ଜାତୀୟ |

୨୦ ଏଏପି ବିଧାୟକ ଅଯୋଗ୍ୟ : ସଦସ୍ୟତା ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେ ଇସି

୨୦ ଏଏପି ବିଧାୟକ ଅଯୋଗ୍ୟ : ସଦସ୍ୟତା ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେ ଇସି
ନୂଆଦିଲ୍ଲୀ,୨୦।୧(ପି.ଟି.) : ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ଶକ୍ତ ଝଟକା ଲାଗିଛି। ନିର୍ବାଚନ କମିଶନ (ଇସି) ଶୁକ୍ରବାର ଲାଭଜନକ ପଦବୀ (ଅଫିସ୍‌ ଅଫ୍‌ ପ୍ରଫିଟ୍‌) ମାମଲାରେ ୨୦ ଏଏପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିସ କରିଛନ୍ତି। ଇସିଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇ ନ ଥିଲେ ହେଁ ୨୦ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବା ଏକପ୍ରକାର ନିଶ୍ଚିତ ବୋଲି ସୂତ୍ରରୁ ଜଣାପଡ଼ିଛି। ଏଏପି ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବା ପରେ ୬ ମାସ ମଧ୍ୟରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀଗୁଡ଼ିକରେ ଉପନିର୍ବାଚନ କରାଯିବ। ସେପଟେ ଇସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏଏପି ବିଧାୟକମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ଏନେଇ ତତ୍କାଳ ଶୁଣାଣି କରି ଅନ୍ତରୀଣ ରାୟ ଦେବାକୁ ମନାକରିଦେଇଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଶାସକ ଏଏପିର ୬୫ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ୨୦୧୫ ମାର୍ଚ୍ଚ ୧୩ରୁ ୨୦୧୬ ସେପ୍ଟେମ୍ବର ୮ ଯାଏ ମନ୍ତ୍ରୀମାନଙ୍କ ସଂସଦୀୟ ସଚିବ ଥିଲେ। ଜଣେ ନିର୍ବାଚିତ ପ୍ରତିନିଧି ଅନ୍ୟ ଏକ ଲାଭଜନକ ପଦବୀରେ ରହିପାରିବେ ନାହିଁ ବୋଲି ଜନପ୍ରତିନିଧି ଆଇନରେ ଉଲ୍ଲେଖ ରହିଛି। ତେଣୁ ୨୧ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ପିଟିଶନ ଦାଏର ହୋଇଥିଲା। ରାଜୌରି ଗାର୍ଡେନ ନିର୍ବାଚନମଣ୍ଡଳୀର ତତ୍କାଳୀନ ବିଧାୟକ ଜର୍ନାଇଲ ସିଂ ୨୦୧୭ ଜାନୁୟାରୀ ୬ରେ ଇସ୍ତଫା ଦେଇ ପରେ ଏଏପି ଟିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଫଳରେ ଏହି ସଂଖ୍ୟା ୨୦କୁ ଖସିଆସିଥିଲା। ଏକକାଳୀନ ଦୁଇଟି ପଦବୀରେ ରହି ସଦସ୍ୟତା ହରାଇବାକୁ ଯାଉଥିବା ବିଧାୟକମାନେ ହେଲେ ଆଦର୍ଶ ଶାସ୍ତ୍ରୀ(ଦ୍ୱାରକା), ଅଲ୍‌କା ଲାମ୍ବା(ଚାନ୍ଦନୀଚୌକ), ଅନିଲ ବାଜପେୟୀ (ଗାନ୍ଧୀନଗର), ଅବତାର ସିଂ (କାଲ୍‌କାଜୀ), ମନ୍ତ୍ରୀ କୈଳାସ ଗେହଲଟ(ନଜଫ୍‌ଗଡ଼), ମଦନଲାଲ (କସ୍ତୁର୍‌ବାନଗର), ମନୋଜ କୁମାର (କୋନ୍ଦଲି), ନରେଶ ଯାଦବ (ମେହରୌଲି), ନୀତିନ ତ୍ୟାଗୀ(ଲକ୍ଷ୍ମୀନଗର), ପ୍ରବୀଣ କୁମାର (ଜଙ୍ଗପୁରା)। ସେହିପରି ରାଜେଶ ଗୁପ୍ତା(ଓ୍ବଜିରପୁର), ରାଜେଶ ରିଷି(ଜନକପୁରୀ), ସଞ୍ଜୀବ ଝା(ବୁରାରି), ସରିତା ସିଂ(ରୋହତାସ୍‌ ନଗର), ସୋମ ଦତ୍ତ(ସଦରବଜାର), ଶରଦ କୁମାର (ନରେଲା), ଶିବଚରଣ ଗୋଏଲ(ମୋତିନଗର), ସୁଖ୍‌ବୀର ସିଂ (ମୁଣ୍ଡକା), ବୀଜେନ୍ଦ୍ର ଗର୍ଗ(ରାଜେନ୍ଦ୍ରନଗର) ଏବଂ ଜର୍ନାଇଲ ସିଂ (ତିଲକନଗର) ମଧ୍ୟ ଅଯୋଗ୍ୟ ଘୋଷିତ ହେବେ। ଉପରୋକ୍ତ ବିଧାୟକମାନେ ଅଯୋଗ୍ୟ ଘୋଷିତ ହେଲେ ବିଧାନସଭାରେ ଏଏପି ସଦସ୍ୟଙ୍କ ସଂଖ୍ୟା ୪୫କୁ ଖସିଆସିବ। ମ୍ୟାଜିକ୍‌ ନମ୍ବର ୩୫ ହୋଇଥିବାରୁ କେଜ୍‌ରିଓ୍ବାଲ ସରକାରଙ୍କ ପ୍ରତି କୌଣସି ପ୍ରକାର ବିପଦ ନାହିଁ। ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଉଭୟ ଭାଜପା ଏବଂ କଂଗ୍ରେସ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ଇସି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠି ବାକ୍ସରେ ପରିଣତ ହୋଇଛି ବୋଲି ଏଏପି ସମାଲୋଚନା କରିଛି। ମାତ୍ର ଏହି ବିଷୟ ବିଚାରାଧୀନ ଥିବା ଦର୍ଶାଇ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଅଚଳ କୁମାର ଜୋତି କିଛି ସ୍ପଷ୍ଟ କରିବାକୁ ମନାକରିଦେଇଛନ୍ତି।
All Right Reserved By

ଜାତୀୟ |

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

ରାୟପୁର, ୧୭।୧୦: ଅନ୍ଧ ବିଶ୍ୱାସର ଏକ ଚରମ ରୂପ ଦେଖିବାକୁ ମିଳିିଛି ଛତିଶଗଡର ରଜନାନ୍ଦ ଗ୍ରାମରେ। ଏଠାରେ ଅନ୍ଧବିଶ୍ୱାସ କାରଣରୁ ଜଣେ ୫ ମାସ ଶିଶୁର ଜୀବନ ଚାଲିଯାଇଛି।

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ଥିରୁଭନନ୍ତପୁରମ୍‌, ୧୭।୧୦: କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର କବାଟ ବୁଧବାର ମହିଳାଙ୍କ ପାଇଁ ଖୋଲିଛି। ଅପରାହ୍ନ ୫ଟାରେ ପ୍ରଥମଥର ପାଇଁ ସବୁ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିଛନ୍ତି। 

ଇସ୍ତଫା ଦେଲେ ଏମ.ଜେ ଆକବର

ଇସ୍ତଫା ଦେଲେ ଏମ.ଜେ ଆକବର

ନୂଆଦିଲ୍ଲୀ, ୧୭।୧୦: ମିଟୂ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ଥିରୁଭନନ୍ତପୁରମ୍‌, ୧୭।୧୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି। 

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, ୧୭।୧୦: ଆଶ୍ରମରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ବାବା ରାମପାଲଙ୍କୁ ପୁଣି ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।

 ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ପୁଣେ,୧୭।୧୦: ମହାରାଷ୍ଟ୍ରରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କରିଛନ୍ତି ୪ ସେନା ଯବାନ। ସ୍ଥାନୀୟ ମିଲିଟାରୀ ହସ୍ପିଟାଲ ପରିସରରେ ଘଟିଛି ଏଭଳି କାଣ୍ଡ। ଏନେଇ ପୁଣେର ଖାଡକୀ ପୋଲିସ ଏକ ମାମଲା ରୁଜୁ କରିଛି।

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

ଜୟପୁର,୧୭।୧୦: ରାଜସ୍ଥାନରେ ଭାଜପାକୁ ଲାଗିଛି ଏକ ବଡ଼ ଝଟକା। ଭାଜପାର ବରିଷ୍ଠ ନେତା ଜସଓ୍ବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ କଂଗ୍ରେସରେ ଯୋଗଦେଇଛନ୍ତି। 

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

ପୁଣେ, ୧୭।୧୦: ମହାରାଷ୍ଟ୍ର ପୁଣେ ଅନ୍ତର୍ଗତ ଭାଟନଗରର ପିମ୍ପରି ଚିଞ୍ଚଓ୍ବାଡ୍‌ରେ ଘଟିଛି  ଏକ ଅଭାବନୀୟ ଘଟଣା। 

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌: ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌: ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ଇନ୍ଦୋର,୧୭।୧୦: ଲକ୍ଷ୍ନୌରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନରେ ମଝି ଆକାଶରେ ଜଣେ ୭୬ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କୁ ହାର୍ଟଆଟାକ୍‌ ହୋଇଥିଲା।

ପାକିସ୍ତାନ ପାଇଁ ଗୁପ୍ତଚରୀ: ଗିରଫ ହେଲେ ଭାରତୀୟ ସେନା ଯବାନ

ପାକିସ୍ତାନ ପାଇଁ ଗୁପ୍ତଚରୀ: ଗିରଫ ହେଲେ ଭାରତୀୟ ସେନା ଯବାନ

ମିରଟ,୧୭।୧୦: ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ଭାରତୀୟ ସେନା ଯବାନଙ୍କୁ ଗିରଫ କରାଯାଇଛି। ଭାରତୀୟ ସେନାର ଗୋଇନ୍ଦା ବିଭାଗ ତାଙ୍କ ଉପରେ ୩ ମାସ ଧରି ତୀକ୍ଷ୍‌ଣ ନଜର ରଖିଥିଲେ।

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶ ସମ୍ଭଲରେ ଅପରାଧୀଙ୍କ ପିଛା କରୁଥିବା ସମୟରେ ପୋଲିସ ବାବୁଙ୍କ ପିସ୍ତଲ କାମ କରି ନ ଥିଲା। ମାତ୍ର କନେଷ୍ଟବଳ ମନୋଜ କୁମାର ମୁହଁରୁ ଠୋ ଠୋ ଶବ୍ଦ ବାହାର କରି ଅପରାଧୀଙ୍କ ସାମନା କରିଥିଲେ। 

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।