ମନୋରଞ୍ଜନ |

ମାଡାମ ତୁସାଡ୍‌ରେ ସ୍ଥାନ ପାଇବ ସନ୍ନିଙ୍କ ମହମ ପୁତଳା

ମାଡାମ ତୁସାଡ୍‌ରେ ସ୍ଥାନ ପାଇବ ସନ୍ନିଙ୍କ ମହମ ପୁତଳା
ନୂଆଦିଲ୍ଲୀ: ଜଣେ ପର୍ନଷ୍ଟାରରୁ ବଲିଉଡର ଜଣେ ସଫଳ ନାୟିକା ସାଜିଥିବା ସନ୍ନି ଲିଓନ ମ୍ୟୁଜିୟମରେ ସ୍ଥାନ ପାଇବେ। କହିବାର ତାତ୍ପର୍ଯ୍ୟ ଦିଲ୍ଲୀର ପ୍ରସିଦ୍ଧ ମାଡାମ ତୁସାଡ୍‌ ମ୍ୟୁଜିୟମରେ ତାଙ୍କର ଏକ ମହମର ମୂର୍ତ୍ତି ସ୍ଥାନ ପାଇବ। ପୂର୍ବରୁ ଏଠାରେ କଟ୍ରିନା କୈଫ, ମାଧୁରୀ ଦୀକ୍ଷିତ, କରିନା କପୁର ଖାନ, ସଲମାନ ଖାନ୍‌, କପିଲ ଶର୍ମା, ସଚିନ ତେନ୍ଦୁଲକରଙ୍କ ପରି ନାମୀଦାମୀ କଳାକାରଙ୍କ ମୂର୍ତ୍ତି ରହିଛି। ଏପରିସ୍ଥଳେ ସନ୍ନିଙ୍କୁ ଏହା ବେଶ ଖୁସି ଦେଇଛି। ସେ ନିଜ ଟୁଇଟର ପୃଷ୍ଠାରେ ନିଜର ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ନିଜକୁ ଏକ ମୂର୍ତ୍ତି ଭାବରେ ଦେଖିବାକୁ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସନ୍ନିଙ୍କ ମାପ ନେବାପାଇଁ ଲଣ୍ଡନରୁ ଏକ ବିଶେଷଜ୍ଞ ଦଳ ବମ୍ବେ ପହଞ୍ଚିଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଲୋକାର୍ପିତ ହେବ ବୋଲି କୁହାଯାଉଛି। ସନ୍ନିଙ୍କୁ ମ୍ୟୁଜିୟମରେ ସ୍ଥାନ ଦେବା ଗୌରବର କଥା ବୋଲି ମର୍ଲିନ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ କହିଛନ୍ତି। ଏହାଫଳରେ ସନ୍ନିଙ୍କ ଲକ୍ଷାଧିକ ପ୍ରଶଂସକ ତାଙ୍କ ସହ ସେଲଫି ନେବା ସହ ସମୟ ବିତାଇପାରିବେ ବୋଲି ମଧ୍ୟ ସେ କହିଛନ୍ତି।
All Right Reserved By

ମନୋରଞ୍ଜନ |

ଚଳିତ ବର୍ଷ ବିବାହ କରିବେନି ପ୍ରିୟଙ୍କା-ନିକ୍‌

ଚଳିତ ବର୍ଷ ବିବାହ କରିବେନି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: କିଛି ଦିନ ତଳେ ଶୁଣିବାକୁ ମିଳିଥିଲା କି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆସନ୍ତା ଡିସେମ୍ବର ୨ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏବେ ପୁଣି ଥରେ ଖବର ଆସିଛି କି ଚଳିତ ବର୍ଷ ପ୍ରିୟଙ୍କା ଓ ତାଙ୍କ ପୁରୁଷ ବନ୍ଧୁ ନିକ୍‌ ବିବାହ କରିବେ ନାହିଁ। 

‘ମାଇ ଲଭ୍‌’କୁ ହରାଇଲେ ସଲମାନ

‘ମାଇ ଲଭ୍‌’କୁ ହରାଇଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ୍‌ ସଲମାନ ଖାଁ ନିଜ ପୋଷା କୁକୁରକୁ ହରାଇ ଥିବାରୁ ଖୁବ୍‌ ଦୁଃଖି ହୋଇଥିବା ପ୍ରକାଶ କରିଛନ୍ତି। ବିଜି ସୁଡ୍ୟୁଲରୁ ଟିକେ ସମୟ ମିଳିଲେ ସେ ତାଙ୍କ ପୋଷା କୁକୁର ‘ମାଇ ଲଭ୍‌’ ସହ ସମୟ କାଟନ୍ତି। କାରଣ ସେ ତାକୁ ଖୁବ୍‌ ଭଲ ପାଆନ୍ତି ବୋଲି କହିଛନ୍ତି।

ଦିଶାଙ୍କ ଫଟୋ କ୍ରେଜ୍‌: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍‌

ଦିଶାଙ୍କ ଫଟୋ କ୍ରେଜ୍‌: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍‌

ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଦୀପିକା-ରଣବୀରଙ୍କ ବିବାହ ସ୍ଥିର

ଦୀପିକା-ରଣବୀରଙ୍କ ବିବାହ ସ୍ଥିର

ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ଜଣେ ପରେ ଜଣେ ସେଲିବ୍ରିଟ୍‌ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତିି। ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ବିବାହ ତାରିଖ ଠିକ୍‌ ହୋଇଯିବା ପରେ ଏବେ ଆଉ ଜଣେ ବଲିଉଡ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ: ସବ୍ୟସାଚୀ

ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ: ସବ୍ୟସାଚୀ

ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ହେଉଛନ୍ତି ସବ୍ୟସାଚୀ ମିଶ୍ର। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ। 

ଅଳ୍ପରେ...ଅନୁଷ୍କା

ଅଳ୍ପରେ...ଅନୁଷ୍କା

ଥରେ ମନେପକାନ୍ତୁ ନା ବ୍ଲକବଷ୍ଟର ଫିଲ୍ମ ‘ବାହୁବଲି’ର ଦେବସେନା ଚରିତ୍ରକୁ। ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀଙ୍କ ଅଭିନୟ ଏବେ ମଧ୍ୟ ଅନେକଙ୍କ ମନରେ ସତେଜ ହୋଇ ରହିଛି । ସେ ହେଲେ ଅନୁଷ୍କା ସେଟ୍ଟୀ ।

ନୂଆ ସିନେମା ‘ହିରୋ’

ନୂଆ ସିନେମା ‘ହିରୋ’

ଜଣେ ପୁରୁଣା କଳାକାରର ଜୀବନୀକୁ ଆଧାର କରି ନିର୍ମିତ ହେଉଛି ଏକ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ‘ହିରୋ’। ସୀମାଞ୍ଚଲମ ଫିଲ୍ମ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି ବିପିଏଫଟିଆଇର ସାଇନି ପାଣ୍ଡେ ନାମ୍ନୀ ଜଣେ ଛାତ୍ରୀ।

୧୨୦୦ ଅଧ୍ୟାୟରେ  ମହେଶ୍‌ଙ୍କ ‘ଦୁର୍ଗା’

୧୨୦୦ ଅଧ୍ୟାୟରେ ମହେଶ୍‌ଙ୍କ ‘ଦୁର୍ଗା’

ନାରୀର ଏକ ଅନନ୍ୟ ରୂପ ଦୁର୍ଗା। ସହନଶୀଳା ନାରୀ ସେତେବେଳେ ଦୁର୍ଗା ରୂପ ଧାରଣକରେ ଯେତେବେଳେ ସୃଷ୍ଟିର ସନ୍ତୁଳନ ଧରି ରଖିବା ଅନିବାର୍ଯ୍ୟ ହୋଇପଡ଼େ।

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ପ୍ରେମିକଙ୍ ନିକ୍‌ ଜୋନାଙ୍କ ବିବାହ ତାରିଖ ସ୍ଥିର ହୋଇଛି।

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରେମକୁ ଯେତେ ଲୁଚାଇଲେ ମଧ୍ୟ ତାହା ପଦାକୁ ଚାଲିଆସୁଛି। 

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

ନୂଆଦିଲ୍ଲୀ: ‘ୟୋର୍ସ ଟ୍ରୁଲି’ରେ ମହେଶ ଭଟ୍ଟ, ସୋନି ରାଜଦାନ୍‌ ଏବଂ ପଙ୍କଜ ତ୍ରିପାଠୀଙ୍କ ସହିତ କାର୍ଯ୍ୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି ଅଭିନେତ୍ରୀ ଆହାନା କୁମ୍ରା।