ଜାତୀୟ |

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’
ଲକ୍ଷ୍ନୌ, ୧୮।୧: କୁହାଯାଏ ଶିଶୁ ମନ ଅତି କୋମଳ। ଦିନକୁ ଦିନ ଏହି କୋମଳମତି ଶିଶୁମାନଙ୍କ ମନରେ ଆପରାଧିକ ମନୋବୃତ୍ତି ବୃଦ୍ଧି ପାଉଥିବା ଦେଖାଯାଉଛି। ଫଳରେ ହତ୍ୟା ପରି ଜଘନ୍ୟ କାଣ୍ଡ ଘଟାଇବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ଏପରି ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ବ୍ରାଇଟଲ୍ୟାଣ୍ଡ ସ୍କୁଲରେ। ଏଠାରେ ୭ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରଥମ ଶ୍ରେଣୀର ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହା କେବଳ ଛୋଟିଆ କାରଣ ପାଇଁ। ଛାତ୍ରୀଜଣକ ସ୍କୁଲ ଛୁଟି କରିବାକୁ ଚାହୁଁଥିଲେ। ଏହା ପୋଲିସ ନିକଟରେ ସେ ପ୍ରକାଶ କରିଛନ୍ତି। ସେ ଉକ୍ତ ଛାତ୍ରଜଣକୁ ପ୍ରଧାନଶିକ୍ଷକ ଡାକୁଛନ୍ତି କହି ପରିସ୍ରାଗାରକୁ ନେଇଥିଲେ। ପରେ ସେଠାରେ ସେ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏପରିକି ସେ ଚିତ୍କାର କରିପାରନ୍ତି ବୋଲି ଅନୁମାନ କରି ଶିଶୁଟିର ପାଟିରେ କପଡା ଭର୍ତ୍ତି କରିଦେଇଥିଲେ। ସେହିବାଟ ଦେଇ ଯାଉଥିବା ଜଣେ ଶିକ୍ଷକଙ୍କ ଦୃଷ୍ଟିରେ ଘଟଣାଟି ଆସିଥିଲା। ସେ ଶିଶୁଟିର ଅବସ୍ଥାକୁ ଦେଖି ଭୟ କରି ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଛାତ୍ରୀ ପ୍ରାର୍ଥନା ପୂର୍ବରୁ ତାଙ୍କୁ ଟୟଲେଟ୍‌ ନେଇ ଛୁରି ଭୁସି ଦେଇଥିଲେ। ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ ବୋଲି ସେ କହୁଥିଲେ। ପୋଲିସ ସ୍କୁଲରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତର୍ଜମା କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତ ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ତାଙ୍କ ପରିବାରଲୋକଙ୍କୁ ପଚରାଉଚୁରା କରୁଛି।
All Right Reserved By

ଜାତୀୟ |

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ନୂଆଦିଲୀ, ୧୬।୮:  ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

ଥିରୁଭାନନ୍ତପୁରମ୍‌,୧୬।୮: ଲଗାତର ବର୍ଷାରେ ବେହାଲ ହୋଇଛି କେରଳ। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖି ନ ଥିବା କହିଛନ୍ତି କେରଳବାସୀ। ଗୁରୁବାର ସୁଦ୍ଧା ହୋଇଥିବା ବର୍ଷା ଓ ବନ୍ୟାରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ ଥିବା ଜଣାପଡିଛି। 

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ମିରଠରେ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିଥିବା ଏଡିଜି ପ୍ରଶାନ୍ତ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦକରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ପ୍ରଶାନ୍ତ କୁମାରଙ୍କ ସହ ଅନ୍ୟ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ।

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ମୁମ୍ବାଇ,୧୬।୮: ଅନ୍ତର୍ଜାତୀୟସ୍ତରରେ ଶିଶୁ ବିକ୍ରି କରୁଥିବା ଏକ ର଼୍ୟାକେଟର କିଙ୍ଗପିନଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏମାନେ ଭାରତରୁ ପ୍ରାୟ ୩ଶହ ଶିଶୁଙ୍କୁ ଆମେରିକାରେ ବିକ୍ରି କରିଥିବା ପୋଲିସ କହିଛି। 

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଚଣ୍ଡିଗଡ଼,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି।

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କୋଚି,୧୬।୮: ଗତ ଏକ ସପ୍ତାହ ଧରି କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୩ ଛୁଇଁଲାଣି। ଜେମିନି ବୋଟ୍‌ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବାକୁ  ଦକ୍ଷିଣ ନୌସେନା କମାଣ୍ଡର ୨୧ ଜଣିଆ ଟିମ୍‌କୁ ମୁତୟନ କରିବା ସହ ବୁଧବାର ପ୍ରାୟ ୮୧ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। 

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ୫୦ତମ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। 

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବିଭିନ୍ନ ସ୍ଥାନରେ ପୂଜାପାଠ ତଥା ପ୍ରାର୍ଥନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି। 

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପା ଭେଟେରାନ୍‌ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌(ଏମ୍ସ) ପ୍ରକାଶ କରିଛି। ବୁଧବାର ରାତି ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।