ଫୁରସତ |

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ। ଏହି ସମୟରେ ଶିଶୁଟି କାନ୍ଦିବା ସହ ଚିତ୍କାର କରୁଥିଲା । ହେଲେ ମା’ ଜଣଙ୍କ ତାକୁ ଶୁଣି ନ ଶୁଣିବା ପରି ମନେ ହେଉଥିଲେ। ରାସ୍ତାରେ ଯାଉଥିବା ପଥଚାରୀ ମହିଳାଙ୍କୁ ଅଟକାଇବାକୁ ଅନେକ ଥର ପ୍ରୟାସ କରିଥିଲେ। ମାତ୍ର ସେ ଏହାକୁ ଭ୍ରୂକ୍ଷେପ କରି ନ ଥିଲେ। ଓଲଟି ସେ ତାଙ୍କ ପୁଅକୁ ଦଣ୍ଡ ଦେବା ପାଇଁ ଏପରି କରିଥିବା ପ୍ରକାଶ କରିଥିଲେ। ଏପରି କରିବା ଦ୍ୱାରା ପୁଅ ପୁନର୍ବାର କରିଥିବା ଚଗଲାମୀ କରିବ ନାହିଁ ବୋଲି ସେ ଯୁକ୍ତି ମଧ୍ୟ କରିଥିଲେ। ଏନେଇ ଚାଇନାର ଏକ ସ୍ଥାନୀୟ ଖବରଦାତା ସଂସ୍ଥା ଭିଡିଓ ଜାରି କରିଛି। ତେବେ ଶିଶୁଟିକୁ କେତେ ବୟସ ତାହା ଦର୍ଶାଯାଇନାହିଁ। ସୋସିଆଲ ମିଡିଆରେ ଏ ନେଇ ଭିଡିଓ ଭାଇରାଲ ହେବା ପରେ କେହି କେହି ଏହାକୁ କ୍ରୁର ବୋଲି କହିବା ସହ ଏପରି କରିବା ଦ୍ୱାରା ଶିଶୁଟି ମାନସିକ ଆଘାତ ପାଇପାରେ ବୋଲି ଆଲୋଚନା କରାଯାଉଛି।

All Right Reserved By

ଫୁରସତ |

ଅଦୃଶ୍ୟ ହାତ ଘଣ୍ଟା

ଅଦୃଶ୍ୟ ହାତ ଘଣ୍ଟା

ଗ୍ରୀଷ୍ମଦିନରେ ପ୍ରବଳ ଖରାରେ ଘଣ୍ଟା ପିନ୍ଧିବା ବିରକ୍ତିକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ନୂତନ ଧରଣର ହାତଘଣ୍ଟା। ଏହି ଘଣ୍ଟା ତାପମାତ୍ରା ବଢ଼ିବା ସହିତ ଧୀରେ ଧୀରେ ଅଦୃଶ୍ୟ ହୋଇଯିବ। ତାପମାତ୍ରା ଅଧିକ ହେଲେ ଘଡ଼ି ପତଳା ହେବାକୁ ଲାଗେ।

କାହିଁକି ରାତିରେ ଏସବୁ କରିବା ମନା

କାହିଁକି ରାତିରେ ଏସବୁ କରିବା ମନା

ରାତିରେ କେତେକ କାମ ନ କରିବା ଲାଗି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାଦ୍ୱାରା ସୁଖଶାନ୍ତିରେ ବାଧା ଆସି ଥାଏ। ରାତିରେ ନଖ କାଟିବାକୁ କିଛି ଲୋକ ପସନ୍ଦ କରିଥାନ୍ତି । ମାତ୍ର ରାତିରେ ନଖ କାଟିବା ଶାସ୍ତ୍ରାନୁସାରେ ଅଶୁଭ। ଏପରିକି ନଖ କାଟିବା ପରେ ସ୍ନାନକୁ ମଧ୍ୟ ବାରଣ କରାଯାଏ।

ଯେଉଁଠି ଖୁସିରେ ଗୀତ ଗାଇବା ପାଇଁ ନେବାକୁ ହୁଏ ଅନୁମତି

ଯେଉଁଠି ଖୁସିରେ ଗୀତ ଗାଇବା ପାଇଁ ନେବାକୁ ହୁଏ ଅନୁମତି

ହଂକରେ ରହିଛି ଏଭଳି  ନିୟମ । ଏଠାରେ ସମୁଦ୍ର କୂଳରେ ଗୀତ ଗାଇବା ଦଣ୍ଡନୀୟ ଅପରାଧ। ଗୀତ ଗାଇବା ପାଇଁ ନେବାକୁ ହୋଇଥାଏ ଅନୁମତି। ଏହାର ଅବମାନନା କଲେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ପଡ଼ିଥାଏ ।

ହାଓ୍ବାଇର ସାମୁଦ୍ରିକ ଦ୍ୱୀପରେ ପର୍ଯ୍ୟବେକ୍ଷଣ କରିବ ସବ୍‌ମେରାଇନ୍‌

ହାଓ୍ବାଇର ସାମୁଦ୍ରିକ ଦ୍ୱୀପରେ ପର୍ଯ୍ୟବେକ୍ଷଣ କରିବ ସବ୍‌ମେରାଇନ୍‌

ଓ୍ବାଶିଂଟନ୍‌: ଆସନ୍ତା ୨୦ରେ ହାଓ୍ବାଇ ନିକଟବର୍ତ୍ତୀ ସମୁଦ୍ରଶଯ୍ୟାକୁ ଏକ ସବ୍‌ମେରାଇନ୍‌ ପଠାଇବା ଲାଗି ନାସା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୃହସ୍ପତିର ଚନ୍ଦ୍ର ୟୁରୋପା ଏବଂ ଶନିର ଚନ୍ଦ୍ର ଏନ୍‌କ୍ଲିୟାଡସ୍‌ର ପରିବେଶ ଅନୁସନ୍ଧାନରେ ଏହା ସହାୟକ ହୋଇପାରିବ ବୋଲି ନାସା ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।

ବିଲୁପ୍ତ ହେବାକୁ ବସିଛି ଅଷ୍ଟ୍ରେଲୀୟ ବିରଳ ପକ୍ଷୀ

ବିଲୁପ୍ତ ହେବାକୁ ବସିଛି ଅଷ୍ଟ୍ରେଲୀୟ ବିରଳ ପକ୍ଷୀ

କାନବେରା: ବର୍ତ୍ତମାନ ଅଷ୍ଟ୍ରେଲିଆରେ ବିରଳ ପ୍ରଜାତିର ୧୨ଯୋଡ଼ା ପ୍ରଜନନକାରୀ ପକ୍ଷୀ ବଞ୍ଚତ୍ ରହିଛନ୍ତି। ନ୍ୟୁ ସାଉଥ୍‌ ଓ୍ବେଲ୍‌ସରେ ଆକ୍ରମଣକାରୀ ଫେରାଲ୍‌ ଫକ୍ସଙ୍କ ଯୋଗୁ ଏମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏଗୁଡ଼ିକ ସାଧାରଣତଃ ଉପକୂଳ ଅଞ୍ଚଳରେ ଦେଖାଯାଆନ୍ତି। ଷ୍ଟୋନ୍‌-କର୍ଲ୍ୟୁ ନାମରେ ପରିଚିତ ଏହି ପକ୍ଷୀ ଅଷ୍ଟ୍ରେଲିଆର ସ୍ବଦେଶୀ ପକ୍ଷୀ।

ଅପରାଧୀଙ୍କୁ ଧରିବ ସନଗ୍ଲାସ୍‌

ଅପରାଧୀଙ୍କୁ ଧରିବ ସନଗ୍ଲାସ୍‌

ପୋଲିସଙ୍କର ଦାୟିତ୍ୱ ଅପରାଧୀଙ୍କୁ ଧରିବା। କିନ୍ତୁ ଏବେ ବଦଳି ଯାଇଛି ଟ୍ରେଣ୍ଡ। ଏଣିକି ଆଉ ପୋଲିସ ନୁହେଁ ବରଂ ସେମାନଙ୍କ ଚଷମା ଚିହ୍ନିବ ଅପରାଧୀ କିଏ। 

କେଉଁ  ଦିନ ମହାଦେବଙ୍କୁ ଅର୍ପଣ କରିବେନି ବେଲପତ୍ର

କେଉଁ ଦିନ ମହାଦେବଙ୍କୁ ଅର୍ପଣ କରିବେନି ବେଲପତ୍ର

ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ ଆସିଥାଏ ବୋଲି ଶିବ ପୁରାଣରେ ଉଲ୍ଲେଖ ଅଛି । ଶିବଙ୍କ ପୂଜାରେ ଏହାକୁ ସାମିଲ କରିବା ଅନିବାର୍ଯ୍ୟ କୁହାଯାଇଥାଏ । ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ନିଦରେ ଯେବେ ଲାଗେ ଏପରି...

ନିଦରେ ଯେବେ ଲାଗେ ଏପରି...

ନିଦରେ ଶୋଇଥିବା ସମୟରେ କେତେକ ଛାତି ଉପରେ କିଛି ଭାରି ଜିନିଷର ଅନୁଭବ କରନ୍ତି। ସେମାନେ ଆଖିଖୋଲି ମଧ୍ୟ ଉଠିବାକୁ ଚେଷ୍ଟା କରନ୍ତି। ମାତ୍ର ଉଠି ପାରନ୍ତି ନାହିଁ। କେହି କେହି ଏହାକୁ ପ୍ରେତାତ୍ମା ବସିଥିବା କହିଥାନ୍ତି। ଏହାପରେ ଆରମ୍ଭ ହୋଇଥାଏ ଝଡ଼ା,ଫୁଙ୍କା, ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର ଅନେକ କିଛି। 

ନାରୀଙ୍କ ମନ କଥା ସମ୍ପର୍କରେ ସୂଚନା ଦିଏ ଏସବୁ ଅଙ୍ଗ...

ନାରୀଙ୍କ ମନ କଥା ସମ୍ପର୍କରେ ସୂଚନା ଦିଏ ଏସବୁ ଅଙ୍ଗ...

ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍‌ ସହଜରେ ନାରୀଙ୍କ ମନକଥା ଜାଣିହେବ । ନାରୀଙ୍କ ଶରୀରର କିଛି ନିଦ୍ଦିଷ୍ଟ ଅଙ୍ଗ ସେମାନଙ୍କ ପ୍ରକୃତି, ସ୍ବଭାବ ସହିତ ମନ କଥା କହିଦେଇଥାଏ।

ହାତୀ କରୁଛି ଭଗବାନ କୃଷ୍ଣଙ୍କ ଆଳତି

ହାତୀ କରୁଛି ଭଗବାନ କୃଷ୍ଣଙ୍କ ଆଳତି

ମଥୁରାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଏକ ହାତୀ ଭଗବାନ କୃଷ୍ଣଙ୍କ ଆଳତି କରୁଛି। ମଥୁରାର ଗୋକୁଳରେ ରହିଛି ରମଣ ରେବତୀ ମନ୍ଦିର। ଏଠାରେ ଏକ ମାଈ ହାତୀ ଭଗବାନଙ୍କ ଆଳତି କରିଥାଏ। ହାତୀର ମାହୁନ୍ତ  ସଲିମ ଖାଁ ଏବଂ ଅମଜାଦ ଖାଁ ରାଧା ନାମକ ଏହି ହାତୀର ଦେଖାରଖା କରନ୍ତି।

ଗୋବର ପାଣିରେ ଚାଲିବ କାର

ଗୋବର ପାଣିରେ ଚାଲିବ କାର

ଅଗାମୀ ଦିନରେ ପେଟ୍ରୋଲ ଡିଜେଲ୍‌ର ଅଭାବ ଦେଖାଯିବ। ଏହାକୁ ଦୃଷ୍ଟିରେ ରଖି ଜାପାନର ଏକ କମ୍ପାନୀ  ଗୋବର ପାଣିରେ ଚାଲୁଥିବା କାର ନିର୍ମାଣ କରିବାକୁ ଯାଉଛି। 

କେଉଁ ରାଶିର ପୁଅଙ୍କ ପ୍ରେମରେ ପଡନ୍ତି ସୁନ୍ଦରୀ ଝିଅ

କେଉଁ ରାଶିର ପୁଅଙ୍କ ପ୍ରେମରେ ପଡନ୍ତି ସୁନ୍ଦରୀ ଝିଅ

ସବୁ ପୁଅମାନେ ସୁନ୍ଦରୀ ପ୍ରେମିକା ବା ସ୍ତ୍ରୀଟିଏ ପାଇବାକୁ ଇଚ୍ଛା ରଖିଥାଆନ୍ତି। ମାତ୍ର ଏହା ଅନେକଙ୍କ ଭାଗ୍ୟରେ ଜୁଟି ନ ଥାଏ। ହେଲେ ଏମିତି କେତେକ ପୁଅ ଅଛନ୍ତି ଯାହାଙ୍କ ପ୍ରେମରେ ସୁନ୍ଦରୀ ଝିଅମାନେ ଆପଣାଛାଏଁ ପଡିଯାଇଥାଆନ୍ତି। କଥାବର୍ତ୍ତାରୁ ନୁହେଁ ବରଂ ଏମାନଙ୍କ ରାଶି ହିଁ ଝିଅଙ୍କୁ ଆକର୍ଷିତ କରିଥାଏ। 

Model This Week

ଯସ୍ମିନ୍