ଜାତୀୟ |

୩ ରାଜ୍ୟରେ ଫେବୃୟାରୀରେ ଭୋଟ: ୧୮ରେ ତ୍ରିପୁରା, ୨୭ରେ ମେଘାଳୟ ଓ ନାଗାଲାଣ୍ଡ

୩ ରାଜ୍ୟରେ ଫେବୃୟାରୀରେ ଭୋଟ: ୧୮ରେ ତ୍ରିପୁରା, ୨୭ରେ ମେଘାଳୟ ଓ ନାଗାଲାଣ୍ଡ
ନୂଆଦିଲ୍ଲୀ,୧୯।୧(ପି.ଟି.): ୩ ଉତ୍ତରପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଗୁରୁବାର ଘୋଷଣା କରାଯାଇଛି। ଫେବୃୟାରୀ ୧୮ରେ ତ୍ରିପୁରାରେ ଏବଂ ୨୭ରେ ମେଘାଳୟ ଓ ନାଗାଲାଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୩ରେ ତିନୋଟି ଯାକ ରାଜ୍ୟର ମୋଟ ୧୮୦ ଆସନରେ ଭୋଟଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଅଚଳ କୁମାର ଜୋତି ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚ ୬ରେ ମେଘାଳୟ, ୧୩ରେ ନାଗାଲାଣ୍ଡ ଓ ୧୪ ତାରିଖରେ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ୩ ରାଜ୍ୟ ବିଧାନସଭାରେ ୬୦ଟି ଲେଖାଏ ଆସନ ଖାଲିପଡ଼ିବା ପୂର୍ବରୁ ସେଠାରେ ମତଦାନ କରାଯିବା ଜରୁରୀ ବୋଲି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଆୟୋଜିତ ଏକ ଖବରଦାତା ସମ୍ମଳିନୀରେ ସିଇସି ଜୋତି କହିଛନ୍ତି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଫେବୃୟାରୀ ୧୮ରେ ଭୋଟଗ୍ରହଣ କରାଯିବ। ଏହି ରାଜ୍ୟ ପାଇଁ ଚଳିତ ମାସ ୨୪ ତାରିଖରେ ବିଜ୍ଞପ୍ତି ଜାରି କରାଯିବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଜାନୁୟାରୀ ୩୧ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ତାରିଖ। ଫେବୃୟାରୀ ୧ରେ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବ। ୩ ତାରିଖ ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ। ସେହିପରି ମେଘାଳୟ ଓ ନାଗାଲାଣ୍ଡରେ ଜାନୁୟାରୀ ୩୧ରେ ବିଜ୍ଞପ୍ତି ଜାରି କରାଯିବ। ଏହି ଦୁଇ ରାଜ୍ୟରେ ପ୍ରାର୍ଥୀମାନେ ଫେବୃୟାରୀ ୭ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ୧୨ ତାରିଖ ହେଉଛି ଶେଷଦିନ। ତ୍ରିପୁରାରେ ୨୫,୬୯,୨୧୬ ମତଦାତା ଭୋଟ ଦେଇ ନିଜ ପ୍ରତିନିଧି ବାଛିବେ। ସେହିପରି ନାଗାଲାଣ୍ଡରେ ୧୧,୮୯,୨୬୪ ଏବଂ ମେଘାଳୟରେ ୧୮,୩୦,୧୦୪ ଭୋଟର ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଗୁଜରାଟ ଓ ହିମାଚଳପ୍ରଦେଶ ଭଳି ଏହି ୩ ରାଜ୍ୟରେ ଶାନ୍ତିପୂର୍ଣ୍ଣ ତଥା ନିରପେକ୍ଷ ମତଦାନ ପାଇଁ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ଭୋଟଗ୍ରହଣ କରାଯିବ। ସମସ୍ତ ଇଭିଏମ୍‌ ସହ ଭୋଟର୍ସ ଭେରିଫିଏବଲ୍‌ ପେପର୍ସ ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି) ସଂଲଗ୍ନ କରାଯିବ। ଏହି ଘୋଷଣା ସହ ତତ୍କାଳ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଅର୍ଥାତ୍‌ କେନ୍ଦ୍ର କିମ୍ବା ସମ୍ପୃକ୍ତ ରାଜ୍ୟ ସରକାର ବର୍ତ୍ତମାନଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏ କୌଣସି ନୂଆ ଯୋଜନା ଘୋଷଣା କରିପାରିବେ ନାହିଁ। ମାର୍ଚ୍ଚ ୩ରେ ୩ ରାଜ୍ୟରେ ଭୋଟଗଣତି କରାଯିବ ବୋଲି ସିଇସି ଜୋତି ସୂଚନା ଦେଇଛନ୍ତି। ସିଇସିଙ୍କ ସହ ଅନ୍ୟ ଦୁଇ ନିର୍ବାଚନ କମିଶନର ଓ.ପି. ରାଓ୍ବତ୍‌ ଏବଂ ସୁନୀଲ ଆରୋରା ମଧ୍ୟ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ବାମପନ୍ଥୀଙ୍କ ଗଡ଼ ଭାବେ ପରିଚିତ ତ୍ରିପୁରାରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ଷଷ୍ଠଥର କ୍ଷମତାସୀନ ହେବାକୁ ଅଣ୍ଟା ଭିଡ଼ିଛି। ଏଠାରେ ମୁଖ୍ୟମନ୍ତ୍ରୀ ମାନିକ ସର୍କାର କ୍ରମାଗତ ଚତୁର୍ଥଥର ଶାସନ ଗାଦିରେ ବସିବାକୁ ଭୋଟରଙ୍କ ନିକଟତର ହେଉଛନ୍ତି। କେରଳକୁ ଛାଡ଼ିଦେଲେ ତ୍ରିପୁରା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ସିପିଏମ୍‌ ସରକାର ଗଢ଼ିଛି। ଏହି ରାଜ୍ୟରେ ସରକାର ବିରୋଧୀ ହାଓ୍ବାରୁ ଫାଇଦା ଉଠାଇବା ପାଇଁ ଭାଜପା ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ପୃଥକ୍‌ ଭାବେ ଗୋଟିଚାଳନା ଆରମ୍ଭ ହୋଇଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ସିପିଏମ୍‌ର ୫୦ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି। ସେହିପରି ୭ ବିଧାୟକଙ୍କୁ ନେଇ ଭାଜପା ବିରୋଧୀ ଦଳର ମାନ୍ୟତା ପାଇଛି। ଗତ ନିର୍ବାଚନରେ କଂଗ୍ରେସ ମାତ୍ର ୨ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା। ମେଘାଳୟରେ ମୁଖ୍ୟମନ୍ତ୍ରୀ ମୁକୁଳ ସଙ୍ଗ୍‌ମାଙ୍କ ନେତୃତ୍ୱରେ କଂଗ୍ରେସ ସରକାର କ୍ଷମତାସୀନ ଅଛି। ବିଧାନସଭାରେ କଂଗ୍ରେସର ୨୪, ୟୁଡିପିର ୭, ଏଚ୍‌ଏସ୍‌ପିଡିପିର ୪ ବିଧାୟକ ଅଛନ୍ତି। ସେହିପରି ଭାଜପା, ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଏନ୍‌ପିପିର ଦୁଇଜଣ ଲେଖାଏ ଓ ୧୦ ସ୍ବାଧୀନ ବିଧାୟକ ଅଛନ୍ତି। ଏଠାରେ ୯ଟି ଆସନ ଖାଲିପଡ଼ିଛି। କଂଗ୍ରେସରେ ବିଧାୟକମାନଙ୍କ ବିଦ୍ରୋହ ଏଥର ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏହି ରାଜ୍ୟରେ ସଙ୍ଗ୍‌ମାଙ୍କଠାରୁ କ୍ଷମତା ଛଡ଼ାଇନେବା ପାଇଁ ଭାଜପା ପ୍ରାଣପ୍ରଣେ ଉଦ୍ୟମ କରୁଛି। ସରକାର ବଞ୍ଚାଇବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ନାଗାଲାଣ୍ଡରେ ଟି.ଆର୍‌.ଜେଲିଆଙ୍ଗ୍‌ଙ୍କ ନେତୃତ୍ୱାଧୀନ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ସରକାର ପୁଣିଥରେ କ୍ଷମତାକୁ ଫେରିବା ପାଇଁ ରଣନୀତି ସ୍ଥିର କରିଥିବାବେଳେ ଭାଜପା ପ୍ରଥମଥର ପାଇଁ ଶାସନ କରିବାକୁ ଅଣ୍ଟା ଭିଡ଼ିଛି। ଶାସକ ଏନ୍‌ପିଏଫ୍‌ର ୪୫ ବିଧାୟକ ବିଧାନସଭାରେ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ଭାଜପାର ୪, ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଏନ୍‌ସିପିର ଜଣେ ଲେଖାଏ ବିଧାୟକ ଅଛନ୍ତି। ଅନ୍ୟ ୮ଟିରେ ସ୍ବାଧୀନ ବିଧାୟକ ଥିବାବେଳେ ଗୋଟିଏ ଆସନ ଖାଲିପଡ଼ିଛି।
All Right Reserved By

ଜାତୀୟ |

ସାଧାରଣ ଜନତା କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର

ସାଧାରଣ ଜନତା କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୨୨।୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳ ମଧ୍ୟରେ ବହୁ ଦେଶ ଭ୍ରମଣ କରିଛନ୍ତି। ଆଉ ତାଙ୍କୁ ସେଠାରୁ ଯେଉଁ ଉପହାର ମିଳିଛି ତାକୁ ଏବେ ସାଧାରଣ ଜନତା କିଣି ପାରିବେ ବୋଲି ସୂଚନା ଦିଆଯାଇଛି।

ମମତାଙ୍କ ଉପରେ ବର୍ଷିଲେ ଶାହ

ମମତାଙ୍କ ଉପରେ ବର୍ଷିଲେ ଶାହ

କୋଲକାତା,୨୨।୧: ବହୁ ବାଦ ବିବାଦ ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ମାଲଦାରେ ଏକ ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। 

ଆରମ୍ଭ ହେଲାଣି ଜଳକଷ୍ଟ

ଆରମ୍ଭ ହେଲାଣି ଜଳକଷ୍ଟ

ମୁମ୍ବାଇ,୨୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ। ହେଲେ ଏବେଠାରୁ ମହାରାଷ୍ଟ୍ରବାସୀ ଜଳକଷ୍ଟର ସାମ୍ନା କଲେଣି।  ଏଠାରେ ଥିବା ପ୍ରାୟ ୭ଟି ତହସିଲରେ ଥିବା ଶହେ ଗ୍ରାମ ଏବେ ଜଳାଭାବ ସମସ୍ୟା ଦେଇ ଗତି କରୁଛନ୍ତି।

୧୧ ମାସ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ପୁଣି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

୧୧ ମାସ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ପୁଣି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସିଲାଭାସା, ୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାମନ୍‌ରେ ଜାନୁୟାରୀ ୧୯ରେ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ୧୧ ମାସ ତଳେ ୨୦୧୮ ଫେବୃୟାରୀ ୨୬ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସ୍ଥାନୀୟ ଏମ୍‌ପି ଲାଲୁଭାଇ ପଟେଲ ଏବଂ ପଞ୍ଚାୟତ ପ୍ରମୁଖ ସୁରେଶ ପଟେଲ କରିଥିଲେ। 

ରୋଞ୍ଜେ  ଆଶ୍ରମରୁ ୨୪ ଛାତ୍ର ନିଖୋଜ: ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ

ରୋଞ୍ଜେ ଆଶ୍ରମରୁ ୨୪ ଛାତ୍ର ନିଖୋଜ: ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ

ଦନ୍ତଓ୍ବାଡା,୨୨।୧: ଛତିଶଗଡ଼ ଦନ୍ତଓ୍ବାଡ଼ା ଜିଲାରେ ଥିବା ଏକ ଆଶ୍ରମ ସ୍କୁଲରୁ ୨୪ ଛାତ୍ର ନିଖୋଜ ହୋଇଛନ୍ତି। ସେମାନଙ୍କୁ ମାଓବାଦୀ ସଂଗଠନରେ ସାମିଲ୍‌ କରାଯାଇଥିବା ସନ୍ଦେହ କରାଯାଉଛି।

କଟା କେଶର କିଲୋପ୍ରତି ମୂଲ୍ୟ ୨ ହଜାର

କଟା କେଶର କିଲୋପ୍ରତି ମୂଲ୍ୟ ୨ ହଜାର

ନୂଆଦିଲ୍ଲୀ,୨୨।୧: ଘରେ ଥିବା କିଛି ଜିନିଷକୁ ଆମେ ଅଦରକାରି ଭାବି ଫୋପାଡି ଦେଉଥିବା ବେଳେ ଏବେ ଏହାର ମୂଲ୍ୟ ହଜାର। ଅର୍ଥାତ୍‌ ଘରେ ମହିଳାମାନେ ନିୟମିତ କେଶ କୁଣ୍ଡାଇ ସାରି ଯେଉଁ ଝଡିବା କେଶ ଓ ପାର୍ଲରେ କାଟିବା ପରେ ଯେଉଁ କେଶକୁ ଅଳିଆ ଗଦାରେ ଫୋପାଟି ଦେଉଛନ୍ତି ତାହାର କିଲୋ ପିଛା ମୂଲ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।

ନିର୍ବାଚନ ଲଢିବା ଖବର ଗୁଜବ: କରିନା

ନିର୍ବାଚନ ଲଢିବା ଖବର ଗୁଜବ: କରିନା

ବେଙ୍ଗାଲୁର,୨୨।୧: ବଲିଉଡ୍‌ କୁଇନ୍‌ କରିନା କପୁର ଖାଁ ନିର୍ବାଚନ ଲଢିବେ ବୋଲି ସୋମବାର ଶୁଣିବାକୁ ମିଳିଥିଲା। ଏହାକୁ ନେଇ ଅନେକ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ଏସବୁ ଖବର ମିଥ୍ୟା ବୋଲି ମଙ୍ଗଳବାର ନିଜେ କରିନା ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପାଟନା,୨୨।୧: ବିହାର ପାଟନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କ ପିଲାଛୁଆ ନ ହେବାରୁ ତାଙ୍କୁ ଶ୍ୱଶୁର ଘର ଲୋକେ ଜୀବନ୍ତ ଜଳାଉଥିଲେ।

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ଭୋପାଳ, ୨୨।୧:  ମଧ୍ୟପ୍ରଦେଶ ରାଜନୀତିରେ ଏବେ ମାମୁ-ଭଣଜା ଭେଟ ନେଇ ରାଜନୈତିକ ମହଲ ସରଗରମ ରହିଛି। ମାମୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ଭେଟିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। 

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ବିଲାସପୁର,୨୨।୧: ହିମାଚଳ ପ୍ରଦେଶ ବିଲାସପୁର ଜିଲା ସ୍ବରଘାଟ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡକୁ ବସ୍‌ଟି ଖସିପଡିବା ଫଳରେ ଏଥିରେ ଥିବା ୨୬ ଯାତ୍ରୀ ଆହତ ହୋଇଛନ୍ତି।

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ନୂଆଦିଲ୍ଲୀ,୨୨।୧: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ବର୍ଷା ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ମନ୍ଥର ହୋଇଯାଇଛି।