Dharitri News
ଜାତୀୟ |

ବାଜିଲା ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ବିଗୁଲ୍‌

ବାଜିଲା ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ବିଗୁଲ୍‌ ନୂଆଦିଲ୍ଲୀ, ୧୮।୧: ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିଶନ ଏ.କେ ଜ୍ୟୋତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତ୍ରିପୁରାରେ ଫେବୃୟାରୀ ୧୮ରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡରେ ଫେବୃୟାରୀ ୨୭ରେ ଭୋଟ ଗ୍ରହଣ କରାଯିବ। ୩ ରାଜ୍ୟର ଭୋଟ ଗଣତି ମାର୍ଚ୍ଚ ୩ରେ ହେବ। ଏହି ନିର୍ବାଚନ ୨ଟି ପ୍ରର୍ଯ୍ୟାୟରେ ସମ୍ପନ୍ନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚିତ କରିଛନ୍ତି। ପ୍ରତି ବୁଥ୍‌ରେ ସିସିଟିଭି କ୍ୟାମେରା ଲାଗିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସୂଚନାଯୋଗ୍ୟ, ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡର ବିଧାନସଭା କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୬, ମାର୍ଚ୍ଚ ୧୩ ଓ ମାର୍ଚ୍ଚ ୧୪ରେ ଶେଷ ହେଉଛି। ଏହି ୩ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୬୦ ରହିଛି। ମେଘାଳୟରେ ଏବେ କଂଗ୍ରେସ ଶାସନ କରୁଛି। ୨୦୧୩ରେ ଏଠାରେ ବିଜେପି କୌଣସି ଆସନରେ ବିଜୟ ଲାଭ କରି ନ ଥିଲା। ଏଠାରେ କଂଗ୍ରେସ, ବିଜେପି ଓ ଏନ୍‌ସିପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ଆଶା ରହିଛି। ତ୍ରିପୁରାରେ ଏବେ ବାମପନ୍ଥୀ ଦଳ ସରକାରରେ ଅଛନ୍ତି। ୧୯୯୮ଠାରୁ ଏଠାରେ ମାଣିକ୍‌ ସରକାର ମୁଖ୍ୟମନ୍ତ୍ରୀ ଅଛନ୍ତି। ସେହିପରି ନାଗାଲାଣ୍ଡରେ ୨୦୦୩ଠାରୁ ନାଗାଲାଣ୍ଡ ପିପୁଲସ୍‌ ଫ୍ରଣ୍ଟ୍‌ ସରକାରରେ ଅଛନ୍ତିି। ଏଠାରେ କଂଗ୍ରେସ, ବିଜେପି ଓ ଏନ୍‌ସିପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ଆଶା ରହିଛି। ୨୦୧୮ରେ କର୍ନାଟକ, ରାଜସ୍ତାନ,ମଧ୍ୟପ୍ରଦେଶ, ମିଜୋରାମ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ। ଏସବୁ ରାଜ୍ୟ ମଧ୍ୟରୁ ରାଜସ୍ତାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ନାଗାଲାଣ୍ଡରେ ଏନ୍‌ଡିଏ ସରକାର ଶାସନ କରୁଛନ୍ତି। କର୍ନାଟକ, ମିଜୋରାମ ଓ ମେଘାଳୟରେ କଂଗ୍ରେସ ସରକାର ଶାସନରେ ଅଛନ୍ତି। ଏବେ ଦେଶର ୧୯ଟି ରାଜ୍ୟରେ ଏନ୍‌ଡିଏ ସରକାର ରହିଥିବାବେଳେ ଅବଶିଷ୍ଟ ରାଜ୍ୟରେ ଶାସନ କରିବା ପାଇଁ ବିଜେପି ପ୍ରୟାସ କରୁଛି।

ଜାତୀୟ |

ସଭ୍ୟ ସମାଜରେ ବର୍ବର କାଣ୍ଡ: ୧କିଲୋ ଚାଉଳ ପାଇଁ ଜୀବନ ଗଲା

ସଭ୍ୟ ସମାଜରେ ବର୍ବର କାଣ୍ଡ: ୧କିଲୋ ଚାଉଳ ପାଇଁ ଜୀବନ ଗଲା

ପାଲାକ୍କାଡୁ, ୨୩।୨: କେରଳ ପାଲାକ୍କାଡୁ ଜିଲାରେ ଘଟିଛି ଏକ ଅଘଟଣ। ମାତ୍ର ୧ କିଲୋ ଚାଉଳ ଚୋରାଇଥିବା ଅଭିଯୋଗରେ ଉତ୍ତେଜିତ ଲୋକମାନେ ଜଣେ ଆଦିବାସୀ ଯୁବକଙ୍କୁ ଗୁରୁବାର ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସମ୍ପୃକ୍ତ ଯୁବକ ହେଉଛନ୍ତି ମଧୁ କୁଡୁକୁମନ୍ନା(୨୭)। ପୋଲିସ୍‌ ଏସମ୍ପର୍କରେ ଜାଣିବା ପରେ ମଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଟାଥାରା ହସ୍ପିଟାଲକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ମାଓବାଦୀଙ୍କ ବିରୋଧରେ ଅଭିଯାନ: ବୁଢ଼ା ପାହାଡ଼କୁ ଘେରିବେ ତିନି ରାଜ୍ୟ ସୁରକ୍ଷାବଳ

ମାଓବାଦୀଙ୍କ ବିରୋଧରେ ଅଭିଯାନ: ବୁଢ଼ା ପାହାଡ଼କୁ ଘେରିବେ ତିନି ରାଜ୍ୟ ସୁରକ୍ଷାବଳ

ନୂଆଦିଲ୍ଲୀ, ୨୩।୨: ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ସୀମାରେ ଥିବା ବୁଢ଼ା ପାହାଡ଼ ମାଓବାଦୀଙ୍କ ପାଇଁ ପାଲଟିଛି ସୁରକ୍ଷାସ୍ଥଳ। ପ୍ରାୟ ୫୦ କିଲୋମିଟର ବ୍ୟାସ ମଧ୍ୟରେ ମାଓବାଦୀ ଏଠାରେ ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଆକ୍ରମଣ କରି ସହଜରେ ବୁଢ଼ାପାହାଡ଼ ଅଞ୍ଚଳକୁ ମାଓବାଦୀ ପଳାୟନ କରୁଛନ୍ତି। ମାଓବାଦୀଙ୍କ ବିରୋଧରେ ତିନି ରାଜ୍ୟରେ ସରକାର ଏବେ ଅଣ୍ଟା ଭିଡିଛନ୍ତି। ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ବୁଢ଼ା ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯିବ।

ସ୍ବାଧୀନତାର ୭୦ ବର୍ଷ ପରେ ଏଲିଫ୍ୟାଣ୍ଟ ଦ୍ୱୀପରେ ପହଞ୍ଚିଲା ବିଜୁଳି

ସ୍ବାଧୀନତାର ୭୦ ବର୍ଷ ପରେ ଏଲିଫ୍ୟାଣ୍ଟ ଦ୍ୱୀପରେ ପହଞ୍ଚିଲା ବିଜୁଳି

ରାଇଗଡ,୨୩।୨: ବିଶ୍ୱ ଐତିହ୍ୟ ସ୍ଥଳଭାବେ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଥିବା ‘ଏଲିଫ୍ୟାଣ୍ଟ ଦ୍ୱୀପ’କୁ ସ୍ବାଧୀନତାର ୭୦ ବର୍ଷ ପରେ ବିଜୁଳି ପହଞ୍ଚିବା ନିଶ୍ଚିତ ଭାବେ ଏକ ଖୁସିର ଖବର।

କଲେଜ ପରିଚାଳକଙ୍କ ଘରେ କପି: ୫୮ ଗିରଫ

କଲେଜ ପରିଚାଳକଙ୍କ ଘରେ କପି: ୫୮ ଗିରଫ

ଆଲିଗଡ,୨୩।୨: ଯୁକ୍ତ ୨ ରସାୟନ ବିଜ୍ଞାନ ପରୀକ୍ଷା ପାଇଁ କପି ଲେଖି ଅଡୁଆରେ ପଡିଛନ୍ତି ୫୮ ଜଣ ସଲଭର(ସମାଧାନକାରୀ)।

ବିଶ୍ୱର ସବୁଠାରୁ ଛୋଟ ପେନ୍‌ସିଲ୍‌ ନିର୍ମାଣ କରି ରେକର୍ଡ

ବିଶ୍ୱର ସବୁଠାରୁ ଛୋଟ ପେନ୍‌ସିଲ୍‌ ନିର୍ମାଣ କରି ରେକର୍ଡ

ହଲଦଓ୍ବାନି,୨୩।୨: ଉତ୍ତରାଖଣ୍ଡ ହଲଦଓ୍ବାନିର ପ୍ରକାଶ ଚନ୍ଦ୍ର ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଛୋଟ ପେନ୍‌ସିଲ୍‌ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଛନ୍ତି।

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୨: ଆମେରିକା ଏହାର ଏଚ୍‌-୧-ବି ଭିଜା ଅନୁମୋଦନ ପାଇଁ କେତେକ କଡା ଆଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଭାରତୀୟ ସୂଚନାପ୍ରଯୁକ୍ତି(ଆଇଟି) କମ୍ପାନୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଆଇନ ଅନୁସାରେ କମ୍ପାନୀଗୁଡିକୁ ସେମାନଙ୍କର କର୍ମଚାରୀମାନେ ଥାର୍ଡ-ପାର୍ଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ହୋଇଥିବା ଦର୍ଶାଇବାକୁ ପଡିବ। ଏହା ସହିତ ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ କେତେକ ସୂଚନା ଦାଖଲ କରିବାକୁ ପଡିବ।

 ଶହେ ଘଣ୍ଟାରେ ୧୦ ହଜାର ଶୌଚାଳୟ ସ୍ଥାପନ କରି ରେକର୍ଡ କଲା ବିହାର

ଶହେ ଘଣ୍ଟାରେ ୧୦ ହଜାର ଶୌଚାଳୟ ସ୍ଥାପନ କରି ରେକର୍ଡ କଲା ବିହାର

ପାଟନା, ୨୩।୨: ଶୌଚାଳୟ ସ୍ଥାପନରେ ବିହାର ଏକ ବିରଳ ରେକର୍ଡ କରିଛି। ବିହାର ଗୋପାଳଗଞ୍ଜ ଜିଲାରେ ଶହେ ଘଣ୍ଟା ମଧ୍ୟରେ ୧୦ ହଜାର ଶୌଚାଳୟ ସ୍ଥାପନ କରି ଏକ ରେକର୍ଡ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ୧୧୨୪୪ ଶୌଚାଳୟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଜିଲାର ୧୨ଟି ପଞ୍ଚାୟତର ୬୬ ଗ୍ରାମର ୨୫୬ ଓ୍ବାର୍ଡରେ ଶୌଚାଳୟଗୁଡିକ ସ୍ଥାପିତ ହୋଇଥିବା ଜିଲା ମାଜିଷ୍ଟ୍ରେଟ୍‌ ସୂଚିତ କରିଛନ୍ତି।

ବିକ୍ରମ କୋଠାରୀ ଗିରଫ

ବିକ୍ରମ କୋଠାରୀ ଗିରଫ

ନୂଆଦିଲ୍ଲୀ,୨୨।୨(ପି.ଟି.): ୩,୬୯୫ କୋଟି ଟଙ୍କାର ଋଣ ଖିଲାପି ମାମଲାରେ ରୋଟୋମାକ୍‌ ପେନ୍‌ କମ୍ପାନୀର ମାଲିକ ବିକ୍ରମ କୋଠାରୀ ଏବଂ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ଗୁରୁବାର ସିବିଆଇ ଗିରଫ କରିଛି। ଉଭୟ ରୋଟୋମାକ୍‌ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ଜେରା ନିମନ୍ତେ ଉଭୟଙ୍କୁ ଏଜେନ୍ସିର ମୁଖ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ତଦନ୍ତ ପ୍ରକ୍ରିୟାରେ ସେମାନଙ୍କର ଅସହଯୋଗ ଯୋଗୁ ସିବିଆଇ ସେମାନଙ୍କୁ ଗିରଫ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଦୁର୍ନୀତି ସୂଚକାଙ୍କ: ୮୧ ସ୍ଥାନରେ ଭାରତ

ଦୁର୍ନୀତି ସୂଚକାଙ୍କ: ୮୧ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୨୨।୨: ଭାରତ ଦୁର୍ନୀତି ସୂଚକାଙ୍କରେ ୨୦୧୭ରେ ୮୧ତମ ସ୍ଥାନରେ ରହିଛି। ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ୨୦୧୬ରେ ଏହି ତାଲିକାରେ ୧୭୬ ରାଷ୍ଟ୍ର ମଧ୍ୟରେ ଭାରତ ୭୯ସ୍ଥାନରେ ଥିଲା। ନୂଆ ସର୍ଭେରେ ୧୮୦ଟି ଦେଶକୁ ସାମିଲ୍‌ କରାଯାଇଥିବାବେଳେ ଫିଲିପାଇନ୍ସ ଓ ମାଳଦ୍ୱୀପରେ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ରିପୋର୍ଟରେ ସୂଚିତ କରାଯାଇଛି।

ବିଧାନସଭାରେ ପହଞ୍ଚିଲେ ପାରିକର

ବିଧାନସଭାରେ ପହଞ୍ଚିଲେ ପାରିକର

ପଣଜି,୨୨।୨: କିଛିଦିନର ଅସୁସ୍ଥତା ପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଲିଳାବତି ହସ୍ପିଟାଲ ଛାଡିଛନ୍ତି। ଗୁରୁବାର ବଜେଟ୍‌ ଅଧିବେଶନରେ ଯୋଗଦେବା ପାଇଁ ପାରିକର ରାଜ୍ୟ ବିଧାନସଭାରେ ପହଞ୍ଚିଥିବା ସୂଚନା ମିଳିଛି।

ଆର୍ଥିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସଂରକ୍ଷଣ ଦିଆଯାଉ: ଶରଦ ପାଓ୍ବାର

ଆର୍ଥିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସଂରକ୍ଷଣ ଦିଆଯାଉ: ଶରଦ ପାଓ୍ବାର

ପୁଣେ,୨୨।୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସଂରକ୍ଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ଭାରତୀୟ ସେନା ଉପରେ ଆକ୍ରମଣ: ୧ ଗିରଫ

ଭାରତୀୟ ସେନା ଉପରେ ଆକ୍ରମଣ: ୧ ଗିରଫ

ଗୁଆହାଟୀ,୨୨।୨: ଭାରତୀୟ ସେନାର ୬ ଡୋଗ୍ରା ବାଟାଲିୟନ୍‌ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଥିବା କାଙ୍ଗଲେଇପାକ୍‌ କମ୍ୟୁନିଷ୍ଟ ପାର୍ଟିର ଜଣଙ୍କୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଗିରଫ କରିଛି।