ଖେଳ |

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ
ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା(କ୍ରୀଡ଼ା ଛାତ୍ରାବାସ ଦଳ) ଗୋଆରେ ପ୍ଲେ-ଅଫ୍‌ ଖେଳିବ। ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଅପରାଜୟ ରହିବା ସହ ଗ୍ରୁପ ଚାମ୍ପିୟନ ହୋଇଥିବା ଓଡ଼ିଶା ପ୍ଲେ-ଅଫ୍‌ ପାଇଁ ପ୍ରସ୍ତୁତ ବୋଲି ଦଳର କୋଚ୍‌ ପରାଶର ବାଗ୍‌ ପ୍ରକାଶ କରିଛନ୍ତି। ଲିଗ୍‌ ମ୍ୟାଚ ପୂର୍ବରୁ ଆମେ ଦେଢ଼ ମାସ ସମୟ ପାଇଥିଲୁ। ମାତ୍ର ଏଥର ଅଭ୍ୟାସ ପାଇଁ କମ୍‌ ସମୟ ପାଇଛୁ। ପ୍ଲେ-ଅଫ୍‌ରେ ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଆମକୁ ଖେଳିବାକୁ ପଡ଼ିବ। ତେଣୁ କଡ଼ା ଟକ୍କର ହେବ ବୋଲି ସେ କହିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସମୀର କେର୍କେଟା ଏଥର ଦଳରେ ନାହାନ୍ତି। ଭାରତୀୟ କ୍ୟାମ୍ପରେ ଥିବାରୁ ସେ କାତାରରେ ମ୍ୟାଚ ଖେଳିବାକୁ ଯିବେ। ତାଙ୍କ ସ୍ଥାନରେ ଦୁର୍ଗା ଟୁଡୁଙ୍କୁ ଦଳରେ ସାମିଲ କରାଯାଇଛି। ପ୍ଲେ-ଅଫ୍‌ରେ ସମୀରଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ ବୋଲି ସ୍ବୀକାର କରିଛନ୍ତି କୋଚ୍‌ ପରାଶର। ତେବେ ଦଳଗତ ଭିତ୍ତିରେ ଓଡ଼ିଶା ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆମେ କୌଣସି ବ୍ୟକ୍ତିଗତ ଖେଳାଳିଙ୍କ ଉପରେ ଭରସା ନ କରି ଦଳଗତ ପ୍ରଦର୍ଶନ ଭିତ୍ତିରେ ସଫଳତା ପାଇଥିଲୁ। ଏଥର ମଧ୍ୟ ସେହି ରଣନୀତି ବଳବତ୍ତର ରହିବ। ସମୀରଙ୍କ ସ୍ଥାନ ଅନ୍ୟ ଖେଳାଳିମାନେ ପୂରଣ କରିପାରିବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି। କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇ ନ ଥିଲେ ହେଁ ପ୍ଲେ-ଅଫ୍‌ରେ ମୋଟ ୮ଟି ଦଳ ମଧ୍ୟରେ ମୁକାବିଲା ହେବା ସ୍ପଷ୍ଟ ହୋଇଛି। ୮ଟି ଟିମ୍‌କୁ ୨ଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପରେ ୪ଟି ଲେଖାଏ ଦଳ ରହିବେ। ୨ ଗ୍ରୁପର ଚାମ୍ପିୟନ ଓ ରନର୍ସଅପ୍‌ ଦଳ ସ୍ବାଭାବିକଭାବେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେବ। ଏହା ବ୍ୟତୀତ ଶ୍ରେଷ୍ଠ ତୃତୀୟ ସ୍ଥାନୀୟ ଦଳ ମଧ୍ୟ ଏମାନଙ୍କ ସହ ଯୋଗଦେବ। ଅର୍ଥାତ୍‌ ପ୍ଲେ-ଅଫ୍‌ରୁ ମୋଟ ୫ଟି ଦଳ ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୧୧ ଜୋନର ଶ୍ରେଷ୍ଠ ୧୧ ଦଳ ଏବଂ ଏହି ୫ ଦଳକୁ ମିଶାଇ ମୋଟ ୧୬ଟି ଟିମ୍‌କୁ ନେଇ ଫାଇନାଲ ରାଉଣ୍ଡ ଖେଳାଯିବ। ପ୍ଲେ-ଅଫ୍‌ ଚଳିତମାସ ୨୨ରୁ ୨୯ ଏବଂ ଫାଇନାଲ ରାଉଣ୍ଡ ୨୯ରୁ ଫେବୃୟାରୀ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ଲେ-ଅଫ୍‌ର ତାରିଖ ଏବଂ କାର୍ଯ୍ୟସୂଚୀ ୨୦ ତାରିଖରେ ଘୋଷଣା ହେବ। ପ୍ରକାଶ ଯୋଗ୍ୟ ପୁଣେରେ ଅନୁଷ୍ଠିତ ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଦଳ ଗ୍ରୁପ‘ସି’ରେ ସ୍ଥାନ ପାଇଥିଲା। ପ୍ରଥମ ମ୍ୟାଚରେ ଦଳ ଫତେ ହାଇଦ୍ରାବାଦ ଏଏଫସିକୁ ୯-୦ ଓ ଦ୍ୱିତୀୟ ମ୍ୟାଚରେ ଅନନ୍ତପୁର ସ୍ପୋଟର୍‌ସ ଏକାଡେମୀକୁ ୨-୦ ଗୋଲରେ ପରାସ୍ତ କରିଥିଲା। ତୃତୀୟ ମ୍ୟାଚରେ ଟୁର୍ନାମେଣ୍ଟର ଶକ୍ତିଶାଳୀ ଦଳ ଡିଏସକେ ଶିବାଜିଆନ୍ସକୁ ୧-୦ ଗୋଲରେ ହରାଇ ବଡ଼ ସଫଳତା ପାଇଥିଲା। ୪ର୍ଥ ତଥା ଅନ୍ତିମ ମ୍ୟାଚକୁ ଶକ୍ତିଶାଳୀ ଟାଟା ଫୁଟବଲ ଏକାଡେମୀ ସହିତ ଗୋଲଶୂନ୍ୟ ଡ୍ର ରଖି ଗ୍ରୁପ ଚାମ୍ପିୟନ ହୋଇଥିଲା। ଅପରାଜୟ ରହିଥିବା ଓଡ଼ିଶାକୁ ମୋଟ ୧୦ ପଏଣ୍ଟ ମିଳିଥିଲା। ଆଗାମୀ ପ୍ଲେ-ଅଫ୍‌ରେ ମଧ୍ୟ ଦଳଠାରୁ ଅନୁରୂପ ପ୍ରଦର୍ଶନ ଆଶା କରାଯାଉଛି। ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ- ଗୋଲକିପର: ଅମ୍ରିତ ଲାକ୍ରା, ସୁବ୍ରତ ପ୍ରଧାନ, ଉମେଶ ସିଂ। ଡିଫେଣ୍ଡର: ଗୋପାଳ ହେମ୍ବ୍ରମ, ସଞ୍ଜୀତ କନ୍‌ହର, ସାଗର ମାଝି, ବବ୍‌ଲୁ କନ୍‌ହର, ଲାଲୁ ହେମ୍ବ୍ରମ, ଜ୍ୟୋତିର୍ମୟ ଗଡତିଆ। ମିଡ୍‌ ଫିଲ୍ଡର: ରଘୁ ମାରାଣ୍ଡି, ଲକ୍ଷ୍ମଣ ମାରାଣ୍ଡି, ବୀରସିଂହ ହେମ୍ବ୍ରମ, ଜଗଦୀଶ ଓରାମ, ନବୀନ ମାଝି, ଦୁର୍ଗା ମାରାଣ୍ଡି। ଫରଓ୍ବାର୍ଡ: ପୁରୁଷୋତ୍ତମ କେର୍କେଟା, ବୃନ୍ଦାବନ ମୁଣ୍ଡା, ଫଗୁ ମାଝି, ଦୁର୍ଗା ଟୁଡୁ, ରଞ୍ଜନ ମାଝି। କୋଚ: ପରାଶର ବାଗ୍‌, ମ୍ୟାନେଜର: ଯପଲ ଉର୍ମା, ଫିଜିଓ: ମୁକ୍ତି ପ୍ରସାଦ ଦାଶ।
All Right Reserved By

ଖେଳ |

 ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଜାକର୍ତ୍ତା, ୧୬ା୮(ପି.ଟି.)-ଏସିଆନ ଗେମ୍ସ ଆଥଲେଟିକ୍ସ ଭିଲେଜ୍‌ରେ ଗୁରୁବାର ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଭାରତୀୟ ପୁରୁଷ ହକି ଷ୍ଟାର ଏବଂ ରେସଲରମାନେ ଉପସ୍ଥିତ ଥିଲେ। ଆଥଲେଟିକ୍ସ ଭିଲେଜରେ ହକି ଖେଳାଳି ଓ ରେସ୍‌ଲରମାନେ ପ୍ରଥମେ ପହଞ୍ଚତ୍ସାରିଥିବାରୁ ସେମାନେ ଏହି ଉତ୍ସବରେ ଯୋଗଦାନ କରି ପାରିଥିଲେ। ବ୍ୟାଡ୍‌ମିଣ୍ଟନ ଓ କବାଡ଼ି ଖେଳାଳିମାନେ ଗୁରୁବାର ଅପରାହ୍ନରେ ସିଙ୍ଗାପୁର ବାଟ ଦେଇ ଇଣ୍ଡୋନେସିଆ ରାଜଧାନୀରେ ପହଞ୍ଚତ୍ଛନ୍ତି।

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଭୁବନେଶ୍ୱର, ୧୬।୮(କ୍ରୀଡ଼ା ପ୍ରତିନିଧି)-
ଚଳିତମାସ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଯାଉଥିବା ଏସିଆନ ଗେମ୍ସର ସଫ୍ଟ ଟେନିସ ଇଭେଣ୍ଟ ପାଇଁ ଓଡ଼ିଶାର ମହମ୍ମଦ ଆଜମ ଟେକ୍ନିକାଲ ଅଫିସିଆଲ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାର ସଫ୍ଟ ଟେନିସ ଇଭେଣ୍ଟ ଆଗାମୀ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ରେ ଶେଷ ହେବ। ନିଜ ଦାୟିତ୍ୱ ତୁଲାଇବା ପାଇଁ ଆଜମ ୨୪ ତାରିଖରେ ଇଣ୍ଡୋନେସିଆ ଯିବେ।

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ପାଲେମ୍ବାଙ୍ଗ,୧୬।୮(ପି.ଟି.)- ଆସନ୍ତା ୧୮ ତାରିଖରୁ ଏସିଆନ୍‌ ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଟେନିସ୍‌ ଦଳ ଗୁରୁବାର ଏଠାରେ ପହଞ୍ଚତ୍ୟାଇଛି। ମାତ୍ର ଘୋଷିତ ଟେନିସ୍‌ ଦଳରେ ସ୍ଥାନ ପାଇଥିବା ଭେଟେରାନ ଲିଆଣ୍ଡର ପେସ ଏଠାରେ ଅନୁପସ୍ଥିତ ରହିଛନ୍ତି। 

ଫିଫା ର଼୍ୟାଙ୍କିଙ୍ଗ୍‌:  ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଫିଫା ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଜୁରିଖ,୧୬।୮- ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। 

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଟାଲିନ୍ନ,୧୬।୮- ସାଉଲ ନିଗୁଏଜ ଓ କୋକେଙ୍କ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ ଯୋଗୁ ଆଟଲେଟିକୋ ମାଡ୍ରିଡ୍‌ ୟୁଫା ସୁପର କପ୍‌ ଟାଇଟଲ ଜିତିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଆଟଲେଟିକୋ ମାଡ୍ରିଡ୍‌ ୪-୨ ଗୋଲ୍‌ରେ ରିଅଲ ମାଡ୍ରିଡ୍‌କୁ ହରାଇ ଏହି ସଫଳତା ପାଇଛି। 

ଭିକ୍ଟର ମୋଜେସଙ୍କ ଅବସର

ଭିକ୍ଟର ମୋଜେସଙ୍କ ଅବସର

ଆବୁଜା,୧୬।୮- ଚେଲସି ଖେଳାଳି ଭିକ୍ଟର ମୋଜେସ ବୁଧବାର ଅନ୍ତର୍ଜାତୀୟ ଫୁଟ୍‌ବଲ ଅବସର ନେଇଛନ୍ତି। ସେ ଏ ନେଇ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ଅବସର ନାଇଜେରିଆ ଫୁଟ୍‌ବଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ମୋଜେସଙ୍କୁ ଏବେ ମାତ୍ର ୨୭ ବର୍ଷ ହୋଇଛି।

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଅକ୍‌ଲାଣ୍ଡ,୧୬।୮- ପୂର୍ବତନ କ୍ରିକେଟର ଗ୍ୟାରୀ ଷ୍ଟିଡ ନ୍ୟୁଜିଲାଣ୍ଡ ଦଳ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଲାଗି ଏହି ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ପଦରେ ମାଇକ ହାସନ ଥିଲେ। ହାସନ ଚଳିତ ବର୍ଷ ଜୁନରେ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

ଜାକର୍ତ୍ତା,୧୬।୮- ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ ପରୀକ୍ଷାରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡରେ ଭାରତୀୟ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିବା ଅଧିନାୟକ ଅଜିତ ଓ୍ବାଦେକରଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। 

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି।