ଖେଳ |

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ
ନୂଆଦିଲ୍ଲୀ,୨୦।୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଅଜୟ ରେଡ୍ଡୀଙ୍କ ନେତୃତ୍ୱାଧୀନ ଭାରତ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତ ଦୁଇ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଚାମ୍ପିୟନ ହେବା ସହିତ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛି। ଏହା ପୂର୍ବରୁ ଗ୍ରୁପ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ଗତ ୧୩ ତାରିଖରେ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋଟ ଉପରେ ଏହି ମେଗା ଇଭେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ହରାଇଛି। ସାରଜା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ୍‌ ଜିତି ଭାରତ ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୩୦୮ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ବ୍ୟାଟିଂ ଆରମ୍ଭ କରି ୮ଟି ବଲ୍‌ ବାକି ରଖି ୮ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପ୍ରଥମ ୧୫ ଓଭରରେ ଗୋଟିଏ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲା। ତେବେ ଏହା ପରେ ପରେ ଭାରତର ଦୁଇ ବ୍ୟାଟ୍ସମ୍ୟାନ ରନ ଆଉଟ ହୋଇଥିଲ। ଫଳରେ ୧୬ ଓଭରରେ ୧୧୬ ରନରେ ଭାରତ ୩ଟି ଉଇକେଟ ହରାଇଥିଲା। ଏହା ପରେ ସୁନୀଲ ରମେଶ ଓ ଅଜୟ ରେଡ୍ଡୀ ଲଢୁଆ ବ୍ୟାଟିଂ କରିଥିଲେ। ଯାହା ଫଳରେ ଭାରତ ୨୫ ଓଭରରେ ୩ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା। ଏହା ପରେ ଚତୁର୍ଥ ଉଇକେଟ ଭାବେ ରମେଶ ଆଉଟ ହୋଇଥିଲେ। ସେତେବେଳକୁ ଭାରତର ସ୍କୋର ୨୭୧/୪ ହୋଇଥିଲା। ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଭାରତ କ୍ରମାଗତ ୩ଟି ଉଇକେଟ ହରାଇ ବିପଦରେ ପଡିଥିଲା। ତେବେ ଶେଷରେ ଏକ ଓ୍ବାଇଡ ବଲ୍‌ ସୀମା ପାର କରିବାରୁ ଭାରତ ବିଜୟୀ ହୋଇଥିଲା। ଭାରତ ତରଫରୁ ସୁନୀଲ ରମେଶ ୬୭ ବଲରୁ ୯୩ ଓ ଅଜୟ ରେଡ୍ଡୀ ୬୦ ବଲରୁ ୬୩ ରନ ସଂଗ୍ରହ କରିଥିଲେ। ଓପନର ପ୍ରକାଶ ୪୨ ବଲରୁ ୪୪ ଓ ଭେଙ୍କଟେଶ ୩୨ ବଲରୁ ୩୫ ରନ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ବଦର ମୁନିର ୫୭, ରିଆସତ ଖାନ୍‌ ୪୮ ଓ ଅଧିନାୟକ ନିସାର ଅଲୀ ୪୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତର ଦୀପକ ମଲିକ ଓ ରାମବୀର ଦୁଇଟି ଲେଖାଏ ଓ ସୁନୀଲ ରମେଶ ଗୋଟିଏ ଉଇକେଟ ନେଇଥିଲେ। ପୂର୍ବରୁ ସେମିଫାଇନାଲ ମ୍ୟାଚରେ ଭାରତ ୭ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲକୁ ଉଠିଥିଲା। ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ରିଚାର୍ଡସନ, ପୂର୍ବତନ ପାକିସ୍ତାନ ଅଧିନାୟକ ଜାହିର ଆବାସ ଓ ପୂର୍ବତନ ଭାରତୀୟ ଉଇକେଟକିପର ସୟଦ କିର୍ମାନୀ ଏହି ଫାଇନାଲ ମ୍ୟାଚ ଉପଭୋଗ କରିଥିଲେ। ଉଲ୍ଲେଖଥାଉ କି, ଗତଥର ମଧ୍ୟ ଭାରତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା।
All Right Reserved By

ଖେଳ |

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ନାପିୟର, ୨୨।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅବତୀର୍ଣ୍ଣ ହେବ।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌  ସେମିରେ ନାଡ଼ାଲ, କ୍ୱିଟୋଭା

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ନାଡ଼ାଲ, କ୍ୱିଟୋଭା

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ମଙ୍ଗଳବାର ନବମ ଦିବସରେ ପହଞ୍ଚତ୍ଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଦୁଇ ସିଡେଡ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ନଡ଼ାଲ ଓ ଅଷ୍ଟମ ସିଡ ମାନ୍ୟତା ପାଇଥିବା ଚେକ ଗଣରାଜ୍ୟର ପେଟ୍ରା କ୍ୱିଟୋଭା ସେମିଫାଇନାଲ ଟିକେଟ ହାସଲ କରିଛନ୍ତି। 

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି। 

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ଦୁବାଇ,୨୨।୧(ପି.ଟି.)- ଭାରତର ଉଦୀୟମାନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ପରିଷଦ (ଆଇସିସି) ପକ୍ଷରୁ ଏମିର୍ଜିଂ ପ୍ଲେୟର ଅଫ୍‌ ଇୟର ପୁରସ୍କାର ଲାଗି ଘୋଷଣା କରାଯାଇଛି। 

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

କରାଚୀ,୨୨।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। 

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଭଦୋଦରା, ୨୨।୧- ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ  ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି। 

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା।