ଜୀବନଚର୍ଯ୍ୟା |

ଲବଙ୍ଗ ତେଲର ଉପକାରିତା

ଲବଙ୍ଗ ତେଲର ଉପକାରିତା

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର। ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ। ଆସନ୍ତୁ ଜାଣିବା ଲବଙ୍ଗ ତେଲର କିଛି ଅନ୍ୟ ଉପକାରିତା ବିଷୟରେ।
*ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ:
ଲବଙ୍ଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହିପରି ଏହାର ତେଲ ଶରୀରରେ ପାଚନକ୍ରିୟାକୁ ତ୍ୱରାନ୍ବିତ କରି ସମସ୍ତ ପ୍ରକାର ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡେଣ୍ଟସ୍‌ ଅଧିକ ମାତ୍ରାରେ ଥାଏ। ଏହା ହୃଦୟ ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ। ଏପରି କି ଏହା ଶରୀରରେ କ୍ୟାନ୍ସରର କୋଷ ବୃଦ୍ଧିକୁ ରୋକିଥାଏ।
*ପାଚନକ୍ରିୟାକୁ ତ୍ୱରାନ୍ବିତ କରିବାରେ:
ଖାଦ୍ୟ ହଜମ ଶିଥିଳ ହେବାକୁ ନେଇ ଉପୁଜୁଥିବା ସମସ୍ୟାଗୁଡିକୁ ସୁଧାରିବା ଦିଗରେ ଏହା ବ୍ୟବହୃତ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଡାଇରିଆ, ବାନ୍ତି, ଅନ୍ତ୍ରଜନିତ ସମସ୍ୟା ଦୂର ହୋଇଥାଏ। ଏହାସହ ହେକୁଟି ଏବଂ ପ୍ରାତଃ ସମୟର ଅସୁସ୍ଥତାବୋଧକୁ କମ୍‌ କରିହୁଏ।
*ବ୍ରଣ ସମସ୍ୟାରୁ ମୁକ୍ତି:
ଲବଙ୍ଗ ତେଲ ବ୍ରଣ ସମସ୍ୟାକୁ ରୋକିବାରେ ସକ୍ଷମ ହୋଇଥାଏ। ଏହା ତ୍ୱଚାରେ ରକ୍ତ ସଞ୍ଚାଳନ ସୁଧାରିଥାଏ। ଫଳରେ ବ୍ୟକ୍ତିଙ୍କୁ ଏଥିଯୋଗୁ ହେଉଥିବା କଷ୍ଟରୁ ମୁକ୍ତି ମିଳିଥାଏ ।
*ମଧୁମେହ ପାଇଁ:
ଲବଙ୍ଗ ତେଲ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରିତ କରେ। ଏହାଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିଯୋଗୁ ଏହାର ଉପଚାର କ୍ଷେତ୍ରରେ ଏହି ତେଲକୁ ବ୍ୟବହାର କରାଯାଇଥାଏ।
*ଅବଷାଦ ଏବଂ ମୁଣ୍ଡବିନ୍ଧା ଦୂର କରିବା ପାଇଁ:
ଏହି ତେଲରେ ଅଳ୍ପ ଲୁଣ ମିଶାଇ ମୁଣ୍ଡରେ ମାଲିସ କରିବା ଦ୍ୱାରା ଆରାମ ମିଳିଥାଏ। ସେହିପରି ରକ୍ତ ସଞ୍ଚାଳନକୁ ତୀବ୍ର କରିବାରେ ଏହା ସହାୟକ ହୋଇଥାଏ।

All Right Reserved By

Model This Week

ସୌମ୍ୟ

ଜୀବନଚର୍ଯ୍ୟା |

ବ୍ରିଟେନ୍‌ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି

ବ୍ରିଟେନ୍‌ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି

ବ୍ରିଟେନ୍‌ରେ ଲୋକେ ହ୍ୟାଟ୍‌ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି। ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ ପସନ୍ଦ କରିଥାଆନ୍ତି। ତେବେ ବ୍ରିଟେନ୍‌ର ରାଣୀ ଏଲିଜାବେଥ୍‌ଙ୍କ ଟୋପିର ରଙ୍ଗ ଓ ଡିଜାଇନ୍‌ ସବୁଠାରୁ ଅଲଗା।

କେଉଁ ମହିଳା ଅଧିକ ଶପିଂ କରନ୍ତି...

କେଉଁ ମହିଳା ଅଧିକ ଶପିଂ କରନ୍ତି...

ଏକ ସର୍ଭେରୁ ଜଣାପଡ଼ିଛି, ପ୍ରେମରେ ପ୍ରତାରଣାର ଶିକାର ହୋଇଥିବା ମହିଳା ଅଧିକ ଶପିଂ କରିଥାନ୍ତି। ତେବେ ଭଙ୍ଗା ହୃଦୟ ନେଇ ଶପିଂ କଲେ ଅଧିକ ଖର୍ଚ୍ଚ ହୋଇଥାଏ ବୋଲି ନିକଟରେ ସମ୍ପନ୍ନ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। ଏଭଳି ମହିଳା ଅଫ୍‌ଲାଇନ୍‌ ଶପିଂ ସହିତ ଅନ୍‌ଲାଇନ୍‌ ଶପିଂ ମଧ୍ୟ କରିଥାନ୍ତି।

ଯେଉଁଠି ଜେଲ୍‌ରେ ରହିବାକୁ ଆସନ୍ତି ପର୍ଯ୍ୟଟକ...

ଯେଉଁଠି ଜେଲ୍‌ରେ ରହିବାକୁ ଆସନ୍ତି ପର୍ଯ୍ୟଟକ...

ଜେଲ୍‌ରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ରଖାଯାଇଥାଏ। ତେବେ ଏପରି ଏକ ଜେଲ୍‌ ରହିଛି ଯେଉଁଠି ଦେଶ ବିଦେଶରୁ ପର୍ଯ୍ୟଟକ କଏଦୀଭାବେ ରହିବାକୁ ଆସିଥାନ୍ତି। ସେଥିପାଇଁ ସେମାନଙ୍କୁ ଟିକେଟ କାଟି ଜେଲ୍‌ ଭିତରକୁ ଆସିବାକୁ ପଡିଥାଏ।

ଗଳା ସମସ୍ୟା ଦୂର କରେ ହଳଦୀ

ଗଳା ସମସ୍ୟା ଦୂର କରେ ହଳଦୀ

ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବା ପାଇଁ ହଳଦୀ ବ୍ୟବହାର କରାଯାଇଥାଏ। ହେଲେ ଏହି ହଳଦୀ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପୂର୍ବରୁ ଚର୍ମକୁ ସୁସ୍ଥ ରଖିବା ପାଇଁ ହଳଦୀର ବହୁଳ ବ୍ୟବହାର କରାଯାଉଥିଲା।

ଡୁଆଲ ଟୋନ୍‌ ଜୁଏଲେରି

ଡୁଆଲ ଟୋନ୍‌ ଜୁଏଲେରି

ଡୁଆଲ ଟୋନ୍‌ ଜୁଏଲେରି ମୁଖ୍ୟତଃ ଦୁଇଟି ଟୋନ୍‌ରେ ଆସିଥାଏ। ବିଶେଷକରି ସିଲ୍‌ଭର କିମ୍ବା ପ୍ଲାଟିନମ୍‌ ସହିତ ଗୋଲ୍ଡେନ୍‌ କଲରର ପରଫେକ୍ଟ କମ୍ବିନେଶନରେ ପ୍ରସ୍ତୁତ ହେଉଥିବା ଏହି ଜୁଏଲେରିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି...

ସକାଳର ଏନର୍ଜି ବୁଷ୍ଟର

ସକାଳର ଏନର୍ଜି ବୁଷ୍ଟର

ବ୍ରେକଫାଷ୍ଟକୁ କୁହାଯାଏ ସକାଳର ଏନର୍ଜି ବୁଷ୍ଟର। କାରଣ ଏହା ସାରାଦିନର ଏନର୍ଜି ବୁଷ୍ଟର ଭାବେ କାମ କରିଥାଏ। ତେଣୁ ବ୍ରେକଫାଷ୍ଟରେ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ସକାଳୁ କିଛି ଡ୍ରାଏ ଫ୍ରୁଟସ ଖାଇବା ଭଲ।

ସକାଳୁ ଖାଲି ପେଟରେ କାହିଁକି ଖାଇବେ ଭିଜା ଚଣା

ସକାଳୁ ଖାଲି ପେଟରେ କାହିଁକି ଖାଇବେ ଭିଜା ଚଣା

ଏବେ ଅଧିକାଂଶ ଖାଦ୍ୟରେ ପୌଷ୍ଟିକ ତତ୍ତ୍ୱ କମ୍‌ ରହୁଥିବାରୁ ଅନେକ ଲୋକ ରୋଗଗ୍ରସ୍ତ ହୋଇ ଯାଉଛନ୍ତି। ଏହାପରେ ଔଷଧ ସେବନ କରୁଛନ୍ତି। ଯାହା ପରବର୍ତ୍ତି ସମୟରେ ଶରୀରରେ ନାନା ସମସ୍ୟା ସୃଷ୍ଟି କରୁଛି। ହେଲେ ସକାଳୁ ଖାଲି ପେଟରେ ପାଣିରେ ଭିଜା ଯାଇଥିବା ଚଣା ଖାଇଲେ ଅନେକ ସମସ୍ୟା ଦୂର ହୋଇଥାଏ।

ଦେହରେ ଲେମ୍ବୁ ଲଗାଇବା କାହିଁକି...

ଦେହରେ ଲେମ୍ବୁ ଲଗାଇବା କାହିଁକି...

ଲେମ୍ବୁ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ମହିଳାମାନେ ଏହାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ସାଇଟ୍ରିକ୍‌ଏସିଡ଼୍‌ ରହିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ସପୁରୀ ଖଟାମିଠା ଲାଗୁଥିବା ଏକ ସ୍ବାଦିଷ୍ଟ ଫଳ। ଏହାକୁ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ଏଥିରେ ରହିଛି ଭିଟାମିନ୍‌ ଏ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ସି, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଫରଫରସ୍‌ ଓ ଥାଇମିନ୍‌ ପ୍ରଚୁର ପରିମାଣରେ ରହିଛି। ଏଥିରେ ଆଦୌ କ୍ୟାଲୋରୀ ନାହିଁ କହିଲେ ଚଳେ।

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଶରୀର ପାଇଁ ଖରାପବୋଲି ଅନେକ କହିଥାନ୍ତି। କିନ୍ତୁ ଏହି କଥାର କୌଣସି ସତ୍ୟାସତ୍ୟ ନାହିଁ । ଚର୍ବିଯୁକ୍ତ ଖାଦ୍ୟ ସହିତ ଶରୀର ଖରାପ ହେବାର କୌଣସି ସମ୍ପର୍କ ନ ଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ମାତ୍ରାରେ ଲହୁଣି କିମ୍ବା କ୍ରିମ୍‌ ଖାଉଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଶରିରୀକ ତଥା ମାନସିକ ଦୃଷ୍ଟିରୁ ଅଧିକ ସୁସ୍ଥ।

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ବୋଲି ଚିକିତ୍ସାବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ। ସକାଳୁ ଘର ପାଖରେ ଥିବା ବଗିଚା କିମ୍ବା ପାର୍କରେ ବୁଲିବାର ଅଭ୍ୟାସ ଦ୍ୱାରା ଅନେକ ଉପକାର ମିଳିଥାଏ।

କ୍ୟାନସର ଦୂରକରେ ପଣସ ମଞ୍ଜି

କ୍ୟାନସର ଦୂରକରେ ପଣସ ମଞ୍ଜି

ଆଧୁନିକ ଜୀବନଶୈଳୀ ଫଳରେ ଆମେ ଅନେକ ମାରାତ୍ମକ ରୋଗର ଶିକାର ହେଉଛୁ। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଆମେ ଅନେକ ରୋଗଠାରୁ ଦୂରେଇ ରହିପାରିବା।