ଖେଳ |

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ
ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। କ୍ରିକେଟର ତିନୋଟି ଯାକ ଫର୍ମାଟରେ ଉଚ୍ଚ କୋଟୀର ପ୍ରଦର୍ଶନ କରିଥିବା କୋହଲି ଏକାଧିକ ପୁରସ୍କାର ହାସଲ କରିଛନ୍ତି। ସେ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟର ଶ୍ରେଷ୍ଠ କ୍ରିକେଟର ଓ ଅଧିନାୟକ ବିବେଚିତ ହୋଇଛନ୍ତି। ତାଙ୍କୁ ସାର ଗ୍ୟାରୀଫିଲ୍ଡ ସୋବର୍ସ ଟ୍ରଫି ଫର କ୍ରିକେଟର ଅଫ ଦି ଇୟର ଓ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ଅଫ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହିତ କୋହଲି କ୍ୟାପ୍‌ଟେନ ଅଫ ଆଇସିସି ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ଟିମ୍‌ ଅଫ ଦି ଇୟର ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦୁଇଟି ଟେଷ୍ଟରେ ପରାସ୍ତ ହୋଇ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ରେ ପଛରେ ପଡିବା ସହ ଆଗୁଆ ସିରିଜ୍‌ ହାତଛଡ଼ା କରିଛି। ଏଭଳି ପରିସ୍ଥିତିରେ କୋହଲିଙ୍କ ପାଇଁ ଏହି ପୁରସ୍କାର ବିଶେଷ ମହତ୍ତ୍ୱ ରଖୁଛି। ୨୦୧୬ ସେପ୍ଟେମ୍ବର ୨୧ରୁ ୨୦୧୭ ଶେଷ ପର୍ଯ୍ୟନ୍ତ କ୍ୱାଲିଫିକେଶନ ପିରିୟଡ୍‌ରେ କୋହଲି ୭୭.୮୦ ରନ ହାରରେ ୨,୨୦୩ ଟେଷ୍ଟ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୮ଟି ଶତକ ସାମିଲ ରହିଛି। ସେହିପରି ଏହି ସମୟ ଅବଧିରେ ସେ ୭ଟି ଶତକ ସହ ୮୨. ୬୩ ରନ ହାରରେ ୧,୮୧୮ ରନ ସଂଗ୍ରହ କରିଛନ୍ତି। ଅନ୍ୟପଟେ ୧୫୩ ଷ୍ଟ୍ରାଇକ ରେଟ୍‌ରେ ସେ ଟି୨୦ ଫର୍ମାଟରେ ୨୯୯ ରନ ସଂଗ୍ରହ କରିଛନ୍ତି। ପୁଣି କୋହଲିଙ୍କ ନେତୃତ୍ୱରେ ଭାରତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିଛି। ଏହି ପୁରସ୍କାର ମୋ ପାଇଁ ବିଶେଷ ମହତ୍ତ୍ୱ ରଖୁଛି ବୋଲି କୋହଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପ୍ରଥମଥର ପାଇଁ ଗ୍ୟାରୀ ଫିଲ୍ଡ ସୋବର୍ସ ଟ୍ରଫି ହାସଲ କରିଥିବାରୁ ମୁଁ ବହୁତ ଖୁସି ଓ ଏହା ମୋ ପାଇଁ ଏକ ବଡ଼ ସମ୍ମାନ। କ୍ରମାଗତ ଭାବେ ଦୁଇ ଭାରତୀୟ କ୍ରିକେଟର ଏହି ପୁରସ୍କାର ହାସଲ କରିବା ବଡ଼ କଥା ବୋଲି କୋହଲି କହିଛନ୍ତି। ଉଲ୍ଲେଖଥାଉ କି, ଗତବର୍ଷ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଏହି ପୁରସ୍କାର ହାସଲ କରିଥିଲେ। କୋହଲିଙ୍କୁ ବାଦ୍‌ଦେଲେ ଅନ୍ୟ ୪ ଭାରତୀୟ କ୍ରିକେଟର ଆଇସିସି ଟେଷ୍ଟ ଓ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଟେଷ୍ଟ ଦଳରେ ଚେତେଶ୍ୱର ପୂଜାରା ଓ ଅଶ୍ୱିନ, ଦିନିକିଆ ଦଳରେ ଯଶପ୍ରୀତ ବୁମ୍‌ରା ଓ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିଛି। ଆଶ୍ଚର୍ଯ୍ୟଜନକ ଭାବେ କୋହଲି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍‌ଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ଦଳର ନେତୃତ୍ୱ ହାସଲ କରିଛନ୍ତି। ସଦ୍ୟ ସମାପ୍ତ ଆଶେସ୍‌ରେ ସ୍ମିଥ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୪-୦ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ତେବେ ସ୍ମିଥ ୧୬ଟି ମ୍ୟାଚ ଖେଳି ୭୮.୧୨ ରନ ହାରରେ ୧୮୭୫ ରନ ସଂଗ୍ରହ କରି ଟେଷ୍ଟ ପ୍ଲେୟାର ଅଫ ଦି ଇୟର ବିବେଚିତ ହୋଇଛନ୍ତି। ଏଥିରେ ତାଙ୍କର ୮ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି। ୨୦୧୩ ପରେ କୋହଲି ପ୍ରଥମ ଅଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ହିସାବରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ଅଫ ଦି ଇୟର ବିବେଚିତ ହୋଇଛନ୍ତି। ଏହା ପୂର୍ବରୁ ୨୦୧୬ରେ କ୍ୱିଣ୍ଟନ ଡିକକ୍‌ ଓ ଏବି ଡିଭିଲର୍ସ ୨୦୧୪ ଓ ୨୦୧୫ରେ ଏହି ସମ୍ମାନର ଅଧିକାରୀ ହୋଇଥିଲେ। ଦିନିକିଆର ଏହି ପୁରସ୍କାର ପାଇଁ କୋହଲିଙ୍କ ସମେତ ପାକିସ୍ତାନ ଦ୍ରୁତ ବୋଲର ହାସନ ଅଲି, ଆଫଗାନିସ୍ତାନ ଲେଗ୍‌- ସ୍ପିନର ରସିଦ ଖାନ୍‌ ଓ ରୋହିତ ଶର୍ମା ମନୋନୀତ ହୋଇଥିଲେ। ଭାରତୀୟ ଯୁବ ସ୍ପିନର ୟୁଜଭେନ୍ଦ୍ର ଚହଲ ଟି୨୦ ଇଣ୍ଟରନ୍ୟାଶନାଲ ପରଫର୍ମାନ୍ସ ଅଫ ଦି ଇୟର ବିବେଚିତ ହୋଇଛନ୍ତି। ଗତ ବର୍ଷ ବାଙ୍ଗାଲୋରରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସେ ୨୫ ରନ ବ୍ୟୟ କରି ୬ ଉଇକେଟ ହାସଲ କରିବା ସହ ଏହି ପୁରସ୍କାର ପାଇଛନ୍ତି। ଏହି ପ୍ରଦର୍ଶନ ପାଇଁ ଚହଲ ପ୍ଲେୟାର ଅଫ ଦି ମ୍ୟାଚ୍‌ ଓ ପ୍ଲେୟାର ଅଫ ଦି ସିରିଜ୍‌ ବିବେଚିତ ହୋଇଥିଲେ। ଟି୨୦ ଇତିହାସରେ ଏହା ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍‌ ଆଇସିସି ଆସୋସିଏଟ୍‌ କ୍ରିକେଟର ଅଫ ଦି ଇୟର ବିବେଚିତ ହୋଇଛନ୍ତି।
All Right Reserved By

ଖେଳ |

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌:  ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌: ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଓଡେନ୍ସ,୧୭।୧୦(ପି.ଟି.)- ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟରେ ଭାରତୀୟ ତାରକା ତଥା ବିଶ୍ୱର ୬ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହାନ୍ସ- କ୍ରିଷ୍ଟିଆନ ସୋଲବର୍ଗ ଭିଟ୍ଟିଙ୍ଗଘସ୍‌ଙ୍କୁ ହରାଇ  ଅଗ୍ରଗତି କରିଛନ୍ତି। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ  ଚାଇନାର ଅଭିଜ୍ଞ ଖେଳାଳି ଲିନ୍‌ ଡାନଙ୍କୁ ଭେଟିବେ। 

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି:  ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ମସ୍କାଟ,୧୭।୧୦(ପି.ଟି.)- ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ତଥା ଆୟୋଜକ ଓମାନ ପରସ୍ପରକୁ ଭେଟିବେ। ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଏହି ଟୁର୍ନାମେଣ୍ଟ ଏସୀୟ ଦେଶଗୁଡିକ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଗତଥରର ଚାମ୍ପିୟନ ଭାରତ ଏଥର ମଧ୍ୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଏସିଆନ ଗେମ୍ସର ବିଫଳତାକୁ ପଛରେ ପକାଇ ଭାରତ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ଆବୁଧାବି, ୧୭।୧୦- ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ମାତ୍ର ୧୪୫ ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। 

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେ ବୁଧବାର ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍‌-ସ୍ପିନର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା କୁମ୍ବଲେଙ୍କୁ ଏହି ଅବସରରେ କ୍ରିକେଟ ଜଗତ ସମେତ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଚହରଙ୍କ ଘରୁ ଚୋରି ଉଦ୍ୟମ କରି ୬ ଗିରଫ

ଚହରଙ୍କ ଘରୁ ଚୋରି ଉଦ୍ୟମ କରି ୬ ଗିରଫ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ କ୍ରିକେଟ ଦଳର ଯୁବ ଅଲ୍‌ରାଉଣ୍ଡର ଦୀପକ ଚହରଙ୍କ ଘରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଚହରଙ୍କ ଆଗ୍ରା ମାନସରୋବରସ୍ଥିତ ଘରୁ ଗତ ସପ୍ତାହରେ ଏହି ୬ଜଣ ବ୍ୟକ୍ତି ଚୋରି କରିବାକୁ ଉଦ୍ୟମ କରିଥିଲେ। 

କଂଗ୍ରେସରେ ଯୋଗଦେଲେ ସାମିଙ୍କ ପତ୍ନୀ ହସିନା

କଂଗ୍ରେସରେ ଯୋଗଦେଲେ ସାମିଙ୍କ ପତ୍ନୀ ହସିନା

ବମ୍ବେ, ୧୭।୧୦- ପାରିବାରିକ ସମସ୍ୟାକୁ ନେଇ ବିବାଦରେ ରହିଥିବା କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ହସିନା ଜହାନ ରାଜନୀତିରେ ପ୍ରବେଶ କରିଛନ୍ତି। ମୁମ୍ବାଇ କଂଗ୍ରେସ ପାର୍ଟିରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇ ସଦସ୍ୟତା ଗ୍ରହଣ କରିଛନ୍ତି। 

ଇଞ୍ଜୁରୀ ଟାଇମ୍‌ରେ ଜିତିଲା ବ୍ରାଜିଲ

ଇଞ୍ଜୁରୀ ଟାଇମ୍‌ରେ ଜିତିଲା ବ୍ରାଜିଲ

ଜେଦ୍ଦା (ସୌଦୀ ଆରବ)୧୭।୧୦, (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ଚାରି-ଦଳୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ପ୍ରତିଯୋଗିତାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ସାଉଥ୍‌ ଆମେରିକାର ଅନ୍ୟତମ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣଙ୍କୁ ବ୍ରୋଞ୍ଜ

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣଙ୍କୁ ବ୍ରୋଞ୍ଜ

ବୁଏନ୍ସ ଏରିଜ୍‌, ୧୭।୧୦(ପି.ଟି.)- ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ ଚଳିତ ୟୁଥ୍‌ ଅଲିମ୍ପିକ୍ସର ଆଥ୍‌ଲେଟିକ୍ସରେ ଭାରତକୁ ୨ୟ ପଦକ ଦେଇଛନ୍ତି। ବୁଧବାର ଅନୁଷ୍ଠିତ ପୁରୁଷ ଟ୍ରିପଲ ଜମ୍ପରରେ ପ୍ରବୀଣ ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛନ୍ତି।

ଡେନମାର୍କ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ସାଇନା

ଡେନମାର୍କ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ସାଇନା

ଓଡେନସେ (ଡେନମାର୍କ), ୧୭।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଭାରତୀୟ ସଟ୍‌ଲରଙ୍କୁ ମିଶ୍ରିତ ସଫଳତା ମିଳିଛି। ମହିଳା ସିଙ୍ଗଲ୍ସରେ ସାଇନା ନେହ୍ବାଲ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ପି.ଭି. ସିନ୍ଧୁ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ସାଇନା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୦-୨୨, ୨୧-୧୭, ୨୪-୨୨ ଗେମ୍‌ରେ ହଂକଂର ୟିଚେଉଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ଗେମ୍‌କୁ ସାଇନା ହାରିଯାଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ଗେମ୍‌କୁ ଜିତି ୨ୟ ରାଉଣ୍ଡରେ ସ୍ଥାନ ପକ୍କା କରିନେଇଛନ୍ତି। 

ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ସୋନେପତ୍‌, ୧୭ା୧୦(ପି.ଟି.)- ଭିଭୋ ପ୍ରୋ-କବାଡ଼ି ଲିଗ୍‌ ସିଜନ-୬ରେ ବେଙ୍ଗଲ ଓ୍ବାରିୟର୍ସ  କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ଜୋନ୍‌ ବି’ର ଏକ ମ୍ୟାଚରେ ତେଲୁଗୁ ଟାଇଟାନ୍ସକୁ  ୩୦-୨୫ ପଏଣ୍ଟରେ ପରାସ୍ତ କରିଛି।  ଟୁର୍ନାମେଣ୍ଟରେ ତେଲୁଗୁ ଟାଇଟାନ୍ସର ଏହା ହେଉଛି ପ୍ରଥମ ପରାଜୟ। ମଙ୍ଗଳବାର  ଏହି ପରାଜୟ ସତ୍ତ୍ୱେ ତେଲୁଗୁ ଟାଇଟାନ୍ସ  ଜୋନ୍‌  ବି’ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।  ସେହିପରି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ୩୬-୩୩ରେ ହରିୟାଣା ଷ୍ଟିଲର୍ସକୁ ହରାଇ ଦେଇଛି। ବୁଧବାର ଗୋଟିଏ ମ୍ୟାଚରେ ବେଙ୍ଗାଲୁରୁ ବୁଲ୍ସ ତାମିଲ ଥଲାଇଭାସକୁ ଭେଟିବାକୁ ଥିବା ବେଳେ ଅନ୍ୟଟିରେ ୟୁ ମୁମ୍ବା ହରିୟାଣା ଷ୍ଟିଲର୍ସ ସହିତ ମୁକାବିଲା କରିବ।

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

ବର୍ଲିନ, ୧୭ା୧୦ (ଏ.ଏଫ୍‌.ପି.)- ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବରଙ୍କର ତାଙ୍କ କୋଚ୍‌ ଓ୍ବିମ୍‌ ଫିସେଟ୍‌ଙ୍କ ସହ ବିଚ୍ଛେଦ ଘଟିଛି। ଖେଳାଳିଙ୍କ ନିକଟତମ ମହଲରୁ ଏହା ଜଣାପଡ଼ିଛି। ଫିସେଟଙ୍କ ତତ୍ତ୍ୱାବଧାନରେ କର୍ବର ସିଜନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସିଛନ୍ତି। ମାତ୍ର ଭବିଷ୍ୟତକୁ ନେଇ ମତପାର୍ଥକ୍ୟ ଯୋଗୁ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଛି। କିମ୍‌ କ୍ଲାଇଷ୍ଟର୍ସ (୨୦୦୯-୧୧), ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ୍‌ ସିମୋନା ହାଲେପ (୨୦୧୪) ଏବଂ ଭିକ୍ଟୋରିଆ ଆଜାରେଙ୍କା (୨୦୧୫-୧୬)ଙ୍କ କୋଚ ଭାବେ କାର୍ଯ୍ୟ କରିଥିବା ଫିସେଟ୍‌ ୨୦୧୭ ନଭେମ୍ବରରେ କର୍ବରଙ୍କ ସହିତ ଯୋଗଦାନ କରିଥିଲେ। ଏହି ବେଲିଜିଆନଙ୍କ ସହିତ ୩୦ ବର୍ଷୀୟ କର୍ବର ୨୦୧୬ରେ ନମ୍ବର ଓ୍ବାନ୍‌ ର଼୍ୟାଙ୍କିଙ୍ଗ ହାସଲ କରିପାରିଥିଲେ। ବର୍ତ୍ତମାନ କିନ୍ତୁ ସେ ୩ନମ୍ବର ସ୍ଥାନରେ ଅଛନ୍ତି। ଓ୍ବିମ୍ବେଲଡନ ଜିତିବା ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ।

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭୁବନେଶ୍ୱର, ୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ୧୯ ବର୍ଷରୁ କମ୍‌ ଭିନୁ ମଙ୍କଡ ଟ୍ରଫିରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିହାର, ଉତ୍ତରାଖଣ୍ଡ ଓ ନାଗାଲାଣ୍ଡ ବିଜୟ ହାସଲ କରିଛନ୍ତି। କିଟ୍‌ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ବିହାର ୨୭୭ ରନରେ ସିକ୍କିମ୍‌କୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂକରି ବିହାର ପୀୟୂଷ କୁମାରଙ୍କ ୧୪୫ ରନର ଶତକୀୟ ପାଳି ବଳରେ ୫୦ ଓଭରରେ ୨ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରିଥିଲା। ଜବାବରେ ସିକ୍କିମ ୮ ଉଇକେଟ ହରାଇ ୭୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା।