ଅନ୍ତର୍ଜାତୀୟ |

ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

 ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଓ୍ବାଶିଂଟନ,୧୮।୧: ଆତଙ୍କବାଦ ବିରୋଧରେ ପାକିସ୍ତାନ ଏହାର ନୀତି ସ୍ପଷ୍ଟ କରିବା ଆବଶ୍ୟକ। ଏହି କାର୍ଯ୍ୟରେ ସଫଳତା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ। ଏସମ୍ପର୍କରେ ଜାତିସଂଘରେ ଥିବା ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲେ ସୂଚିତ କରିଛନ୍ତି। ଆମେରିକା ଆଫଗାନୀସ୍ତାନରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଜାରି ରଖିଛି। ଏଥିରେ ପୂର୍ବରୁ ପାକିସ୍ତାନ ସହାୟତା କରୁଥିବାବେଳେ ବର୍ତ୍ତମାନ ନିଜର ସ୍ପଷ୍ଟ ନୀତି ପ୍ରକାଶ କରୁ ନ ଥିବାରୁ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ହାଲେ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ସଦ୍ଦାମ ହୁସେନ୍‌ଙ୍କ ନୌକା ହେଲା ହୋଟେଲ

ସଦ୍ଦାମ ହୁସେନ୍‌ଙ୍କ ନୌକା ହେଲା ହୋଟେଲ

ବସ୍ରା,୨୪।୫: ଇରାକ୍‌ର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍‌ଙ୍କ ୩୦ ମିଲିୟନ୍‌ ଡଲାରର ନୌକା ‘ବସ୍ରା ବ୍ରିଜ୍‌’କୁ ହୋଟେଲ ରୂପେ ପୁନଃ ନିର୍ମାଣ କରାଯାଇଛି। ଏହାକୁ ବସ୍ରା ଆସୁଥିବା ଏବଂ ଯାଉଥିବା ସାମୁଦ୍ରିକ ପାଇଲଟ୍‌ଙ୍କ ରହଣି ପାଇଁ ବ୍ୟବହାର କରାଯିବ।

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ରୋମ୍‌,୨୪।୫: ଉତ୍ତର ଇଟାଲୀର ପିଡ୍‌ମଣ୍ଟ ଅଞ୍ଚଳରେ ଟ୍ରକ୍‌କୁ ଧକ୍କା ଦେଇ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନୂ୍ୟନ ୧୮ଜଣ ଆହତ ହୋଇଛନ୍ତି।

ଓମାନ୍‌ମୁହାଁ ‘ମେକୁନୁ’

ଓମାନ୍‌ମୁହାଁ ‘ମେକୁନୁ’

ମସ୍କାଟ/ନୂଆଦିଲ୍ଲୀ,୨୪।୫: ‘ମେକୁନୁ’ ଘୂର୍ଣ୍ଣିଝଡ଼ ଏବେ ସୋକୋତ୍ରା ଦ୍ୱୀପର ନିକଟତର ହୋଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ଏହା ଓମାନରେ ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି।

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ,୨୪।୫: ବାଗଦାଦର ଏକ କାଫେରେ ରୋଜା ଭାଙ୍ଗିବା ପାଇଁ କେତେକ ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଫଳରେ ଅତିକମ୍‌ରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬ରୁ ଅଧିକ ଆହତ ହୋଇଥିବା ବାଗଦାଦ ପୋଲିସ ଗୁରୁବାର ସୂଚନା ଦେଇଛି।

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ଇସ୍‌ଲାମାବାଦ,୨୪।୫: ପାକିସ୍ତାନର ବାହାରିଆ ୟୁନଭରସିଟିରେ ଏକ ଅଜବ ନିୟମ ଘୋଷଣା କରାଯାଇଛି। କ୍ୟାମ୍ପସ୍‌ରେ ଥିବା ସମୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୬ ଇଞ୍ଚର ଦୂରତା ରହିବା ଉଚିତ।

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

କଲମ୍ବୋ,୨୩।୫: ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଣ୍ଟରର ସୂଚନାନୁଯାୟୀ, ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅନୂ୍ୟନ ୯ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୨୩ ଜଣ ନିଖୋଜ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

କରାଚୀ,୨୩।୫ : ସିନ୍ଧ୍‌ ଛାତ୍ର ସଂଗଠନ ପକ୍ଷରୁ ପାକିସ୍ତାନର ଇସଲାମାବାଦ୍‌ରେ ୩ ଦିନଆ ଅନଶନ ଆରମ୍ଭ ହୋଇଛି। ପ୍ରଶାସନ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତି କିଛି ଦିନ ପରେ କାହିଁକି ନିଖୋଜ ହେଉଛନ୍ତି। ସେ ନେଇ ଛାତ୍ର ସଂଗଠନ ପକ୍ଷରୁ ସରକାରୀ ଯାଞ୍ଚ୍‌ ଦାବି କରାଯାଇଛି।

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ନୂଆଦିଲ୍ଲୀ/ଆମଷ୍ଟେରଡାମ,୨୩।୫ : ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ୟୁଟି ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ପୂର୍ବାହ୍ନ ୯ଟାରେ ଭାରତରେ ପହଞ୍ଚି ପାଲାମ ଏୟାର ଫୋର୍ସ ଷ୍ଟେଶନ ପରିଦର୍ଶନ କରିବେ।

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାବୁଲ,୨୨।୫: ଆଫଗାନିସ୍ତାନର କାନ୍ଦାହାର ସହରରେ ମଙ୍ଗଳବାର ଏକ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ଦିନ ୧୨ଟା ୩୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା ଟୋଲୋ ନ୍ୟୁଜ ସୂଚନା ଦେଇଛି।

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

ଆଙ୍କରା,୨୨।୫ : ତୁର୍କୀରେ ୧୦୪ଜଣ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୬ ଜୁଲାଇରେ ହୋଇଥିବା ସେନା ବିଦ୍ରୋହରେ ଅଧିକାରୀମାନେ ସାମିଲ୍‌ ଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ଅଦାଲତ ଏପରି ଦଣ୍ଡ ବିଧାନ କରିଛନ୍ତି।

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ଢାକା/ନୂଆଦିଲ୍ଲୀ,୨୨।୫: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଂଲାଦେଶର କୋକ୍ସ ବଜାରରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ସୋମବାର ଭେଟିଛନ୍ତି। ଉକ୍ତ ଶିବିରରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ପିଲାଙ୍କର କୁପୋଷଣକୁ ଦେଖି ପ୍ରିୟଙ୍କା ଚିନ୍ତା ପ୍ରକଟ କରିଛନ୍ତି।