Dharitri News
ଖେଳ |

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି। ନିଜ ଗ୍ରୁପରେ ଅଷ୍ଟ୍ରେଲିଆ ଓ ପାପୁଆ ନ୍ୟୁଗିନିକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ୪୮.୧ ଓଭରରେ ୧୫୪ ରନ କରି ଅଲଆଉଟ ହୋଇଥିବାବେଳେ ଭାରତ କୌଣସି ଉଇକେଟ ନ ହରାଇ ୨୧.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦୁଇ ଓପନର ହାର୍ଭିକ ଦେଶାଇ ୫୬(୭୩ ବଲ, ୮ ଚୌକା, ୧ ଛକା) ଓ ଶୁଭମ୍‌ ଗିଲ୍‌ ବିସ୍ଫୋରକ ୯୦(୫୯ ବଲ, ୧୩ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ଲିଗ୍‌ ପର୍ଯ୍ୟାୟରେ ଭାରତର ଏହାଥିଲା ଦ୍ୱିତୀୟ ୧୦ ଉଇକେଟ ବିଜୟ। ଭାରତ କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବା ସମ୍ଭାବନା ରହିଛି। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ବଡ଼ ପାର୍ଟନରଶିପ୍‌ ଅଭାବରୁ ୧୫୪ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ମିଲଟନ ଶୁମ୍ବା ସର୍ବାଧିକ ୩୬, ଲିଆମ ନିକୋଲାସ ରୋଚ୍‌ ୩୧ ଓ ଓ୍ବେସଲି ମାଧଭେର ୩୦ ରନ କରିବାକୁ ସକ୍ଷମ ହୋଇଥିଲେ। ଜିମ୍ବାଓ୍ବେ ଏକଦା ୩ ଉଇକେଟ ହରାଇ ୧୧୦ ରନ କରିଥିବାବେଳେ ଶେଷ ୭ ଉଇକେଟ ୪୪ ରନ ମଧ୍ୟରେ ହରାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଅନୁକୂଳ ସୁଧାକର ରୟ ନିଜ ୭.୧ ଓଭର ସ୍ପେଲରେ ଗୋଟିଏ ମେଡେନ ନେବାସହ ୨୦ ରନ ଦେଇ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ଅର୍ଶଦୀପ ସିଂ ଓ ଅଭିଷେକ ଶର୍ମା ୨ଟି ଲେଖାଏ ଏବଂ ଶିବମ୍‌ ମାଭି ଓ ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ସଂକ୍ଷିପ୍ତ ସ୍କୋର ଜିମ୍ବାଓ୍ବେ ୪୮.୧ ଓଭରରେ ୧୫୪/ଅଲଆଉଟ(ମିଲଟନ ଶୁମ୍ବା-୩୬, ଲିଆମ ନିକୋଲାସ ରୋଚ୍‌-୩୧, ଅନୁକୂଳ ରୟ-୪/୨୦, ଅଭିଷେକ ଶର୍ମା-୨/୨୨, ଅର୍ଶଦୀପ ସିଂ-୨/୧୦, ଶିଭମ୍‌ ମାଭି-୧/୩୦, ରିୟାନ ପରାଗ-୧/୧୭)। ଭାରତ ୨୧.୪ ଓଭରରେ ୧୫୫/୦(ଶୁଭମ୍‌ ଗିଲ୍‌-୯୦*, ହାର୍ଭିକ ଦେଶାଇ-୫୬*)।

ଖେଳ |

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ନୂଆଦିଲ୍ଲୀ,୨୨।୨- ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅଫ୍‌ ଥିବା ଦିଲ୍ଲୀକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଉଇକେଟ୍‌ରେ ପରାସ୍ତ କରିଛି ଆନ୍ଧ୍ରପ୍ରଦେଶ। ପେସର ଶିବ କୁମାର ଓ ଭାର୍ଗବ ଭଟ୍ଟଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୨୯ତମ ଓଭର୍‌ରେ ୪ ଉଇକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ୍‌,୨୨।୨- ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ କେତେ ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ରିୟଲ ମାଡ୍ରିଡ୍‌ ଦଳ ଚଳିତ ଲା ଲିଗା ଲିଗ୍‌ର ଏକ ମାଚ୍‌ରେ ୩-୧ ଗୋଲ୍‌ରେ ଲେଗାନେ୍‌ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ୍‌ ପଏଣ୍ଟ ଟେବୁଲରେ ଭାଲେନସିଆକୁ ହଟାଇ ୩ୟ ସ୍ଥାନ ଅଧିକାର କରିଛି। କିନ୍ତୁ କୋଚ୍‌ ଜିନେଡାନ ଜିଡାନଙ୍କ ଦଳ ଟାଇଟଲ ଦୌଡ଼ରେ ସର୍ବାଗ୍ରେ ଥିବା ବାର୍ସିଲୋନାଠାରୁ ବହୁ ପଛରେ ରହିଛି।

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଗୁରୁବାର ଅନୁଷ୍ଠିତ ‘ଟାଟା ଟି(ଜାଗୋ ରେ) ଚାମ୍ପିୟନ୍ସ ଟୁମରୋ’ କାର୍ଯ୍ୟକ୍ରମର ସର୍ବଭାରତୀୟ ଫାଇନାଲ୍ସରେ ଓଡ଼ିଶାର ଆଂଶିକା ରାଉତରାୟ ବ୍ରୋଞ୍ଜ ପଦକ ପାଇଛନ୍ତି।

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ପ୍ୟୋଙ୍ଗଚାଙ୍ଗ, ୨୧।୨(ଏ.ଏଫ୍‌.ପି)- ନରଓ୍ବେର ମାରିଟ ବିୟରଗେନ୍‌ ଶୀତକାଳୀନ ଅଲିମ୍ପିକ୍ସ ଇତିହାସର ସଫଳତମ ଆଥଲେଟ ବିବେଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ମହିଳା କ୍ରସ୍‌ କଣ୍ଟ୍ରି ସ୍କିଂ ଟିମ୍‌ ସ୍ପ୍ରିଣ୍ଟ ଫ୍ରି ଇଭେଣ୍ଟରେ ସେ ନିଜ ଦେଶର ମାଇକେନ କାସ୍ପେରସେନଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

ଅକ୍‌ଲାଣ୍ଡ (ନ୍ୟୁଜିଲାଣ୍ଡ), ୨୧।୨- ନ୍ୟୁଜିଲାଣ୍ଡ ଘରୋଇ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଫୋର୍ଡ ଟ୍ରଫିରେ ବୁଧବାର ଏକ ଅଜବ ଘଟଣା ଦେଖବାକୁ ମିଳିଛି। ସ୍ଥାନୀୟ କୋଲିନେ ମେଡେନ ପାର୍କରେ ଅକ୍‌ଲାଣ୍ଡ ଓ କାଣ୍ଟବେରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଏକ ଶର୍ଟ ସିଧା ବୋଲରଙ୍କ ମୁଣ୍ଡରେ ବଲ ବାଜି ବାଉଣ୍ଡରୀ ବାହାରକୁ ଯିବାସହ ୬ ରନରେ ପରିଣତ ହୋଇଥିଲା।

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ସେଞ୍ଚୁରିଅନ, ୨୧।୨- ହେନରିକ୍‌ କ୍ଲାସେନ ଓ ଅଧିନାୟକ ଜେପି ଡୁମିନି ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୯ ରନ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ,୨୧।୨(ଏଏଫ୍‌ପି)- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲକୁ ଅଷ୍ଟ୍ରେଲିଆ ଦଳ ଡି.ଏଲ. ନିୟମରେ ୧୯ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥିସହ ଟି୨୦ ଦଳଗତ ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଛି ଟିମ୍‌ ଅଷ୍ଟ୍ରେଲିଆ।

କ୍ରିସ୍‌ ଲିନ୍ନ ଆହତ

କ୍ରିସ୍‌ ଲିନ୍ନ ଆହତ

ନୂଆଦିଲ୍ଲୀ,୨୧।୨- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଶାୟୀ କ୍ୟାପଟେନ କ୍ରିସ୍‌ ଲିନ୍ନ ବୁଧବାର ଆହତ ହୋଇଛନ୍ତି। ଅକ୍‌ଲାଣ୍ଡର ଇଡେନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଫାଇନାଲରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତ ଏବଂ କାନ୍ଧରେ ଆଘାତ ଲାଗିଛି।

 ବାର୍ସିଲୋନା-ଚେଲସିଆ ମ୍ୟାଚ୍‌ ଡ୍ର

ବାର୍ସିଲୋନା-ଚେଲସିଆ ମ୍ୟାଚ୍‌ ଡ୍ର

ଲଣ୍ଡନ,୨୧।୨(ଏ.ପି.)- ଫୁଟ୍‌ବଲ ଲିଜେଣ୍ଡ ଲିଓନେଲ ମେସି ମଙ୍ଗଳବାର ଏକ ବିଶେଷ ସଫଳତା ପାଇଛନ୍ତି। ପାଞ୍ଚ ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନା ଷ୍ଟାରଙ୍କ କ୍ୟାରିୟରରେ ୯ମ ଉଦ୍ୟମରେ ଚେଲସିଆ ଦଳ ବିପକ୍ଷରେ ଗୋଲ୍‌ କରିବାକୁ ସଫଳ ହୋଇଛନ୍ତି। ଏହି ଗୋଲ୍‌ ଯୋଗୁ ଚେଲସିଆ ବିପକ୍ଷ ମ୍ୟାଚ୍‌ରେ ୭୩୦ ମିନିଟ୍‌ ଧରି ଚାଲିଥିବା ମେସିଙ୍କ ଅପେକ୍ଷାର ଅନ୍ତ ଘଟିଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଦୁବାଇ,୨୦।୨,(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭାରତ ଯଥାକ୍ରମେ ବ୍ୟାଟିଂ, ବୋଲିଂ ଓ ଦଳୀୟ ତାଲିକାର ଶୀର୍ଷସ୍ଥାନରେ ରହିଛନ୍ତି। ଇତିହାସର ଦ୍ୱିତୀୟ ଖେଳାଳିଭାବେ କୋହଲି ଟେଷ୍ଟ ଓ ଦିନିକିଆ ଫର୍ମାଟରେ ୯୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି।