ଜାତୀୟ |

ଅଗ୍ନି-୫ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି-୫ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୧୮।୧: ଆଣବିକ କ୍ଷମତାଯୁକ୍ତ ଆତ୍ୟାଧୁନିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ଗୁରୁବାର ସମ୍ପନ୍ନ ହୋଇଛି। ଧାମରାସ୍ଥିତ ହ୍ବିଲର ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୬ ହଜାର କିଲୋମିଟର ରହିଛି। ଚାଇନା ଓ ପାକିସ୍ତାନ ଅଗ୍ନି-୫ର ଲକ୍ଷ୍ୟଭେଦ ପରିସର ମଧ୍ୟରେ ରହିଥିବା କୁହାଯାଉଛି। ଅଗ୍ନି-୫ର ଅନ୍ୟ ଅସ୍ତ୍ରଶସ୍ତ୍ର ବୋହିନେବାର କ୍ଷମତା ମଧ୍ୟ ରହିଛି। ଏହାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥା(ଡିଆରଡିଓ) ଦ୍ୱାରା ନିର୍ମାଣ କରାଯାଇଛି। ଅଗ୍ନି-୧, ଅଗ୍ନି-୨ ଓ ଅଗ୍ନି-୩ କ୍ଷେପଣାସ୍ତ୍ର ପାକିସ୍ତାନକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବାବେଳେ ଅଗ୍ନ-୪ ଓ ଅଗ୍ନି-୫କୁ ଚାଇନାକୁ ଦୃଷ୍ଟିରେ ରଖି ତିଆରି କରାଯାଇଥିବା କୁହାଯାଉଛି। ଶବ୍ଦର ଗତିଠାରୁ ୨୪ଗୁଣା ଅଧିକ ତୀବ୍ର ଗତିରେ ଧାର୍ଯ୍ୟ ଦୂରତା ଅତିକ୍ରମ କରିବାର କ୍ଷମତା ଅଗ୍ନି-୫ର ରହିଛି। ଏହାର ଉଚ୍ଚତା ୧୭ ମିଟର ଓ ବ୍ୟାସ ୨ ମିଟର। ଅଗ୍ନି-୫ର ଓଜନ ୫୦ ଟନ୍‌। ଦେଢ଼ ଟନ୍‌ ଓଜନର ଆଣବିକ ଅସ୍ତ୍ରଶସ୍ତ୍ର ବୋହି ନେବାର କ୍ଷମତା ଏହାର ରହିଛି।

All Right Reserved By

ଜାତୀୟ |

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮।୬: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ରେ ଏମ୍‌ବିବିଏସ୍‌-୨୦୧୮ରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି।

ବାହା ହେବାକୁ କାହିଁକି ଅରାଜି ହେଲେ ପ୍ରେମିକା

ବାହା ହେବାକୁ କାହିଁକି ଅରାଜି ହେଲେ ପ୍ରେମିକା

ନୂଆଦିଲ୍ଲୀ,୧୮।୬: ରାଜଧାନୀ ଦିଲ୍ଲୀର ମୁଜାଫରପୁର ଅଞ୍ଚଳରେ ଜଣେ ପ୍ରେମିକ ବିବାହିତା ପ୍ରେମିକାଙ୍କୁ ବାହା ହେବାକୁ ଅସଫଳ ହେବାରୁ ତାଙ୍କ ଶିଶୁକୁ ଅପହରଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ବଦଳିବ ଭାରତୀୟ ରେଳର ରଙ୍ଗ

ବଦଳିବ ଭାରତୀୟ ରେଳର ରଙ୍ଗ

ନୂଆଦିଲ୍ଲୀ,୧୮।୬: ଭାରତୀୟ ରେଳରେ ଥିବା ଗାଢ ନୀଳ ରଙ୍ଗ ଏବେ ଅତୀତ ହୋଇ ରହିଯିବ। କାରଣ ନୀଳ ରଙ୍ଗ ପରିବର୍ତ୍ତେ ଏବେ ସମସ୍ତ ମେଲ୍‌/ଏକ୍ସପ୍ରେସ ବଗିକୁ ଇସତ୍‌ ବାଦାମୀ ଓ ମାଟିଆ ରଙ୍ଗ କରାଯିବାର ଯୋଜନା ରହିଛି।

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ନୂଆଦିଲ୍ଲୀ,୧୮।୬: ନୂଆଦିଲ୍ଲୀ ବୁରାଇ ସନ୍ତ୍‌ ନଗର ଅଞ୍ଚଳରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିବା ଜଣାପଡିଛି।

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ସୂରଜକୁଣ୍ଡ,୧୮।୬: ହରିୟାଣା ସୂରଜକୁଣ୍ଡରେ ଜାରି ରହିଛି ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ। ମନ୍ତ୍ରୀମାନଙ୍କୁ ଏମ୍‌ପିମାନଙ୍କ କାର୍ଯ୍ୟ ସମୀକ୍ଷା ପାଇଁ ବୈଠକରେ ଦିଆଯାଇଛି ନିର୍ଦ୍ଦେଶ।

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ଭୋପାଳ,୧୮।୬: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଛନ୍ତି। ସ୍ଥାନୀୟ ଫତେପୁର ଓ୍ବାର୍ଡରେ ଏହି ଘଟିଥିବା ପୋଲିସ କହିଛି।

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଜମ୍ମୁ-କଶ୍ମୀରରେ ସୋମବାର ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଦକ୍ଷିଣ କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ବାଙ୍ଗାଲୋର,୧୮।୬: କର୍ନାଟକର ଶ୍ରୀରାମ ସେନାମୁଖ୍ୟ ପ୍ରମୋଦ ମୁତାଲିକ ଖବରଦାତା ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାକୁ କୁରୁର ମୃତ୍ୟୁ ସହ ତୁଳନା କରି ବିବାଦୀୟ ହୋଇ ପଡିଛିନ୍ତି।

ଜମି ବିବାଦ ନେଇ ମହିଳାଙ୍କ ଛାତିକୁ ଗୋଇଠା ମାରିଲେ ଟିଆର୍‌ଏସ୍‌ ନେତା: ଭିଡ଼ିଓ ଭାଇରାଲ

ଜମି ବିବାଦ ନେଇ ମହିଳାଙ୍କ ଛାତିକୁ ଗୋଇଠା ମାରିଲେ ଟିଆର୍‌ଏସ୍‌ ନେତା: ଭିଡ଼ିଓ ଭାଇରାଲ

ନିଜାମାବାଦ,୧୮।୬: ଜମି ବିବାଦକୁ ନେଇ ତେଲେଙ୍ଗାନାରେ ଜଣେ ଟିଆର୍‌ଏସ୍‌ ନେତା ଜନୈକ ମହିଳାଙ୍କ ଛାତିକୁ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ ହୋଇଛି।

ଆସୁଛି ଝଡ଼: ପାଣିପାଗ ବିଭାଗର ସତର୍କ ସୂନା

ଆସୁଛି ଝଡ଼: ପାଣିପାଗ ବିଭାଗର ସତର୍କ ସୂନା

ନୂଆଦିଲ୍ଲୀ,୧୮।୬: ଦେଶର କିଛି ଅଂଶରେ ଲୁ ପ୍ରବାହିତ ହେଉଥିବା ବେଳେ ଆଉ କିଛି ଅଂଶରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଆସାମରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ଆସାମ ରାଇଫଲ୍‌ର ୨ ଯବାନ ମୃତ, ୪ ଆହତ

ଆସାମ ରାଇଫଲ୍‌ର ୨ ଯବାନ ମୃତ, ୪ ଆହତ

ଇମ୍ଫାଲ,୧୮।୬: ନାଗାଲାଣ୍ଡର ମନ୍‌ ଜିଲା ନିକଟ ମ୍ୟାନ୍‌ମାର ସୀମାରେ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ୍‌ ନାଗାଲାଣ୍ଡ(ଏନ୍‌ଏସ୍‌ସିଏନ୍‌ -କେ) ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍‌ର ୨ ଯବାନ ଶହୀଦ ହେବା ସହ ୪ ଜଣ ଆହତ ହୋଇଛନ୍ତି।

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ନୂଆଦିଲ୍ଲୀ,୧୮।୬: ଏବେ ମୌସୁମୀ ବାୟୁ ଉତ୍ତର ଓ ପୂର୍ବୋତ୍ତର ଭାରତ ମୁହାଁ ହୋଇଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ଉପୁଜିଛି।

Model This Week

ପ୍ରଭାତ