ଜାତୀୟ |

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ

ଶ୍ରୀନଗର, ୧୮।୧: ଜମ୍ମୁ-କଶ୍ମୀର ଆର୍‌ଏସ୍‌ ପୁରା ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଘଟଣାରେ ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଥିବାବେଳେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ଶହୀଦ ଯବାନ ହେଉଛନ୍ତି ୭୮ ବାଟାଲିଅନ କନେଷ୍ଟବଳ ଏ. ସୁରେଶ। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାକିସ୍ତାନ ପଟୁ ମୋର୍ଟାର, ସେଲିଂ ଓ ଗୁଳିଗୋଳା ମାଡ଼ କରାଯାଇଥିଲା। ଏହାର ପାଲଟା ଜବାବରେ ଭାରତୀୟ ବିଏସ୍‌ଏଫ୍‌ ବାହିନୀ ମଧ୍ୟ ଗୁଳିଗୋଳା ମାଡ଼ ଆରମ୍ଭ କରିଥିଲେ। ଗୁରୁବାର ସକାଳେ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଉରି,୨୪।୫: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଗୁରୁବାର ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉରି ବାରମୁଳା ଜିଲାର କମଲ କୁଟ ଅଞ୍ଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଅଟୋମେଟିକ୍‌ ଫାଇରିଂ କରିବା ସହ ମୋର୍ଟାର ମାଡ କରାଯାଇଥିବା ସୂଚନା ମିଳିଛି।

ଖରାପ ପାଗ: କଲିକତାରେ ଜରୁରୀ ଅବତରଣ କଲା ଭିସ୍ତାରା

ଖରାପ ପାଗ: କଲିକତାରେ ଜରୁରୀ ଅବତରଣ କଲା ଭିସ୍ତାରା

ଭୁବନେଶ୍ୱର, ୨୩।୫(ବ୍ୟୁରୋ)- ବୁଧବାର ପାଗ ଖରାପ ଯୋଗୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ୭୮୫ ବିମାନ କଲିକତାରେ ଜୁରୁରୀ ଅବତରଣ କରିଥିଲା। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏହି ବିମାନ ସକାଳ ୯ଟା ୧୬ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା।

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

ବାଙ୍ଗାଲୋର,୨୩।୫: ବିଧାନସଭାରେ ୟେଦୁରପ୍ପା ଆସ୍ଥା ଭୋଟ୍‌ ଆଗରୁ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗଢ଼ିବା ନେଇ ପଥ ପରିଷ୍କାର ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ଜେଡିଏସ୍‌ର କୁମାରସ୍ବାମୀ କର୍ନାଟକର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଥୁଥୁକୁଡ଼ିରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଥୁଥୁକୁଡ଼ିରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଥୁଥୁକୁଡି,୨୩।୫: ଷ୍ଟେର୍‌ଲାଇଟ୍‌କୁ ବିରୋଧ କରାଯାଉଥିବା ସମୟରେ ବୁଧବାର ତାମିଲନାଡୁ ଥୁଥୁକୁଡ଼ିର ଆନ୍ନା ନଗରରେ ପୁଣି ଏକ ହିଂସାକାଣ୍ଡ ଘଟିଛି। ଏଥିରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନିପା ଭାଇରସ୍‌ ଆତଙ୍କ: ସହଯୋଗର ହାତ ବଢ଼ାଇଲେ ଗୋରଖପୁରର ନିଲମ୍ବିତ ଡାକ୍ତର

ନିପା ଭାଇରସ୍‌ ଆତଙ୍କ: ସହଯୋଗର ହାତ ବଢ଼ାଇଲେ ଗୋରଖପୁରର ନିଲମ୍ବିତ ଡାକ୍ତର

ଗୋରଖପୁର,୨୩।୫: ଗତବର୍ଷ ଗୋରଖପୁର ହସ୍ପିଟାଲରେ ୭୦ ଶିଶୁଙ୍କ ମୃତ୍ୟୁ ପରେ ନିଲମ୍ବିତ ହୋଇଥିବା ଡାକ୍ତର କାଫିଲ୍‌ ଖାଁ କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢ଼ାଇଛନ୍ତି।

ପାକିସ୍ତାନର ଅଘୋଷିତ ଯୁଦ୍ଧ: ୫ ମୃତ, ୩୦ ଆହତ

ପାକିସ୍ତାନର ଅଘୋଷିତ ଯୁଦ୍ଧ: ୫ ମୃତ, ୩୦ ଆହତ

ଶ୍ରୀନଗର,୨୩।୫ : ପାକିସ୍ତାନ ଭାରତ ସହିତ ଆରମ୍ଭ କରିଛି ଅଘୋଷିତ ଯୁଦ୍ଧ। ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ବୁଧବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆର୍‌ଏସ୍‌ପୁରା, ଅରନିଆ, ରାମଗଡ଼, ସାମ୍ବା, ହୀରାନଗର ପ୍ରଭୃତି ଅଞ୍ଚଳରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଛୋଟପିଲା ଅଛନ୍ତି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଫେସବୁକ୍‌  ପ୍ରେମ: ବିବାହ ଲାଗି ମନା କରିବାରୁ ପୁଅ ସାଜିଲା ହତ୍ୟାକାରୀ

ଫେସବୁକ୍‌ ପ୍ରେମ: ବିବାହ ଲାଗି ମନା କରିବାରୁ ପୁଅ ସାଜିଲା ହତ୍ୟାକାରୀ

ନୂଆଦିଲ୍ଲୀ,୨୩।୫ : ଫେସବୁକ୍‌ ପ୍ରେମିକାଙ୍କୁ ବିବାହ ଲାଗି ମାତାପିତା ମନା କରିବାରୁ ଜଣେ ପୁଅ ହତ୍ୟାକାରୀ ସାଜିଛି। ଦିଲ୍ଲୀର ଜାମିଆ ନଗରରେ ବାସ କରୁଥିବା ୨୬ ବର୍ଷ ବୟସ୍କ ଯୁବକ ଅବଦୁଲ୍‌ ରହେମାନ୍‌ ଫେସବୁକ୍‌ରେ ଦୁଇ ବର୍ଷ ଧରି କାନପୁରର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ନର୍ସ ଲିନିଙ୍କ ସ୍ବାମୀଙ୍କୁ ଚାକିରି ଦେବେ କେରଳ ସରକାର

ନର୍ସ ଲିନିଙ୍କ ସ୍ବାମୀଙ୍କୁ ଚାକିରି ଦେବେ କେରଳ ସରକାର

ଥିରୁଅନନ୍ତପୁରମ୍‌,୨୩।୫: ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନିଙ୍କ ମୃତ୍ୟୁ ଘଟିବା ପରେ ବୁଧବାର କେରଳ ସରକାର ତାଙ୍କ ସ୍ବାମୀଙ୍କୁ ସରକାରୀ ଚାକିରି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ନୂଆଦିଲ୍ଲୀ/ଆମଷ୍ଟେରଡାମ,୨୩।୫ : ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ୟୁଟି ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ପୂର୍ବାହ୍ନ ୯ଟାରେ ଭାରତରେ ପହଞ୍ଚି ପାଲାମ ଏୟାର ଫୋର୍ସ ଷ୍ଟେଶନ ପରିଦର୍ଶନ କରିବେ।

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଦିଲ୍ଲୀ ପୋଲିସକୁ ମାନବାଧିକାର କମିଶନଙ୍କ ନୋଟିସ୍‌

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଦିଲ୍ଲୀ ପୋଲିସକୁ ମାନବାଧିକାର କମିଶନଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୩।୫ : ଜଣେ ଅପରାଧୀଙ୍କୁ ୫ଶହ ମିଟର ଉଲଗ୍ନ କରି ବୁଲାଇବା ଘଟଣାରେ ଦିଲ୍ଲୀ ପୋଲିସକୁ ଜାତୀୟ ମାନବାଧିକାର କମିଶନ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରୁ ଏହାକୁ ନିନ୍ଦା କରାଯାଇଥିଲା। ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଥିବା ମତ ପ୍ରକାଶ ପାଇଥିଲା।

ଟୁଟିକୁରିନ୍‌ ଟ୍ରାଜେଡି: ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଟୁଟିକୁରିନ୍‌ ଟ୍ରାଜେଡି: ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଥୁଥୁକୁଡି,୨୩।୫: ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ବୁଧବାର ତାମିଲନାଡୁର ଥୁଥୁକୁଡ଼ିସ୍ଥିତ ବେଦାନ୍ତ ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ର କ୍ଷମତା ବୃଦ୍ଧି ଲାଗି ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।