନା ପୋଲିସ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ବଳିଆପଣ୍ଡା ମହାରଣା ସାହିର ଗଜାନନ ଓରଫ ନିରଞ୍ଜନ ମହାରଣା(୨୩)। ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଖଣ୍ଡା ଜବତ ହୋଇଛି। ହତ୍ୟାକାଣ୍ଡରେ ୪ଜଣଙ୍କ ସମ୍ପୃକ୍ତି ରହିଛି। ଅନ୍ୟ ତିନିଜଣ ଫେରାର ଅଛନ୍ତି। ଅଭିଯୁକ୍ତଙ୍କଠାରୁ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି।

ବନ୍ଧା ପଡିଛି ଭତ୍ତା ଓ ରାସନ କାର୍ଡ ଘଟଣା

ନବରଙ୍ଗପୁର,୨୨ା୫(ବି.ପ୍ର.)-ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତ ଅଧିନ ଜବାଗୁଡା ଗାଁର ଦୈମନ୍ତି ନାଗ (୭୦ ) ଅଭାବରେ ପଡି ନିଜ ବିଧବା ଭତ୍ତା କାର୍ଡ ଓ ରାଶନ କାର୍ଡ ବନ୍ଧା ପକାଇଛନ୍ତି।

ମାଝିଗୁଡା ପଞ୍ଚାୟତରେ ଚାଉଳ ବଣ୍ଟନରେ ଦୁର୍ନ୍ନୀତି

ନବରଙ୍ଗପୁର,୨୨ା୫(ଡି.ଏନ.ଏ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାାୟତରେ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନ୍ନୀତି ହେଉଥିବା ୱାର୍ଡମେମ୍ବର ଓ ନାଏବ ସରପଞ୍ଚ ପ୍ରମୁଖ ଅତିରିକ୍ତ ଜିଲାପାଳ ପରିକ୍ଷୀତ ସେଠୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ା

ଜବରଦଖଲରେ ମଶାଣୀ ଜମି

ନବରଙ୍ଗପୁର,୨୨ା୫(ବି.ପ୍ର.)- ନବରଙ୍ଗପୁର ଜିଲା ରାଇଘର ଠାରେ ମଶାଣୀକୁ ନେଇ ବିବାଦ ଲାଗି ରହିଛି ା ଛତିଶଗଡ ରାଜ୍ୟରୁ କିଛି ଲୋକ ଆସି ମଶାଣୀ ଜବର ଦଖଲ କରି ରଖିଛନ୍ତି। ପୋଲିସ ଓ ତହସିଲକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ।

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ରାୟଗଡା ଅଫିସ୍‌, ୨୨ା୫- ନାହିଁ ନାହିଁର ଜୀବନ ା ଶିକ୍ଷା ନାହିଁ, ସ୍ବାସ୍ଥ୍ୟ ନାହିଁ ସାଙ୍ଗକୁ ରୋଜଗାର ମଧ୍ୟ ନାହିଁ ା ତଥାପି ଜୀବନକୁ ନେଇ ଚାଲିଛି ସଂଗ୍ରାମ ା ପଥର ଖାଦାନରେ ବାଜି ଲାଗୁଛି ସେମାନଙ୍କ ଜୀବନ ା ସେମାନେ ଜାଣନ୍ତି ନାହିଁ ଅଧିକାରର ଅର୍ଥ ା ପେଟର ଭୋକ ଆଗରେ ହଜିଯାଇଛି ସେମାନଙ୍କର ଶିକ୍ଷା ା ଅଧିକାର ସାବ୍ୟସ୍ତ କରିବାକୁ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଶୁଭ ଦୃଷ୍ଟି ପଡିନି ା ଏ ହେଉଛି ରାୟଗଡା ଜିଲା ରାମନାଗୁଡା ବ୍ଲକ୍‌ ଅନ୍ତର୍ଗତ ତଥା ରାମନାଗୁଡା ସଦର ଠାରୁ ରାୟଗଡା ଯିବା ମୁଖ୍ୟରାସ୍ତାର ପ୍ରାୟ ୧କି.ମି ଦୂର ରାସ୍ତାପାର୍ଶ୍ୱରେ ଥିବା ଏକ ବେସରକାରୀ ପଥର କୁଅଁାରିରେ କାମ କରୁଥିବା ଲୋକଙ୍କ କଥା ା

ନାବାଳିକା  ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ଦିଗପହଣ୍ଡି,୨୨ା୫(ଡି.ଏନ.ଏ.): ଦିଗପହଣ୍ଡି ଅଞ୍ଚଳର ଜଣେ ଅନୁସୂଚିତ ଜାତି ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପର୍କୀୟ ଅଜାଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ ହିଞ୍ଜିଳିକାଟୁ ଅଞ୍ଚଳର ଦିଲୀପ ସେଠୀ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଅପହରଣ କରିଥିଲେ।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।