ଅନ୍ତର୍ଜାତୀୟ |

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ
ଅବୁଜା, ୧୭।୧: ନାଇଜେରିଆ ସୈନ୍ୟ ବାହିନୀ ୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟଙ୍କୁ ମୁକ୍ତ କରିଛି। ସେମାନେ ପୂର୍ବରୁ ବୋକୋ ହାରମ ସଂଗଠନରେ ଥିଲେ। ତେବେ ସରକାରଙ୍କ ବିକାଶ ଯୋଜନା ଅନ୍ତର୍ଗତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବା ପାଇଁ ଇଛା ପ୍ରକଟ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୧୮ ପୁରୁଷ, ୫୬ ମହିଳା, ୧୯ କିଶୋର ଓ ୫୧ ଛୋଟ ପିଲା ରହିଥିବା ମେଜର ଜେନେରାଲ ରୋଗରସ୍‌ ନିକୋଲସ୍‌ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ବୋକୋ ହାରାମ ଗତ ୮ ବର୍ଷ ମଧ୍ୟରେ ୨୦ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ସରକାରଙ୍କ ପକ୍ଷରୁ ୨୦୧୬ରେ ବୋକୋ ହାରାମ ସଦସ୍ୟଙ୍କ ପାଇଁ ବିକାଶ ମୂଳକ ଯୋଜନା ଆରମ୍ଭ କରାଯାଇଥିଲା। ୨୦୧୭ରେ ୮ଶହ ସଦସ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଜେନେରାଲ କହିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍‌

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍‌

ଇସଲାମାବାଦ୍‌, ୨୦।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନୀରବତା ଅବଲମ୍ବନ କରିଥିଲେ। ତେବେ ପରେ ସେ ଦେଇଥିଲେ ସଫେଇ।

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି। 

ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍‌:  ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍‌: ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଇସଲାମାବାଦ୍‌,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ମିଳିଲେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। 

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ/ରିୟାଦ,୧୯।୨: ସୌଦି ଆରବର ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ଅନୁମତି ମିଳିନାହିଁ। ମଙ୍ଗଳବାର ଯୁବରାଜ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

ବୋମା ବିସ୍ଫୋରଣରେ ୨୪ ମୃତ

ବୋମା ବିସ୍ଫୋରଣରେ ୨୪ ମୃତ

ଦାମାସକସ୍‌,୧୯।୨: ସିରିଆରେ ବୋମା ବିସ୍ଫୋରଣରେ ୨୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। 

ପାକିସ୍ତାନକୁ ବଦନାମ କରନାହିଁ: ଚାଇନା

ପାକିସ୍ତାନକୁ ବଦନାମ କରନାହିଁ: ଚାଇନା

ବେଜିଂ,୧୯।୨(ପି.ଟି.)-ପୁଲଓ୍ବାମା ଆକ୍ରମଣକୁ ନେଇ ପାକିସ୍ତାନକୁ ବଦନାମ କରିବା ପରିବର୍ତ୍ତେ ଭାରତ ନିଜ ଆତଙ୍କବାଦ ନିରୋଧୀ ନୀତିର ପୁନର୍ବିଚାର କରୁ ବୋଲି ସୋମବାର ଚାଇନାର ଏକ ସରକାରୀ ଗଣମାଧ୍ୟମ କହିଛି।

ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍‌ଘାତ

ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍‌ଘାତ

ଇସ୍‌ଲାମାବାଦ,୧୯ା୨(ପି.ଟି.): ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ସୋମବାର କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଚାଲିଥିବାବେଳେ ପାକିସ୍ତାନର ଅସ୍ଥାୟୀ ବିଚାରପତି ତସାଦୁକ୍‌ ହୁସେନ ଗିଲାନୀଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଛି।

ବେଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ୬ପାକ୍‌ ସେନା ନିହତ

ବେଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ୬ପାକ୍‌ ସେନା ନିହତ

କରାଚି,୧୮।୨: ଇରାନ ସୀମାରେ ଥିବା ବେଲୁଚିସ୍ତାନ ଅଞ୍ଚଳରେ ୨ଟି ଭିନ୍ନ ଭିନ୍ନ ଘଟଣାରେ ୬ ପାକ୍‌ ସେନା ନିହତ ହୋଇଥିବା ସୂଚନା ମିଳିଛି।

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍‌

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୮।୨: ଆତଙ୍କବାଦର ବିଲୋପ ପାଇଁ ଇସ୍ରାଏଲ୍‌ ୨୦ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା। ଶେଷରେ ମିଳିଥିଲା ସଫଳତା। ୧୯୭୨ରେ ଜର୍ମାନୀର  ମ୍ୟୁନିଚ୍‌ଠାରେ  ବିଶ୍ୱକପ୍‌ ଫୁଟବଲ ଆୟୋଜିତ ହେଉଥିଲା। 

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ୟାୟୁଣ୍ଡେ,୧୮।୨: ଆଫ୍ରିକୀୟ ଦେଶ କାମେରୁନ୍‌ରେ କିଛି ବିଚ୍ଛିନ୍ନତାବାଦୀ ଶହେରୁ ଅଧିକ ଶିକ୍ଷକ ଏବଂ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କରିଛନ୍ତି। 

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ

ଟରଣ୍ଟୋ, ୧୮।୨:  କାନାଡ଼ା ନ୍ୟୁଫାଉଣ୍ଡଲାଣ୍ଡରୁ ୩୦ ହଜାର ଲିଟର ବିଶୁଦ୍ଧ ପାଣି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। 

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୨:ପାକିସ୍ତାନ ଯେତେ ମନାକଲେ ବି ସତକୁ ଆଉ ଲୁଚାଇ ପାରୁନାହିଁ। ପୁଲଓ୍ବାମା ଆକ୍ରମଣରେ ପଡ଼ୋଶୀ ଦେଶର ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲଗିଲାଣି।