ଅନ୍ତର୍ଜାତୀୟ |

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ସିନ୍ଧ୍‌ ପ୍ରଦେଶରେ ଚାଇନା ବିରୋଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେୟା ସିନ୍ଧ୍‌ ମୁତ୍ତାହିଦା ମାହାଜ୍‌(ଜେଏସ୍‌ଏମ୍‌ଏମ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ‘ନୋ ଚାଇନା ଗୋ ଚାଇନା’ ସ୍ଲୋଗାନ୍‌ ଦିଆଯାଇଛି। ସିନ୍ଧୁଦେଶ ଆନ୍ଦୋଳନ କରିଥିବା ଗୁଲାମ୍‌ ମୁର୍‌ତାଜା ଶାହ ସଇଦ୍‌ଙ୍କ ୧୧୪ ତମ ଜନ୍ମ ବାର୍ଷିକୀ ପାଳନ ଅବସରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ବିକ୍ଷୋଭକାରୀମାନେ ଚାଇନା-ପାକିସ୍ତାନ ଆର୍ଥିକ କୋରିଡୋର୍‌ ପ୍ରକଳ୍ପକୁ ବିରୋଧ କରି ଏପରି କରିଥିବା କୁହାଯାଉଛି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ: ୩ ଦିନରେ ୬୫ ମୃତ

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ: ୩ ଦିନରେ ୬୫ ମୃତ

ଇସଲାମାବାଦ,୨୨।୫ : ପାକିସ୍ତାନରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହରେ ଗତ ୩ଦିନ ମଧ୍ୟରେ ୬୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇପଡିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ନିକୋଲସ୍‌ଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ

ନିକୋଲସ୍‌ଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ

କାରାକାସ, ୨୧।୫: ଭେନ୍‌ଜୁଏଲା ରାଷ୍ଟ୍ରପତି ନିର୍ବାଚନରେ ନିକୋଲାସ ମାଦୁରୋ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ସୋମବାର ତାଙ୍କୁ ବିଜେତା ଘୋଷଣା କରାଯାଇଛି। ଫଳରେ ନିକୋଲସ ଦ୍ୱିତୀୟଥର ପାଇଁ ଶାସନ ଡୋର ଧରିବାକୁ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଭୋଟ ଗଣନା ସରିଥିବାବେଳେ ନିକୋଲସଙ୍କୁ ୬୭.୭ ପ୍ରତିଶତ ଭୋଟ ମିଳିଛି।

ଜାଭାରେ ସଡ଼କ ଦୁର୍ଘଟଣା: ୧୧ ମୃତ

ଜାଭାରେ ସଡ଼କ ଦୁର୍ଘଟଣା: ୧୧ ମୃତ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆ କେନ୍ଦ୍ରୀୟ ଜାଭାରେ ଏକ ସଡ଼କ ଦୁର୍ଘଟଣାରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବ୍ରେବସ୍‌ଠାରୁ ଜାକର୍ତ୍ତା ଯାଉଥିବା ଏକଯାତ୍ରୀ ବସ୍‌ର ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ବସିଥିଲା।

ଆମେରିକା ଆଗରେ ମୁଣ୍ଡ ନୁଆଁଇଲା ଚାଇନା

ଆମେରିକା ଆଗରେ ମୁଣ୍ଡ ନୁଆଁଇଲା ଚାଇନା

ବେଜିଂ/ଓ୍ବାଶିଂଟନ,୨୧।୫: ଅର୍ଥବ୍ୟବସ୍ଥାକୁ ନେଇ ଚାଇନା ଓ ଆମେରିକା ମଧ୍ୟରେ ହୋଇଛି ବୁଝାମଣା। ଚାଇନା ଏକ ପ୍ରକାର ଆମେରିକାର ସମସ୍ତ ସର୍ତ୍ତକୁ ମାନିଯାଇଛି କହିଲେ କିଛି ଭୁଲ୍‌ ହେବନାହିଁ।

ପାଣ୍ଠି ଯୋଗାଡ଼ ଲାଗି ଔଷଧ ବିକ୍ରି କରୁଛି ଜୈଶ୍‌-ଇ-ମହମ୍ମଦ୍‌

ପାଣ୍ଠି ଯୋଗାଡ଼ ଲାଗି ଔଷଧ ବିକ୍ରି କରୁଛି ଜୈଶ୍‌-ଇ-ମହମ୍ମଦ୍‌

ଇସଲାମାବାଦ୍‌, ୨୧।୫: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ପାଖରେ ପାଣ୍ଠିର ଅଭାବ ଦେଖାଦେଇଛି। ପାଣ୍ଠି ଯୋଗାଡ଼ ପାଇଁ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାରଙ୍କ ପାଇଁ ସୃଷ୍ଟି ହୋଇଛି ସମସ୍ୟା। ରମଜାନ ମାସରେ ସଂଗଠନ ସଦସ୍ୟ ବିଭିନ୍ନ ଔଷଧ ବିକ୍ରି କରି ପାଣ୍ଠି ଯୋଗାଡ଼ କାର୍ଯ୍ୟ କରୁଥିବା ଜଣାପଡିଛି।

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୫: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଥିବା ରାଓ୍ବଲପିଣ୍ଡିର କୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିସ୍ତାର ପାଇଁ ପାକିସ୍ତାନ ସରକାର ୨ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।

ଦକ୍ଷିଣ ଚାଇନା ସାଗରରେ ଚାଇନା ମୁତୟନ କଲା ବୋମା ବର୍ଷି ବିମାନ

ଦକ୍ଷିଣ ଚାଇନା ସାଗରରେ ଚାଇନା ମୁତୟନ କଲା ବୋମା ବର୍ଷି ବିମାନ

ବେଜିଂ,୨୦।୫: ଚାଇନା ବିବାଦୀୟ ଦକ୍ଷିଣ ଚାଇନା ସାଗରରେ ପ୍ରଥମ ଥରଲାଗି ବୋମାବର୍ଷି ବିମାନ ମୁତୟନ କରିଛି। ଏହାକୁ ନେଇ ଆମେରିକା କ୍ଷୋଭ ପ୍ରକାଶ କରିଛି। ଏହାଦ୍ୱାରା ସୀମାନେ ଆଶାନ୍ତି ଓ ଅସ୍ଥିରତା ବଢିବ ବୋଲି ଆମେରିକା କହିଛି।

ଆମେରିକା ସାଜିଛି ଖଳନାୟକ: ୟୁରୋପିଆନ୍‌ ସଂଘ

ଆମେରିକା ସାଜିଛି ଖଳନାୟକ: ୟୁରୋପିଆନ୍‌ ସଂଘ

ଓ୍ବାଶିଂଟନ, ୨୦।୫ : ଆମେରିକା ସମଗ୍ର ଦୁନିଆ ପାଇଁ ଖଳନାୟକ ସାଜିଛି ବୋଲି ୟୁରୋପିଆନ୍‌ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଆଣବିକ ଚୁକ୍ତି ଉଲ୍ଳଂଘନର ସାହାରା ନେଇ ଅଯଥାରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଆମେରିକା କଳହ ସୃଷ୍ଟି କରୁଛି। ସେହିପରି ଜେରୁଜେଲମ୍‌ ଘଟଣାରେ ଅଯଥା ହସ୍ତକ୍ଷେପ କରୁଛି।

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଇଫତାର ଫାର୍ଟି

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଇଫତାର ଫାର୍ଟି

ଅଙ୍କାରା,୨୦।୫: ରମଜାନ ମାସ ଅବସରରେ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାମାନଙ୍କ ପାଇଁ ତୁର୍କିର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଇଫତାର ପାର୍ଟିର ଆୟୋଜନ କରିଛି।

୪୪୮ ବର୍ଷ ତଳେ ତିଆରି ହୋଇଥିଲା ପ୍ରଥମ ମାନଚିତ୍ର ପୁସ୍ତକ

୪୪୮ ବର୍ଷ ତଳେ ତିଆରି ହୋଇଥିଲା ପ୍ରଥମ ମାନଚିତ୍ର ପୁସ୍ତକ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫ : ପ୍ରାୟ ୪୪୮ ବର୍ଷ ତଳେ ପୃଥିବୀର ପ୍ରଥମ ମାନଚିତ୍ର ପୁସ୍ତକ ବା ଆଟଲାସ୍‌ ତିଆରି ହୋଇଥିଲା। ୧୫୭୦ ମସିହା ମେ ୨୦ ତାରିଖରେ ଭୁଗୋଳବିଦ୍‌ ଆବ୍ରାହମ୍‌ ଓରଟେଲିୟସ୍‌ ମ୍ୟାପ୍‌ ପ୍ରଥମେ ଏହା ତିଆରି କରିଥିଲେ। ଆବ୍ରାହମ୍‌ ୧୫୨୭ ଏପ୍ରିଲ୍‌ ୪ ତାରିଖରେ ବେଲଜିୟମ୍‌ର ଆଣ୍ଟଓ୍ବେର୍ପ୍‌ ଠାରେ ଜନ୍ମଗ୍ରହଣ କରିଥିଲେ।

ଭାରତ-ଭିଏତନାମ୍‌ ମିଳିତ ନୌଭ୍ୟାସ

ଭାରତ-ଭିଏତନାମ୍‌ ମିଳିତ ନୌଭ୍ୟାସ

ନୂଆଦିଲ୍ଲୀ/ହନୋଇ,୨୦।୫ : ଭାରତ-ଭିଏତନାମ୍‌ ମଧ୍ୟରେ ସୋମବାରଠାରୁ ପ୍ରଥମଥର ପାଇଁ ଆରମ୍ଭ ହେବ ମିଳିତ ନୌଭ୍ୟାସ। ଏହା ୫ ଦିନ ଧରି ଚାଲିବ। ମେ ୨୫ ତାରିଖରେ ଏହି ମିଳିତ ନୌଭ୍ୟାସ ଶେଷ ହେବ। ଏଥିରେ ଆଇଏନ୍‌ଏସ୍‌ କାମୋର୍ତ୍ତା, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ଶହାଦ୍ରୀ ସମେତ ସୁଖୋଇ-୩୦ ଯୁଦ୍ଧ ବିମାନ ଅଂଶଗ୍ରହଣ କରିବେ।

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୨ ଆଇଏସ୍‌ ଆତଙ୍କବାଦୀ ମୃତ

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୨ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୧୯।୫: ଆଫଗାନିସ୍ତାନର ପୂର୍ବ ନଙ୍ଗାହାର ଅଞ୍ଚଳରେ ଆମେରିକା କରିଥିବା ଡ୍ରୋନ୍‌ ଆକ୍ରମଣରେ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।