ଜାତୀୟ |

ଜଣଙ୍କ ବଦଳରେ ଗଡ଼ିଲା ୩ ପାକିସ୍ତାନୀ ରେଞ୍ଜରଙ୍କ ମୁଣ୍ଡ

ଜଣଙ୍କ ବଦଳରେ ଗଡ଼ିଲା ୩ ପାକିସ୍ତାନୀ ରେଞ୍ଜରଙ୍କ ମୁଣ୍ଡ

ଶ୍ରୀନଗର, ୧୮।୧: ଜମ୍ମୁ-କଶ୍ମୀର ଆର୍‌ଏସ୍‌ ପୁରା ସେକ୍ଟରରେ ପାକିସ୍ତାନ ବୁଧବାର ରାତିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଘଟଣାରେ ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହେବା ସହିତ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଲୋକ ଆହତ ହୋଇଥିଲେ। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ଗୁରୁବାର ଅପରେଶନ ଆରମ୍ଭ କରାଯାଇଥିଲା। ଏଥିରେ ୩ ଜଣ ପାକିସ୍ତାନୀ ରେଞ୍ଜର ନିହତ ହୋଇଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ରାମଗଡ଼ ଅଞ୍ଚଳରେ ଉଭୟପକ୍ଷଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗ୍ରାମର ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଆର୍ନିୟା ସେକ୍ଟରରେ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି।

All Right Reserved By

ଜାତୀୟ |

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ଦୁର୍ଗ,୨୨।୬: ଛତିଶଗଡ଼ ଦୁର୍ଗରେ ଭାଜପା ଏମ୍‌ପି ସରୋଜ ପାଣ୍ଡେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନସିକ ସ୍ତରରେ ଦୁର୍ବଳ ବୋଲି କହିଛନ୍ତି। କୋକା-କୋଲା ପ୍ରତିଷ୍ଠାତାଙ୍କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀର ଜବାବରେ ସେ ଏପରି କହିଥିବା ପ୍ରକାଶ କରିଛନ୍ତି।

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ସୁରଟ,୨୨।୬: ଗୁଜରାଟ ସୁରଟରେ ଜଣେ ମାତାଲ ଆରପିଏଫ୍‌ କନେଷ୍ଟବଳଙ୍କ କାଣ୍ଡକାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେ ଉଥନା ରେଲଓ୍ବେ ଷ୍ଟେଶନରେ କାର୍ଯ୍ୟ କରନ୍ତି। ଲିମ୍ବାୟତ କଲୋନୀରେ ସେ ମାତାଲ ହୋଇ ବୁଲୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

୯୬ ବର୍ଷ ବୟସରେ ପାଠପଢ଼ା ନିଶା

୯୬ ବର୍ଷ ବୟସରେ ପାଠପଢ଼ା ନିଶା

ଅଲପ୍ପୁଝା,୨୨।୬: କେରଳର ଅଲପ୍ପୁଝା ଜିଲା ଚେପ୍ପଡ଼ ଗ୍ରାମ ପଞ୍ଚାୟତରେ ବାସକରୁଥିବା ୯୬ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀରେ ନାମ ଲେଖାଇଛନ୍ତି। ୧୨ ବର୍ଷ ବୟସରେ ପାଠ ଛାଡିଥିବା କର୍ଥୟୟନୀ ଅମ୍ମା ଇତିମଧ୍ୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ଶେଷ କରିଛନ୍ତି। ସ୍ଥାନୀୟ ଲକ୍ଷ୍ମମ ବିନ୍ଦୁ କଲୋନୀରେ ସେ ବାସ କରନ୍ତି। ସେ ୧୦ମ ପର୍ଯ୍ୟନ୍ତ ପାଠ ପଢ଼ିବା ପାଇଁ ଆଶା ବାନ୍ଧିଥିବା ସୂଚିତ କରିଛନ୍ତି। ପରିଣତ ବୟସରେ ପାଠପ୍ରତି ଆଗ୍ରହଥିବା ଅମ୍ମାଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦେଢଶୁରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟକଲେ ଶାଶୁ

ଦେଢଶୁରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟକଲେ ଶାଶୁ

ହିସାର, ୨୨।୬: ହରିୟାଣାର ହିସାରରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀ ନପୁଂସକ ବୋଲି ଜାଣି ସ୍ତ୍ରୀ ଆପତ୍ତି କରିବା ପରେ ଦେଢଶୁର ସହ ସଂପର୍କ ରଖିବାକୁ ଶାଶୁ ନବବିବାହିତାଙ୍କୁ ବାଧ୍ୟ କରିଥିଲେ ।

ଗନ୍‌ ପଏଣ୍ଟରେ ୫ ମହିଳାଙ୍କୁ ୪ ଘଣ୍ଟା ଗଣବଳାତ୍କାର: ମୋବାଇଲ୍‌ରେ ଭିଡ଼ିଓ ଶୁଟିଂ

ଗନ୍‌ ପଏଣ୍ଟରେ ୫ ମହିଳାଙ୍କୁ ୪ ଘଣ୍ଟା ଗଣବଳାତ୍କାର: ମୋବାଇଲ୍‌ରେ ଭିଡ଼ିଓ ଶୁଟିଂ

ରାଞ୍ଚି,୨୨।୬: ଝାଡ଼ଖଣ୍ଡ ଖୁଣ୍ଟି ଜିଲା ଅଡ଼କ ଥାନା ଅନ୍ତର୍ଗତ କୋଚାଙ୍ଗ୍‌ ଗାଁରେ ଘଟିଛି ଏକ ଅଘଟଣ। ପଥପ୍ରାନ୍ତ ନାଟକ ମାଧ୍ୟମରେ ବିସ୍ଥାପନ ଏବଂ ମାନବ ଚାଲାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଯାଇଥିବା ୫ ମହିଳାଙ୍କୁ କରାଯାଇଛି ଗଣବଳାତ୍କାର।

ଏନ୍‌ଏସ୍‌ଜିକୁ ସୁରକ୍ଷା ଦାୟିତ୍ୱ

ଏନ୍‌ଏସ୍‌ଜିକୁ ସୁରକ୍ଷା ଦାୟିତ୍ୱ

ଶ୍ରୀନଗର,୨୨।୬(ପି.ଟି.)-ଆତଙ୍କବାଦୀମାନେ ଅମରନାଥ ଯାତ୍ରା ବେଳେ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିଛି। ଏହାକୁ ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

୧୨ ବର୍ଷ ଧରି ବ୍ରିଜ୍‌ ତଳେ ପାଠପଢ଼ା

୧୨ ବର୍ଷ ଧରି ବ୍ରିଜ୍‌ ତଳେ ପାଠପଢ଼ା

ନୂଆଦିଲ୍ଲୀ,୨୨।୬: ଭାରତର ରାଜଧାନୀ ନୂଆଦିଲ୍ଲୀର ଯମୁନା ନଦୀ କୂଳରେ ଅକ୍ଷରଧାମ ମେଟ୍ରୋ ରେଲଓ୍ବେ ଷ୍ଟେଶନର ବ୍ରିଜ୍‌ ତଳେ ଚାଲିଛି ଏକ ମାଗଣା ସ୍କୁଲ। ଏହା ହେଉଛି ‘ଫ୍ରି ସ୍କୁଲ ଅଣ୍ଡର ଦି ବ୍ରିଜ୍‌’।

ସାକ୍ଷାତକାର ସମୟରେ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା

ସାକ୍ଷାତକାର ସମୟରେ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୨।୬: ପୁଣି ବିବାଦରେ କଂଗ୍ରେସ ନେତା ସୌଫୁଦ୍ଦିନ୍‌ ସୋଜ୍‌। ପୂର୍ବରୁ ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁଶରଫଙ୍କୁ ସମର୍ଥନ କରିବାକୁ ନେଇ ବିବାଦରେ ଫସିଯାଇଥିବା ସୌଫଦ୍ଦିନ୍‌ ଏବେ ଏହି କଥାର ଉତ୍ତର ଦେବାକୁ ନାରାଜ।

୧୧ ବର୍ଷ ଧରି ଆମ୍ବଗଛ ତଳେ ଚାଲିଛି ସ୍କୁଲ

୧୧ ବର୍ଷ ଧରି ଆମ୍ବଗଛ ତଳେ ଚାଲିଛି ସ୍କୁଲ

ଭୋପାଳ,୨୨।୬: ଦେଶରେ ଶିକ୍ଷାର ପ୍ରସାର ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଏନେଇ ଅନେକ ଯୋଜନା ପ୍ରଣୟନ କରାଯାଇଛି। ତେବେ ମଧ୍ୟପ୍ରଦେଶ ବାଲାଘାଟ ମଲାଜଖଣ୍ଡରେ ଦୀର୍ଘ ୧୧ ବର୍ଷ ଧରି ଆମ୍ବଗଛ ତଳେ ସ୍କୁଲ ଚାଲିଛି।

ନିକୋବରରେ ଭୂକମ୍ପ

ନିକୋବରରେ ଭୂକମ୍ପ

ପୋର୍ଟବ୍ଲେଆର, ୨୨।୬: ଆଣ୍ଡାମାନ ନିକୋବରରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

ପୁଣି ପାନାମା ପର୍ଦ୍ଦାଫାଶ:ପଦାରେ ୧.୨ ନିୟୁତ ଦସ୍ତାବିଜ

ପୁଣି ପାନାମା ପର୍ଦ୍ଦାଫାଶ:ପଦାରେ ୧.୨ ନିୟୁତ ଦସ୍ତାବିଜ

ନୂଆଦିଲ୍ଲୀ,୨୨-୬(ପି.ଟି): ବିଦେଶରେ କଳାଟଙ୍କା ରଖିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସାନି ଖୁଲାସା ହୋଇଛି। ପାନାମା ଦସ୍ତାବିଜରେ ଉକ୍ତ ଖୁଲାସା ହୋଇଥିବା ଜଣାଯାଇଛି। ଏଥିରେ ନୂଆ କରି ୧.୨ ନିୟୁତ ଦସ୍ତାବିଜ ଖୁଲାସା ହୋଇଛି। ଏହା ମଧ୍ୟରେ ଘରୋଇ ବଜାର ସହ ୧୨,୦୦୦ ଦସ୍ତାବିଜର ସଂଯୋଗ ରହିଥିବା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମରେ ଉକ୍ତ ଘଟଣା ପ୍ରଘଟ ହେବା ପରେ ଏହାକୁ ନେଇ ସରକାର ପକ୍ଷ ରଖିଛନ୍ତି। ଉକ୍ତ ମାମଲାର ତଦନ୍ତ ସରକାରଙ୍କ ବହୁ ଏଜେନ୍ସି ଗ୍ରୁପ (ଏମ୍‌ଏଜି) କରୁଥିବା ଅର୍ଥ ମନ୍ତ୍ରଣାଳୟ ଗୁରୁବାର ସୂଚନା ଦେଇଛି।

ଭାରତରେ ସ୍ବାସ୍ଥ୍ୟ ଖର୍ଚ୍ଚ:ମୁଣ୍ଡ ପିଛା ଦିନକୁ ୩ ଟଙ୍କା

ଭାରତରେ ସ୍ବାସ୍ଥ୍ୟ ଖର୍ଚ୍ଚ:ମୁଣ୍ଡ ପିଛା ଦିନକୁ ୩ ଟଙ୍କା

ନୂଆଦିଲ୍ଲୀ,୨୨-୬:ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ର କେତେ ଅବହେଳିତ ତାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଜଣେ ଲୋକର ସ୍ବାସ୍ଥ୍ୟ ପାଇଁ ଏଠାରେ ଦିନକୁ ମାତ୍ର ୩ ଟଙ୍କା ଖର୍ଚ୍ଚ କରାଯାଉଛି। ଏହା କୌଣସି ଘରୋଇ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ହିସାବ କରାଯାଇ ନାହିଁ । ଖୋଦ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଜର ଅପାରଗତାକୁ ସ୍ବୀକାର କରିଛି। ହିସାବ ଅନୁସାରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ମାତ୍ର ୧.୦୨% ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ହେଉଛି। ଏହି ଧାରାରେ ଗତ ୮ ବର୍ଷ ମଧ୍ୟରେ କୌଣସି ଉନ୍ନତି ଆସିନାହିଁ। ୨୦୦୯ରେ ସ୍ଥିତି ଯାହା ଥିଲା ୨୦୧୮ରେ ମଧ୍ୟ ପ୍ରାୟ ସମାନ ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନ୍ୟାଶନାଲ ହେଲ୍‌ଥ ପ୍ରୋଫାଇଲ୍‌, ୨୦୧୮ରେ ଏଭଳି ଦର୍ଶାଯାଇଛି। ବର୍ତ୍ତମାନ ବଡ଼ ବଡ଼ ଘରୋଇ ହସ୍‌ପିଟାଲ୍‌ରେ ଥରଟିଏ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ତା ଠାରୁ ଏହା ଯଥେଷ୍ଟ କମ୍‌। ରାସ୍ତାକଡରେ ବିକ୍ରି ହେଉଥିବା ଗୋଟେ କପ୍‌ ଚା’ ଠାରୁ ମଧ୍ୟ ଏହା କମ୍‌।

Model This Week

ପ୍ରଭାତ