ଜୀବନଚର୍ଯ୍ୟା |

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଓ୍ବାଶିଂଟନ: ଆଗାମୀ ଦିନରେ ମଧୁମେହ ରୋଗ ଫୋନ୍‌ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଫୋନ୍‌ ପାନ୍‌କ୍ରିଜ୍‌କୁ ରକ୍ତରେ ଶର୍କରାସ୍ତରକୁ ସାଧାରଣ କରିବାକୁ ନିର୍ଦ୍ଦେଶ ଦେବ। ଏହା ସ୍ବପ୍ନ ଭଳି ଲାଗୁଥିଲେ ମଧ୍ୟ ଏକ୍ଷେତ୍ରରେ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଆକ୍ୟୁପଞ୍ଚର, ଇଲୋକ୍ଟ୍ରପଞ୍ଚର୍‌ ତଥା ନିରୋମଡ୍ୟୁଲେଟର ଭଳି ପ୍ରଣାଳୀରେ ସ୍ନାୟୁ କୋଷିକାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବାର କାର୍ଯ୍ୟ ଜାରି ରହିଛି ଆଗାମୀ ଦିନରେ ଏଥିରେ ସଫଳତା ମିଳିବାର ସମ୍ଭାବନା ରହିଛି। ସମ୍ପ୍ରତି ଏସବୁ ପ୍ରଣାଳୀ ଦ୍ୱାରା ବିଭିନ୍ନ ଯନ୍ତ୍ରଣା, ମେଦବହୁଳତା, ପକ୍ଷାଘାତ, ପାର୍କିନସନ୍ସ୍‌ ରୋଗ, ଆଣ୍ଠୁଗଣ୍ଠି ଆଦି ରୋଗର ନିଦାନ ଜାରି ରହିଛି ବୋଲି ନିୟୁ ଜର୍ସି ମେଡିକାଲ ସ୍କୁଲର ପ୍ରଫେସର ଲୁଇସ୍‌ ଉଲ୍ଲାଓ ସୂଚିତ କରିଛନ୍ତି। ଆମେରିକାରେ ୧୫ ନିୟୁତରୁ ଅଧିକ ବ୍ୟକ୍ତି ଆକ୍ୟୁପଞ୍ଚର ଚିକିତ୍ସାର ଉପଯୋଗ କରୁଥିବାବେଳେ ଏହାଦ୍ୱାରା ମାଇଗ୍ରେନ୍‌, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ମସ୍ତିଷ୍କାଘାତ, ମାନସିକ ଚାପ ଆଦିର ନିଦାନ କରାଯାଉଛି। ସ୍ନାୟୁ କୋଷିକାକୁ ଫୋନ୍‌ର ତରଙ୍ଗ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇ ଆଗାମୀ ଦିନରେ ଇନସୁଲିନ୍‌ କ୍ଷରଣ କରାଯାଇ ପାରିବ ବୋଲି ଗବେଷକ ଆଶା ରଖିଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...

କେମିତି କରିବେ ଜଗିଂ

କେମିତି କରିବେ ଜଗିଂ

ଆଜିକାଲି ଲୋକେ ଫିଟ୍‌ ରହିବା ପାଇଁ ତଥା ମେଦବହୁଳତାରୁ ରକ୍ଷା ପାଇବାକୁ  ଜଗିଂ କରୁଥିବା ଦେଖାଯାଉଛି। ହେଲେ ଠିକ୍‌ ଉପାୟରେ ଜଗିଂ ନ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଜଗିଂ କରିବାର ସରଳ ଉପାୟ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ଆଗାମୀ ଦିନରେ ଘର ତିଆରି ପାଇଁ ଆଉ ଇଟାର ବ୍ୟବହାର ହେବ ନାହିଁ। ପ୍ଲାଷ୍ଟିକରେ ନିର୍ମାଣ କରାଯିବ ଘର। ଘରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରେ ଏପରି ହାଲକା ଘର  ତିଆରି କରିବା ପାଇଁ ପାନାମାରେ  ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। 

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

ବାହାଘର ନେଇ ଉଭୟ ଯୁବତୀଯୁବକଙ୍କ ମନରେ ରହିଥାଏ ଅନେକ ସ୍ବପ୍ନ। ଏହା ଉଭୟଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ଆଣିଥାଏ। ବାହାଘରର ଚାରି ଦିନ ପରେ ଚତୁର୍ଥୀ ରାତି ପାଳିତ ହୋଇଥାଏ। 

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ଧୂଆଁ ସଂସ୍ପର୍ଶରେ ବାରମ୍ବାର ଆସିଲେ ତାହା ଆଜ୍‌ମା ସମସ୍ୟାକୁ ଡାକି ଆଣିଥାଏ। କେବଳ ସେତିକି ନୁହେଁ, ଏହାର ଖରାପ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ।

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ଆଜିକାଲି ସ୍ମାର୍ଟ ଫୋନ୍‌ ବ୍ୟବହାର ସତେଯେମିତି ଦୈନନ୍ଦିନ ଜୀବନର ଅନ୍ୟତମ ପ୍ରମୁଖ କାମ ପାଲଟି ଯାଇଛି। ଅନ୍ୟପକ୍ଷରେ ଏହାଦ୍ୱାରା ଅନେକ କାମ ଅନାୟାସରେ ଏବଂ କମ ସମୟରେ ହୋଇପାରୁଛି। 

ସ୍ବାସ୍ଥ୍ୟୋପକାରୀ ଧନିଆ

ସ୍ବାସ୍ଥ୍ୟୋପକାରୀ ଧନିଆ

କେତେକ ଖାଦ୍ୟ ପ୍ରସ୍ତୁତି ସମୟରେ ଧନିଆକୁ ବ୍ୟବହାର କରାଯାଏ, ଯାହା ଖାଦ୍ୟକୁ ଆହୁରି ସ୍ବାଦିଷ୍ଟ କରିଥାଏ। ଧନିଆପତ୍ର ଚଟଣିର ସ୍ବାଦ ଯିଏ ଖାଇଛି ସିଏ ଜାଣିଛି। ତେବେ ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି? ସକାଳେ ପିଅନ୍ତୁ ଅଧାକପ ପାନମହୂରୀର ଚା’

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି? ସକାଳେ ପିଅନ୍ତୁ ଅଧାକପ ପାନମହୂରୀର ଚା’

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। 

କୋଲେଷ୍ଟରଲ ବୃଦ୍ଧିର ପ୍ରତିକାର

କୋଲେଷ୍ଟରଲ ବୃଦ୍ଧିର ପ୍ରତିକାର

ଆଜିର ଆଧୁନିକ ଯୁଗରେ ପ୍ରାୟ ଅଧିକାଂଶ ବ୍ୟକ୍ତି କୋଲେଷ୍ଟରଲ ସମ୍ପର୍କରେ ଊଣା ଅଧିକେ କିଛି ଜାଣିଛନ୍ତି। ହୃଦ୍‌ରୋଗ ପାଇଁ କୋଲେଷ୍ଟରଲ ବୃଦ୍ଧି ଯେ ଏକାନ୍ତ ଭାବେ ଦାୟୀ ତଥା ହୃଦ୍‌ରୋଗ ବା ହାର୍ଟ ଆଟାକ୍‌ର ଭୟାବହତା କଥା ଚିନ୍ତାକରି ଅନେକ ବ୍ୟକ୍ତି ନିଜ ସ୍ବାସ୍ଥ୍ୟ ପାଇଁ ସଚେତନ ହେଲେଣି ଏବଂ ସେମାନଙ୍କ ରକ୍ତର ଲିପିଡ୍‌ ପ୍ରୋଫାଇଲ ଟେଷ୍ଟ ଦ୍ୱାରା ଏହାର ମାପ ଓ ପରିଣାମ ଜାଣି ସାବଧାନତା ଅବଲମ୍ବନ କରୁଛନ୍ତି।

ତିମି କହୁଛି ହାଏ ବାଏ

ତିମି କହୁଛି ହାଏ ବାଏ

ଫ୍ରାନ୍ସରେ ଏକ ତିମି ମାଛ ଅଛି ଯିଏ ମଣିଷ ଭଳି କଥା ହେଉଛି । ଏହା ବିଶ୍ୱର ପ୍ରଥମ ତିମି ମାଛ ଯିଏ କଥା ହେଉଛି ।

Model This Week

ଯସ୍ମିନ୍