ଜାତୀୟ |

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଏନ୍‌ଆଇଏ ଚାର୍ଜସିଟ୍‌ରେ ହାଫିଜ୍‌ଙ୍କ ନାମ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଏନ୍‌ଆଇଏ ଚାର୍ଜସିଟ୍‌ରେ ହାଫିଜ୍‌ଙ୍କ ନାମ

ନୂଆଦିଲ୍ଲୀ,୧୮।୧: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପାତିଆଲା ହାଉସ୍‌ କୋର୍ଟରେ ୧୦ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ଲଶ୍କର-ଇ-ତୋଏବା ସଂସ୍ଥାପକ ହାଫିଜ୍‌ ସଇଦ୍‌ ଓ ହିଜବୁଲ୍‌ ମୁଜାହିଦ୍ଦିନ୍‌ ମୁଖ୍ୟ ସୟଦ ସଲାହୁଦ୍ଦିନ୍‌ଙ୍କ ନାମ ରହିଛି। ଅଭିଯୁକ୍ତଙ୍କ ମଧ୍ୟରେ ୭ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କ ନାମ ରହିଛି। ଏହା ସହିତ ଏଥିରେ ଜଣେ ବ୍ୟବସାୟୀଙ୍କ ନାମ ମଧ୍ୟ ରହିଛି। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ୨୪ରେ ଅଭିଯୁକ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଏନ୍‌ଆଇଏ ପକ୍ଷରୁ ଗିରଫ କରାଯାଇଥିଲା।

All Right Reserved By

ଜାତୀୟ |

ଏକାଠି ରାମ-ରହିମ୍‌

ଏକାଠି ରାମ-ରହିମ୍‌

ଝର୍‌ଗ୍ରାମ,୨୩।୬: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ-ମୁସଲମାନ୍‌ଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଅଧିକାଂଶ ସମୟରେ ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିବାବେଳେ ପଶ୍ଚିମବଙ୍ଗର ଝର୍‌ଗ୍ରାମ ଜିଲା ସୃଷ୍ଟି କରିଛି ଏକ ନୂଆ ଉଦାହରଣ। ଏଠାକାର ବାସିନ୍ଦା ନାରାୟଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଗୋଟିଏ ଛାତ ତଳେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରାଯିବା ସହ କୋରାନ୍‌ ମଧ୍ୟ ପଢ଼ାଯାଉଛି। ଦୀର୍ଘ ୨୫ ବର୍ଷ ଧରି ଏହା ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଉଛି।

ମୋଦିଙ୍କ ମନ୍ତ୍ର ଆପଣାଇ କୋଟିପତି ହେଲେ କଂଗ୍ରେସ କର୍ମକର୍ତ୍ତା

ମୋଦିଙ୍କ ମନ୍ତ୍ର ଆପଣାଇ କୋଟିପତି ହେଲେ କଂଗ୍ରେସ କର୍ମକର୍ତ୍ତା

ଭଦୋଦରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ବେକାରି ହଟାଇବା ଉପରେ ଉଦ୍‌ବୋଧନ ଦେଇ କହିଥିଲେ ପକୁଡି ଛାଣିବା ଏକ ରୋଜଗାରର ମାଧ୍ୟମ। ହେଲେ ଏହାକୁ ନେଇ ସାରା ଦେଶରେ ସମାଲୋଚନା କରାଯାଇଥିଲା।

ଗୋଟିଏ ବେଦିରେ ୩ଜଣଙ୍କୁ ବାହା ହେଲେ ଦିବ୍ୟାଙ୍ଗ

ଗୋଟିଏ ବେଦିରେ ୩ଜଣଙ୍କୁ ବାହା ହେଲେ ଦିବ୍ୟାଙ୍ଗ

ଉଦୟପୁର,୨୩।୬: ଲିଭ-ଇନ୍‌-ରିଲେଶନ୍‌ସିପ୍‌ର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଉଦୟପୁରରେ। ଏଠାରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବକ ୩ ଜଣଙ୍କୁ ଗୋଟିଏ ବେଦିରେ ବିବାହ କରିଛନ୍ତି।

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୨୩।୬: ନେପାଳଗଞ୍ଜରୁ ନୂଆଦିଲ୍ଲୀ ବିମାନ ଚଳାଚଳ ଲାଗି ନେପାଳର ଘରୋଇ ବିମାନ ଚଳାଚଳ ସଂସ୍ଥା ବୁଦ୍ଧ ଏୟାର ପକ୍ଷରୁ ଆବେଦନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୈନିକ ୩ଟି ବିମାନ ଚଳାଚଳ କରିବାକୁ ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କୁ ବୁଦ୍ଧ ଏୟାର ଆବେଦନ କରିଛି।

ସଡ଼କ ଦୁର୍ଘଟଣା: ୭ ମୃତ

ସଡ଼କ ଦୁର୍ଘଟଣା: ୭ ମୃତ

ଆମ୍‌ରେଲି,୨୩।୬: ଗୁଜରାଟର ଅମ୍‌ରେଲି ଜିଲାରେ ଭାବନଗର-ସୋମନାଥ ରାସ୍ତା ନିକଟରେ ଥିବା ଏକ ପୋଲ ଉପରୁ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଖସିପଡ଼ିଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିବା ସହ ୨୪ଜଣ ଆହତ ହୋଇଛନ୍ତି।

କାନ୍ଦିଲେ ଦାତି ମହାରାଜ

କାନ୍ଦିଲେ ଦାତି ମହାରାଜ

ପାଲି/ନୂଆଦିଲ୍ଲୀ,୨୩।୬: ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାର କ୍ରାଇମ ବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରା ଉଚରା କରିଛି। ଦୀର୍ଘ ୫ ଘଣ୍ଟାର ଏହି ଜେରା ସମୟରେ ପୋଲିସ ୮୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି।

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ନୂଆଦିଲ୍ଲୀ,୨୩।୬: କଶ୍ମୀର ଘାଟିରେ ଅପରେଶନ ସମୟରେ ମୃତ୍ୟୁ ହେଉଥିବା ଆତଙ୍କବାଦୀ କମାଣ୍ଡରଙ୍କ ମୃତ ଦେହକୁ ପରିବାରବର୍ଗଙ୍କୁ ଦିଆଯିବ ନାହିଁ ବୋଲି ଜଣାପଡିଛି।

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆଲିଗଡ,୨୩।୬: ଉତ୍ତର ପ୍ରଦେଶ ଆଲିଗଡ ନଗର ନିଗମ ଓ ଏକ ଆବର୍ଜନା ପରିଚାଳନା କମ୍ପାନୀ ମିଳିତ ସହଯୋଗରେ ଆବର୍ଜନାରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି। ଏହା ଆବର୍ଜନା, ବାଲି ଓ ସିମେଣ୍ଟରେ ତିଆରି କରାଯାଉଛି।

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଭଦୋଦରା,୨୨।୬: ଗୁଜରାଟ ଭଦୋଦରାର ଏକ ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ମିଳିଛି। ଶୁକ୍ରବାର ସକାଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ମାଡ୍ରାସ,୨୨।୬: ଗୁରୁଶିଷ୍ୟ ପରମ୍ପରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ତାମିଲନାଡୁରେ। ଥିରୁଭାଲୁରର ଭାଲିଆଗରାମ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସି.ଭଗବାନଙ୍କର ବଦଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ଦୁର୍ଗ,୨୨।୬: ଛତିଶଗଡ଼ ଦୁର୍ଗରେ ଭାଜପା ଏମ୍‌ପି ସରୋଜ ପାଣ୍ଡେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନସିକ ସ୍ତରରେ ଦୁର୍ବଳ ବୋଲି କହିଛନ୍ତି। କୋକା-କୋଲା ପ୍ରତିଷ୍ଠାତାଙ୍କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀର ଜବାବରେ ସେ ଏପରି କହିଥିବା ପ୍ରକାଶ କରିଛନ୍ତି।

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ସୁରଟ,୨୨।୬: ଗୁଜରାଟ ସୁରଟରେ ଜଣେ ମାତାଲ ଆରପିଏଫ୍‌ କନେଷ୍ଟବଳଙ୍କ କାଣ୍ଡକାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେ ଉଥନା ରେଲଓ୍ବେ ଷ୍ଟେଶନରେ କାର୍ଯ୍ୟ କରନ୍ତି। ଲିମ୍ବାୟତ କଲୋନୀରେ ସେ ମାତାଲ ହୋଇ ବୁଲୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

Model This Week

ପ୍ରଭାତ