ଫୁରସତ |

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି। ଘରର ଦୈନଦିନ କାର୍ଯ୍ୟ ସମ୍ପାଦନ କରିବା ପରେ ସେମାନେ କର୍ମକ୍ଷେତ୍ରରେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିଥାନ୍ତି ବୋଲି ଜର୍ଜିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ମାରିଆ ମିଚେଲ୍‌ ସୂଚିତ କରିଛନ୍ତି। ଏହାର ଅନୁଧ୍ୟାନ ପାଇଁ ଗବେଷକ ୪ ହଜାର କର୍ମଜୀବୀ ମହିଳାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେମାନଙ୍କ ଉତ୍ତର ଅନୁସାରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରୁ ଜଣାପଡିଥିଲା ୮୯ପ୍ରତିଶତ କର୍ମଜୀବୀ ମହିଳା ପରିବାର ଛାଡି ରହିବାକୁ ପସନ୍ଦ କରୁ ନ ଥିବା ପ୍ରକାଶ କରିଥିଲେ। କର୍ମକ୍ଷେତ୍ରରୁ ଛୁଟି ହେଲେ ସେମାନେ ପରିବାର ସହିତ ଅଧିକ ସମୟ ବିତାଇବାକୁ ଚାହୁଁଥିବା କହିଥିଲେ। ସେହିପରି ୮୫ ପ୍ରତିଶତ ମହିଳା ସ୍ବାମୀ ଓ ସନ୍ତାନଙ୍କ ପ୍ରତି ଯତ୍ନଶୀଳା ଥିବା ସୂଚିତ କରିଥିଲେ। ୯୦ ପ୍ରତିଶତ କର୍ମଜୀବୀ ମହିଳା ସେମାନଙ୍କ ଦରମାର ଅଧିକ ଅଂଶ ଘର ପାଇଁ ଖର୍ଚ୍ଚ କଲେ ଆନନ୍ଦ ଅନୁଭବ କରୁଥିବା କହିଥିଲେ। ଏହି ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ୮୦ ପ୍ରତିଶତ ମହିଳା ପରିବାରରେ ଶାନ୍ତି ପ୍ରତି ଅଧିକ ଧ୍ୟାନ ଦେଉଥିବା କହିଥିଲେ। ପତିଙ୍କ ସହିତ ଝଗଡା କରିବାକୁ ସେମାନେ ପସନ୍ଦ କରୁ ନ ଥିବା ସୂଚିତ କରିଥିଲେ। କର୍ମଜୀବୀ ମହିଳାମାନଙ୍କ କ୍ଷେତ୍ରରେ ଛାଡପତ୍ର ସଂଖ୍ୟା କମ୍‌ ରହିଥାଏ। ସେମାନେ ପରିବାରର ବିଭିନ୍ନ ସଦସ୍ୟଙ୍କ ମଧ୍ୟରେ ସମନ୍ବୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ଗବେଷକ କହିଛନ୍ତି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ଫୁରସତ |

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଅନେକ ପରମ୍ପରା ସଭ୍ୟ ସମାଜ ଅନୁକୁଳ ହୋଇ ନ ଥାଏ। ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମଙ୍ଗିୟା ଦ୍ୱୀପରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ୧୩ ବର୍ଷ ହେବା ପରେ ନାବାଳକଙ୍କୁ ମହିଳାମାନଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ପରମ୍ପରା ରହିଛି। ଏହାଦ୍ୱାରା ନାବାଳକ ଜଣକ ଭବିଷ୍ୟତରେ ଜୀବନସାଥିକୁ ଖୁସିରେ ରଖିପାରିଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ହସ୍ତରେଖାରୁ ଜଣାପଡେ କେଉଁ ଦିଗରେ ହେବ ବିବାହ

ହସ୍ତରେଖାରୁ ଜଣାପଡେ କେଉଁ ଦିଗରେ ହେବ ବିବାହ

ହସ୍ତରେଖାରୁ ବିବାହ କେଉଁ ଦିଗରେ ହେବ ତାହାର ସୂଚନା ମିଳିଥାଏ। ହାତରେ ମଣିବନ୍ଧ ରେଖା ସହିତ ବିବାହ ରେଖା ସମ୍ପର୍କ ସ୍ଥାପନ କରୁଥିଲେ ବିବାହ ଉତ୍ତର ଦିଗରେ ହୋଇଥାଏ। ସେହିପରି ବିବାହ ରେଖା ଆଙ୍ଗୁଳିର ମୂଳଭାଗରେ ଥିଲେ ବିବାହ ଦକ୍ଷିଣ ଦିଗରେ ହୋଇଥାଏ ବୋଲି ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବିବାହ ରେଖା ପାପୁଲିର ମଧ୍ୟ ଭାଗରେ ପ୍ରବେଶ କରିଥିଲେ ବିବାହ ପୂର୍ବ ଦିଗରେ ହୋଇଥାଏ।

ଓଜନ କମାଏ ଯୁଆଣି ପାଣି

ଓଜନ କମାଏ ଯୁଆଣି ପାଣି

ମେଦବହୁଳତା ଏବେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି। ମେଦବହୁଳତା ଫଳରେ ଅନେକେ ବ୍ୟକ୍ତି ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ହେଲେ ନିତିଦିନ ବ୍ୟବହାର କରୁଥିବା କିଛି ଜିନିଷ ଅଛି ଯାହାକୁ ଠିକ୍‌ ଭାବେ ଖାଇଲେ ସହଜରେ ମେଦ ହ୍ରାସ ହେବ। ପ୍ରତ୍ୟେକ ଘରେ ଯୁଆଣିି ନିୟମିତ ବ୍ୟବହାର କରାଯାଏ। ବିଶେଷ କରି ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଯୁଆଣିର ବ୍ୟବହାର କରାଯାଏ। ଯୁଆଣିରେ ରହିଛି ଭରପୂର ମାତ୍ରାରେ ଔଷଧୀୟ ଗୁଣ। ତେଣୁ ଏହାକୁ ନିୟମିତ ଖାଇଲେ ଅନେକ ରୋଗ ଦୂର ହୋଇଥାଏ।

ଦୈନିକ ୧୫୦ଥର ସ୍ମାର୍ଟଫୋନ୍‌ ଦେଖନ୍ତି ଭାରତୀୟ ଛାତ୍ର

ଦୈନିକ ୧୫୦ଥର ସ୍ମାର୍ଟଫୋନ୍‌ ଦେଖନ୍ତି ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଭାରତର ପ୍ରତି କଲେଜ ଛାତ୍ର ଦୈନିକ ହାରାହାରି ୧୫୦ଥର ସ୍ମାର୍ଟଫୋନ୍‌ ଦେଖି ଥାଆନ୍ତି। ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି।

ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା

ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା

ରାଏପୁର: ଭାରତର ଅନେକ ଅଞ୍ଚଳରେ ସାମାଜିକ ଚଳଣୀ ଅତି କଠୋର ହୋଇଥିବା ଦେଖିବାକୁ ମିଳିଥାଏ। ଚଳଣୀ ବିରୋଧରେ କୌଣସି କାର୍ଯ୍ୟ କରାଗଲେ ସମାଜରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସନ୍ଦ କରାଯିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇଥାଏ। ଛତିଶଗଡ଼ର ଜନଜାତି ଅଞ୍ଚଳରେ ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା ହୋଇଥାଏ।

ଜୀବନ ପାଇଁ ଜୈବ ବିବିଧତା

ଜୀବନ ପାଇଁ ଜୈବ ବିବିଧତା

“ବଡ଼ ପରିତାପର ବିଷୟ ଏହି ଯେ ପ୍ରଗତିର ଦ୍ୱାହିଦେଇ, ସୃଷ୍ଟି କରିବା ପରିବର୍ତ୍ତେ ମଣିଷ ଏବେ ଧ୍ୱଂସ କରିବାରେ ପ୍ରୟାସୀ। ମଣିଷର ଅବିବେକିତାର ପରିଣାମରେ ସମ୍ପ୍ରତି ଲୋପ ପାଇଚାଲିଛି ଜଙ୍ଗଲ, ଶୁଖିଗଲାଣି ସୁନାବ୍ୟା ନଦୀ, ବିଲୁପ୍ତ ହୋଇଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଲାଣି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ମଣିଷ ଉଭା ହୋଇପଡ଼ିଲାଣି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ପ୍ରକୃତି ସହ ସେ ଚଳେଇଛି ତୁମୁଳ ସଂଘର୍ଷ। ସେ ସଂଘର୍ଷରତ ଉଦ୍ଭିଦଜଗତ, ପ୍ରାଣିଜଗତ ସହ ଏବଂ ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଇତ୍ୟାଦି ନିର୍ଜୀବ ଜଗତ ସହ ମଧ୍ୟ। ଫଳରେ ପୃଥିବୀର ଜୈବ ବିବିଧତା ଏବେ ଗୁରୁତର ଭାବରେ ଅସୁସ୍ଥ।”

ସ୍ମାର୍ଟ ବ୍ରେନ୍‌

ସ୍ମାର୍ଟ ବ୍ରେନ୍‌

ମନୁଷ୍ୟ ଶରୀରରେ ଆଜିକାଲି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଯାଇ ପାରୁଛି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚବର୍ଷର ଗବେଷଣା ପରେ ସେମାନେ ଏକ ସ୍ମାର୍ଟ ବ୍ରେନ୍‌ ପ୍ରସ୍ତୁତ କରିଛନ୍ତି।

ଏଠାରେ କାହିଁକି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ଏଠାରେ କାହିଁକି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ଏହାପଛରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାର୍ଥ ନିହିତ ଥାଏ। ଭାରତର ସଟେ ନେପାଳ ଅଞ୍ଚଳରେବାସ କରୁଥିବା କେତେକ ଜନଜାତି ପରିବାରର ଭାଇ ଭଉଣୀ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରାଯିବା ପରମ୍ପରା ରହିଛି।

ହଜିଲା ଛାଇର ଦିନ

ହଜିଲା ଛାଇର ଦିନ

”ପୃଥିବୀର ଯେ କୌଣସି ସ୍ଥାନରେ କ୍ରାନ୍ତିବଳୟ ଅର୍ଥାତ +୨୩.୫ ଡିଗ୍ରୀ ଓ -୨୩.୫ ଡିଗ୍ରୀ ଅଞ୍ଚଳରେ ବସବାସ କରୁଥିବା ସ୍ଥାନରେ ଏହା ବର୍ଷକୁ ଦୁଇ ଥର ହୋଇଥାଏ । ଆମ ଦେଶର ଅନେକ ରାଜ୍ୟ ଏହି କ୍ରାନ୍ତିବଳୟ ମଧ୍ୟରେ ବସବାସ କରୁ ନ ଥିବାରୁ ଏଇ ‘ଶୂନ୍ୟ ଛାଇ ଦିବସ’କୁ ଦେଖି ପାରିବା ନାହିଁ । କିନ୍ତୁ ଖୁସିର ଖବର ଏହି ଯେ ଆମେ ଓଡ଼ିଶାବାସୀ ଏହି ଦିବସକୁ ଏକ ନିର୍ଦ୍ଦିଷ୍ଟ ଦିନ ବର୍ଷକୁ ଦୁଇଥର ଦେଖିପାରିବା ।“

ପୁରୁଷଙ୍କୁ ଦେଖିଲେ ଏପରି କରନ୍ତି ମହିଳା

ପୁରୁଷଙ୍କୁ ଦେଖିଲେ ଏପରି କରନ୍ତି ମହିଳା

ଭାରତର ଅନେକ ଅଞ୍ଚଳରେ ସାମାଜିକ ପରମ୍ପରା ବେଶ୍‌ କଠୋର। ନାରୀ-ପୁରୁଷ ସମାନତା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏସବୁ ଅଞ୍ଚଳରେ ପୁରୁଷଙ୍କ ସାମନାରେ ନାରୀମାନେ ନତମସ୍ତକ ରହିଥାନ୍ତି। ମଧ୍ୟପ୍ରଦେଶ ଚମ୍ବଲ ଜିଲାର ଆମେଠ ଗାଁରେ ମହିଳାମାନେ ପୁରୁଷଙ୍କୁ ଦେଖିଲେ ପିନ୍ଧିଥିବା ଚପଲ ଓହ୍ଲାଇ ହାତରେ ଧରି ଖାଲିପାଦରେ ଚାଲିଥାନ୍ତି।

ଏମିତି ମେଳା ଯେଉଁଠି ବିକ୍ରି ହୁଅନ୍ତି ସୁନ୍ଦରୀ ଯୁବତୀ

ଏମିତି ମେଳା ଯେଉଁଠି ବିକ୍ରି ହୁଅନ୍ତି ସୁନ୍ଦରୀ ଯୁବତୀ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସାମାଜିକ ପରମ୍ପରା ରହିଛି। ଏସବୁ ପରମ୍ପରା ସମ୍ପୃକ୍ତ ଅଞ୍ଚଳର ଆର୍ଥିକ ବିକାଶ ସହିତ ସଂସ୍କୃତି ଉପରେ ନିର୍ଭର କରିଥାଏ। ୟୁରୋପ ମହାଦେଶର ବୁଲଗେରିଆରେ ରହିଛି ଷ୍ଟାର ଜାଗୋର ନାମକ ଏକ ସ୍ଥାନ। ଏଠାରେ ବର୍ଷରେ ନିତି ଥର ମେଳା ଅନୁଷ୍ଠିତ ହୋଇଥାଏ।

ଯେଉଁ ମନ୍ଦିରରେ ଅଗ୍ନିସ୍ନାନ କରନ୍ତି ଦେବୀ

ଯେଉଁ ମନ୍ଦିରରେ ଅଗ୍ନିସ୍ନାନ କରନ୍ତି ଦେବୀ

ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ଚମତ୍କାରୀ ମନ୍ଦିର ରହିଛି। ସେସବୁ ମନ୍ଦିରରେ ହେଉଥିବା ଅଲୌକିକ ଘଟଣା ସମସ୍ତଙ୍କୁ ଚକିତ କରିଥାଏ। ଏପରି ଏକ ମନ୍ଦିର ରାଜସ୍ଥାନ ମେବାଣସ୍ଥିତ ମଓ୍ବୋରଠାରେ ରହିଛି। ଏଠାକାର ମନ୍ଦିରର ଉଡ଼ାଣ ମାତା ଅଗ୍ନିସ୍ନାନ କରିଥାନ୍ତି ବୋଲି ଶ୍ରଦ୍ଧାଳୁ କହିଥାନ୍ତି।