Dharitri News
ଅନ୍ତର୍ଜାତୀୟ |

କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

 କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ ପୋୟାଙ୍ଗୟଙ୍ଗ୍‌, ୧୯।୧: ଆମେରିକା ପୁଣି ଏକ କୋରିଆ ଯୁଦ୍ଧର ଯୋଜନା କରିଥିଲା ବୋଲି ଉତ୍ତରକୋରିଆ ଅଭିଯୋଗ କରିଛି। ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ଶତ୍ରୁତା ସୃଷ୍ଟି କରି ଆମେରିକା ଫାଇଦା ନେବାକୁ ଉଦ୍ୟମ କରୁଥିବା ଉତ୍ତରକୋରିଆ ସୂଚିତ କରିଛି। ସୂଚନାଯୋଗ୍ୟ, ୧୯୫୦ ଜୁନ୍‌ ୨୫ରେ ଉତ୍ତରକୋରିଆ ଏବଂ ଦକ୍ଷିଣକୋରିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିରେ ସୋଭିଏତ୍‌ ସଂଘ ଓ ଚାଇନା ଉତ୍ତରକୋରିଆକୁ ସମର୍ଥନ କରୁଥିବାବେଳେ ଦକ୍ଷିଣକୋରିଆକୁ ଆମେରିକାର ସମର୍ଥନ ମିଳିଥିଲା। ୧୯୫୩ ଜୁଲାଇ ୧୭ରେ ଯୁଦ୍ଧ ଶେଷ ହୋଇଥିଲା। ଏପରି ଏକ ଯୁଦ୍ଧର ପୁନରାବୃତ୍ତି ପାଇଁ ଆମେରିକା ଯୋଜନା କରିଥିବା ଉତ୍ତରକୋରିଆ କହିଛି।

ଅନ୍ତର୍ଜାତୀୟ |

ଆଫଗାନୀସ୍ତାନ ପ୍ରସଙ୍ଗରେ ଭାରତ ଭୂମିକାକୁ ପେଣ୍ଟାଗନର ପ୍ରଶଂସା

ଆଫଗାନୀସ୍ତାନ ପ୍ରସଙ୍ଗରେ ଭାରତ ଭୂମିକାକୁ ପେଣ୍ଟାଗନର ପ୍ରଶଂସା

ଓ୍ବାଶିଂଟନ, ୨୩।୨: ଆଫଗାନୀସ୍ତାନ ପ୍ରସଙ୍ଗରେ ଭାରତର ଉଲ୍ଲେଖନୀୟ ଭୂମିକାକୁ ଆମେରିକା ପ୍ରତିରକ୍ଷା ବିଭାଗ ପ୍ରଶଂସା କରିଛି। ଗୃହଯୁଦ୍ଧଗ୍ରସ୍ତ ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଭାରତର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପେଣ୍ଟାଗନ ମୁଖ୍ୟ ମୁଖପାତ୍ର ଡାନା ଓ୍ବାଇଟ୍‌ ସୂଚିତ କରିଛନ୍ତି। ଆମେରିକା ଆଫଗାନୀସ୍ତାନରେ ବିକାଶ କାର୍ଯ୍ୟ ଜାରି ରଖିଥିବାବେଳେ ଭାରତ ଏଥିରେ ସହାୟତା କରୁଛି।

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୨: ଭାରତର ଅଭିବୃଦ୍ଧି ହ୍ରାସ ପାଇଁ ବିମୁଦ୍ରୀକରଣ ଓ ନୂତନ ଟିକସ ପ୍ରଣାଳୀ ଜିଏସ୍‌ଟି ଦାୟୀ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ସୂଚିତ କରିଛି। ୨୦୧୭ର ପ୍ରଥମ ତ୍ରୟମାସରେ ଭାରତ ସମେତ ୪ଟି ରାଷ୍ଟ୍ର ସହିତ ଆମେରିକାର ଦ୍ୱିପାକ୍ଷିକ କାରବାର ହ୍ରାସ ପାଇବା ସହିତ ବିର୍ତ୍ତୀୟ ନିଅଣ୍ଟ ୨୦୧୬ ତୁଳନାରେ ବୃଦ୍ଧି ପାଇଥିଲା।

 ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ଲଣ୍ଡନ/ନୂଆଦିଲ୍ଲୀ, ୨୨।୨: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ନୌସେନାକୁ ବ୍ରିଟେନ୍‌ ସବ୍‌ମେରାଇନ୍‌ ରେସକ୍‌ୟୁ ସିଷ୍ଟମ୍‌ ଯୋଗାଇଦେବ। ଆସନ୍ତା ମାସରେ ଏହା ନୌସେନାକୁ ମିଳିବାର ସମ୍ଭାବନା ରହିଛି। ସ୍କଟଲ୍ୟାଣ୍ଡ କମ୍ପାନୀ ଜେଏଫ୍‌ଡି ଭାରତକୁ ଏହା ଯୋଗାଇଦେବ। ଭାରତୀୟ ନୌସେନା ସହିତ ଏନେଇ ଜେଏଫ୍‌ଡି ୧୯୩ ନିୟୁତ ପାଉଣ୍ଡର ଚୁକ୍ତି ସ୍ବାକ୍ଷରିତ କରିଥିଲା।

ଆମେରିକା ଦୂତାବାସ ଉପରେ ଆତ୍ମଘାତି ଆକ୍ରମଣ

ଆମେରିକା ଦୂତାବାସ ଉପରେ ଆତ୍ମଘାତି ଆକ୍ରମଣ

ଓ୍ବାଶିଂଟନ୍‌,୨୨।୨: ୟୁରୋପ ମଣ୍ଟିନିଗ୍ରୋରର ରାଜଧାନୀ ପାଣ୍ଡଗୋରିକା ସ୍ଥିତ ଆମେରିକା ଦୂତାବାସ ପରିସରରେ ଏକ ଆତ୍ମଘାତି ବିସ୍ଫୋରଣ ଘଟିଛି।

ଶିକ୍ଷକ ରଖନ୍ତୁ ମାରଣାସ୍ତ୍ର: ଡୋନାଲ୍ଡ ଟ୍ରମ୍ପ୍‌

ଶିକ୍ଷକ ରଖନ୍ତୁ ମାରଣାସ୍ତ୍ର: ଡୋନାଲ୍ଡ ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୨୨।୨: ଫ୍ଲୋରିଡା ସ୍କୁଲ ଗୁଳିକାଣ୍ଡ ଘଟଣା ପରେ ଏଥିରୁ ବର୍ତ୍ତିଯାଇଥିବା ପିଲାମାନଙ୍କୁ ଭେଟିବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାବବିହ୍ବଳ ହୋଇଯାଇଥିଲେ।

ଖାଲକୁ ଖସିଲା ବସ୍‌: ୪୪ ମୃତ

ଖାଲକୁ ଖସିଲା ବସ୍‌: ୪୪ ମୃତ

ଲିମା,୨୨।୨: ପେରୁର ଆରୋକ୍ୱିପା ଅଞ୍ଚଳରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଫଳରେ ୪୪ ଜଣଙ୍କ ମୃତ୍ୟୁ ହେବା ସହ ୨୪ ଆହତ ହୋଇଥିବା ସୂଚନା ମିଳିଛି।

ବୋକୋ ହାରାମ କବଳରୁ ୮୦ ସ୍କୁଲ ଛାତ୍ରୀ ମୁକ୍ତ, ୪୦ରୁ ଅଧିକ ନିଖୋଜ

ବୋକୋ ହାରାମ କବଳରୁ ୮୦ ସ୍କୁଲ ଛାତ୍ରୀ ମୁକ୍ତ, ୪୦ରୁ ଅଧିକ ନିଖୋଜ

ଆବୁଜା, ୨୨।୨: ନାଇଜେରିଆରେ ବୋକୋ ହାରାମ ମୌଳବାଦୀ ସଂଗଠନ ଦ୍ୱାରା ଅପହୃତ ହୋଇଥିବା ୮୦ ଜଣ ସ୍କୁଲ ଛାତ୍ରୀଙ୍କୁ ମୁକ୍ତ କରାଯାଇଛି। ଏବେ ମଧ୍ୟ ୪୦ ଜଣ ଛାତ୍ରୀଙ୍କର କୌଣସି ଖୋଜ ଖବର ମିଳି ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ମୁକ୍ତ ଛାତ୍ରୀମାନଙ୍କୁ ୟୋବାସ୍ଥିତ ଗୈଦାମ୍‌ ସେନା ଶିବିରଙ୍କୁ ନିଆଯାଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଜାରି ରହିଛି।

ଆମେରିକାରେ ଯୋଗାସନ କାର୍ଯ୍ୟକ୍ରମ: ସାମିଲ୍‌ ହେଲେ ୧୧ ହଜାର ଲୋକ

ଆମେରିକାରେ ଯୋଗାସନ କାର୍ଯ୍ୟକ୍ରମ: ସାମିଲ୍‌ ହେଲେ ୧୧ ହଜାର ଲୋକ

ଓ୍ବାଶିଂଟନ, ୨୧।୨: ଆମେରିକାରେ ଆୟୋଜିତ ହୋଇଥିବା ଯୋଗାସନ କାର୍ଯ୍ୟକ୍ରମରେ ୧୧ ହଜାର ଲୋକ ସାମିଲ୍‌ ହୋଇ ବିଭିନ୍ନ ଯୋଗାସନ କରିଛନ୍ତି। ସୂର୍ଯ୍ୟ ନମସ୍କାରରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଗାସନ ସେମାନେ କରିଛନ୍ତି। ସୁସ୍ଥ ଓ ନିରୋଗ ଶରୀର ପାଇଁ ଯୋଗର ଭୂମିକା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।

ଜାପାନ କିଣିବ ଏଫ୍‌-୩୫-ଏ ଫାଇଟର ଯୁଦ୍ଧବିମାନ

ଜାପାନ କିଣିବ ଏଫ୍‌-୩୫-ଏ ଫାଇଟର ଯୁଦ୍ଧବିମାନ

ଟୋକିଓ, ୨୧।୨: ଜାପାନ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦ଟି ଏଫ୍‌-୩୫-ଏ ଯୁଦ୍ଧବିମାନ କିଣିବ। ଆମେରିକାର ଲକ୍‌ହିଡ୍‌ ମାର୍ଟିନ୍‌ କର୍ପ ସହିତ ଏନେଇ ଜପାନ ସରକାର ବୁଝାମଣା କରିଛନ୍ତି।

ସିରିଆରେ ସେନା ନେଉଛି ନିରୀହ ଜନତାଙ୍କ ଜୀବନ: ଚେତାବନୀ ଦେଲା ଜାତିସଂଘ

ସିରିଆରେ ସେନା ନେଉଛି ନିରୀହ ଜନତାଙ୍କ ଜୀବନ: ଚେତାବନୀ ଦେଲା ଜାତିସଂଘ

ଦାମାସ୍କସ୍‌, ୨୧।୨: ସିରିଆରେ ଗୃହଯୁଦ୍ଧ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ବାୟୁସେନା ପକ୍ଷରୁ ବୋମାମାଡ ଜାରି ରହିଛି। ଇଷ୍ଟର୍ନ ଗୌତା ଅଞ୍ଚଳରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ବୋମାମାଡ କରାଯାଉଛି। ଏହି ଘଟଣାରେ ଗତ ୩ ଦିନ ମଧ୍ୟରେ ୧୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫୭ ଜଣ ଛୋଟପିଲା ଅଛନ୍ତି। ସୋମବାର ବାୟୁସେନା ଆକ୍ରମଣରେ ୩୯ ଛୋଟପିଲାଙ୍କ ସମେତ ୧୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ମାଳଦ୍ୱୀପରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କର ଗୁରୁତ୍ୱାରୋପ

ମାଳଦ୍ୱୀପରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କର ଗୁରୁତ୍ୱାରୋପ

କଲୋମ୍ବୋ, ୨୦।୨: ମାଳଦ୍ୱୀପରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ମର୍ମରେ ଏଠାରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କ ପକ୍ଷରୁ ଅନୁରୋଧ କରାଯାଇଛି। ସେଠାରେ ଗଣତାନ୍ତ୍ରିକ ପ୍ରଥାର ଉଲ୍ଲଂଘନ ହେବା ସହିତ କମ୍ରାଗତ ସଙ୍କଟ ବୃଦ୍ଧି ପାଉଛି ବୋଲି ସାର୍କ ସୂଚିତ କରିଛି। ସାର୍କ ଅଧ୍ୟକ୍ଷ କାରୁ ଜୟସୂରିୟା ମାଲଦ୍ୱୀପ ମଜଲିସ୍‌ ବାଚସ୍ପତି ଅବଦୁଲା ମାସିଚ୍‌ ମହମ୍ମଦଙ୍କୁ ଏନେଇ ଏକ ପତ୍ର ମଧ୍ୟ ଲେଖିଛନ୍ତି।

କୋର୍ଟରେ ଗୁଳିକାଣ୍ଡ: ୨ ଆଇନଜୀବୀ ମୃତ

କୋର୍ଟରେ ଗୁଳିକାଣ୍ଡ: ୨ ଆଇନଜୀବୀ ମୃତ

ଲାହୋର,୨୦।୨: ପାକିସ୍ତାନର ଲାହୋର ଦୌରା ଜଜ କୋର୍ଟ ପରିସରରେ ମଙ୍ଗଳବାର ଗୁଳିକାଣ୍ଡ ଘଟି ୨ ଆଇନଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।