ଖେଳ |

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ
ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି। ଗୁରୁବାର ଖେଳାଯାଇଥିବା ମୁକାବିଲାରେ କ୍ରମାଗତ ପେନାଲ୍ଟି କର୍ନରରୁ ଗୋଲ୍‌ ସ୍କୋର୍‌ କରିବାରେ ବିଫଳ ହେବାରୁ ଏହି ପରାଜୟ ଭୋଗିବାକୁ ପଡ଼ିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବରିଷ୍ଠ ଗୋଲ୍‌କିପର ତଥା ନିୟମିତ ଅଧିନାୟକ ପି.ଆର. ଶ୍ରୀଜେଶ ଅନ୍ତର୍ଜାତୀୟ ହକିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆରମ୍ଭରୁ ଉଭୟ ଦଳ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ବେଲଜିୟମ ଖେଳାଳିଙ୍କ ଆକ୍ରମଣାତ୍ମକ ରଣନୀତି ଯୋଗୁ ଭାରତକୁ ମ୍ୟାଚ୍‌ର ୮ମ ମିନିଟ୍‌ରେ ପ୍ରଥମ ଗୋଲ୍‌ ବରଣ କରିବାକୁ ପଡ଼ିଥିଲା। ଶ୍ରୀଜେଶ ବହୁ ଉଦ୍ୟମ କରିବା ସତ୍ତ୍ୱେ ସେବାଷ୍ଟିଆନ ଡୋକିରଙ୍କୁ ଗୋଲ୍‌ ଦେବାରୁ ରୋକି ପାରି ନ ଥିଲେ। ଏହି ଗୋଲ୍‌କୁ ପରିଶୋଧ କରିବା ପାଇଁ ଭାରତୀୟ ଦଳକୁ ୧୨ତମ ମିନିଟ୍‌ରେ ପେନାଲ୍ଟି କର୍ନର ଜରିଆରେ ସୁବର୍ଣ୍ଣ ସୁଯୋଗ ମିଳିଥିଲା। କିନ୍ତୁ ଏହାର ଫାଇଦା ଉଠାଇବାରେ କୌଣସି ଖେଳାଳି ସମର୍ଥ ହୋଇ ନ ଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳ ପ୍ରତିପକ୍ଷ ଦଳର ଡିଫେନ୍ସ ଭାଗ ଉପରେ କ୍ରମାଗତ ଆକ୍ରମଣ ଯୋଗୁ ୨ଟି ସୁଯୋଗ ମିଳିଥିଲା। ମାତ୍ର ଉଭୟ ସୁଯୋଗ ବେକାର ସାବ୍ୟସ୍ତ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବେଲଜିୟମ ଦଳ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଟିମ୍‌ ଇଣ୍ଡିଆର ଡିଫେନ୍ସିଭ୍‌ ଭାଗରେ ତ୍ରୁଟିର ଫାଇଦା ଉଠାଇ ଭିକ୍ଟର ଓ୍ବେଗନେଜ (୩୪ତମ) ୨ୟ ଗୋଲ୍‌ ଦେଇଥିଲେ। ଏହିଠାରୁ ଭାରତୀୟ ଦଳ ବହୁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ କୌଣସିକୁ ଗୋଲ୍‌ରେ ପରିବର୍ତ୍ତନ କରି ପାରି ନ ଥିଲା। ଏପରିକି ଏକ ପେନାଲ୍ଟି କର୍ନର ମଧ୍ୟ ବେକାର ଯାଇଥିଲା। ଭାରତୀୟ ଦଳ ଶନିବାର ହେବାକୁ ଥିବା ୩ୟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିବ।
All Right Reserved By

ଖେଳ |

ଓମାନଠାରୁ ହାରିଲା ଭାରତ

ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୨୦।୮(ପି.ଟି.)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ସୋମବାର ଓମାନ ବିପକ୍ଷରେ ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପରାଜୟବରଣ କରିଛି।

ଏସିଆନ ଗେମ୍ସ: ଫୋଗତଙ୍କୁ ଐତିହାସିକ ସ୍ବର୍ଣ୍ଣ

ଏସିଆନ ଗେମ୍ସ: ଫୋଗତଙ୍କୁ ଐତିହାସିକ ସ୍ବର୍ଣ୍ଣ

ଜାକର୍ତ୍ତା, ୨୦।୮- ପ୍ରଥମ ଭାରତୀୟ ମହିଳା ଭାବେ ଏସିଆନ ଗେମ୍ସ ରେସଲିଂରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭିନେଶ ଫୋଗତ। ଫଳରେ ଚଳିତ ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୨ରେ ପହଞ୍ଚତ୍ଛି।

 ଲକ୍ଷ୍ୟ  ଦେଲେ ରୌପ୍ୟ

ଲକ୍ଷ୍ୟ ଦେଲେ ରୌପ୍ୟ

ଜାକର୍ତ୍ତା,୨୦।୮- ଭାରତୀୟ ଶୁଟର ପୁରୁଷ ଟ୍ରାପ ଶୁଟିଂ ଇଭଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ମୋଟ ୫୦ ସ୍କୋର ମଧ୍ୟରୁ ସେ ୪୩ ପଏଣ୍ଟ ଅର୍ଜନ କରି ଏହି ସଫଳତା ଅର୍ଜନ କରିଛନ୍ତି। ଅନ୍ୟ ଭାରତୀୟ ଶୁଟର ମନଭଜିତ ସିଂ ସାନ୍ଧୁ ଅଳ୍ପକେ ପଦକରୁ ବଞ୍ଚତ୍ତ ରହିଛନ୍ତି। 

ଦିଲ୍ଲୀ ନିର୍ବାଚନ ଲଢ଼ିବେ ଗମ୍ଭୀର

ଦିଲ୍ଲୀ ନିର୍ବାଚନ ଲଢ଼ିବେ ଗମ୍ଭୀର

ନୂଆଦିଲ୍ଲୀ,୨୦।୮- ବରିଷ୍ଠ ଓପନର ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେବାକୁ ଯାଉଛନ୍ତି। ସେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରେ ଲଢ଼ିବେ ବୋଲି ଏକ ସ୍ଥାନୀୟ ଖବରକାଗଜ ‘ଦୈନିକ ଭାସ୍କର’ରେ ପ୍ରକାଶ ପାଇଛି। 

ସୁଶୀଲ ଦେଲେ ଆଶ୍ୱାସନା

ସୁଶୀଲ ଦେଲେ ଆଶ୍ୱାସନା

ଜାକର୍ତ୍ତା,୨୦।୮- ଭେଟେରାନ କୁସ୍ତିଯୋଦ୍ଧା ସୁଶୀଲ କୁମାର ଏସିଆନ୍‌ ଗେମ୍ସର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ କ୍ୟାରିୟର ଶେଷ ହୋଇ ନ ଥିବା ଅଶ୍ୱାସନା ଦେଇଛନ୍ତି। ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ  ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଥିବା ସୁଶୀଲ ମ୍ୟାଟରେ ପୁଣି ଥରେ ସଫଳ ହେବେ ବୋଲି କହିଛନ୍ତି। 

ଜାପାନଠୁ ହାରିଲା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ

ଜାପାନଠୁ ହାରିଲା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ

ଜାକର୍ତ୍ତା,୨୦।୮(ପି.ଟି.)-  ଚଳିତ ଏସିଆନ୍‌ ଗେମ୍ସର ମହିଳା ଦଳଗତ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ଦଳ ପରାସ୍ତ ହୋଇଛି। ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ଦଳ ୧-୩ ବ୍ୟବଧାନରେ ଜାପାନଠାରୁ ପରାସ୍ତ ହୋଇଛି।

ଜୋକୋଭିଚ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ଜୋକୋଭିଚ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୨୦।୮- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ କ୍ୟାରିୟରରେ ପ୍ରଥମ ଥର ଲାଗି ସିନସିନାଟି ମାଷ୍ଟର୍ସ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସର୍ବିଆ ଖେଳାଳି ଜୋକୋଭିଚ୍‌ ୬-୪, ୬-୪ ସେଟ୍‌ରେ ୭ ଥର ଚାମ୍ପିୟନ ରୋଜର ଫେଡେରରଙ୍କୁ ହରାଇ ଦେଇଛନ୍ତି। 

ଏସିଆନ୍‌ ଗେମ୍ସ: ଦୀପକଙ୍କୁ ରୌପ୍ୟ

ଏସିଆନ୍‌ ଗେମ୍ସ: ଦୀପକଙ୍କୁ ରୌପ୍ୟ

ଜାକର୍ତ୍ତା,୨୦।୮- ଚଳିତ ଏସିଆନ୍‌ ଗେମ୍ସରେ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଶୁଟର ପଦକ ଜିତିଛନ୍ତି। ଶୁଟର ଦୀପକ କୁମାର ଚଳିତ ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛନ୍ତି। 

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ସେଣ୍ଟ ଲୁଇସ୍‌ (ଆମେରିକା), ୨୦ା୮ (ପି.ଟି.)- ସିଙ୍କ୍‌ଫିଲ୍ଡ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭଲ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ବିପକ୍ଷ ଗେମ୍‌ ସହଜ ଡ୍ର ରଖିଛନ୍ତି।  ଗ୍ରାଣ୍ଡ୍‌ ଚେସ୍‌ ଟୁର୍‌ର ଅଂଶବିଶେଷ ଏହି  ପ୍ରତିଯୋଗିତା ଖେଳାଯାଉଛି। 

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ  ସ୍ଥିତି ସୁଦୃଢ

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ ସ୍ଥିତି ସୁଦୃଢ

ନଟିଂହାମ୍‌,୨୦ା୮-ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି।  ଟସ୍‌ ହାରି ପ୍ରଥମେ ଭଲ ବ୍ୟାଟିଂ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ ଉଇକେଟ ସଫଳତା ଯୋଗୁ ଦଳ ଇଂଲଣ୍ଡକୁ  ୩୮.୨ ଓଭରରେ ୧୬୧ ରନ କରି ଅଲଆଉଟ  କରିଦେଇଛି।

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ଜାକର୍ତ୍ତା, ୨୦।୮(ପି.ଟି.)- ଏସିଆନ ଗେମ୍ସରେ ଗତଥର ଚାମ୍ପିୟନ ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଦଳ ଜାପାନକୁ ହରାଇଥିବା ବେଳେ ପୁରୁଷ ଦଳ ବାଂଲାଦେଶକୁ ପରାସ୍ତ କରିଛି। 

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ନଟିଂହାମ, ୨୦।୮(ପି.ଟି.)- ଭାରତୀୟ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ବିରଳ ସଫଳତା ହାସଲ କରିଛନ୍ତି। ପଦାର୍ପଣ ଟେଷ୍ଟରେ ସେ ଚତୁର୍ଥ ଭାରତୀୟ ଉଇକେଟ କିପର ଭାବେ ୫ଟି କ୍ୟାଚ୍‌ ନେଇ ଏକ ଏଲିଟ କ୍ଲବ୍‌ରେ ଯୋଗ ଦେଇଛନ୍ତି।