ରାଜ୍ୟ |

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଭୁବନେଶ୍ୱର, ୨୦।୧(ବ୍ୟୁରୋ): କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କର୍ମୀମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଶୀଘ୍ର ସମାଧାନ ହେବ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ, ଏସବୁ ମାମଲା ନେଇ ସେ ଉଭୟ କର୍ମୀ ଏବଂ ବୈଜୟନ୍ତଙ୍କ ସହ ଆଲୋଚନା କରିଛନ୍ତି। ଶନିବାର ସନ୍ଧ୍ୟା କିମ୍ବା ରବିବାର ସକାଳେ ସେହି ରିପୋର୍ଟ ପ୍ରଦାନ କରାଯିବ। ପ୍ରମିଳା ବୈଜୟନ୍ତଙ୍କୁ କହିଛନ୍ତି ଯେ, ଘର କଳି ଘରେ ରଖ। ଏହି କଥାକୁ ଦଳୀୟ ଫୋରମ୍‌ରେ ପ୍ରକାଶ କର। ଏହାକୁ ଫେସବୁକ୍‌ ଅଥବା ଟୁଇଟର ପୃଷ୍ଠାରେ ପ୍ରକାଶ କରନ୍ତୁନାହିଁ।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ମାଓବାଦୀଙ୍କ ମାଇନ୍‌ ବିସ୍ଫୋରଣ: ଯବାନ ସହିଦ

ମାଓବାଦୀଙ୍କ ମାଇନ୍‌ ବିସ୍ଫୋରଣ: ଯବାନ ସହିଦ

ମାଲକାନଗିରି,୨୪।୫(ସ୍ବ.ପ୍ର.): ଓଡ଼ିଶା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲାସ୍ଥିତ ତେମେଲଓ୍ବାଡାଠାରେ ଗୁରୁବାର ସକାଳେ ମାଓବାଦୀଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି।

ତାକରଡ଼ାରେ ଶହୀଦ ଦିବସ ପାଳିତ

ତାକରଡ଼ାରେ ଶହୀଦ ଦିବସ ପାଳିତ

ଶେରଗଡ଼, ୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତାକରଡ଼ା ଗ୍ରାମସ୍ଥିତ ଶହୀଦ ପୀଠରେ ଗୁରୁବାର ୭୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଶତାଧିକ କର୍ମୀ ଏକଜୁଟ ହୋଇ ୭ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେମାନେ ହେଲେ ସ୍ବର୍ଗତ ହେମବର୍ତ୍ତିଆ ସୁବେଇନ ବେହେରା, କନ୍ଧୁଣି ଡାକୁଆ, ରାହାସ ଦାସ, ଅର୍ଜୁନ ବରାଡ଼, ବାଉରି ବରାଡ଼ ଓ ଗୋବିନ୍ଦ ପ୍ରଧାନ।

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ହାଟଡିହି, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଜମନକିରା,୨୪।୫(ଡି.ଏନ୍‌.ଏ) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ରମା ରେଞ୍ଜ ଅନ୍ତର୍ଗତ ଟନସରା ଗାଁ ନିକଟ ନାଳାରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗୁରୁବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ।

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଜିଲାର ୪୮୬ ସ୍କୁଲରେ ନାହିଁ କିଚେନ୍‌ ସେଟ୍‌

ପୁରୀ ଅଫିସ, ୨୪।୫: ପୁରୀ ଜିଲାର ୪୮୬ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଲାଗି କିଚେନ୍‌ ସେଟ୍‌ ନ ଥିବା ସର୍ବଶିକ୍ଷା ଅଭିଯାନ ତଥ୍ୟରୁ ଜଣାପଡିଛି। ଜିଲାରେ ୧୨୮୮ ପ୍ରାଥମିକ ବିଦ୍ୟାଳୟ, ୮୨୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୫୬ ହାଇସ୍କୁଲ ରହିଛି।

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ବଲାଙ୍ଗୀର ଅଫିସ,୨୪।୫- ବଲାଙ୍ଗୀର ସହରର ବୃହତ୍‌ ଜଳାଶୟ ମହାରାଣୀ ସାଗରରେ ପ୍ରତ୍ୟହ ହଜାର ହଜାର ଲୋକ ସ୍ନାନ କାର୍ଯ୍ୟ ସମାପନ କରିଥାନ୍ତି। ଜଳାଶୟରୁ ପୂଜାର୍ଚ୍ଚନା ପାଇଁ କଳସ ଶୋଭାଯାତ୍ରା କରାଯାଇଥାଏ।

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଭବାନୀପାଟଣା,୨୪।୫(ଡି.ଏନ.ଏ.)- ପର୍ଯ୍ୟାଟନସ୍ଥଳି ଫୁର୍ଲିଝରଣର ପୁନରୁଦ୍ଧାର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ଦେବା ସହ ବୁଧବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଭୁବନେଶ୍ୱରରେ ପିସିସିଏଫଙ୍କୁ ଭେଟି ଉକ୍ତ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।

ଦେବୋତ୍ତର ବିଭାଗ ସାବତପୁଅ

ଦେବୋତ୍ତର ବିଭାଗ ସାବତପୁଅ

ପୁରୀ ଅଫିସ, ୨୪ା୫: ଠାକୁର ହେଉଛନ୍ତି ନାବାଳକ। ମଠ, ମନ୍ଦିର ଆଦି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ତଥା ଠାକୁରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ରହିଛି ଦେବୋତ୍ତର ବିଭାଗ। ଏହି ବିଭାଗରେ ୧୯୦ ପଦବୀ ମଧ୍ୟରୁ ୧୧୬ଟି ଖାଲି ପଡିଛି। ନିଜସ୍ବ ୱେବ୍‌ସାଇଟ ମଧ୍ୟ ନାହିଁ। କର୍ମଚାରୀ ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଦେବୋତ୍ତର ବିଭାଗ ନିଜର ସ୍ଥିତି ଖୋଜୁଛି। ଆଇନ ବିଭାଗ ଅଧୀନସ୍ଥ ଏହି ବିଭାଗ ରାଜ୍ୟ ସରକାରଙ୍କ ସାବତପୁଅ ପାଲଟିଛି।

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

କଣ୍ଟାମାଳ, ୨୪।୫ (ଡି.ଏନ.ଏ.) ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଦୁଇଟି ବାଇକ୍‌କୁ ଜେରା ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ।

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଜୁନାଗଡ,୨୪।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ବଣପାହାଡ ଘେରରେ ଲୁଚିରହିଥିବା ଡୁଣ୍ଡା ଗ୍ରାମରେ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।