Dharitri News
ଜାତୀୟ |

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ ଜମ୍ମୁ-କଶ୍ମୀର,୨୦।୧: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଗୁଳିମାଡରେ ଏପର୍ଯ୍ୟନ୍ତ ୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୨ ସୀମା ସୁରକ୍ଷା ଯବାନ, ୨ ସେନା ଯବାନ ଓ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ ଡିଜି ଏସ୍‌.ପି. ଭେଦ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ରହି ରହି ଗୁଳିମାଡ ହେଉଥିବା ବେଳେ କେତେକ ସ୍ଥାନରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହାର କଡା ଯବାବ ମଧ୍ୟ ଦେଇଛନ୍ତି ଭାରତୀୟ ଯବାନ। ପାକିସ୍ତାନ ସେନାର କିଛି ଶିବିରକୁ ମଧ୍ୟ ଭାରତୀୟ ଯବାନ ନଷ୍ଟ କରିଦେଇଥିବା ସୂଚନା ମିଳିଛି।

ଜାତୀୟ |

ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି

ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି

ନୂଆଦିଲ୍ଲୀ, ୨୦।୨: ଆସନ୍ତା ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି ହେବ ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା ପ୍ରକାଶ କରିଛନ୍ତି। ଆଇନଜୀବୀ ଭିନିତ୍‌ ଧଣ୍ଡାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ସମ୍ପର୍କରେ ଶୀର୍ଷ ଅଦାଲତ ପ୍ରଧାନ ବିଚାରପତି ଏହା କହିଛନ୍ତି।

ଆତଙ୍କବାଦୀ ଠୁଳ କରୁଛନ୍ତି ଅସ୍ତ୍ରଶସ୍ତ୍ର: ଚଢ଼ାଉ କଲେ ସୁରକ୍ଷାବଳ

ଆତଙ୍କବାଦୀ ଠୁଳ କରୁଛନ୍ତି ଅସ୍ତ୍ରଶସ୍ତ୍ର: ଚଢ଼ାଉ କଲେ ସୁରକ୍ଷାବଳ

ଶ୍ରୀନଗର, ୨୦।୨: ଜମ୍ମୁ-କଶ୍ମୀର କୁପଓ୍ବାରା ଅଞ୍ଚଳର ଲାଥିୟାଲ ଗାଁ ନିକଟରେ ଥିବା ଜଙ୍ଗଲରୁ ଆତଙ୍କବାଦୀମାନେ ଠୁଳ କରିଥିବା ବିପୁଳ ଅସ୍ତ୍ରଶସ୍ତ୍ର ସୁରକ୍ଷାବଳ ଜବତ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ୪୧ ରାଷ୍ଟ୍ରୀୟ ରାଇଫଲ ଏବଂ ସିଆର୍‌ପିଏଫ୍‌ ୯୮ ବାଟାଲିୟନ ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଚଢ଼ାଉ କରିଥିଲେ।

ଅଗ୍ନି-୨ର ସଫଳ ପରୀକ୍ଷଣ: ୨ ହଜାର କିମି ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ

ଅଗ୍ନି-୨ର ସଫଳ ପରୀକ୍ଷଣ: ୨ ହଜାର କିମି ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ

ନୂଆଦିଲ୍ଲୀ, ୨୦।୨: ଭାରତ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୨ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରସ୍ଥିତ ଏପିଜେ ଅବ୍ଦୁଲ କାଲାମ ଦ୍ୱୀପରୁ ମଙ୍ଗଳବାର ସକାଳ ୮ଟା ୩୮ ମିନିଟରେ ୪ର୍ଥ ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଛି। ଏହାର ଲକ୍ଷ୍ୟଭେଦ ଦୂରତା ୨ ହଜାର କିଲୋମିଟର ଥିବାବେଳେ ଏହା ଏକ ହଜାର କିିଲୋଗ୍ରାମ୍‌ ଓଜନର ଆଣବିକ ଅସ୍ତ୍ରଶସ୍ତ୍ର ବୋହି ନେବାକୁ ସକ୍ଷମ ହେବ। ଅଗ୍ନି-୨ର ଲମ୍ବ ୨୦ ମିଟର ଥିବାବେଳେ ଓଜନ ୧୭ ଟନ୍‌ ରହିଛି।

 ହାଇପରଲୁପ୍‌ ପ୍ରଣାଳୀ: ବମ୍ବେରୁ ପୁନେ ଦୂରତା ୨୦ ମିନିଟ୍‌ରେ ଅତିକ୍ରମ ହେବ

ହାଇପରଲୁପ୍‌ ପ୍ରଣାଳୀ: ବମ୍ବେରୁ ପୁନେ ଦୂରତା ୨୦ ମିନିଟ୍‌ରେ ଅତିକ୍ରମ ହେବ

ବମ୍ବେ, ୧୯।୨: ଆମେରିକାର ଭର୍ଜିନ୍‌ ହାଇପର୍‌ ଲୁପ୍‌ କମ୍ପାନୀ ନୂତନ ସୁପରସୋନିକ୍‌ ଅନ୍‌ ଗ୍ରାଉଣ୍ଡ୍‌ ପାସେଞ୍ଜର ଟ୍ରାଭେଲ୍‌ ପ୍ରଣାଳୀର ବିକଶିତ କରିଛି। ଏହାଦ୍ୱାରା ବମ୍ବେରୁ ପୁନେ ମଧ୍ୟରେ ଦୂରତା ୨୦ ମିନିଟ୍‌ରେ ଅତିକ୍ରମ କରିବେ। ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଯାତ୍ରା କରୁଥିବା ଏହି ହାଇପରଲୁପ୍‌ ପ୍ରଣାଳୀ ଦ୍ୱାରା ଦୁର୍ଘଟଣା ସମ୍ଭାବନା ମଧ୍ୟ ହ୍ରାସ ପାଇବ। ଏଥିପାଇଁ ନିର୍ମିତ ହେବାକୁଥିବା ଟ୍ରାକ୍‌ ପାଇଁ ୨୦ହଜାର କୋଟି ଖର୍ଚ୍ଚ ହେବ।

 ଅକ୍ଷୟଧାମ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଅକ୍ଷୟଧାମ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ସାବରମତି, ୧୯।୨: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେୟୁ ସୋମବାର ପରିବାରବର୍ଗଙ୍କ ସହିତ ଗାନ୍ଧୀନଗରଠାରେ ଥିବା ଅକ୍ଷୟଧାମ ମନ୍ଦିର ପରିଦର୍ଶନ କରିଛନ୍ତି। ଜଷ୍ଟିନ୍‌ ତାଙ୍କ ସ୍ତ୍ରୀ ସୋଫେଇ ଓ ସନ୍ତାନମାନେ ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରକୁ ଯାଇଥିଲେ।

 ସୁକୁମା ଏନକାଉଣ୍ଟର୍‌: ୨୦ରୁ ଅଧିକ ମାଓବାଦୀ ମୃତ

ସୁକୁମା ଏନକାଉଣ୍ଟର୍‌: ୨୦ରୁ ଅଧିକ ମାଓବାଦୀ ମୃତ

ରାୟପୁର, ୧୯।୨: ଛତିଶଗଡ଼ ସୁକୁମା ଜିଲା ଏର୍ଲମ୍‌ଡଗୁ ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୨୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସ୍ବତନ୍ତ୍ର ଡିଜି ଡି.ଏମ୍‌. ଅଓ୍ବସ୍ଥି ସୋମବାର ସୂଚିତ କରିଛନ୍ତି। ୫ ଘଣ୍ଟା ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନରେ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଥିବା ସେ ସୂଚିତ କରିଛନ୍ତି। ୨୦୨ ବାଟାଲିଅନ୍‌ କମାଣ୍ଡୋ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିଗୋଳଳ ବିନିମୟ ଜାରି ରହିଥିଲା।

 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିକ୍ଷାର୍ଥୀ ମୃତ, ୨୯ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିକ୍ଷାର୍ଥୀ ମୃତ, ୨୯ ଆହତ

ବମ୍ବେ, ୧୯।୨: ପଶ୍ଚିମ ମହାରାଷ୍ଟ୍ର କୋହ୍ଲାପୁର ଜିଲା ବମ୍ବେ-ବାଙ୍ଗାଲୋର୍‌ ଜାତୀୟ ରାଜପଥର ନାଗାଓଁ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି। ଛତ୍ରପତି ଶିବାଜୀ ମହାରାଜାଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ୪୪ ଶିକ୍ଷାର୍ଥୀ ଟ୍ରକ୍‌ରେ କୋହ୍ଲାପୁରର ପାନହାଲରୁ ସାଙ୍ଗାଲିକୁ ଯାଉଥିଲେ।

ବାୟୁସେନା ଷ୍ଟେଶନରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ବାୟୁସେନା ଷ୍ଟେଶନରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର, ୧୯।୨: କେନ୍ଦ୍ରୀୟ କଶ୍ମୀର ବୁଧଗାମ୍‌ସ୍ଥିତ ବାୟୁସେନା ଷ୍ଟେଶନରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ରବିବାର ବିଳମ୍ବିତ ରାତିରେ ଷ୍ଟେଶନ ଭିତରକୁ ଜଣେ ଅଜଣା ବ୍ୟକ୍ତି ପ୍ରବେଶ ଉଦ୍ୟମ କରୁଥିବାବେଳେ ସୁରକ୍ଷାବଳ ତାଙ୍କୁ ସତର୍କ ସୂଚନା ଦେଇଥିଲେ। ମାତ୍ର ଅଜଣା ବ୍ୟକ୍ତି ଜଣକ ଏହାକୁ ଭୃକ୍ଷେପ ନ କରିବାରୁ ସୁରକ୍ଷାବଳ ଗୁଳି ଚାଳନା କରିଥିଲେ।

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ନୂଆଦିଲ୍ଲୀ/ଲକ୍ଷ୍ନୌ/କଲିକତା,୧୮।୨: ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)କୁ ବହୁକୋଟି ଟଙ୍କା ଚୂନ ଲଗାଇ ବିଦେଶକୁ ଫେରାର ହୋଇଯାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ମୁହଁଖୋଲୁ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସର୍ବବୃହତ୍‌ ବ୍ୟାଙ୍କ ଠକେଇ ଏନ୍‌ଡିଏକୁ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ସରକାର ଏନେଇ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ତ୍ରିପୁରାରେ ୭୬% ମତଦାନ

ତ୍ରିପୁରାରେ ୭୬% ମତଦାନ

ଅଗରତାଲା/ନୂଆଦିଲ୍ଲୀ,୧୮।୨ (ପି.ଟି.) : ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ରବିବାର କଡ଼ା ସୁରକ୍ଷା ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ୫୯ ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ୭୬% ମତଦାନ ହୋଇଛି।ପୂର୍ବ ନିର୍ବାଚନରେ ୯୧.୮୨% ଭୋଟଗ୍ରହଣ ହୋଇଥିବା ବେଳେ ଏଥର ମତଦାନ ହାର ୧୫% ହ୍ରାସ ପାଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।ବାମପନ୍ଥୀଙ୍କ ଗଡ଼ ଭାବେ ପରିଚିତ ତ୍ରିପୁରାରେ ଭୋଟର ୫ ବର୍ଷ ପରେ ପୁଣିଥରେ ସେମାନଙ୍କ ପ୍ରତିନିଧି ବାଛିଛନ୍ତି।

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ସୁକମା,୧୮।୨: ଛତିଶଗଡର ସୁକମା ଜିଲାରେ ମାଓବାଦୀଙ୍କ ସହ ଚାଲିଥିବା ଏନ୍‌କାଉଣ୍ଟରରେ ୬ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧୮।୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଟାର୍ଗେଟରେ ଭାଜପା। ଶାସକ ଭାଜପା ଲୋକଙ୍କୁ ଚା-ପକୁଡି ସହ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରବିବାର ଅଖିଳେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।