ରାଜ୍ୟ |

ଏମ୍‌ଆର୍‌ ଟିକାକରଣ ଅଭିଯାନ ପ୍ରସ୍ତୁତି ବୈଠକ

ଏମ୍‌ଆର୍‌ ଟିକାକରଣ ଅଭିଯାନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ମିଳିମିଳା ଓ ଜର୍ମାନ୍‌ ମିଳିମିଳା ଟିକାକରଣ ଅଭିଯାନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏହି ଟିକା ୯ ମାସରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ। ପ୍ରଥମ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଟିକାକରଣ କରାଯାଉଥିବାରୁ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ମାଇକ୍ରୋପ୍ଲାନିଂ କରି ଅଭିଯାନକୁ ସଫଳ କରିବା ପାଇଁ ମେହେର୍ଦ୍ଦା ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ସ୍ବାସ୍ଥ୍ୟ, ଶିକ୍ଷା ଓ ସୂଚନା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସେ ଜିଲାପାଳମାନଙ୍କୁ କହିଛନ୍ତି। ଏତଦ୍‌ବ୍ୟତୀତ ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଜ୍ୟସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ |

ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତା

ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତା

ଝାରସଗୁଡ଼ା ଅଫିସ,୨୨।୫: ଝାରସୁଗୁଡା ଜିଲା କୋଲାବିରା ରେଞ୍ଜ୍‌ର ସୁନାମାଲ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମଙ୍ଗଳବାର ଭୋର ସମୟରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ଜିଲାରେ ହାତୀମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

ବିଦ୍ୟୁତ୍‌ ଆଘାତରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ୍‌ ଆଘାତରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ମହାକାଳପଡ଼ା,୨୨।୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର ପଞ୍ଚାୟତର ସାହାବାନିପୁର ଗ୍ରାମରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିବା ବୃଦ୍ଧଙ୍କ ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗବନ୍ଧୁ ସାମଲ(୮୨)।

ବର୍ଷକରେ ୫ଶହ ଶିଶୁ ଅପପୁଷ୍ଟିର ଶିକାର

ବର୍ଷକରେ ୫ଶହ ଶିଶୁ ଅପପୁଷ୍ଟିର ଶିକାର

ବ୍ରହ୍ମପୁର ଅଫିସ୍‌,୨୨।୫: ନଗଡ଼ାକୁ କେହି ଭୁଲିପାରିନାହାନ୍ତି। ଭୁଲିପାରିନାହାନ୍ତି ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କ ହୃଦୟବିଦାରକ ଫଟୋଚିତ୍ରକୁ। ପେଟଫୁଲା ଏବଂ ଗୋଡ଼ ସରୁ ହୋଇଯାଇଥିବା ଶିଶୁଙ୍କ କ୍ରନ୍ଦନରତ ଫଟୋ ସାରା ଦେଶକୁ ନଗଡ଼ା ଆଡ଼କୁ ଚାହିଁବାକୁ ବାଧ୍ୟ କରିଥିଲା। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଉପଯୁକ୍ତ ଖାଦ୍ୟ ନ ପାଇ ଶିଶୁଙ୍କ ମୃତ୍ୟୁ ସଭ୍ୟ ସମାଜ ପାଇଁ ଲଜ୍ଜାର ବିଷୟ ବୋଲି ସେହି ସମୟରେ ଆଲୋଚନା ହୋଇଥିଲା।

ମନ୍ତ୍ରୀଙ୍କୁ ଥ୍ରୀ ‘ଡି’ ମନ୍ତ୍ର

ମନ୍ତ୍ରୀଙ୍କୁ ଥ୍ରୀ ‘ଡି’ ମନ୍ତ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବିଜେଡି ସରକାରର ୪ର୍ଥ ପାଳିର ୪ର୍ଥ ବର୍ଷ ପୂରିଯାଇଛି। ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ଓ କେତେ ଅଧା ରହିଯାଇଛି ସେ ନେଇ ସୋମବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ହୋଇଥିଲା ମାନସମନ୍ଥନ।

କଟକ ସଦରରେ ପୁଣି ଏନ୍‌କାଉଣ୍ଟର: ଯୁଗ ଗୁରୁତର

କଟକ ସଦରରେ ପୁଣି ଏନ୍‌କାଉଣ୍ଟର: ଯୁଗ ଗୁରୁତର

କଟକ ଅଫିସ,୨୨।୫: କଟକ ସଦର ଥାନା ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପୁଣି ଶୁଭିଛି ପୋଲିସ ଗୁଳିର ଶବ୍ଦ। ଏହି ଏନ୍‌କାଉଣ୍ଟରରେ ଶିକାର ହୋଇଛନ୍ତି ଯୁଗ ଓରଫ ବାସିର ଖାଁ। ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୁରୀରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ

ପୁରୀରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ

ପୁରୀ ଅଫିସ, ୨୨।୫ ପୁରୀରୁ ରାଜସ୍ଥାନକୁ ଯୁବତୀ ଚାଲାଣ ହେଉଥିବା ଜଣାପଡିଛି। ଗତ ୫ମାସ ମଧ୍ୟରେ ପୁରୀ ସହର ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୪୦ଜଣ ଯୁବତୀ ଚାଲାଣ ହୋଇଥିବା ଜଣାପଡିଛି। କେବଳ ବାସେଳିସାହି ଥାନା ଅଧୀନ ପାର୍ବତୀପୁର ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ୭ ଜଣ ଯୁବତୀ ଚାଲାଣ ହୋଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି।

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି

କୁଆଁରମୁଣ୍ଡା,୨୨।୫(ଡି.ଏନ୍‌.ଏ.): ଏଥର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ପ୍ରଧାନଶିକ୍ଷକ। ସୁନ୍ଦରଗଡ଼ ଜିଲା ବିରମିତ୍ରପୁର ପୌରପାଳିକା ଅନ୍ତର୍ଗତ ରାଏବଗା ରୋଡ଼ ଅଞ୍ଚଳରେ ରହୁଥିବା ଜଲଙ୍ଗବିରା ପ୍ରୋଜେକ୍ଟ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ମଙ୍ଗଳବାର ଭୋର ୬ଟାରୁ ରାଉରକେଲ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ପେଟ୍ରୋଲ ଡିଜେଲର ନମୁନା ସଂଗ୍ରହ

ପେଟ୍ରୋଲ ଡିଜେଲର ନମୁନା ସଂଗ୍ରହ

ଜିଲା ଯୋଗାଣ ବିଭାଗ ପକ୍ଷରୁ ସୋମବାର ମଧ୍ୟାହ୍ନରେ ଗୋପ-ବାଲିଘାଇ ରାସ୍ତା ଓ ଗୋପ-ଚାରିଛକ ରାସ୍ତାରେ ଥିବା ଦୁଇଗୋଟି ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରାଯିବା ସହ ମାପ ଓଜନ ସମ୍ପର୍କରେ ତଦନ୍ତ କରାଯାଇଛି। ପ୍ରକାଶ ଯେ, କିଛିଦିନ ଧରି ଗୋପ ଅଞ୍ଚଳରେ ଥିବା କେତେକ ପେଟ୍ରୋଲ ପମ୍ପରେ ମାପ ଓଜନରେ ଠକେଇ ଓ ପେଟ୍ରୋଲ, ଡିଜେଲରେ ଅପମିଶ୍ରଣ ନେଇ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନିକଟରେ ଅଭିଯୋଗ ହୋଇଆସୁଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ସୋମବାର ଜିଲା ସହକାରୀ ଯୋଗାଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ପ୍ରଥମେ ଗଣେଶ୍ୱର ନିକଟରେ ଥିବା ପେଟ୍ରୋଲ ପମ୍ପ ଓ ଜମରା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରିଥିଲେ।

ଧନ ଦେଇପାରିବିନି, ଜିଇଥିବା ଯାଏ ସେବା ଦେଉଥିବି

ଧନ ଦେଇପାରିବିନି, ଜିଇଥିବା ଯାଏ ସେବା ଦେଉଥିବି

ଢେଙ୍କାନାଳ ଅଫିସ,୨୨ା୫ପାଠ ନ ପଢ଼ି ବି ସେ ଶିକ୍ଷିତ, ସଚେତନ। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନ ହୋଇ ମଧ୍ୟ କରୁଛନ୍ତି ସ୍ବାସ୍ଥ୍ୟସେବା। ପଞ୍ଚାୟତର ସରପଞ୍ଚ ନ ଥିଲେ ବି ଭାରତ ସରକାରଙ୍କଠାରୁ ପାଇଛନ୍ତି ଦକ୍ଷ ପଞ୍ଚାୟତ ପ୍ରତିନିଧି ପୁରସ୍କାର। ଢେଙ୍କାନାଳ ଜିଲାର ମହିଳାଙ୍କ ପାଇଁ ଏପରି ଆଦର୍ଶ ଓ ପ୍ରେରଣାର ଉତ୍ସ ପାଲଟିଛନ୍ତି ଭୁବନ ବ୍ଲକ ବାରୁଆଁ(ବି) ପଞ୍ଚାୟତ ମାଳୁଆଗୋଡା ଗ୍ରାମର ନୟନା ପାତ୍ର(୫୦)। ମହିଳା ସଶକ୍ତୀକରଣର ସୁଫଳ କ’ଣ ତାହା ତାଙ୍କଠାରୁ ପାଉଛନ୍ତି ଗ୍ରାମବାସୀ। ମାନବ ସେବାକୁ ବ୍ରତ କରିଥିବା ନୟନା ଗ୍ରାମର ପିଲାମାନଙ୍କୁ ଶିକ୍ଷିତ କରିବାକୁ ସ୍ବପ୍ନ ଦେଖିଛନ୍ତି। ସେହିପରି ଗ୍ରାମର ସାମାଜିକ, ଅର୍ଥନୈତିକ ବ୍ୟବସ୍ଥା ସଜାଡିବା, ନିଃସହାୟଙ୍କ ସେବା କରିବା ତାଙ୍କ ଜୀବନର ପ୍ରଧାନ କର୍ମ ପାଲଟିଯାଇଛି। ମାଳୁଆଗୋଡା ଗ୍ରାମର ନୟନ ନୟନା କୁହନ୍ତି, କାହାକୁ ଧନ ସିନା ଦେଇପାରିବିନି, ହେଲେ ଜିଇଁଥିବା ଯାଏ ସେବା ଦେଉଥିବି।

ଥଇଥାନ ପୂର୍ବରୁ ବ୍ୟବସାୟୀଙ୍କୁ ଉଚ୍ଛେଦ

ଥଇଥାନ ପୂର୍ବରୁ ବ୍ୟବସାୟୀଙ୍କୁ ଉଚ୍ଛେଦ

ବଇଣ୍ଡା, ୨୨ା୫ (ଡି.ଏନ.ଏ.)ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକରୁ ଘରଦ୍ୱାର, ଦୋକାନ ବଜାର ଉଚ୍ଛେଦ ପରେ ଏହା ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ କରାଯିବାକୁ ଏହି ଉଚ୍ଛେଦ କରାଯାଇଥିବାବେଳେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ତଥା ସେମାନଙ୍କୁ ଥଇଥାନ କରା ନ ଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁ ଛକରେ ଦୋକାନ କରି ଜୀବିକା ନିର୍ବାହ କରୁଥିବା ପ୍ରାୟ ୩ ଶହ ବ୍ୟବସାୟୀ ରୋଜଗାର ହରାଇ ଦୁର୍ଦ୍ଦଶା ଭୋଗୁଛନ୍ତି। ସେପଟେ ଠିକାସଂସ୍ଥା ଓ ବିଦ୍ୟୁତ୍‌ ବିଭାଗ ଏନ୍‌ଜେନ୍‌ ଅଧିକାରୀ ଜୁଲମ କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ଜଳ ଯୋଗାଣ ଦାବିରେ ରାସ୍ତାରୋକୋ

ଜଳ ଯୋଗାଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ,୨୨ା୫(ଡି.ଏନ.ଏ.)ପାନୀଳ ଜଳ ଯୋଗାଣ ଦାବିରେ ପରଜଙ୍ଗ ବ୍ଲକ କୁମୁସି ଗ୍ରାମର ବିଭିନ୍ନ ସାହି ବାସିନ୍ଦା ସୋମବାର ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିଥିଲେ। କୁମୁସି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ଗ୍ରାମର ରଞ୍ଜିତନଗର, ଦୁର୍ଗାପୁର, ଦେଶିରଗଡ଼ି ସାହିର ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସାହିର ମହିଳାମାନେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରେ ଗରା, ମାଠିଆ ରଖି ଧାରଣାରେ ବସିଥିଲେ।

ଇଏସ୍‌ଆଇ ହସ୍ପିଟାଲ କାର୍ଯ୍ୟାଳୟ ଘେରାଉ

ଇଏସ୍‌ଆଇ ହସ୍ପିଟାଲ କାର୍ଯ୍ୟାଳୟ ଘେରାଉ

ବଅଁରପାଳ, ୨୨ା୫ (ଡି.ଏନ୍‌.ଏ.)ବଅଁରପାଳଠାରେ ଥିବା ଇଏସ୍‌ଆଇ ହସ୍‌ପିଟାଲ କାର୍ଯ୍ୟାଳୟକୁ ସୋମବାର ନାଲ୍‌କୋ ଠିକାମଜ୍‌ଦୁର ସଂଘ ତରଫରୁ ଘେରାଉ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ବେହେରାଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଏହି ଘେରାଉ କରିଥିଲେ।