ରାଜ୍ୟ |

ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ

ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
ପୁରୀ ଅଫିସ, ୨୦।୧: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ଥିବା ୨ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଶନିବାର ସ୍ବର୍ଗଦ୍ୱାର ନିକଟରୁ ଉଦ୍ଧାର କରାଯାଇଛି। ସେ ହେଲେ ରାଉରକେଲା ଇସ୍ପାତ୍‌ କଲେଜର ଆକାଶ ଖାଖା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯଦୁମଣି ବଚ୍ଚାଙ୍କ ପତ୍ତା ମିଳିନାହିଁ। ପ୍ରକାଶ ଯେ, ବରଗଡ଼ ଆକାଶ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ଓ ରାଉରକେଲା ଇସ୍ପାତ କଲେଜର ୮ ଛାତ୍ର ଶୁକ୍ରବାର ପୁରୀ ବୁଲିବାକୁ ଆସିଥିଲେ। ଅପରାହ୍ନରେ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ହଠାତ୍‌ ୪ ଛାତ୍ର କରେଣ୍ଟ ଯୋଗୁ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆକାଶ ଓ ଯଦୁମଣି ନିଖୋଜ ଥିଲେ।
All Right Reserved By

ରାଜ୍ୟ |

ସ୍ଥିତି ରକ୍ଷା ପାଇଁ ଲଢ଼େଇ କରୁଛି ହାତୀ: ୫ ବର୍ଷରେ ମାରିଛି ୧୩୧ ମଣିଷ

ସ୍ଥିତି ରକ୍ଷା ପାଇଁ ଲଢ଼େଇ କରୁଛି ହାତୀ: ୫ ବର୍ଷରେ ମାରିଛି ୧୩୧ ମଣିଷ

ବନ୍ତଳା,୨୦ା୮: ସ୍ଥିତି ରକ୍ଷା ପାଇଁ ହାତୀ କରୁଛି ସଂଘର୍ଷ। ଅନେକ ସମୟରେ ସୀମା ଡେଇଁ ଗାଁ ଭିତରେ ପଶି ମାରୁଛି ମଣିଷଙ୍କୁ। ଘର ଭାଙ୍ଗି ମାଟିରେ ମିଶାଇ ଦେଉଥିବା ବେଳେ ଛାରଖାର କରୁଛି ବାଡ଼ି ବଗିଚା। ଜଙ୍ଗଲ ପାଖ ଜମିରେ ଉଜାଡ଼ୁଛି ଫସଲ। 

ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ସମସ୍ୟା: ନାମ ପଞ୍ଜୀକରଣ କଲେନି ଚାଷୀ

ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ସମସ୍ୟା: ନାମ ପଞ୍ଜୀକରଣ କଲେନି ଚାଷୀ

ଭାପୁର, ୨୦।୮: ‘ମରୁଡ଼ିରେ ଫସଲ ଉଜୁଡ଼ିଲା। ଫସଲ କ୍ଷତି ହେଲେ କ୍ଷତିପୂରଣ ମିଳିବ, ସେଇ ଆଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇଥିଲି। ମରୁଡ଼ି ଘୋଷଣା ହେବାର ୭ମାସ ବିତିଲାଣି। ଖରିଫ୍‌ ଚାଷ ଯାଇ ରବି ଚାଷ ଶେଷ ହେବା ଉପରେ। ତଥାପି ବୀମା ଟଙ୍କା ମିଳିବ କି ନାହିଁ ଜଣାନାହିଁ। କମ୍ପାନୀ ଉପରୁ ଭରସା ଉଠିଗଲା। ସେଇଥିପାଇଁ ଏଥର ଆଉ ଫସଲ ବୀମା କରିନି।’ 

 ପାଣିଘେରରେ ୯ ପରିବାର: ୨ବର୍ଷ ହେଲା ଭୋଗୁଛନ୍ତି ଯନ୍ତ୍ରଣା, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ

ପାଣିଘେରରେ ୯ ପରିବାର: ୨ବର୍ଷ ହେଲା ଭୋଗୁଛନ୍ତି ଯନ୍ତ୍ରଣା, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ

ପରଜଙ୍ଗ,୨୦।୮(ଡି.ଏନ.ଏ.): ଜଳବନ୍ଦୀ ଜୀବନ। ଘରଦ୍ୱାର, ପାଦଚଲା ରାସ୍ତା ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ପାଣି। ସେଥିରେ ହିଁ ଯାତାୟାତ, ସଉଦାବାଡ଼ି ସବୁକିଛି। ସମସ୍ୟା ଦୀର୍ଘ ୨ବର୍ଷର। ଏଥିରେ ଶଢୁଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଅଧୀନ ଦଳିତ ବସ୍ତିର ୯ ପରିବାର। ପ୍ରଶାସନକୁ ଗୁହାରି କରି ଥକି ଯାଇଥିବାବେଳେ ସାହିବାସୀ ଏବେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। 

୨ ରାଜପଥ ଲୁଟେରା ଗିରଫ : ବାଇକ୍‌, ଟଙ୍କା, ଏଟିଏମ୍‌ କାର୍ଡ ଜବତ

୨ ରାଜପଥ ଲୁଟେରା ଗିରଫ : ବାଇକ୍‌, ଟଙ୍କା, ଏଟିଏମ୍‌ କାର୍ଡ ଜବତ

ଦଶପଲ୍ଲା,୨୦।୮ (ଡି.ଏନ.ଏ.)- ଦୀର୍ଘଦିନ ଧରି ରାଜପଥରେ ଆତଙ୍କ ଖେଳାଇ ଆସୁଥିବା ୨ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦଶପଲ୍ଲା ଥାନା କଉଡା ଗ୍ରାମର ବିଜୁ ନାୟକ ଓ ହରିଡାବାଡି ଗ୍ରାମର କିଶୋର ସାହୁ।

୩ ଘଣ୍ଟା ଟ୍ରାଫିକ୍‌ରେ ଫସିରହିଲା ଟ୍ରକ୍‌

୩ ଘଣ୍ଟା ଟ୍ରାଫିକ୍‌ରେ ଫସିରହିଲା ଟ୍ରକ୍‌

ନୟାଗଡ଼ ଅଫିସ,୨୦ା୮- ନୟାଗଡ଼ ସହରର ଟ୍ରାଫିକ୍‌ ଛକଠାରେ ରବିବାର ଏକ ଟ୍ରକ୍‌ ୩ଘଣ୍ଟା କାଳ ଫସି ରହିଥିଲା।  ଟ୍ରକ୍‌ଟିର ପତା ଭାଙ୍ଗିଯିବାରୁ ଏହିଭଳି ଅସୁବିଧା ଦେଖାଦେଇଥିଲା। ଫଳରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ୟାତାୟାତ ବାଧାପ୍ରାପ୍ତ ହୋଇଥିଲା। 

କେରଳରେ ଫସିଛନ୍ତି ଜିଲାର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ

କେରଳରେ ଫସିଛନ୍ତି ଜିଲାର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ

ନୟାଗଡ଼ ଅଫିସ,୨୦ା୮- ଗ୍ରାମରେ କାମଧନ୍ଦା ମିଳିଲା ନାହିଁ। ଘରେ ସ୍ତ୍ରୀ ଓ ପୁଅକୁ ଛାଡ଼ି ୪ମାସ ତଳେ କାମ ସନ୍ଧାନରେ କେରଳର ତ୍ରିଶୂରଙ୍କୁ ଯାଇଥିଲେ। ହେଲେ ସେଠାରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ବନ୍ୟାରେ ଫସିଯାଇଛନ୍ତି। ୪ଦିନ ତଳେ ଟିଭିରେ ନ୍ୟୁଜ୍‌ ଦେଖିବା ପରେ ଫୋନ୍‌ ଲଗାଇଥିଲି। 

ଟଙ୍କା ମୂଲ୍ୟ କମୁଛି: ବିଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଖୁସି ବଢ଼ିଛି

ଟଙ୍କା ମୂଲ୍ୟ କମୁଛି: ବିଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଖୁସି ବଢ଼ିଛି

କେନ୍ଦ୍ରାପଡା ଅଫିସ, ୨୦।୮- ଆମେରିକାନ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ କମିଛି। ଆମେରିକାର ୧ ଡଲାର ମୂଲ୍ୟ ଏବେ ଭାରତୀୟ ମୁଦ୍ରାରେ ୭୦ ଟଙ୍କା ଅତିକ୍ରମ କରିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇବ ଅର୍ଥନିତିଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ପୂର୍ବ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ଗ୍ରାମରେ ପୋଲିସ ମୁତୟନ, ଥାନାରେ ଅଭିଯୋଗ

ପୂର୍ବ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ଗ୍ରାମରେ ପୋଲିସ ମୁତୟନ, ଥାନାରେ ଅଭିଯୋଗ

ମହାକାଳପଡା, ୨୦।୮(ଡି.ଏନ୍‌.ଏ.)-ମହାକାଳପଡା ଥାନା ଅଧୀନ ବଳିପାଳ ପଞ୍ଚାୟତର ବାଲିସାହି ଗ୍ରାମରେ ବିଭିନ୍ନ କାରଣକୁ ନେଇ ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗିରହିଛି। ଏହି ବିବାଦକୁ ନେଇ ରବିବାର ମହାକାଳପଡା ଥାନାରେ ଅଭିଯୋଗ ହୋଇଛି। 

ଦିନକର କାହାଣୀ : କଲେଜରେ ପଢି ନ ପାରିବା ମୋ’ର ବଡ଼ ଅବସୋସ

ଦିନକର କାହାଣୀ : କଲେଜରେ ପଢି ନ ପାରିବା ମୋ’ର ବଡ଼ ଅବସୋସ

ଜଗତ୍‌ସିଂହପୁର ଅଫିସ,୨୦ା୮: ୧୦ମ ପାସ ପରେ କଲେଜରେ ପଢିବାକୁ ବହୁତ ଇଛା ଥିଲା। କିନ୍ତୁ ପଢି ପାରିଲିନି। ଏହା ମୋ ଜୀବନରେ ଏକ ଅବଶୋଷ। ବାପା ଧୀରେନ୍ଦ୍ର ଚାନ୍ଦଙ୍କ ଅସୁସ୍ଥତା ଓ ଅର୍ଥାଭାବ ମୋ ଜୀବନର ଗତି ବଦଳାଇଦେଲା। ଶେଷରେ ଫୁଟପାଥ୍‌ରେ ଏକ ଚା ଦୋକାନ କରି ପରିବାର ଭରଣପୋଷଣ କରୁଛି। 

ପିସିସି ସମ୍ପାଦକ ହେଲେ ତ୍ରିପତି ଗୁରୁ

ପିସିସି ସମ୍ପାଦକ ହେଲେ ତ୍ରିପତି ଗୁରୁ

କୁନ୍ଦୁରା,୨୦।୮(ଡି.ଏନ୍‌.ଏ.): କୁନ୍ଦୁରା ସଦର ପଞ୍ଚାୟତ ଅନ୍ତର୍ଗତ କୁଡୁମପଦର ଗ୍ରାମର ତ୍ରିପତି ଗୁରୁଙ୍କୁ ପ୍ରଦେଶ କଂଗ୍ରେସ କମିଟିରେ ସ୍ଥାନ ମିଳିଛି। ସେ ସମ୍ପାଦକ ମନୋନୀତ ହେବା ପରେ ରବିବାର କୁନ୍ଦୁରା ସ୍ଥିତ କଂଗ୍ରେସ ଭବନରେ ଏନେଇ ଶୁଭେଚ୍ଛୁ ପହଞ୍ଚତ୍ଥିଲା।

ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବ୍ୟାପୁଛି ଡେଙ୍ଗୁ

ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବ୍ୟାପୁଛି ଡେଙ୍ଗୁ

ଜେକେପୁର,୨୦।୮(ଡି.ଏନ୍‌.ଏ)- ରାୟଗଡା ଜିଲା ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ମାସ ମାସ ଧରି ପଞ୍ଚାୟତର ବିଭିନ୍ନ ଓ୍ବାର୍ଡରେ ଥିବା ନାଳ ନର୍ଦ୍ଦମା ସଫା କରାଯାଉନାହିଁ । ରାସ୍ତାଘାଟରେ କୁଢ଼ କୁଢ଼ ଆବର୍ଜନା ପଡି ରହବାରୁ ପୂର୍ତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । 

ପକ୍ଷାଘାତରେ ପୀଡ଼ିତ୍‌ ଚୈତନ୍ୟ: ଚିକିସତ୍ାରେ ଟଁକା ବାଧକ୍‌

ପକ୍ଷାଘାତରେ ପୀଡ଼ିତ୍‌ ଚୈତନ୍ୟ: ଚିକିସତ୍ାରେ ଟଁକା ବାଧକ୍‌

ପଲମ,୨୦।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ସଦର ପଁନ୍‌ଚେତ୍‌ ଜଗନ୍ନାଥ ଗୁଡି ପଛ୍‌ଫାଲେ ଗୁଟେ ଝୁପ୍‌ଡି ଘର୍‌ କରି ବହୁତ୍‌ ବଛର୍‌ ହେଲା ରହି ଆସୁଛନ୍‌ ଚୈତନ୍ୟ ପୁଞ୍ଜିକଁର ପରିବାର। ତାକର ପରିବାର କହେଲେ ମାଏଝି କୌଶଲ୍ୟା ଆର୍‌ ୫ ଛୁଆପିଲା।