

ଖେଳ |

ଜାତୀୟ ସବ୍ଜୁନିୟର ଭଲିବଲ ଉଦ୍ଘାଟିତ: ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)- ଜାତୀୟ ସବ୍ଜୁନିୟର ଭଲିବଲ ଚାମ୍ପିୟନଶିପ୍ର ୪୧ତମ ସଂସ୍କରଣ ଶନିବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ) ଓ କିଟ୍ର ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରତିଯୋଗିତାର ବାଳକ ବିଭାଗରେ ଓଡ଼ିଶା ୩-୧ ସେଟ୍ରେ ପଶ୍ଚିମବଙ୍ଗକୁ ହରାଇ ଅଭିଯାନ ଆରମ୍ଭ କରିଛି।

ଜାତୀୟ ଜୁନିୟର ହକି: ଓଡ଼ିଶା-ଗାଙ୍ଗପୁର କ୍ୱାର୍ଟର ଫାଇନାଲ
ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)- ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଚାଲିଥିବା ଜାତୀୟ ଜୁନିୟର ହକି(ଡିଭିଜନ-ଏ)ର କ୍ୱାର୍ଟର ଫାଇନାଲରେ ଓଡ଼ିଶାର ଦୁଇ ଦଳ ମୁହାଁ ମୁହିଁ ହେବାକୁ ଯାଉଛନ୍ତି।

ଇଣ୍ଡିଆନ ଗ୍ରାଁ ପ୍ରି-୧: ଦୂତୀଙ୍କୁ ସ୍ବର୍ଣ୍ଣ, ଅମିୟ ବ୍ରୋଞ୍ଜ
ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ଶନିବାର ଇଣ୍ଡିଆନ ଗ୍ରାଁ ପ୍ରି-୧ ଅନୁଷ୍ଠିତ ହୋଇଯାଇଛି। ବର୍ଷର ଏହି ପ୍ରଥମ ଜାତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ସମ୍ପୂର୍ଣ୍ଣ ଷ୍ଟାଇଲରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି।

ମଧ୍ୟପ୍ରଦେଶଠାରୁ ହାରିଲା ଓଡ଼ିଶା
କଟକ ଅଫିସ,୨୪ା୨- ପୁଡୁଚେରୀଠାରେ ଶନିବାର ଖେଳାଯାଇଥିବା ସିନିୟର ମହିଳା ଟି୨୦ କ୍ରିକେଟ ମ୍ୟାଚ୍ରେ ଓଡ଼ିଶା ୮ ଉଇକେଟରେ ମଧ୍ୟପ୍ରଦେଶଠାରୁ ପରାସ୍ତ ହୋଇଛି। ମଧ୍ୟପ୍ରଦେଶ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ।

ହରମନ୍ପ୍ରୀତ୍ ଏସିଆର ଶ୍ରେଷ୍ଠ ପୁରୁଷ ହକି ଖେଳାଳି
ନୂଆଦିଲ୍ଲୀ, ୨୪।୨- ଏସିଆନ ହକି ଫେଡେରେଶନ ପକ୍ଷରୁ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ୍ ସିଂଙ୍କୁ ୨୦୧୮ ଲାଗି ଏସିଆ ମହାଦେଶର ଶ୍ରେଷ୍ଠ ପୁରୁଷ ହକି ଖେଳାଳି ବିବେଚିତ କରାଯାଇଛି। ସେହିଭଳି ମହିଳା ଦଳର ଷ୍ଟ୍ରାଇକର ଲାଲରେମସିଆମି ମଧ୍ୟ ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।

ଜାତୀୟ ମହିଳା ହକି କ୍ୟାମ୍ପ: ୩୩ ମନୋନୀତ: ଓଡ଼ିଶାରୁ ୬
ନୂଆଦିଲ୍ଲୀ, ୨୪ା୨ (ପି.ଟି.)-ବେଙ୍ଗାଲୁରୁରେ ଫେବୃୟାରୀ ୨୫ରୁ ଜାତୀୟ ମହିଳା ହକି କ୍ୟାମ୍ପ ଆରମ୍ଭ ହେବ। ଏଥିପାଇଁ ୩୩ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ୬ଜଣ ଖେଳାଳି ସ୍ଥାନ ପାଇଛନ୍ତି।

ଟି୨୦ରେ ଆଫ୍ଗାନିସ୍ତାନର ରେକର୍ଡ
ଡେରାଡୁନ,୨୪।୨(ପି.ଟି.)- ଟି୨୦ ଫର୍ମାଟ୍ରେ ସର୍ବାଧିକ ସ୍କୋର କରି ଆଫଗାନିସ୍ତାନ ରେକର୍ଡ ସୃଷ୍ଟି କରିଛି। ଏଠାରେ ଅନୁଷ୍ଠିତ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇ ରେକର୍ଡ ୨୭୮ ରନ ସଂଗ୍ରହ କରିଥିଲା।

ଆଇ- ଲିଗ୍ ଫୁଟ୍ବଲ: ଅନ୍ତିମ ଘରୋଇ ମ୍ୟାଚ୍ରେ କଶ୍ମୀରକୁ ଭେଟିବ ଆରୋଜ୍
ଭୁବନେଶ୍ୱର, ୨୩।୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଇଣ୍ଡିଆନ୍ ଆରୋଜ୍ ରବିବାର ରିୟଲ କାଶ୍ମୀରକୁ ଭେଟିବେ। ଘରୋଇ ପରିବେଶରେ ଆରୋଜ୍ ତା’ର ଏହି ଶେଷ ମ୍ୟାଚ୍ରେ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଏହି ମ୍ୟାଚ୍ ଜିତି ପଦାର୍ପଣରେ ରିୟଲ କାଶ୍ମୀର ତା’ର ଟାଇଟଲ ଆଶାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରହିଛି।

ବିଶ୍ୱକପ୍ ପୂର୍ବରୁ ରିହରସାଲ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଆଜି
ବିଶାଖାପଟନମ,୨୩।୨(ପି.ଟି.)- ସ୍ଥାନୀୟ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଏହି ଟି୨୦ ସିରିଜ ପରେ ଏକ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳିବ। ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ଏହି ସିରିଜ୍ ବେଶ୍ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଦଳ ଚୟନ ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ଦୁଇଟି ସିରିଜ ତଥା ୭ଟି ମ୍ୟାଚ୍ ବେଶ୍ ମହତ୍ତ୍ୱ ରଖୁଛି

ଧୋନୀଙ୍କୁ ଚ୍ୟାଲେଞ୍ଜ କଲେ ପନ୍ତ
ବିଶାଖାପାଟଣା,୨୩।୨- ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୨ ସଂସ୍କରଣ ପାଇଁ ପୁରା ଏକ ମାସ ବାକି ଅଛି।

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଜିତି ଇତିହାସ ରଚିଲା ଶ୍ରୀଲଙ୍କା ଦଳ
ପୋର୍ଟ ଏଲିଜାବେଥ,୨୩।୨- ଓଶାଡା ଫର୍ନାଣ୍ଡୋ ଓ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ୮ ଉଇକେଟରେ ବିଜୟ ହାସଲ କରିଛି।

ହିଟମେରଙ୍କ ଶତକ: ସିରିଜ୍ ବରାବର କଲା ଓ୍ବେଷ୍ଟଇଣ୍ଡିଜ
ବାରବାଡସ,୨୩।୨- ମିଡ୍ଲ ଅର୍ଡର ବ୍ୟାଟ୍ସମ୍ୟାନ ଶିମରୋନ ହେଟମେରଙ୍କ ଅପରାଜିତ ଶତକ ବଳରେ ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍କୁ ଓ୍ବେଷ୍ଟଇଣ୍ଡିଜ ଦଳ ୨୩ ରନ୍ରେ ଜିତିଛି।