ଖେଳ |

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ନୂଆଦିଲ୍ଲୀ, ୧୭।୧- ନ୍ୟୁଜିଲାଣ୍ଡଠାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ବୁଧବାର ବିଦର୍ଭ ପେସର ଆଦିତ୍ୟ ଠାକରେଙ୍କୁ ସାମିଲ କରାଯାଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଇଶାନ ପୋରେଲଙ୍କ ବଦଳ ଖେଳାଳି ଭାବେ ଆଦିତ୍ୟଙ୍କୁ ଡାକରା ଦିଆଯାଇଛି। ”୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦ୍ରୁତ ବୋଲର ଇଶାନ ପୋରେଲଙ୍କ ଗୋଇଠିରେ ଆଘାତ ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ସେ ଆହତ ହୋଇଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ବିସିସିଆଇର ମେଡିକାଲ ଟିମ୍‌ ଯାଞ୍ଚ କରୁଛି। ଏଣୁ ତାଙ୍କ ସ୍ଥାନରେ ଦଳୀୟ ମ୍ୟାନେଜମେଣ୍ଟ ଆଦିତ୍ୟ ଠାକରେଙ୍କୁ ଦଳରେ ସାମିଲ କରିଛି। ଆଗାମୀ ୨୬ ତାରିଖରେ ହେବାକୁ ଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ପୂର୍ବରୁ ବିଦର୍ଭ ବୋଲର ଦଳରେ ଯୋଗଦେବେ“ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଭାରତୀୟ ଦଳ ତା’ର ୨ଟି ଗ୍ରୁପ୍‌ ମ୍ୟାଚ୍‌କୁ ଜିତି କ୍ୱାର୍ଟର ପର୍ଯ୍ୟାୟରେ ଖେଳିବା ନିଶ୍ଚିତ କରିଛି। ଆସନ୍ତା ଶୁକ୍ରବାର ଭାରତୀୟ ଦଳ ତା’ର ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ଭେଟିବ।

All Right Reserved By
Karnatak Exit Poll

Model This Week

ସଂଗୀତ

ଖେଳ |

‘ଭାରତ ଏକ କ୍ରୀଡ଼ାଭିତ୍ତିକ ଦେଶ ହେବା ଉଚିତ’

‘ଭାରତ ଏକ କ୍ରୀଡ଼ାଭିତ୍ତିକ ଦେଶ ହେବା ଉଚିତ’

ବମ୍ବେ,୨୧।୫(ପି.ଟି.)- ଭାରତ କ୍ରୀଡ଼ାକୁ ଭଲ ପାଉଥିବା ଦେଶ। କିନ୍ତୁ ଏହାକୁ କ୍ରୀଡ଼ାଭିତ୍ତିକ ଦେଶରେ ରୂପାନ୍ତରିତ କରିବା ଉଚିତ। ଏହି ମନ୍ତବ୍ୟ ଦେଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ”ମୁଁ ସର୍ବଦା କହିଛି ଯେ, ଭାରତ ଏକ କ୍ରୀଡ଼ାଭିତ୍ତିକ ଦେଶ ହେବା ଉଚିତ। ଆମ ଦେଶର ପ୍ରତ୍ୟେକ କ୍ରୀଡ଼ାକୁ ଆଦର କରାଯାଉଛି।

ନାଡାଲଙ୍କୁ ୮ମ ଇଟାଲିଆନ ଓପନ ଟାଇଟଲ

ନାଡାଲଙ୍କୁ ୮ମ ଇଟାଲିଆନ ଓପନ ଟାଇଟଲ

ରୋମ୍‌,୨୧।୫- ସ୍ପାନିଶ୍‌ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରାଫାଲ ନାଡାଲ ରବିବାର ରେକର୍ଡ ୮ମ ଥର ପାଇଁ ଇଟାଲିଆନ ଓପନ ଟାଇଟଲ ଜିତିଛନ୍ତି। ଟପ୍‌ ସିଡ୍‌ ନାଡାଲ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆଲେକଜାଣ୍ଡର ଜେଭରେଭଙ୍କୁ ୬-୧, ୧-୬, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି।

ବାଂଲାଦେଶ ଦଳରେ ମୋସାଦ୍ଦେକ

ବାଂଲାଦେଶ ଦଳରେ ମୋସାଦ୍ଦେକ

ଢାକା,୨୧।୫(ଏଏଫ୍‌ପି)- ଆସନ୍ତା ମାସରେ ଭାରତରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ରବିବାର ୧୫ ଜଣିଆ ବାଂଲାଦେଶ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବ୍ୟାଟ୍ସମ୍ୟାନ ମୋସାଦ୍ଦେକ ହୋସେନଙ୍କୁ ସ୍ଥାନ ମିଳିଛି। ଦୀର୍ଘ ଏକ ବର୍ଷ ହେଲା ସେ ଅନ୍ତର୍ଜାତୀୟ ଟି୨୦ ଖେଳି ନାହାନ୍ତି।

କଟକର ୮ ଗ୍ରାଉଣ୍ଡରେ ୧ରୁ କଳାହାଣ୍ଡି କପ୍‌

କଟକର ୮ ଗ୍ରାଉଣ୍ଡରେ ୧ରୁ କଳାହାଣ୍ଡି କପ୍‌

କଟକ ଅଫିସ, ୨୧ା୫- କଟକର ୮ଟି ଗ୍ରାଉଣ୍ଡରେ ସିନିୟର ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟ କଳାହାଣ୍ଡି କପ୍‌ ଓ ୧୬ବର୍ଷରୁ କମ୍‌ ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ରବିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଜୁନ୍‌ ୧ରୁ କଳାହାଣ୍ଡି କପ୍‌ ଆରମ୍ଭ ହେଉଥିବା ବେଳେ ୫ ତାରିଖରୁ ୧୬ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ଖେଳାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଟାଇଟଲ ବଜାୟ ରଖିଲେ ସ୍ବିତୋଲିନା

ଟାଇଟଲ ବଜାୟ ରଖିଲେ ସ୍ବିତୋଲିନା

ରୋମ୍‌, ୨୧ା୫ (ଏଏଫ୍‌ପି)-ବିଶ୍ୱର ନମ୍ବର ଓ୍ବାନ ତଥା ରୋମାନିଆର ସିମୋନା ହାଲେପ୍‌ଙ୍କୁ ୬-୦, ୬-୪ ସେଟ୍‌ରେ ପରାସ୍ତ କରି ୟୁକ୍ରେନର ଏଲିନା ସ୍ବିତୋଲିନା ଇଟାଲିଆନ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ବଜାୟ ରଖିଛନ୍ତି। ଏହି ବିଜୟ ଦ୍ୱାରା ସେ ଫ୍ରେଞ୍ଚ୍‌ ଓପନର ଟପ୍‌ ଫେଭରାଇଟ୍‌ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି।

ଡିଡିସିଏ ସଭାପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ସୁପ୍ରିମକୋର୍ଟ ଆଡଭୋକେଟ

ଡିଡିସିଏ ସଭାପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ସୁପ୍ରିମକୋର୍ଟ ଆଡଭୋକେଟ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି ପଦବୀ ପାଇଁ ନିର୍ବାଚନ ଲଢିବେ ସୁପ୍ରିମକୋର୍ଟ ସିନିୟର ଆଡଭୋକେଟ ବିକାଶ ସିଂ। ରବିବାର ସେ ଏ ବିଷୟରେ ସୂଚନା ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ୧୯୯୯ ରୁ ୨୦୧୩ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

ଆଇପିଏଲ ପ୍ଲେ-ଅଫ୍‌ ଚୂଡ଼ାନ୍ତ

ଆଇପିଏଲ ପ୍ଲେ-ଅଫ୍‌ ଚୂଡ଼ାନ୍ତ

ପୁଣେ, ୨୧।୫- ଆଇପିଏଲ(ଇଣ୍ଡିଆନ ପ୍ରିମିୟର ଲିଗ୍‌)-୧୧ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୨ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ ଡେୟାରଡେଭିଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଚେନ୍ନାଇ ସୁପରକିଙ୍ଗ୍ସ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିଦାୟ ନେବାସହ ପ୍ରତିଯୋଗିତାର ପ୍ଲେ-ଅଫ୍‌ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି।

ଅନ୍ତିମ ଲିଗ୍‌ ମ୍ୟାଚ ଜିତିଲା ଚେନ୍ନାଇ

ଅନ୍ତିମ ଲିଗ୍‌ ମ୍ୟାଚ ଜିତିଲା ଚେନ୍ନାଇ

ପୁଣେ, ୨୧।୫- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୫ ଉଇକେଟରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ହରାଇ ଦେଇଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୫୪ ରନ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ୧୯.୧ ଓଭରରେ ୫ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରି ନେଇଥିଲା।

ଦିଲ୍ଲୀଠାରୁ ହାରି ମୁମ୍ବାଇ ବିଦା

ଦିଲ୍ଲୀଠାରୁ ହାରି ମୁମ୍ବାଇ ବିଦା

ନୂଆଦିଲ୍ଲୀ, ୨୦।୫- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶେଷ ପର୍ଯ୍ୟାୟରେ ବିପର୍ଯ୍ୟୟ ସୃଷ୍ଟି କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସକୁ ୩୪ ରନ୍‌ରେ ହରାଇଥିବା ଏହି ଦଳ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ୧୧ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୭୫ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିଥିବା ମୁମ୍ବାଇ ୧୯.୩ ଓଭରରେ ୧୬୩ ରନ୍‌ରେ ଅଲଆଉଟ ସହ ନକ୍‌ଆଉଟ ହୋଇଛି।

ଜୁଭେଣ୍ଟସ୍‌ର ବିଜୟଉତ୍ସବବେଳେ ୬ ଆହତ

ଜୁଭେଣ୍ଟସ୍‌ର ବିଜୟଉତ୍ସବବେଳେ ୬ ଆହତ

ତୁରିନ୍‌, ୨୦।୫(ଏଏଫ୍‌ପି)- ଇଟାଲିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଜିତିଥିବା ଜୁଭେଣ୍ଟସ୍‌ ଦଳର ଖେଳାଳି ଓ ପ୍ରଶଂସକମାନେ ବିଜୟ ଉତ୍ସବ ପାଳନ କରୁଥିବାବେଳେ ଇଲେକ୍ଟ୍ରି କେବୁଲ ବାଜି ୬ଜଣ ପ୍ରଶଂସକ ଆହତ ହୋଇଛନ୍ତି।

ଟ୍ରେନିଂ ପାଇଁ ଭୁଟାନ ଗଲେ ଭାରତୀୟ ଆଥ୍‌ଲେଟ୍‌

ଟ୍ରେନିଂ ପାଇଁ ଭୁଟାନ ଗଲେ ଭାରତୀୟ ଆଥ୍‌ଲେଟ୍‌

ନୂଆଦିଲ୍ଲୀ, ୨୦।୫(ପି.ଟି.)- ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଏସିଆନ ଗେମ୍ସର ଅଷ୍ଟାଦଶ ସଂସ୍କରଣ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ୧୭ ଜଣିଆ ଭାରତୀୟ ଆଥ୍‌ଲେଟିକ୍‌ ଟିମ୍‌ ଟ୍ରେନିଂ ଲାଗି ରବିବାର ପଶ୍ଚିମବଙ୍ଗରୁ ଭୁଟାନ ଅଭିମୁଖେ ଗସ୍ତ କରିଛନ୍ତି।

ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି: ଭାରତ ରନର୍ସଅପ

ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି: ଭାରତ ରନର୍ସଅପ

ନୂଆଦିଲ୍ଲୀ, ୨୦।୫ (ପି.ଟି.)- ପଞ୍ଚମ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଆ ତାରକା ଖେଳାଳି ସୁନୀତା ଲାକ୍ରାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରନର୍ସଅପ୍‌ ବିବେଚିତ ହୋଇଛି। ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଆୟୋଜକ ଦକ୍ଷିଣ କୋରିଆଠାରୁ ୧-୦ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଛି। ଫଳରେ ତୃତୀୟଥର ପାଇଁ ଭାରତର ଟାଇଟଲ ଜିତିବା ଆଶା ପୂରଣ ହୋଇପାରି ନାହିଁ। ଅନ୍ୟପଟେ ବିଜୟୀ ହୋଇ ଦକ୍ଷିଣ କୋରିଆ ତୃତୀୟ ଥର ପାଇଁ ଚାମ୍ପିୟନ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ଦକ୍ଷିଣ କୋରିଆର ୨୦୧୦, ୨୦୧୧ରେ ମଧ୍ୟ ଟାଇଟଲ ହାସଲ କରିଥିଲା। ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା।