Dharitri News
ଜାତୀୟ |

ଲାଭ ଜନକ ପଦବୀ ମାମଲା: ଅଯୋଗ୍ୟ ଘୋଷିତ ହେବେ ୨୦ ଏଏପି ବିଧାୟକ

 ଲାଭ ଜନକ ପଦବୀ ମାମଲା: ଅଯୋଗ୍ୟ ଘୋଷିତ ହେବେ ୨୦ ଏଏପି ବିଧାୟକ ନୂଆଦିଲ୍ଲୀ, ୧୯।୧: ଲାଭ ଜନକ ପଦବୀ ମାମଲାରେ ୨୦ ଆମ ଆଦ୍‌ମୀ ପାର୍ଟି(ଏଏପି) ବିଧାୟକ ବିଧାନସଭା ସଦସ୍ୟତା ହରାଇବାର ଆଶଙ୍କା ଦେଖାଦେଇଛି। ନିର୍ବାଚନ କମିଶନ ସମ୍ପୃକ୍ତ ବିଧାୟକଙ୍କ ତାଲିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି। ଏହା ରାଷ୍ଟ୍ରପ୍ରତିଙ୍କ ଅନୁମୋଦନ ଲାଭ କଲେ ବିଧାୟକମାନେ ସଦସ୍ୟ ପଦରୁ ଅଯୋଗ୍ୟ ଘୋଷିତ ହେବେ। ସମ୍ପ୍ରତି ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଏଏପି ପାଖରେ ୬୫ ଆସନ ରହିଛି। ବିଧାୟକମାନେ ଅଯୋଗ୍ୟ ଘୋଷିତ ହେଲେ ୨୦ଟି ଆସନରେ ଉପନିର୍ବାଚନ ହେବ। ତେବେ ଏଏପି ପାଖରେ ଏହାପରେ ମଧ୍ୟ ୪୫ ବିଧାୟକ ଥିବାରୁ ସରକାର ଚଳାଇବାରେ କୌଣସି ଅସୁବିଧା ହେବନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଜାତୀୟ |

ଚିର ନିଦ୍ରାରେ ଚାନ୍ଦ୍‌ନୀ

ଚିର ନିଦ୍ରାରେ ଚାନ୍ଦ୍‌ନୀ

ବମ୍ବେ, ୨୫। ୨ - ଅଶୀ ଓ ନବେ ଦଶକର ସେନ୍‌ସେସନ୍‌, ବଲିଉଡ୍‌ର ରୂପବତୀ ରାଣୀ, ଚାନ୍ଦ୍‌ନୀ ଚୁଲ୍‌ବୁଲି ନାୟିକା ଶ୍ରୀଦେବୀ ଆଉ ଇହଜଗତରେ ନାହାନ୍ତି। ଚାରି ଦଶନ୍ଧି ଧରି ଅଭିନୟରେ ଦର୍ଶକଙ୍କ ହୃଦୟର ରାଣୀ ହୋଇଯାଇଥିବା ଏହି ସୁନ୍ଦରୀ ନାୟିକାଙ୍କର ଶନିବାର ବିଳମ୍ବିତ ରାତିରେ ଦୁବାଇଠାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମାତ୍ର ୫୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିବା ଶ୍ରୀଦେବୀ ତାଙ୍କ ପୁତୁରାଙ୍କ ବିବାହ ଉତ୍ସବରେ ଯୋଗଦେବା ସକାଶେ ପରିବାର ସହ ଦୁବାଇ ଯାଇଥିଲେ। ସାଙ୍ଗରେ ଥିଲେ ସ୍ବାମୀ ବୋନି କପୁର ଏବଂ ଝିଅ ଖୁସି।

ଶ୍ରୀଦେବୀଙ୍କୁ ନେଇ ଟୁଇଟ୍‌ କରି ବିବାଦରେ କଂଗ୍ରେସ

ଶ୍ରୀଦେବୀଙ୍କୁ ନେଇ ଟୁଇଟ୍‌ କରି ବିବାଦରେ କଂଗ୍ରେସ

ନୂଆଦିଲ୍ଲୀ,୨୫।୨: ବଲିଉଡ୍‌ ଦିଭା ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ଶୋକ ବ୍ୟକ୍ତ କରାଯାଇଛି। ଏହି ଖବରକୁ ନେଇ କଂଗ୍ରେସ କରିଥିବା ଟୁଇଟ୍‌ ଏବେ ବିବାଦ ଘେରକୁ ଚାଲିଯାଇଛି।

ସାଥୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜୀବନ ହାରିଲେ ନାବାଳିକା

ସାଥୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜୀବନ ହାରିଲେ ନାବାଳିକା

ବାରଣାସୀ,୨୫।୨: ବାରଣାସୀର ରୋହଣିଆ ଥାନା ଅଞ୍ଚଳରେ ଥିବା ପନିଅର ଗାଁରେ ସ୍କୁଲ ସାଥୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜଣେ ନାବାଳିକା ଜୀବନ ହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପିତାଙ୍କ ଭାଇରାଲ ଭିଡିଓ ଦେଖି ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ

ପିତାଙ୍କ ଭାଇରାଲ ଭିଡିଓ ଦେଖି ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ

ଜବଲପୁର,୨୫।୨: ମଧ୍ୟପ୍ରଦେଶ ଜବଲପୁରର ଭାଜପା ନେତା ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ କରିବା ପରେ ପୀଡିତ ବ୍ୟକ୍ତିଙ୍କ ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଭାରତର ଧନୀ ଭିକାରୀ: ୨ମହଲା ଘର, ସ୍ମାର୍ଟଫୋନ, ଦିନକୁ ରୋଜଗାର ୧ହଜାର

ଭାରତର ଧନୀ ଭିକାରୀ: ୨ମହଲା ଘର, ସ୍ମାର୍ଟଫୋନ, ଦିନକୁ ରୋଜଗାର ୧ହଜାର

ଭିଲାଇ,୨୫।୨: ଭିକାରୀମାନଙ୍କୁ କୌଶଳ ବିକାଶ ଯୋଜନାରେ ସାମିଲ କରି ସ୍ବାବଲମ୍ବୀ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଏବେ ଏହି ଭିକାରୀମାନଙ୍କୁ ନେଇ ଆସିଥିବା ଖବର ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ନିଆରା ଭାଲେଣ୍ଟାଇନ୍ସ ଡେ’ଉପହାର

ନିଆରା ଭାଲେଣ୍ଟାଇନ୍ସ ଡେ’ଉପହାର

କୋଏମ୍ବାଟୁର,୨୫।୨: ଅସୁସ୍ଥ ପତିଙ୍କୁ ସୁସ୍ଥ କରିବାକୁ ଯାଇ ପତ୍ନୀ ଶରୀରର ଏକ ଅଙ୍ଗ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ୩୬ ବର୍ଷୀୟ ଜାଗିର ହୁସେନ ନାମକ ଜଣେ ବ୍ୟକ୍ତି ଯକୃତ ଜନିତ ସମସ୍ୟାରେ ପୀଡିତ ଥିବା ବେଳେ କୋଏମ୍ବାଟୁରର ଜେମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ର ମହାସମାଗମ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ର ମହାସମାଗମ

ମିରଟ,୨୫।୨: ଉତ୍ତରପ୍ରଦେଶର ମିରଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ(ଆର୍‌ଏସ୍‌ଏସ୍‌)ର ଏକ ବିଶାଳ ସମାବେଶ ରବିବାର ସକାଳୁ ଆରମ୍ଭ ହୋଇଛି। ଆର୍‌ଏସ୍‌ଏସ୍‌ ଇତିହାସରେ ଏହା ସବୁଠାରୁ ବଡ ସମାବେଶ ବୋଲି କୁହାଯାଉଛି।

୫ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷ ଶିଶୁ କୁପୋଷଣର ଶିକାର

୫ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷ ଶିଶୁ କୁପୋଷଣର ଶିକାର

ଲକ୍ଷ୍ନୌ,୨୫।୨: ଉତ୍ତର ପ୍ରଦେଶରେ ୫ ବର୍ଷ ମଧ୍ୟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର ହୋଇଥିବା ଜଣାପଡିବା ପରେ ଏବେ ଉତ୍ତର ପ୍ରଦେଶ ସରକାରଙ୍କ ମୁଣ୍ଡ ବିଗିଡି ଯାଇଛି। ରାଜ୍ୟ ପୋଷଣ ମିଶନର ଏକ ରିପୋର୍ଟ ଏହି ତଥ୍ୟ ପ୍ରଦାନ କରିଛି।

ପରପାରିରେ ଶ୍ରୀଦେବୀ

ପରପାରିରେ ଶ୍ରୀଦେବୀ

ବମ୍ବେ,୨୫।୨: ପରଦାରେ ଦିନେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଥିବା ବଲିଉଡ ନାୟିକା ଶ୍ରୀଦେବୀଙ୍କ ପରଲୋକ ଘଟିଛି। ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ଏହି ନାୟିକାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି।

ହ୍ରାସ ହେବ ପାଠ ବୋଝ

ହ୍ରାସ ହେବ ପାଠ ବୋଝ

ନୂଆଦିଲ୍ଲୀ, ୨୪।୨(ପି.ଟି)-ଛାତ୍ରୀଛାତ୍ରଙ୍କ ଉପରୁ ପାଠର ବୋଝ କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥି ସକାଶେ ଏନ୍‌ସିଇଆରଟି ସିଲାବସ୍‌କୁ ଅଧା ହ୍ରାସ କରି ଦିଆଯିବ। ୨୦୧୯ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚ୍‌ଆରଡି) ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ନୂଆଦିଲ୍ଲୀ,୨୪।୨: ମେଘାଳୟରେ ସକ୍ରିୟ ଥିବା ଗାରୋ ନ୍ୟାଶନାଲ ଲିବରେଶନ ଆର୍ମି ଉଗ୍ରବାଦୀ ସଙ୍ଗଠନ(ଜିଏନ୍‌ଏଲ୍‌ଏ)ର ମୁଖ୍ୟ ସୋହନ ଡି ସାଇରା ଶନିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ପାଟନା,୨୪।୨: ବିହାରର ମୁଜାଫରପୁର ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ସ୍କୁଲ ଛାତ୍ରଙ୍କ ସମେତ ମୋଟ ୯ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍କୁଲରୁ ଛୁଟି ହୋଇ ଛାତ୍ରମାନେ ଘରକୁ ଫେରିବାକୁ ରାସ୍ତାପାରି ହେଉଥିବାବେଳେ ଏକ ବୋଲେରୋ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ିଯାଇଥିଲା।