ଖେଳ |

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌
ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି। ମାର୍ଟିନ ଗୁପଟିଲ୍‌ଙ୍କ ୧୩ତମ ଦିନିକିଆ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୨୭୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ପାକିସ୍ତାନ ୪୯ ଓଭରରେ ୨୫୬ ରନ କରି ଅଲଆଉଟ ହୋଇ ଯାଇଥିଲା। ଗୁପ୍‌ଟିଲ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ପୁରସ୍କାର ପାଇଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଗୁପଟିଲଙ୍କ ୧୦୦(୧୨୬ ବଲ, ୧୦ ଚୌକା, ୧ ଛକା) ସହାୟତାରେ ୫୦ ଓଭରରେ ୭ ଉଇକେଟ ହରାଇ ୨୭୧ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ରସ୍‌ ଟେଲର ୫୯, କଲିନ୍‌ ମୁନ୍‌ରୋ ୩୪, କଲିନ ଡି ଗ୍ରାଣ୍ଡହୋମ ୨୯ ରନ ସ୍କୋର କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ରୁମାନ ରାଇସ ୩ଟି, ଫହିମ ଅଶ୍ରଫ ୨ଟି ଓ ଅମର ୟାମିନ ଗୋଟିଏ ଉଇକେଟ ନେଇଥିଲେ। ୨୭୨ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ପାକିସ୍ତାନ ଶେଷ ଭାଗରେ ଭଲ ବ୍ୟାଟିଂ କରିଥିଲେ ହେଁ ୨୫୬ ରନରେ ସୀମିତ ରହି ଯାଇଥିଲା। ୫୭ ରନରେ ୫ଟି ଉଇକେଟ ହରାଇ ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ମିଡିଲ ଅର୍ଡରରେ ହାରିସ ସୋହେଲଙ୍କ ୬୩ ରନ ସହାୟତାରେ ପ୍ରତ୍ୟାବର୍ତ୍ତନ କରିଥିଲା। ଲୋୟର ଅର୍ଡରରେ ଶାଦବ ଖାଁ ୫୪, ଫହିମ ଅଶ୍ରଫ ୨୩, ଅମର ୟାମିନ ୩୨ ଓ ମହମ୍ମଦ ନଓ୍ବାଜ ୨୩ ରନ କରିଥିଲେ ହେଁ ତାହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ଟ ହେନରି ୪ଟି, ମିଚେଲ ସାଣ୍ଟନର ୩ଟି, ଲୋକି ଫର୍ଗୁସନ ୨ଟି ଓ କଲିନ ଡି ଗ୍ରାଣ୍ଡହୋମ ଗୋଟିଏ ଉଇକେଟ ନେଇଥିଲେ। ଏହାକୁ ମିଶାଇ ପାକିସ୍ତାନ ୩ୟ ଥରପାଇଁ ୦-୫ରେ ସିରିଜ ହାରିଛି। ପୂର୍ବରୁ ୨୦୧୦ରେ ଅଷ୍ଟ୍ରେଲିଆ ଓ ୧୯୮୮ରେ ଓ୍ବେଷ୍ଟଇଣ୍ଡିଜ ନିକଟରୁ ଦଳ ଏପରି ପରାଜୟ ଲଭିଥିଲା। ନ୍ୟୁଜିଲାଣ୍ଡ ପୂର୍ବରୁ ମାତ୍ର ଥରେ(୨୦୦୦, ବନାମ ଓ୍ବେଷ୍ଟଇଣ୍ଡିଜ) ୫-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିଥିଲା। ଗତବର୍ଷ ମାର୍ଚ୍ଚ ପରଠାରୁ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଅପରଜେୟ ରହିଛି। ତିନୋଟି ଯାକ ଫର୍ମାଟରେ ଦଳର ବିଜୟ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ସଂକ୍ଷିପ୍ତ ସ୍କୋର ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୭୧/୭(ଗୁପଟିଲ-୧୦୦, ଟେଲର-୫୯, ରୁମାନ ରାଇସ-୩/୬୭, ଫହିମ ଅଶ୍ରଫ-୨/୪୯, ଅମିର ୟାମିନ-୧/୬୫)। ପାକିସ୍ତାନ ୪୯ ଓଭରରେ ୨୫୬/ଅଲଆଉଟ(ହାରିସ ସୋହେଲ-୬୩, ଶାଦବ ଖାଁ-୫୪, ମ୍ୟାଟ୍ଟ ହେନରି-୪/୫୩, ମିଚେଲ ସାଣ୍ଟନର-୩/୪୦, ଲୋକି ଫର୍ଗୁସନ-୨/୬୪, କଲିନ ଡି ଗ୍ରାଣ୍ଡହୋମ-୧/୪୮)।
All Right Reserved By

ଖେଳ |

ହାରିଲେ ସୁଶୀଲ

ହାରିଲେ ସୁଶୀଲ

ଜାକର୍ତ୍ତା,୧୯।୮(ପି.ଟି.)- ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ଦିବସରେ ଭାରତୀୟ ପ୍ରତିନିଧି ଦଳକୁ ଶକ୍ତ ଧକ୍କା ଲାଗିଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। 

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ଜାକର୍ତ୍ତା,୧୯।୮(ପି.ଟି.)- ଭାରତୀୟ ମହିଳା ବାସ୍କେଟବଲ ଦଳ ପରାଜୟ ସହ ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିବା ନିଶ୍ଚିତ କରିଛି।  ଭାରତୀୟ ଦଳକୁ ୬୧-୮୪ ବ୍ୟବଧାନରେ ଚାଇନିଜ ତାଇପେ ଦଳ ପରାସ୍ତ କରିଛି। 

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ଜାକର୍ତ୍ତା,୧୯।୮-  ଏଠାରେ ଏସିଆନ୍‌ ଗେମ୍ସର ୧୮ତମ ସଂସ୍କରଣ ରବିବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ଦିବସ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଶୁଟର ଅପୂର୍ଭି ଚଣ୍ଡେଲା ଓ ରବି କୁମାର। ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। 

ପଦାର୍ପଣରେ ରୋନାଲ୍ଡୋ ବିଫଳ

ପଦାର୍ପଣରେ ରୋନାଲ୍ଡୋ ବିଫଳ

ଭେରୋନା(ଇଟାଲି),୧୯।୮(ଏଏଫ୍‌ପି)-  ପର୍ତ୍ତୁଗାଲ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ସିରିି ଏ’ ଲିଗ୍‌ ପଦାର୍ପଣରେ ବିଫଳ ହୋଇଛନ୍ତି। କିନ୍ତୁ ଲିଗ୍‌ର ଡିଫେଣ୍ଡିଂ ଚାମ୍ପିୟନ ଜୁଭେଣ୍ଟସ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଜାକର୍ତ୍ତା,୧୯।୮(ଏଏଫ୍‌ପି)- ଚାଇନିଜ୍‌ ଉଷୁ ଆଥ୍‌ଲେଟ୍‌ ସୁନ ପେୟୁଆନ ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୮ ବର୍ଷୀୟ ସୁନ ଚାଙ୍ଗକୁଆନ କାଟଗୋରୀରେ  ଆୟୋଜକ ଇଣ୍ଡୋନେସିଆ ଚାଭିଅର ମାର୍ଭେଲୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି।

ଏଟିକେ ପକ୍ଷରୁ ଖେଳିବେ ବିକି

ଏଟିକେ ପକ୍ଷରୁ ଖେଳିବେ ବିକି

କୋଲକାତା, ୧୯।୮(ପି.ଟି.)- କାମେରୁନ ଡିଫେଣ୍ଡର ଆନ୍ଦ୍ରେ ବିକି ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସଂସ୍କରଣରେ ଆଟ୍‌ଲେଟିକୋ ଡି କୋଲକାତା (ଏଟିକେ) ପକ୍ଷରୁ ଖେଳିବେ। 

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଥିମ୍ଫୁ (ଭୁଟାନ), ୧୯।୮(ପି.ଟି.)- ୧୫ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟ୍‌ବଲ ଦଳ ଏଠାରେ ଚାଲିଥିବା ସାଫ୍‌ ଚାମ୍ପିୟନଶିପ୍‌ (୧୫ ବର୍ଷରୁ କମ୍‌) ଫୁଟ୍‌ବଲ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଚାଙ୍ଗଲି ମିଥାଙ୍ଗ୍‌ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ପରାସ୍ତ କରିଛି।

ସମ୍ବିଧାନ ସଂଶୋଧନ ପାଇଁ ସଜବାଜ

ସମ୍ବିଧାନ ସଂଶୋଧନ ପାଇଁ ସଜବାଜ

କଟକ ଅଫିସ,୧୯ା୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କାର୍ଯ୍ୟକାରୀ କମିଟି ପକ୍ଷରୁ ଓସିଏ କାର୍ଯ୍ୟାଳୟରେ ଶନିବାର ଏକ ବୈଠକ ଡକାଯାଇଥିଲା । ଉକ୍ତ ବୈଠକରେ ଆସୋସିଏଶନର ସମ୍ବିଧାନ ସଂଶୋଧନ ନିମନ୍ତେ କେଉଁ ସମସ୍ତ ପ୍ରକ୍ରିୟା କିପରି ଭାବେ ଗ୍ରହଣ କରାଯିବ ସେ ନେଇ ଯୋଜନା କରାଯାଇଛି । 

ଏସିଆନ ଗେମ୍ସକୁ ଫେରିଲା କୁଏଟ୍‌୍‌

ଏସିଆନ ଗେମ୍ସକୁ ଫେରିଲା କୁଏଟ୍‌୍‌

ଜାକର୍ତ୍ତା, ୧୯ା୮ (ଏଏଫ୍‌ପି)- ଏସିଆନ ଗେମ୍ସକୁ କୁଏଟ୍‌୍‌ ଫେରିଛି, କିନ୍ତୁ ଅଲିମ୍ପିକ୍‌ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ତରଫରୁ ଏହି ଦେଶକୁ ଚେତାବନୀ ଶୁଣାଇ ଦିଆଯାଇଛି। କ୍ରୀଡ଼ାରେ ସରକାରୀ ହସ୍ତକ୍ଷେପ ବନ୍ଦ ନ ହେଲେ କୁଏଟ୍‌କୁ ୩ୟ ଥର ନିର୍ବାସନର ସମ୍ମୁଖୀନ ହେବାକୁ ପଡ଼ିବ। 

କୋହଲି-ରାହାନେଙ୍କ  ଶତକୀୟ ଭାଗୀଦାରି

କୋହଲି-ରାହାନେଙ୍କ ଶତକୀୟ ଭାଗୀଦାରି

ନଟିଂହାମ୍‌ ୧୯ା୮-ଟ୍ରେଣ୍ଟବ୍ରିଜ୍‌ଠାରେ ଶନିବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର ଆଡକୁ ଅଗ୍ରସର ହେଉଛି।

ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ,୧୯।୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଚାଲିଥିବା ୪୦ତମ ଆନ୍ତଃ କଲେଜ ଚେସ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି । 

ଏସିଆନ୍‌ ଗେମ୍ସ ଉଦ୍‌ଘାଟିତ

ଏସିଆନ୍‌ ଗେମ୍ସ ଉଦ୍‌ଘାଟିତ

ଜାକର୍ତ୍ତା, ୧୯।୮(ପି.ଟି.)- ଏସିଆ ମହାଦେଶର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଏସିଆନ ଗେମ୍ସର ୧୮ତମ ସଂସ୍କରଣ ରବିବାର ମହା ସମାରୋହରେ ଉଦ୍‌ଘାଟିତ ହୋଇଛି। ଜାକର୍ତ୍ତାର ଗେଲୋରା ବଙ୍ଗ କାର୍ନୋ (ଜିବିକେ) ମୁଖ୍ୟ ଷ୍ଟାଡିୟମରେ ଏହି କ୍ରୀଡ଼ାର ରଙ୍ଗାରଙ୍ଗ ଉଦ୍‌ଘାଟନ ହୋଇଛି।