Dharitri News
ଖେଳ |

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ ସେଞ୍ଚୁରିଅନ, ୧୭।୧(ପି.ଟି.)- ବ୍ୟାଟିଂ ବିଫଳତା ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। କ୍ରମାଗତ ଟେଷ୍ଟ ହାରିବା ସହ ସିରିଜ ହାତଛଡ଼ା ହୋଇଛି। ସୁପର ସ୍ପୋର୍ଟ ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ବିରାଟ କୋହଲିଙ୍କ ଦଳ ୧୩୫ ରନରେ ପରାଜିତ ହୋଇଛି। ଘରୋଇ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିବା ସହ ଏହାକୁ ଆଗୁଆ ଜିତି ନେଇଛି। ଏଥିସହ ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର-୧ରେ ଥିବା ଭାରତର କ୍ରମାଗତ ୯ ସିରିଜ ବିଜୟରେ ବ୍ରେକ୍‌ ଲାଗିଛି। କେପ୍‌ ଟାଉନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୭୨ ରନରେ ପରାଜିତ ହୋଇଥିଲା। ୨୮୭ ରନ ବିଜୟ ଲକ୍ଷ୍ୟ ଭାରତ ପାଇଁ କଷ୍ଟସାଧ୍ୟ ଥିଲେ ହେଁ ଅସମ୍ଭବ ନ ଥିଲା। ମାତ୍ର ବ୍ୟକ୍ତିଗତଭାବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଏବଂ ବଡ଼ ପାର୍ଟନରଶିପ୍‌ର ଅଭାବ ଯୋଗୁ ଦଳକୁ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଲା। ଦ୍ୱିତୀୟ ଇନିଂସରେ ଏକାକୀ ରୋହିତ ଶର୍ମା କିଛି ସମୟ ଲଢ଼େଇ କରିଥିବାବେଳେ ଅନ୍ୟ କୌଣସି ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିପାରି ନ ଥିଲେ। ଫଳରେ ୮୭ ରନରେ ୭ଟି ଉଇକେଟ ହରାଇ ଦଳ ଲଜ୍ଜାଜନକ ସ୍ଥିତିରେ ପହଞ୍ଚତ୍ ଯାଇଥିଲା। ଶେଷଭାଗରେ ମହମ୍ମଦ ସାମିଙ୍କ ଦ୍ରୁତ ୨୮(୨୪ ବଲ, ୫ ଚୌକା) ରନ କରିବା ଯୋଗୁ ଟିମ୍‌ ଇଣ୍ଡିଆ ସ୍କୋର ୧୦୦ ଅତିକ୍ରମ କରି ପାରିଥିଲା। ରୋହିତ ୭୪ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ସର୍ବାଧିକ ୪୭ ରନ କରିବାକୁ ସକ୍ଷମ ହୋଇଥିଲେ। ଘରୋଇ ପରିବେଶରେ ସିଂହ ପରାକ୍ରମ ଦେଖାଉଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ମାତ୍ର ୫୦.୨ ଓଭର ତିଷ୍ଠି ପାରିଥିଲେ। ଭାରତର ଦ୍ୱିତୀୟ ଇନିଂସ ୧୫୧ ରନରେ ଶେଷ ହୋଇ ଯାଇଥିଲା। ଦକ୍ଷିଣ ଆଫ୍ରିକା ବୋଲରଙ୍କ ମଧ୍ୟରେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଥିବା ଲୁନ୍‌ଗି ଏନଗିଡି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ନିଜ ୧୨.୨ ଓଭର ସ୍ପେଲରେ ୩ଟି ମେଡେନ ନେଇ ୩୯ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ନିଜ ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ସୂଚନା ଦେଇଥିବା ଏହି ଯୁବ ବୋଲରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। କାଗିସୋ ରାବାଡ଼ା ଅନ୍ୟ ୩ଟି ଉଇକେଟ ଅକ୍ତିଆର କରିଥିଲେ। ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩-୦ରେ ସିରିଜ ଜିତିଥିଲା। ଦକ୍ଷିଣ ଆଫ୍ରିକା ନିଜ ଘରୋଇ ପରିବେଶରେ ଏହାର ମଧୁର ପ୍ରତିଶୋଧ ନେବାରେ ସକ୍ଷମ ହୋଇଛି। ପଦାର୍ପଣରେ ଶ୍ରେଷ୍ଠ ପ୍ରଦର୍ଶନ- ଏନଗିଡି ନିଜ ପଦାର୍ପଣ ଟେଷ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ୬ଷ୍ଠ ବୋଲରଭାବେ ସେ ନିଜ ପ୍ରଥମ ଟେଷ୍ଟରେ ୫ କିମ୍ବା ତଦୂର୍ଦ୍ଧ୍ୱ ଉଇକେଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଲାନ୍ସ କ୍ଲୁଜନର(୮/୬୨ ବନାମ ଭାରତ, ୧୯୯୬), ଚାଲର୍‌ସ ଲଙ୍ଗଭେଲ୍ଡ(୫/୪୬ ବନାମ ଇଂଲଣ୍ଡ, ୨୦୦୫), ଭେର୍ନନ ଫିଲାଣ୍ଡର(୫/୧୫ ବନାମ ଅଷ୍ଟ୍ରେଲିଆ, ୨୦୧୧), ମର୍ଚାଣ୍ଟ ଡି’ଲାଙ୍ଗେ (୭/୮୧ ବନାମ ଶ୍ରୀଲଙ୍କା, ୨୦୧୧) ଓ କାଇଲ ଆବୋଟ (୭/୨୯ ବନାମ ପାକିସ୍ତାନ, ୨୦୧୩) ଏହି କ୍ଲବର ସଦସ୍ୟ ଥିଲେ। ସଂକ୍ଷିପ୍ତ ସ୍କୋର- ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୩୩୫। ଭାରତ ପ୍ରଥମ ଇନିଂସ: ୩୦୭। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୨୫୮। ଭାରତ ଦ୍ୱିତୀୟ ଇନିଂସ: ୧୫୧/ଅଲଆଉଟ (ରୋହିତ-୪୭, ସାମି-୨୮, ଏନଗିଡି-୬/୩୯, ରାବାଡା-୩/୪୭)।

ଖେଳ |

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ସୋଫିଆ (ବୁଲ୍‌ଗେରିଆ), ୨୩।୨(ପି.ଟି.)- ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ମହିଳା ୪୮ କିଗ୍ରା ବର୍ଗରେ ଭାରତର ଏମ୍‌.ସି. ମେରିକମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରାକ୍ତନ ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ବିକାଶ କ୍ରିଷ୍ଣା (୭୫ କିଗ୍ରା) ଓ ଗୌରବ ସୋଲାଙ୍କି (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଷ୍ଟର ଟ୍ରେନର ଟ୍ରେନିଂରେ ୫୨ ଜଣ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ତରଫରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ଜଣ ବାଳିକା ୧୧ଟି ଜିଲାରୁ ଭାଗ ନେଇଥିଲେ।

କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ: ଫାଇନାଲରେ ରାଜକନିକା

ଭଦ୍ରକ ଅଫିସ,୨୩।୨ ପୁରୁଣା ବଜାର କେଜିଏନ୍‌ ଟ୍ରଷ୍ଟ (ବାଙ୍କାବଜାର) ଆନୁକୂଲ୍ୟରେ ମହାବୀର ପଡ଼ିଆଠାରେ ଚାଲିଥିବା କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ରାଜକନିକାର ଏସ୍‌ଏନ୍‌ କ୍ଲବ୍‌ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଏସ୍‌ଏନ୍‌ କ୍ଲବ୍‌ ୨-୧ ଗୋଲରେ ବିଗ୍‌ବସ୍‌ କ୍ଲବ୍‌ ରୁପ୍‌ସାକୁ ପରାସ୍ତ କରି ଏହି ସଫଳତା ପାଇଛି।

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବାଙ୍ଗାଲୋର,୨୩।୨(ପି.ଟି.) ବେଙ୍ଗାଲୁରୁ ଏଫ୍‌ସି ଦଳର ସ୍ପାନିଶ ଖେଳାଳି ଇଡୁ ଗାର୍ସିଆ ଆଗାମୀ ଦିନରେ ଚାଇନିଜ୍‌ ଲିଗ୍‌ ଓ୍ବାନ ସାଇଡ୍‌ର ଝେଜିଆଙ୍ଗ ଲୁଚାଙ୍ଗ ଦଳ ପକ୍ଷରୁ ଖେଳିବେ। ଏ ନେଇ ଉଭୟ ଦଳ ମଧ୍ୟରେ ଶୁକ୍ରବାର ଚୁକ୍ତି କରାଯାଇଛି। ଏଥିସହ ଦେଶର ପ୍ରଥମ କ୍ଲବ ଭାବେ ବେଙ୍ଗାଲୁରୁ ଏଫ୍‌ସି ବିଦେଶୀ ଦଳ ସହ ଖେଳାଳି ଆଦନପ୍ରଦାନ କରିଛି। ଚଳିତ ବର୍ଷର ଲିଗ୍‌ ଓ୍ବାନ ସିଜନ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଓ୍ବେଲିଂଟନ, ୨୩।୨(ଏଏଫପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ମିଶାଇ ଅନୁଷ୍ଠିତ ଟି୨୦ କ୍ରିକେଟ ସିରିଜରେ ଅଷ୍ଟ୍ରେଲିଆ ଚାମ୍ପିୟନ ହେଲେ ମଧ୍ୟ ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗର ନମ୍ବରଓ୍ବାନ ସ୍ଥାନରେ ଅପରିବର୍ତ୍ତିତ ରହିଛି।

କନ୍ୟା ସନ୍ତାନର ଜନକ ହେଲେ ପୂଜାରା

କନ୍ୟା ସନ୍ତାନର ଜନକ ହେଲେ ପୂଜାରା

ନୂଆଦିଲ୍ଲୀ, ୨୩।୨- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଖୁସି ଏବେ କହିଲେ ନସରେ। ତେବେ ତାଙ୍କର ଏହି ଖୁସି କ୍ରିକେଟରେ ସଫଳତା ପାଇଁ ନୁହେଁ ବରଂ ପିତା ହେବାର ସୌଭାଗ୍ୟ ପାଇଁ।

କୋରିଆ ଗସ୍ତ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୪

କୋରିଆ ଗସ୍ତ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୨୩।୨- ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆ ଗସ୍ତକରି ମାର୍ଚ୍ଚ ୩ରୁ ୧୨ ପର୍ଯ୍ୟନ୍ତ ଘରୋଇ ଦଳ ସହିତ ୫ଟି ମ୍ୟାଚ ଖେଳିବ। ଏଥିପାଇଁ ଶୁକ୍ରବାର ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ୪ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି।

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଥର ହକି କିମ୍ବା ଆଥଲେଟିକ୍ସ ପାଇଁ ନୁହେଁ ଅନ୍ତର୍ଜାତୀୟ ମାନର ଟେନିସ ଓ ଫୁଟବଲର ରୋମାଞ୍ଚ ଏଥର ଦେଖିବାକୁ ମିଳିବ ଏହି ଷ୍ଟାଡିୟମରେ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ପାଇଁ ଜାମସେଦପୁର ଏଫସି ଦଳ ଗତ ୧୯ ତାରିଖରୁ ଭୁବନେଶ୍ୱରରେ ପହଞ୍ଚତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି। ବେଙ୍ଗାଲୁରୁ ଏଫସି ଶୁକ୍ରବାର ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଦୁଇ ଦଳ ମଧ୍ୟରେ ଆଇଏସଏଲ ମ୍ୟାଚ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟ।

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

ପ୍ୟୋଙ୍ଗ୍‌ଚାଙ୍ଗ,୨୨।୨(ଏ.ଏଫ.ପି.)-ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀତକାଳୀନ ଅଲିମ୍ପିକ୍ସର ମହିଳା ହକି ଇଭେଣ୍ଟରେ ଶେଷରେ ଆମେରିକା ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି। ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଆମେରିକା ପେନାଲ୍ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ପଡୋଶୀ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଏହି ଐତିହାସିକ ସଫଳତା ଅର୍ଜନ କରିଛି।

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ଚଣ୍ଡିଗଡ଼, ୨୨।୨(ପି.ଟି.)- ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌର ମାର୍ଚ୍ଚ ୧ରୁ ପଞ୍ଜାବ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡିଏସ୍‌ପି) ଭାବେ ଯୋଗ ଦେବେ।

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।