ଜୀବନଚର୍ଯ୍ୟା |

ଏକାଗ୍ରତା ବଢ଼ାଏ ଚନ୍ଦନ

ଏକାଗ୍ରତା ବଢ଼ାଏ ଚନ୍ଦନ
ଭାରତୀୟ ପରମ୍ପରା ଅନୁଯାୟୀ ଚନ୍ଦନକୁ ଔଷଧୀୟ ଏବଂ ଧାର୍ମିକ ଭାବନା ସହ ଯୋଡାଯାଇଥାଏ। ଏଥିପାଇଁ ପ୍ରାଚୀନ କାଳରୁ ମଥାରେ ଚନ୍ଦନ ଲଗାଇବା ପରମ୍ପରା ରହିଆସିଛି। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମସ୍କିଷ୍କ ଥଣ୍ଡା ରହିଥାଏ ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଚନ୍ଦନ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଯଥା: *ମୁଣ୍ଡବିନ୍ଧାରୁ ମୁକ୍ତି: ଚନ୍ଦନ ଥଣ୍ଡା ପ୍ରକୃତିର ହୋଇଥିବା ହେତୁ ଏହାକୁ ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ। ଆରାମ ମିଳେ। ବିଶେଷକରି ଖରାଦିନେ ହେଉଥିବା ମୁଣ୍ଡବିନ୍ଧାରୁ ଏହା ତୁରନ୍ତ ଲାଭ ଦେଇଥାଏ। *ଏକାଗ୍ରତା ବଢ଼ାଏ: କାମ ଅଥବା ପଢ଼ାରେ ଧ୍ୟାନ ଲଗାଇବା ପାଇଁ ଅସୁବିଧା ହେଉଥିଲେ ମଥାରେ ଚନ୍ଦନ ଲଗାନ୍ତୁ। ପ୍ରାଚୀନ କାଳରେ ମଧ୍ୟ ବିଦ୍ୟାର୍ଥି ମାନଙ୍କର ତିଳକ ଲଗାଇବା ପରମ୍ପରା ରହିଥିଲା। ଏହାଛଡା ସାଧୁ-ସନ୍ଥମାନେ ମଧ୍ୟ ଏହି କାରଣ ପାଇଁ ତିଳକ ଲଗାଇଥାନ୍ତି। *ଜ୍ୱରରୁ ଆଶ୍ୱସ୍ତି ଦେବାପାଇଁ: ଜ୍ୱର ସମୟରେ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ପାଣି ପଟି ପକାଯାଏ। ତେବେ ଏଥିପାଇଁ ଚନ୍ଦନର ବ୍ୟବହାର ମଧ୍ୟ କରାଯାଇପାରେ। *ଅନିଦ୍ରା ଏବଂ ଚିନ୍ତାରୁ ଆରାମ ଦେବାରେ: ମସ୍ତିଷ୍କକୁ ଅଧିକ ସକ୍ରିୟ ହେବା ଯୋଗୁ ମାନସିକ ଚିନ୍ତା, ଥକ୍କାପଣ ଏବଂ ଅନିଦ୍ରା ପରି ସମସ୍ୟା ଦେଖାଦିଏ। ଏପରିସ୍ଥଳେ ଚନ୍ଦନର ଲେପ ମଥାରେ ଲଗାଇ ଘଷିବା ଦ୍ୱାରା ଚିନ୍ତା ଏବଂ ଅନିଦ୍ରା ପରି ସମସ୍ୟାକୁ କମ୍‌ କରିହୁଏ। *ବ୍ରଣ ସମସ୍ୟା ଦୂର କରିବାରେ: ଚନ୍ଦନ ଲେପ ଲଗାଇବା ହେତୁ ତ୍ୱଚାରେ ଥିବା ଦାଗ, ବ୍ରଣ ଆଦି ଦୂର ହୋଇଥାଏ। ଏପରିକି ତେଲିଆ ତ୍ୱଚାରୁ ମଧ୍ୟ ମୁକ୍ତି ମିଳିଥାଏ।
All Right Reserved By

ଜୀବନଚର୍ଯ୍ୟା |

୨ମାସ ଘନ କୁହୁଡ଼ିରେ ଆଛାଦିତ ରୁହେ ଏହି ଗାଁ

୨ମାସ ଘନ କୁହୁଡ଼ିରେ ଆଛାଦିତ ରୁହେ ଏହି ଗାଁ

ରୁଷିଆର ନୋରି୍‌ସ୍କରେ ପ୍ରତିବର୍ଷ ୨ ମାସ ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥାଏ। ଘନ କୁହୁଡ଼ି ଯୋଗୁ ଏଠାରେ ଦିନରେ ମଧ୍ୟ ରାତି ଭଳି ଅନ୍ଧାରିଆ ହୋଇଥାଏ। ଲୋକମାନଙ୍କୁ ୨ ମାସ ପର୍ଯ୍ୟନ୍ତ ଘରେ ରହିବାକୁ ପଡ଼େ।

ସୁସ୍ଥ ଦାନ୍ତ ପାଇଁ

ସୁସ୍ଥ ଦାନ୍ତ ପାଇଁ

ଭଲ ଭାବରେ ଚୋବାଇ ଖାଇଲେ ଖାଦ୍ୟ ହଜମ ହୋଇଥାଏ, ଆଉ ଏହି କାମଟିକୁ ତୁଲାଏ ଦାନ୍ତ। ଦାନ୍ତରେ ଯଦି କିଛି ସମସ୍ୟା ଦେଖାଦେଲା, ତେବେ ଆମକୁ ଖାଇବାରେ ଅସୁବିଧା ହୋଇଥାଏ। ତେଣୁ ଦାନ୍ତ କିପରି ସୁସ୍ଥ ତଥା ସବଳ ରହିବ, ସେଥିପାଇଁ ଆମେ ପ୍ରତିଦିନ ସକାଳୁ ଦାନ୍ତ ଘଷୁ। କେତେକ  ଅଳ୍ପ ସମୟ ଭିତରେ ଏହି କାମ ଶେଷ କରିଦିଅନ୍ତି। ଫଳରେ ଦାନ୍ତ ଭଲ ଭାବରେ ସଫା ହୋଇ ନ ଥାଏ। 

ମସ୍ତିଷ୍କକୁ ଅଧିକ କ୍ରିୟାଶୀଳ କରାଏ ଭିଟାମିନ୍‌ ‘ଡି’

ମସ୍ତିଷ୍କକୁ ଅଧିକ କ୍ରିୟାଶୀଳ କରାଏ ଭିଟାମିନ୍‌ ‘ଡି’

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ମସ୍ତିଷ୍କ। ଏହା ଯଦି ଠିକ୍‌ ଭାବରେ କାମ ନ କରେ, ତେବେ ସବୁକିଛି ଓଲଟପାଲଟ ହୋଇଯାଇଥାଏ। ତେଣୁ ଏହା କିପରି ସୁସ୍ଥ ରହିବ ଏବଂ ଉପଯୁକ୍ତ ଭାବରେ କାମ କରିବ, ସେଥିପାଇଁ ଆମେ ସତର୍କ ରହିବା ଆବଶ୍ୟକ।

ବ୍ଲଡପ୍ରେସରକୁ ସନ୍ତୁଳିତ ରଖେ ଅଳେଇଚ

ବ୍ଲଡପ୍ରେସରକୁ ସନ୍ତୁଳିତ ରଖେ ଅଳେଇଚ

ସାଧାରଣତଃ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ସମୟରେ ଅଳେଇଚ ବ୍ୟବହାର କରାଯାଇଥାଏ। ଏହା ଚା’କୁ ଆହୁରି ସ୍ବାଦିଷ୍ଟ କରିଥାଏ। ତେବେ ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଜଣେ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଅଳେଇଚ ବରଦାନ ସଦୃଶ। 

ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ କଞ୍ଚା ଲଙ୍କା

ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ କଞ୍ଚା ଲଙ୍କା

କଞ୍ଚା ଲଙ୍କା ଖାଇବାକୁ ରାଗ ଲାଗେ। ଏଥିପାଇଁ ଅନେକେ ଏହାକୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ହେଲେ ଏଥିରେ କେତେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରିହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଳ୍ପ ପରିମାଣରେ କଞ୍ଚା ଲଙ୍କା ଖାଆନ୍ତି ତେବେ ତାହା ତାଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଆପଣାନ୍ତୁ ଡ୍ୟାନ୍ସ ଥେରାପି ରହିବେ ନିରୋଗ

ଆପଣାନ୍ତୁ ଡ୍ୟାନ୍ସ ଥେରାପି ରହିବେ ନିରୋଗ

ନୃତ୍ୟ ଶରୀରକୁ ରଖେ ଫିଟ୍‌। ଭାରତୀୟ ସଂସ୍କୃତିରେ ନୃତ୍ୟର ବିଶେଷ ସ୍ଥାନ ରହିଛି। ନୃତ୍ୟ କରିବା ଦ୍ୱାରା ମିଳିଥାଏ ଅନେକ ସୁଫଳ । ଏହାକୁ ଡ୍ୟାନ୍ସ୍‌ ଥେରାପି କୁହାଯାଇଥାଏ। ନୃତ୍ୟ ମନୋରଞ୍ଜନ ସହିତ ବ୍ୟସ୍ତବହୁଳ ଜୀବନରେ ଆଣିଥାଏ ଶାନ୍ତି।

ହାର୍ଟ ଆଟାକ୍‌ରୁ ଦୂରେଇ ରହିବାକୁ ଚାହଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌  ପିଆଜ ଶଣ୍ଢା ରସ

ହାର୍ଟ ଆଟାକ୍‌ରୁ ଦୂରେଇ ରହିବାକୁ ଚାହଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ପିଆଜ ଶଣ୍ଢା ରସ

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ।

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ହାନିକାରକ

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ହାନିକାରକ

ବର୍ତ୍ତମାନ ମଣିଷ ସମାଜ ପ୍ରତିଟି ଛୋଟବଡ଼ କାର୍ଯ୍ୟ ଲାଗି ପ୍ଲାଷ୍ଟିକ୍‌ ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କିଛି କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି।   ଉଦାହରଣ ସ୍ବରୂପ ଆମେ ପ୍ଲାଷ୍ଟିକ୍‌ ପାଣିବୋତଲକୁ ନେଇପାରିବା।  ଏହାର ଚାହିଦା ଯେ କେତେ ବେଶି ତାହା କେବଳ କହିବା ବାହୁଲ୍ୟ ମାତ୍ର। ହେଲେ, ଏହା ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ସେ ଦିଗରେ ସମସ୍ତେ ଅବଗତ ନାହାନ୍ତି। ଜାଣନ୍ତୁ ସେ ସମ୍ପର୍କରେ...

ଭେଲ୍‌ଭେଟ୍‌ ଫ୍ୟାଶନ

ଭେଲ୍‌ଭେଟ୍‌ ଫ୍ୟାଶନ

ଭେଲ୍‌ଭେଟ୍‌ ଏମିତି ଏକ ଫାବ୍ରିକ, ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏହା ଆଉଟ୍‌ଫିଟ୍‌କୁ ରୟାଲ୍‌ ଟଚ୍‌ ଦେଇଥାଏ। କେବଳ ଆଉଟ୍‌ଫିଟ୍‌ କାହିଁକି ଭେଲ୍‌ଭେଟ୍‌ର ଫୁଟ୍‌ଓ୍ବେର୍‌ ତଥା ଫ୍ୟାଶନ ଆସେସରିଜ୍‌ ବି ବେଶ୍‌ ଆକର୍ଷଣୀୟ ଲାଗେ। ତେବେ ଏହି ଭେଲ୍‌ଭେଟ୍‌ ଫ୍ୟାଶନକୁ କେମିତି ଅପ୍‌ଡେଟ୍‌ କରିବେ, ସେ ନେଇ କିଛି ଟିପ୍ସ:

ଧର୍ମସ୍ଥାନ ପାଇଁ ପୋଷାକ ନିୟମ

ଧର୍ମସ୍ଥାନ ପାଇଁ ପୋଷାକ ନିୟମ

ପ୍ରତ୍ୟେକ ଧର୍ମସ୍ଥଳ ପବିତ୍ର। ସେଠି ସମସ୍ତଙ୍କ ମନରେ ଭରି ରହିଥାଏ ଭକ୍ତି ଓ ସମ୍ମାନ। ତେଣୁ ସେଠାକୁ ଗଲାବେଳେ ବେଶଭୂଷା ବି ସେହିଭଳି ଭଦ୍ର ହେବା ଜରୁରୀ ବୋଲି ମନେ କରାଯାଏ। ସେଇଥିପାଇଁ ତ ଅନେକ ଧର୍ମସ୍ଥଳରେ ରହିଛି ବେଶଭୂଷାକୁ ନେଇ ଅନେକ କଟକଣା। 

ଶୁଭ କାମରେ ଯାଉଥିଲେ....

ଶୁଭ କାମରେ ଯାଉଥିଲେ....

ସାଧାରଣତଃ ଦେଖାଯାଏ କୌଣସି ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଲୋକେ ଶୁଭ ବେଳା, ଲଗ୍ନ ଆଦି ଉପରେ ବିଶ୍ୱାସ କରିଥାନ୍ତି। ତେବେ ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ କେଉଁ ସବୁ ନିୟମ ଅବଲମ୍ବନ କଲେ ସଫଳତା ପ୍ରାପ୍ତି ହେବାର ବିଶ୍ୱାସ ରହିଛି ସେ ସମ୍ପର୍କରେ....

କ୍ଷୀର ସହ ଖାଆନ୍ତୁନି ଲୁଣ

କ୍ଷୀର ସହ ଖାଆନ୍ତୁନି ଲୁଣ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ରହିଛି କ୍ୟାଲସିୟମ, ଭିଟାମିନ୍‌ ଡି ଓ ଫସ୍‌ଫରସ୍‌ ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ହେଲେ ଏହି କ୍ଷୀର ସହ କିଛି ଜିନିଷ ମିଶାଇ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।