ଫୁରସତ |

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’
ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’। ଏକ ଗରିବ ପରିବାରରେ ଚିରାଗଙ୍କ ଜନ୍ମ। ମାତ୍ର ସ୍ବପ୍ନ ସେ ଦେଖିଛନ୍ତି ବୈଜ୍ଞାନିକ ହୋଇ ଦେଶର ଟେକ ରଖିବାପାଇଁ। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ସେ ତାଙ୍କ ଗାଁକୁ ଥରେ ଆଣିବେ ବୋଲି ଆଶା ରଖିଛନ୍ତି। ବୟସ ଅନୁସାରେ ଅଧିକ ଜ୍ଞାନ ଅର୍ଜନ କରିଥିବା ଅନେକ ଶିଶୁ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ହେଁ ଚିରାଗ କିନ୍ତୁ ବୟସ ଅନୁସାରେ ଅଧିକ ଜ୍ଞାନ ଆହରଣ କରିଛନ୍ତି ବୋଲି କୁହାଯାଉଛି। କହିରଖୁଛୁ, ପୂର୍ବରୁ ହିମାଚଳ ପ୍ରଦେଶରେ ପଢ଼ୁଥିବା ଜଣେ ଆଇଟିଆଇ ଛାତ୍ର ୧୧ଶହ ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଥିଲେ। ଚିରାଗଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି ତାଙ୍କ ପିତା ନରେନ୍ଦ୍ର ସିଂ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି।
All Right Reserved By

ଫୁରସତ |

ପାଣି ତଳେ ମ୍ୟୁଜିୟମ୍‌: ଦେଖିବାକୁ ପ୍ରତିବର୍ଷ ଆସିଥାନ୍ତି ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ

ପାଣି ତଳେ ମ୍ୟୁଜିୟମ୍‌: ଦେଖିବାକୁ ପ୍ରତିବର୍ଷ ଆସିଥାନ୍ତି ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ

ମେକ୍ସିକୋର କାନକୁନ୍‌ଠାରେ ରହିଛି ପାଣିତଳେ ଏକ ମ୍ୟୁଜିୟମ। ‘ଅଣ୍ଡର ୱାଟର’ନାମରେ  ନାମିତ ଏହି ମ୍ୟୁଜିୟମ୍‌ର ଆରମ୍ଭ ସମୟରେ ଏଠାରେ ଶହେଟି ମୂର୍ତ୍ତି ଥିବାବେଳେ ପରବର୍ତ୍ତୀ ସମୟରେ ଏହା ୫ ଶହକୁ ବୃଦ୍ଧି ପାଇଛି। 

ମୋଟା ମହିଳା ଭାଗ୍ୟବତୀ

ମୋଟା ମହିଳା ଭାଗ୍ୟବତୀ

ଏବେ ସବୁଠି ପତଳା ବା ଜିରୋ ସାଇଜ୍‌ ଫିଗର ଥିବା ମହିଳାଙ୍କ ଡିମାଣ୍ଡ ଅଧିକ। ହେଲେ ମରିସସରେ ଏହାର ଓଲଟା। ଏଠାରେ ପତଳା ମହିଳାଙ୍କର ଗୁରୁତ୍ୱ ନାହିଁ। କାରଣ ଏଠାରେ ଝିଅଟିଏ ବିବାହ ପୂର୍ବରୁ ମୋଟା ହେବା ଜରୁରୀ।

କାହିଁକି ନବବିବାହିତ କରନ୍ତି ହନିମୁନ୍‌ ଯୋଜନା

କାହିଁକି ନବବିବାହିତ କରନ୍ତି ହନିମୁନ୍‌ ଯୋଜନା

ବୈବାହିକ ଜୀବନକୁ ନେଇ ପ୍ରତ୍ୟେକ ଯୁବତୀ ଯୁବକ କେତେ ସ୍ବପ୍ନ ଦେଖିଥାନ୍ତି । ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ କରିଥାନ୍ତି ସବୁପ୍ରକାର ଚେଷ୍ଟା । ବିବାହ ପରେ ପ୍ରୀତି ଭୋଜନର ଆୟୋଜନ ସହିତ କରିଥାନ୍ତି ହନିମୁନ୍‌ ଯୋଜନା । ବିବାହ ପରେ ଦମ୍ପତି ହନିମୁନ୍‌ରେ ଯିବା ଆଜିକାଲି ଏକ ଟ୍ରେଣ୍ଡ ପାଲଟି ଗଲାଣି । ପରସ୍ପରକୁ ବୁଝିବା, ବିବାହକୁ ସ୍ମରଣୀୟ କରିବା, ମୌଜମସ୍ତି କରିବା, ନୂଆ ଯାଗା ବୁଲିବା ଆଦି ଇଚ୍ଛା ନେଇ ନବଦମ୍ପତି ହନିମୁନ୍‌ର ଯୋଜନା କରନ୍ତି ।

କଥା କହିବା ଶୈଳୀ ଓ ଜୀବନଧାରା

କଥା କହିବା ଶୈଳୀ ଓ ଜୀବନଧାରା

କଥା କହିବା ଶୈଳୀ ଦ୍ୱାରା ଆମର ଜୀବନଧାରା ପ୍ରଭାବିତ ହୋଇଥାଏ। ହେଲେ କେତେକେ ଏହାକୁ ସେତେଟା ଗୁରୁତ୍ୱ ଦେଇ ନ ଥାଆନ୍ତି। କିନ୍ତୁ ସମୟକ୍ରମେ ଏହା ସେମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଥାଏ।

ମାସ୍‌ ସ୍ପେକ୍ଟ୍ରୋଗ୍ରାଫ୍‌ର  ଉଦ୍ଭାବକ: ବିଶିଷ୍ଟ ବୈଜ୍ଞାନିକ ଫ୍ରାନ୍‌ସିସ ଓ୍ବିଲିୟମ ଅଷ୍ଟନ

ମାସ୍‌ ସ୍ପେକ୍ଟ୍ରୋଗ୍ରାଫ୍‌ର ଉଦ୍ଭାବକ: ବିଶିଷ୍ଟ ବୈଜ୍ଞାନିକ ଫ୍ରାନ୍‌ସିସ ଓ୍ବିଲିୟମ ଅଷ୍ଟନ

ଅଦମ୍ୟ ଚେଷ୍ଟା ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଅନେକାଂଶରେ ସହାୟକ ହୋଇଥାଏ। ଏହାର ଉଦାହରଣ ଭାବରେ ବିଶିଷ୍ଟ ରସାୟନବିତ୍‌ ତଥା ନୋବେଲ ପୁରସ୍କାର ବିଜେତା ଫ୍ରାନସିସ ଅଷ୍ଟନଙ୍କୁ ନିଆଯାଇପାରେ। ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଇଂଲଣ୍ଡର ବର୍ମିଂହାମସ୍ଥିତ ହାରବୋର୍ଣ୍ଣଠାରେ ସେ ୧୮୭୭ ସେପ୍ଟେମ୍ବର ୧ରେ ଜନ୍ମଗ୍ରହଣ କରିଥିଲେ।

ଖାଇବା ଥାଳିରେ ବିଦେଶୀ ଖାଦ୍ୟ

ଖାଇବା ଥାଳିରେ ବିଦେଶୀ ଖାଦ୍ୟ

”ଆମେ ଭାରତୀୟମାନେ ଯେଉଁ ସମସ୍ତ ଖାଦ୍ୟଶସ୍ୟ, ପନିପରିବା ଓ ଫଳ ଚାଷ କରିଥାଉ ଓ ଖାଇଥାଉ, ଏହାର ପାଖାପାଖି ଏକ ତୃତୀୟାଂଶ ସବାପ୍ରଥମେ ବିଦେଶ ଭୂଇଁରୁ ଭାରତକୁ ଆସିଥିଲା। 

ମହାକାଶରେ ଦାନ୍ତଘଷା

ମହାକାଶରେ ଦାନ୍ତଘଷା

”ସେ ମୋ ପାଖକୁ ଉଡି ଉଡି ଆସିଗଲେ। ହସି ହସି କହିଲେ, ‘ମହାକାଶ ଉପରେ ଲେଖିଥିବା ପ୍ରବନ୍ଧ ତୁମର ମନେ ପଡୁନି କି। ଆଚ୍ଛା ଠିକ୍‌ ଅଛି, ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ଏବେ ବ୍ରଶ୍‌ କରିବାର ଅଛି  । ତୁମେ ଦେଖ। ତା’ପରେ ନିଜେ କରିବ ।’ ମୁଁ କହିଲି, ‘ହଁ, ଦୟାକରି ତୁମେ କର। ମୁଁ ଦେଖିବି ।“

କେରଳରେ ପ୍ରଳୟଙ୍କରୀ ବନ୍ୟା: ରିଲିଫ୍‌ ଶିବିରରେ ବାହାଘର

କେରଳରେ ପ୍ରଳୟଙ୍କରୀ ବନ୍ୟା: ରିଲିଫ୍‌ ଶିବିରରେ ବାହାଘର

ଥିରୁଭାନନ୍ତପୁରମ୍‌: କେରଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ରିଲିଫ୍‌ ଶିବିରରେ ଆଶ୍ରୟ ନେଇଛନ୍ତି। ତେବେ ଉତ୍ତର ମାଲାପୁରମ୍‌ ଜିଲାର ଏକ ରିଲିଫ ଶିବିରରେ ଆୟୋଜିତ ଏକ ବାହାଘର ଅନ୍ତେବାସୀଙ୍କୁ ଖୁସି କରାଇଛି।

ପରିବେଶବିତ୍‌ ମାଧବ ଗାଡଗିଲ୍‌ଙ୍କ ସତର୍କତା: କେରଳ ଭାଗ୍ୟ ଭୋଗିପାରେ ଗୋଆ

ପରିବେଶବିତ୍‌ ମାଧବ ଗାଡଗିଲ୍‌ଙ୍କ ସତର୍କତା: କେରଳ ଭାଗ୍ୟ ଭୋଗିପାରେ ଗୋଆ

ପଣଜୀ: କେରଳରେ ବିଧ୍ୱଂସକାରୀ ବନ୍ୟା ସୃଷ୍ଟି ହୋଇଥିବା ବେଳେ ପରିବେଶ ଦୃଷ୍ଟିକୋଣରୁ ଆଗୁଆ ସଚେତନ ନ ହେଲେ ଗୋଆ ଏଭଳି ଦୁର୍ଭାଗ୍ୟର ଶିକାର ହୋଇପାରେ ବୋଲି ବିଶିଷ୍ଟ ପରିବେଶବିତ୍‌ ମାଧବ ଗାଡଗିଲ୍‌ ସତର୍କ କରାଇ ଦେଇଛନ୍ତି।

ଏମିତି ମନ୍ଦିର ଯେଉଁଠି କଥା କୁହନ୍ତି ମୂର୍ତ୍ତି

ଏମିତି ମନ୍ଦିର ଯେଉଁଠି କଥା କୁହନ୍ତି ମୂର୍ତ୍ତି

ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ମାତ୍ର ଏହା ସତ।

ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେବ ପୋଷା କୁକୁର

ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେବ ପୋଷା କୁକୁର

ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେବ ପୋଷା କୁକୁର। ବିଶ୍ୱାସ ନ ହେଲେ ମଧ୍ୟ ଏକଥା ସତ। କୁକୁରମାନଙ୍କର ପ୍ରଖର ଘ୍ରାଣ ଶକ୍ତି ଦ୍ୱାରା ମଣିଷଙ୍କ ଠାରେ ସୃଷ୍ଟି ହେବାକୁ ଥିବା ରୋଗ ସମ୍ପର୍କରେ ସହଜରେ ଜାଣିହେବ। ମାଲିକଙ୍କଠାରେ ରୋଗ ସୃଷ୍ଟି ହେଲେ କୁକୁର କିଛି ଅସ୍ବାଭାବିକ ହାବଭାବ ଦେଖାଇଥାଏ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁଗାର ଫ୍ରି ଆଳୁ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁଗାର ଫ୍ରି ଆଳୁ

ମଧୁମେହ ରୋଗୀଙ୍କୁ ଆକୃଷ୍ଟ କରିବା ପାଇଁ ଏବେ କିଛି ଲୋକ ସୁଗାର ଫ୍ରି ଆଳୁଚାଷ କରୁଛନ୍ତି। ଏହି ସ୍ବତନ୍ତ୍ର କିସମର ଆଳୁ ଡାଇବେଟିସ ରୋଗୀଙ୍କର କୌଣସି କ୍ଷତି କରି ନ ଥାଏ। ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ପାର୍ଥ ତିୱାରୀ ଏହି ଆଳୁଚାଷ କରୁଛନ୍ତି।